ଫେରିଘାଟରେ ଅସୁରକ୍ଷିତ ଯାତ୍ରା

ଚାନ୍ଦବାଲି,୨୦।୩(କିଷାନ ପାତ୍ର): ନଦୀ ନାଳ ଭରା ଚାନ୍ଦବାଲି ବ୍ଲକ ଅଞ୍ଚଳରେ ଗମନାଗମନରେ ବାଧକ ସାଜିଛି ୩ ନଦୀ। ଏହି ୩ ନଦୀର ୬ ଫେରିଘାଟରେ ପ୍ରତିଦିନ ବହୁ ସଂଖ୍ୟକ ଯାତ୍ରୀ ଜୀବନ ସହ ବାଜି ଲଗାଇ ବିପଦପୂର୍ଣ୍ଣ ଭାବେ ନଦୀପାର୍‌ ହେଉଛନ୍ତି। ମନ୍ତେଇ ନଦୀରେ ହବାଳୀ, ଚୌଧୁରୀ, ବାଲିଆପାଳ, ପଞ୍ଚୁଟିକ୍ରୀ, ବୈତରଣୀ ନଦୀର ତିନିତର ଏବଂ ସାଳନ୍ଦୀ ନଦୀର ଧାନଖଣିଆ ଫେରିଘାଟରେ ପ୍ରତିଦିନ ହଜାର ହଜାର ଯାତ୍ରୀ ପାର୍‌ ହେଉଛନ୍ତି। ବ୍ଲକରେ ବାଂଶଡ଼ା ନଦୀରେ ପୋଲ ବ୍ୟତୀତ ଅନ୍ୟ କୌଣସି ଗୋଟିଏ ନଦୀ ଉପରେ ଆଜିଯାଏ ପୋଲଟିଏ ନିର୍ମାଣ ହୋଇପାରି ନାହିଁ। ତିନିତର ଫେରିଘାଟରେ ପୋଲ କାର୍ଯ୍ୟ ଏବେ ଆରମ୍ଭ କରାଯାଇଥିବା ବେଳେ ବାକି ୫ଟି ପୋଲ ପାଇଁ ସରକାରଙ୍କ ପକ୍ଷରୁ ଆନ୍ତରିକତା ଦେଖାଦେଉ ନାହିଁ।
ପୋର୍ଟ ପାଇଁ ଓ ଶୈବପୀଠ ଆରଡ଼ିକୁ ଯିବା ଲାଗି ଚୌଧୁରୀ ଓ ତିନିତର ଫେରୀଘାଟ, ବାସୁଦେବପୁରକୁ ଯାତାୟାତ ନିମନ୍ତେ ବାଳିଆପାଳ ଓ ପଞ୍ଚୁଟିକ୍ରୀ ଫେରିଘାଟରେ ଅତ୍ୟଧିକ ଭିଡ଼ ଯୋଗୁ ଯାତ୍ରୀମାନେ ବିପଦପୂର୍ଣ୍ଣ ଭାବେ ନଦୀରେ ଯାତ୍ରା କରୁଛନ୍ତି। ୩ ନଦୀରେ ଏବେ ମାଳମାଳ କୁମ୍ଭୀର, ଫେରିଘାଟଗୁଡ଼ିକରେ ନିଲାମଧାରୀମାନେ ମନଇଚ୍ଛା ଭୁଟୁଭୁଟିରେ ଗାଡ଼ି ମୋଟର ଲୋଡ୍‌ କରି ଅସୁରକ୍ଷିତ ଭାବେ ଯାତ୍ରୀ ପରିବହନ କରୁଛନ୍ତି। ପ୍ରଶାସନ ପକ୍ଷରୁ କୌଣସି ଅଙ୍କୁଶ ନାହିଁ। ଲୋକଙ୍କ ଧନଜୀବନ ସୁରକ୍ଷା ଲାଗି କୌଣସି ଫେରିଘାଟରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ ନାହିଁ। ସରକାରଙ୍କ ପକ୍ଷରୁ ପ୍ରତି ବୋଟ୍‌ରେ କ୍ଷମତାଠାରୁ କମ୍‌ ଯାତ୍ରୀ ପରିବହନ ସହ ପ୍ରତି ବୋଟ୍‌ରେ ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଲାଇଫ୍‌ ଜ୍ୟାକେଟ ବ୍ୟବହାର ପାଇଁ ବାଧ୍ୟତାମୂଳକ କରାଯାଇଛି ହେଲେ, ଏହାର ତଦାରଖ କରାଯାଉ ନାହିଁ। ଫଳରେ ଫେରିଘାଟଗୁଡ଼ିକରେ ଏହି ନିୟମର ଉଲ୍ଲଂଘନ କରାଯାଉଛି। ଫଳରେ ଯେକୌଣସି ମୂହୂର୍ତ୍ତରେ ଅଘଟଣ ଘଟିବାର ଆଶଙ୍କା ରହିଛି। ଅନ୍ୟପକ୍ଷେ ଫେରୀଘାଟଗୁଡ଼ିକରେ ପୋଲ ହେବା ତ ଦୂର କଥା ସମସ୍ତ ଫେରିଘାଟକୁ ନା ଭଲ ରାସ୍ତାଟିଏ କିମ୍ବା ଭଲ ଜେଟିଟିଏ ହୋଇପାରି ନାହିଁ। ଏନେଇ ବିଡିଓ ଅସିତ କୁମାର ମହାନ୍ତି କହିଛନ୍ତି, ଭୁଟୁଭୁଟିରେ କ୍ଷମତାଠାରୁ ଅଧିକ ପରିବହନ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଉଲ୍ଲଂଘନ ନେଇ ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri