ଛତ୍ରପୁର,୨୦ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ହେଡ୍କ୍ୱାର୍ଟର ଛତ୍ରପୁର ସହରରେ ଘରଗୁଡ଼ିକୁ ପାଇପ୍ ଯୋଗେ ଯୋଗାଣ ହେଉଥିବା ପାନୀୟ ଜଳ ଗୋଳିଆ ଆସୁଥିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏସମ୍ପର୍କରେ ଲୋକମାନଙ୍କ ପକ୍ଷରୁ ଜନସ୍ବାସ୍ଥ୍ୟ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଗତ ୧୫ ଦିନ ହେଲା ଗୋଳି ପାଣି ଆସୁଥିବା ବେଳେ ମଙ୍ଗଳବାର ଡ୍ରେନ୍ ପାଣି ଭଳି ପାଣି ପାଇପ୍ ଯୋଗେ ଆସିଛି। ଉକ୍ତ ଦୁର୍ଗନ୍ଧ ଓ ଗୋଳିଆ ପାଣି ନେଇ ଲୋକେ ବାହାରକୁ ଆସି ଏହାର ପ୍ରତିବାଦ କରିଛନ୍ତି। ଛତ୍ରପୁର ଏନ୍ଏସି ଅଧୀନ ୧୦, ୧୧ ଓ ୧୩ ନମ୍ବର ଓ୍ବାର୍ଡରେ ଏହା ଦେଖିବାକୁ ମିଳିଛି। ଏସମ୍ପର୍କରେ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି। ଟ୍ୟାପ୍ ଯୋଗେ ଗୋଳିଆ ପାଣି ଆସୁଥିବାରୁ ପାନୀୟ ଜଳ ତ ଦୂରର କଥା ଗାଧୋଇବା ପାଇଁ ମଧ୍ୟ ବ୍ୟବହାର ହୋଇପାରୁନି। କୂଅ ପାଣି ଶୁଖିଗଲାଣି। ପୋଖରୀ କାମ ହେଉଥିବାରୁ ସେଠାରୁ ମଧ୍ୟ ପାଣି ଅଣାଯାଉନି। ବହୁ ଦୂର ଯାଇ ପାଣି ଆଣିବାକୁ ପଡୁଛି। ଏପରିକି ପାନୀୟ ପାଇଁ ପାଣି କିଣିବାକୁ ପଡୁଛି ବୋଲି ସାହି ବାସିନ୍ଦା କହିଛନ୍ତି। କେଉଁଠି ପାଇପ୍ ଫାଟିଛି ଏବଂ ସେଥିରେ ଡ୍ରେନ୍ ପାଣି ମିଶୁଥିବାରୁ ଏପରି ହେଉଥିବା ଅନୁମାନ କରାଯାଇଛି।
Posted inଆମ ଜିଲା ଖବର, ଗଞ୍ଜାମ View All

ଜିଲା ପରିଷଦ ସଭ୍ୟାଙ୍କ ସ୍ବାମୀଙ୍କୁ ଆକ୍ରମଣ, ଭାଜପା କର୍ମୀଙ୍କ ନାମରେ ଥାନାରେ ଏତଲା
ଆଳି,୧୧ା୨(ବନମାଳୀ ସେନାପତି) : ଆଳି ନିର୍ବାଚନମଣ୍ଡଳୀ ଏକ ନମ୍ବର ଜୋନ ଜିଲା ପରିଷଦ ସଭ୍ୟା କନକଲତା ବେହେରାଙ୍କ ସ୍ବାମୀ ତଥା ଆଳି ବ୍ଲକ ବିଜେଡି ଯୁବ...

ବିବାହର ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ , ଗର୍ଭପାତ ପାଇଁ ଚାପ ପକାଇ ବନ୍ଧାହେଲେ ପ୍ରେମିକ
ରାଜକନିକା,୧୧ା୨(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ଦିନକୁ ଦିନ ପ୍ରେମ ଓ ପ୍ରତାରଣା ମାମଲା ବଢ଼ିବାରେ ଲାଗିଛି। ଏ ନେଇ ଥାନା...

ଗାଁକୁ ପକ୍କା ରାସ୍ତାଟିଏ ନାହିଁ, ମୃତଦେହକୁ ୯ କି.ମି. କାନ୍ଧରେ ବୋହିଲେ ଗ୍ରାମବାସୀ
ଗଜପତି,୧୧ା୨(ଗିରିଧାରୀ ପରିଛା)- ଗଜପତି ଜିଲା ଗୁମ୍ମା ବ୍ଲକର ବାରୁସିଂ ଗ୍ରାମ ସରକାରଙ୍କ ଦୃଷ୍ଟି ଆଡୁଆଳରେ ରହିଛି। ଗ୍ରାମକୁ ପକ୍କା ରାସ୍ତା ନ ଥିବାରୁ ଗ୍ରାମବାସୀ ନାହିଁ...

କପାମଣ୍ଡି ମେଶିନରେ ଶ୍ରମିକଙ୍କ ହାତ କଟିଗଲା
ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି କପାମଣ୍ଡିରେ କାମ କରୁଥିବା ବେଳେ ମଙ୍ଗଳବାର ଜଣେ ଶ୍ରମିକଙ୍କ ଡ଼ାହାଣ ହାତ ପାପୁଲି କଟି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ...

କୋଳଶୂନ୍ୟ ହୋଇଗଲା ମାଆ: ପାଳ କୁଡ଼ିଆରେ ନିଆଁଲାଗି ୨ ଝିଅପୁଅ ଜୀବନ୍ତ ଦଗ୍ଧ
ଲାଞ୍ଜିଗଡ଼, ୧୧/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ ମଙ୍ଗଳବାର ସକାଳେ ଘଟିଛି ଏକ ଅଭାବନୀୟ ଘଟଣା I...

ଜାମଝୋରରେ ଲାଗିଲା ମାଓବାଦୀ ପୋଷ୍ଟର, ଅଞ୍ଚଳବାସୀ ଭୟଭୀତ
ବାଲିଗୁଡା,୧୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ)-କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଜାମଝୋର ରାସ୍ତା କଡ଼ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର। ଜାମଝୋର ଗାଁ ଛକ...

ଲାଞ୍ଜିଗଡରେ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କଲେ ଷୋଡ଼ଶ ଅର୍ଥ କମିଶନର ସଦସ୍ୟ ମନୋଜ ପଣ୍ଡା
ଲାଞ୍ଜିଗଡ଼,୧୧।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦୁଇ ଦିନିଆ ଗସ୍ତରେ ଭାରତ ସରକାରଙ୍କ ଷୋଡ଼ଶ ଅର୍ଥ କମିଶନର ସଦସ୍ୟ ମନୋଜ ପଣ୍ଡା ଆସିଥିବାବେଳେ ମଙ୍ଗଳବାର ଦ୍ଵିତୀୟ...

ପୁଣି ବିଜେଡିକୁ ଝଟ୍କା: ଭାଜପାରେ ମିଶିଲେ ୩ ୱାର୍ଡମେମ୍ବର
ଭଞ୍ଜନଗର,୧୧ା୨(ବାବୁଲା ପ୍ରଧାନ): ଭଞ୍ଜନଗର ବ୍ଲକ ଦୋମୁହାଣୀ ପଞ୍ଚୟତର ବିଜେଡି ସମର୍ଥିତ ୩ ଜଣ ୱାର୍ଡମେମ୍ବର ମଙ୍ଗଳବାର ଦଳ ଛାଡି ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ସେମାନେ...
Archives
