ନିଷିଦ୍ଧାଞ୍ଚଳରେ ମତ୍ସ୍ୟଜୀବୀଙ୍କ ଅବାଧ ପ୍ରବେଶ

କେନ୍ଦ୍ରାପଡ଼ା, ୨୦।୩(ଜଗନ୍ନାଥ ଧଳ): ବିଶ୍ୱପ୍ରସିଦ୍ଧ ଗହୀରମଥା ଅନ୍ତୁଡ଼ିଶାଳରେ ସାମୁଦ୍ରିକ କଇଁଛ ଅଲିଭ ରିଡ୍‌ଲେ ସୁରକ୍ଷିତ ନାହାନ୍ତି। ସୁରକ୍ଷା ପାଇଁ ନିକଟରେ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ପର୍ଯ୍ୟଟକଙ୍କ ଅନୁମତିକୁ ବାରଣ ହୋଇଛି। ୨୦୨୩ ନଭେମ୍ବର ପହିଲାରୁ ସାମୁଦ୍ରିକ ଅଞ୍ଚଳକୁ ମତ୍ସ୍ୟଜୀବୀଙ୍କୁ ନିଷିଦ୍ଧ କରାଯାଇଛି। ଏହାସତ୍ତ୍ୱେ ନିଷିଦ୍ଧାଞ୍ଚଳକୁ ବୋଟ୍‌, ଟ୍ରଲର ଅବାଧରେ ପଶି ଆସୁଛନ୍ତି। ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେଲେ ବେଆଇନ ଭାବେ ମତ୍ସ୍ୟଜୀବୀମାନେ ପାଟ୍ରୋଲିଂ ଟିମ୍‌କୁ ସମୁଦ୍ର ମଧ୍ୟରେ ଘେରିଯାଉଛନ୍ତି। ସୋମବାର ଏପରି ଘଟଣା ୨ଟି ସ୍ଥାନରେ ଦେଖିବାକୁ ମିଳିଛି। ମାଦଳି ଅଞ୍ଚଳରେ ଗୋଟିଏ ପାଟ୍ରୋଲିଂ ଟିମ୍‌କୁ ମତ୍ସ୍ୟଜୀବୀ ବୋଟ୍‌, ଟ୍ରଲର ମାଧ୍ୟମରେ ଘେରିଯାଇଥିବା ବେଳେ ବାବୁବାଲି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା କନିକା-୩ ବୋଟ୍‌କୁ ମତ୍ସ୍ୟଜୀବୀ ଘେରିଥିଲେ। ତେବେ କନିକା-୩ର ଟିମ୍‌ ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରିବାରୁ ଅବାଧ ପ୍ରବେଶ ହୋଇପାରିନାହିଁ। ଏ ସମ୍ପର୍କରେ ଧାମରା ଥାନାରେ ଏକ ଅଭିଯୋଗ ବନ ବିଭାଗ ପକ୍ଷରୁ ହୋଇଛି। ଅପରପକ୍ଷରେ ନିଷିଦ୍ଧ କଟକଣାର ସାଢ଼େ ୪ ମାସରେ ମୋଟ୍‌ ୩୬ ବୋଟ୍‌, ଟ୍ରଲର ଜବତ ହୋଇଛି। ୩୫୯ ମତ୍ସ୍ୟଜୀବୀ ଗିରଫ ହୋଇଛନ୍ତି। ଗିରଫ ମତ୍ସ୍ୟଜୀବୀଙ୍କୁ ତୁରନ୍ତ ଜାମିନ ମିଳିଯାଉଥିବାରୁ କଟକଣାର ସୁଫଳ ମିଳୁନାହିଁ। ଗହୀରମଥା ସାମୁଦ୍ରିକ ଅଞ୍ଚଳ ଏକପ୍ରକାର ଅସୁରକ୍ଷିତ ହୋଇପଡ଼ିଛି ବୋଲି ସ୍ଥାନୀୟ ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପ୍ରକୃତିପ୍ରେମୀ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ୨୦୨୩ ନଭେମ୍ବରରୁ ୨୦୨୪ ମେ’ ପର୍ଯ୍ୟନ୍ତ ଗହୀରମଥାର ସାମୁଦ୍ରିକ ଅଞ୍ଚଳରେ ବିରଳ ଅଲିଭ ରିଡ୍‌ଲେଙ୍କ ଅଣ୍ଡାଦାନ ପାଇଁ କଟକଣା ହୋଇଛି। ଏହି ସମୟରେ ବନ ବିଭାଗ, ସାମୁଦ୍ରିକ ଥାନା ଓ ତଟରକ୍ଷା ବାହିନୀ ପକ୍ଷରୁ ସମୁଦ୍ର ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା କଥା। ତେବେ ଏହି ୩ ସୁରକ୍ଷା ବାହିନୀଙ୍କ ମଧ୍ୟରେ ସମନ୍ବୟ ଆଦୌ ନାହିଁ। ଅବାଧ ଭାବେ ବୋଟ୍‌, ଟ୍ରଲର ଚଳାଚଳ ଫଳରେ ଜାଲରେ ପଡ଼ି କଇଁଛଙ୍କ ମୃତ୍ୟୁ ହେଉଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବୋଟ୍‌, ଟ୍ରଲରରେ ଟିଇଡି (ଟର୍ଟଲ ଏକ୍ସକ୍ଲୁଡର ଡିଭାଇସ) ବ୍ୟବହାର ହେଉନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ସାମୁଦ୍ରିକ ଜୀବ ସୁରକ୍ଷା ସମିତିର ସଭାପତି ପ୍ରକାଶ ଚନ୍ଦ୍ର ଦାସ କହିଛନ୍ତି, କଇଁଛଙ୍କ ଅଣ୍ଡାଦେବା ସ୍ଥାନ ଏବେ ସଙ୍କଟରେ। ବାବୁବାଲି, ମାଦଳି, ଏକକୁଳା ଆଦିରେ ତଟକ୍ଷୟ ଜାରି ରହିଛି। ସମ୍ପ୍ରତି କଇଁଛଗୁଡ଼ିକ ଅଣ୍ଡାଦେବା ପାଇଁ ତଟାଞ୍ଚଳରେ ଠୁଳ ହେଲେଣି। ଆସନ୍ତା ସପ୍ତାହ ମଧ୍ୟରେ ସାମୂହିକ ଅଣ୍ଡାଦେବା ସମ୍ଭାବନା ରହିଛି। ଏହି ସମୟରେ ମତ୍ସ୍ୟଜୀବୀ ନିଷିଦ୍ଧାଞ୍ଚଳରେ ପ୍ରବେଶ କରିବା ଏହି ବିରଳ ଜୀବ ପ୍ରତି ବିପଦ ହୋଇଛି। ଏ ସମ୍ପର୍କରେ ଗହୀରମଥା ରେଞ୍ଜ୍‌ ଅଫିସର ପ୍ରଦୋଷ ମହାରଣାଙ୍କୁ ପଚାରିବାରେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ର ମଧ୍ୟରେ ୩ଟି ପାଟ୍ରୋଲିଂ ବୋଟ୍‌ ନିୟୋଜିତ ହୋଇଛି। ୧୪୩୫ ବର୍ଗ କିଲୋମିଟର ମଧ୍ୟରେ ଏହି ବୋଟ୍‌ ଘୂରୁଥିବା ବେଳେ କେତେକ ସ୍ଥାନରେ ମତ୍ସ୍ୟଜୀବୀ ପଶି ଆସୁଛନ୍ତି। ପାଟ୍ରୋଲିଂ ଟିମ୍‌ ନଜରକୁ ଆସିଲେ ସେହି ମତ୍ସ୍ୟଜୀବୀ ନିଷିଦ୍ଧାଞ୍ଚଳର ବାହାରକୁ ଯାଇ ଭିଏଚ୍‌ଏଫ୍‌ ମାଧ୍ୟମରେ ଅନ୍ୟ ସାଥୀ ମତ୍ସ୍ୟଜୀବୀଙ୍କୁ ଏକାଠି କରୁଛନ୍ତି। ପାଟ୍ରୋଲିଂ ଟିମ୍‌ ଓ ଅବାଧ ପ୍ରବେଶକାରୀଙ୍କ ମଧ୍ୟରେ ପ୍ରତ୍ୟହ ଏପରି ଘଟଣା ଦେଖିବାକୁ ମିଳୁଛି। ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନାରୁ ସହଯୋଗ ମିଳୁନାହିଁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରିଣୀ ସସ୍ମିତା ସାହୁଙ୍କୁ ପଚାରିବାରେ ସାମୁଦ୍ରିକ ଅଞ୍ଚଳରେ ଅବାଧ ପ୍ରବେଶ ରୋକିବା ପାଇଁ ବୋଟ୍‌, ଡ୍ରାଇଭର ଅଛନ୍ତି। ତେବେ ବୋଟ୍‌ ଚଳାଇବା ପାଇଁ ଆବଶ୍ୟକ ଇନ୍ଧନ ମିଳୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳକା ନଦୀରେ ବନ୍ୟା, ବସ୍ତା ଇଲେକ୍ଟ୍ରି ଅଫିସରେ ପଶିଲା ପାଣି

ବସ୍ତା,୧୪।୮(ହରିଶଙ୍କର ପାଢ଼ୀ): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବାଲେଶ୍ବର ବସ୍ତାରେ ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ଜନଜୀବନ…

୮୭ବର୍ଷ ବୟସରେ ଈଶ୍ୱର ଚନ୍ଦ୍ରଙ୍କ ଦେହାନ୍ତ, ୭ଘଣ୍ଟା ପାଟଣାବଜାର ବନ୍ଦ

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡପାଟଣା ପଂଚାୟତ ଶିବ ନାରାୟଣ ପୁର ଶାସନର ବର୍ଷୀୟାନ ସାମାଜିକ କର୍ମୀ, ସଂଗଠକ ଈଶ୍ୱର ଚନ୍ଦ୍ର ଦାଶଙ୍କ…

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।…

ଏଗ୍ରିଷ୍ଟାକ୍‌ ଉଚ୍ଛେଦ ନେଇ ଲିଖିତ ନିର୍ଦ୍ଦେଶ ଦିଅ: ସରକାରଙ୍କଠାରେ ସଂଯୁକ୍ତ କୃଷକ ସଙ୍ଗଠନର ଦାବି

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ):ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ନୂଆଁ କଟକଣା ଆଣୁଛନ୍ତି। ଧାନ କିଣାବିକାରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟ ନେଇ ସେଭଳି…

ଥମିନି ବର୍ଷାର ପ୍ରକୋପ: ଆଜି ବି ସ୍ଥଗିତ ରହିଲା ସେକେଣ୍ଡ ସେମିଷ୍ଟାର ପରୀକ୍ଷା

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗୁରୁବାରରୁ ଲଗାତାର ବର୍ଷା ଯୋଗୁ ଗୁରୁତର ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ସମ୍ବଲପୁର…

ନନ୍ଦନକାନନକୁ ଆସିବେ ନୂଆ ଅତିଥି: ଆଫ୍ରିକାରୁ ଚିତା, ଅଷ୍ଟ୍ରେଲିଆରୁ ନାଲି କଙ୍ଗାରୁ

ବାରଙ୍ଗ,୧୪।୮(ଲିଙ୍ଗରାଜ ରାଉତ): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି। ଏଥିପାଇଁ ନନ୍ଦନକାନନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ପ୍ରତିଷ୍ଠା ଦିବସ ପୂର୍ବରୁ ନୂଆ ପ୍ରାଣୀମାନନ୍ତୁ…

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଝରିଗାଁ, ୧୪।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଚାରଡଙ୍ଗରିପଡା ଗ୍ରାମକୁ ରାସ୍ତା ନଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ…

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri