ରାସ୍ତା ଉପରେ ମୃତ୍ୟୁର କୂଅ

ବୁଗୁଡ଼ା,୨୦।୩(କାଳିଚରଣ ଦାଶ): ରାସ୍ତା ଉପରେ ମୃତ୍ୟୁର କୂଅ। ଠିକାଦାରଙ୍କ ବେପରୁଆ ରାସ୍ତା କାମ ଯାତ୍ରୀଙ୍କ ଜୀବନ ପ୍ରତି ସୃଷ୍ଟି କରିଛି ବିପଦ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା-ନୟାଗଡ ରାଜ୍ୟ ରାଜପଥର କରସିଙ୍ଗି ଛକରେ। ଏହି ଛକରେ ସିମେଣ୍ଟ କଙ୍କ୍ରିଟ୍‌ ରାସ୍ତା ନିର୍ମାଣ ଚାଲିଛି ହେଲେ ରାସ୍ତା ପାର୍ଶ୍ୱର ପାଣି ନିଷ୍କାସନ ପାଇଁ ହ୍ୟୁମ୍‌ ପାଇପ ପକାଯାଇ ସିମେଣ୍ଟ କଙ୍କ୍ରିଟ୍‌ ଳେଇ କରାଯାଇଛି। ତେବେ ହ୍ୟୁମ୍‌ ପାଇପ ଫାଙ୍କରେ କଙ୍କ୍ରିଟ୍‌ ପରିବର୍ତ୍ତେ ବାଲି ଅଖା ରଖିଦେଇ ତାହା ଉପରେ ସିମେଣ୍ଟ କଙ୍କ୍ରିଟ୍‌ ଢ଼ଳେଇ କରାଯାଇଥିଲା। ଏବେ ତା’ ଉପରେ ଗାଡିମଟର ଯିବା ଫଳରେ ସେହି ସ୍ଥାନ ଦବି ଯାଇଥିବା ବେଳେ ସେହି ପାର୍ଶ୍ୱରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି। ଗ୍ରାମବାସୀ ପାଟିତୁଣ୍ଡ କରିବା ପରେ ଉକ୍ତ ଗର୍ତ୍ତ ନିକଟରେ ଏବେ ସୂଚନା ବୋର୍ଡ ରଖାଯାଇଛି। କେବଳ ସେହି ସ୍ଥାନ ନୁହେଁ ବାଲିପଦର ଠାରୁ କରସିଂ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଏପରି ଅବସ୍ଥା ଦେଖିବାକୁ ମିଳୁଛି। ବୁଗୁଡ଼ା ବ୍ଲକର କରସିଙ୍ଗି ଠାରୁ ବାଲିପଦର ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ପାଇଁ ସରକାର ୪୨ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ କପିଳାସ ଇନଫ୍ରାସୋଲ ପ୍ରୋଜେକ୍ଟ ନାମକ ଏକ ଘରୋଇ ସଂସ୍ଥା ନେଇଛି। ତେବେ ଏହି ଘରୋଇ ସଂସ୍ଥା ସରକାରଙ୍କ ନିୟମକୁ ଫୁ କରି ନିମ୍ନମାନର କାର୍ଯ୍ୟ କରୁଥିବାରୁ କେଉଁଠି ସିମେଣ୍ଟ ଛାଡି ଗୁଡ଼ି ଉଠିଗଲାଣି ତ ଆଉ କେଉଁଠି ପିଚୁ ମଧ୍ୟ ଉଠିଗଲାଣି। ଅଦିନିଆ ବର୍ଷାରେ ରାସ୍ତା ଦବି ଆଣ୍ଠୁଏ ଖାଲ ହୋଇଗଲାଣି। ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଗାଡ଼ିମାଟର ଯାତାୟତ କରୁଥିବା ବେଳେ ରାସ୍ତାର ଏଭଳି ଶୋଚନୀୟ ଅବସ୍ଥା ଯୋଗୁଁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ସାଙ୍ଗକୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟି ଧନ ଜୀବନ ନଷ୍ଟ ହେଉଛି। ଏ ନେଇ ବାରମ୍ବାର ପ୍ରତିବାଦ କଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି। ଅନୁଦାନ ଅର୍ଥକୁ ହରିଲୁଟ କରୁଛି ଠିକାଦାର। ବିଭାଗୀୟ ଅଧିକାରୀ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଜନଅସନ୍ତୋଷ ଦେଖାଦେଇଛି। ଯଦିଓ ବିଭାଗୀୟ ଅଧିକାରୀ ଏଥିପ୍ରତି
ଦୃଷ୍ଟିଦେଇ କାର୍ଯ୍ୟର ତଦାରଖ କରନ୍ତେ ତେବେ ରାସ୍ତାର ଉପଯୁକ୍ତ ଭାବେ କାର୍ଯ୍ୟ ହେବା ସହିତ ଜନସାଧାରଣଙ୍କ ଗମନାଗମନ ସହଜ ହୋଇପାରନ୍ତା ବୋଲି
ଗ୍ରାମବାସୀ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?