ଅସରାଏ ବର୍ଷାରେ ବିଦ୍ୟାଳୟରେ ଖେଳୁଛି ପାଣି

ଡେରାବିଶ,୨୦।୩ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ଅଧୀନ କୁରୁଜଙ୍ଗାସ୍ଥିତ ଆଦର୍ଶ ବିଦ୍ୟାଳୟ ପାଇଁ ନବ ନିର୍ମିତ ଗୃହ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡି ରହିଛି। କେନ୍ଦ୍ରାପଡା ପୂର୍ତ୍ତ ବିଭାଗର ବେପରୁଆ ନୀତି ଯୋଗୁ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ଘୋର ଦୁର୍ଦ୍ଦଶା ମଧ୍ୟରେ ଗତି କରୁଥିବା ଜଣାଯାଇଛି। ଅସରାଏ ବର୍ଷାରେ ବିଦ୍ୟାଳୟ କାର୍ଯ୍ୟାଳୟ ଭିତରେ ପାଣି ପଶି ଲହଡି ଭାଙ୍ଗୁଛି। ପ୍ରଶାସନିକ ଏଭଳି ସ୍ଥାଣୁତା ଓ ବିଭାଗୀୟ ଦାୟିତ୍ୱ ହୀନତା ନେଇ ଛାତ୍ରୀଛାତ୍ର ଓ ଅବିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
୨୦୨୨ରୁ ଏହି ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ତତ୍ତ୍ୱାଧାନରେ ୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ହେଉଛି। ଅବଧି ଶେଷ ହେବାର ବର୍ଷାଧିକ ପରେ ମଧ୍ୟ କାର୍ଯ୍ୟ ହୋଇପାରୁନାହିଁ। ଶ୍ରେଣୀ ଗୃହ ପାଇଁ ୪ଟି ଓ କାର୍ଯ୍ୟାଳୟ ସହ କମନ୍‌ରୁମ୍‌ ପାଇଁ ଗୋଟିଏ ଗୃହକୁ ମିଶାଇ ସମୁଦାୟ ୯ଟି ରୁମ୍‌ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ମାତ୍ର ଏହି ନବ ନିର୍ମିତ ଗୃହର ସିଡି ଘର କାର୍ଯ୍ୟ ଠିକା ସଂସ୍ଥା ପକ୍ଷରୁ କରା ନ ଯାଇ ଖୋଲା ଛାଡି ଦିଆଯାଇଛି। ସୋମବାର ରାତିରୁ ବର୍ଷା ଲାଗି ରହିଥିବାରୁ ଖୋଲା ରହିଥିବା ଶିଡି ଘର ବାଟ ଦେଇ ବର୍ଷା ପାଣି ଆସି ବିଦ୍ୟାଳୟ କାର୍ଯ୍ୟାଳୟ କୋଠରୀରେ ପଶିଥିବା ଦେଖାଯାଇଛି। ଏହି ବର୍ଷା ପାଣିକୁ ଅଟକାଇବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ବାଲି ବନ୍ଧ ପକାଇ ତା ଉପରେ ଇଟା ଥୋଇ ଥିବା ଦେଖିବାକୁ ମିଳିଛି। ଆଗାମୀ ୨ଦିନ ଯାଏ ବର୍ଷା ଲାଗି ରହିବ ବୋଲି ପାଣି ପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରୀଛାତ୍ରମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ସେହିପରି ଏହି ବର୍ଷା ଯୋଗୁ ଅଧାପାନ୍ତରିଆ ଅବସ୍ଥାରେ ଥିବା ବିଦ୍ୟାଳୟ ପରିସର ଏବେ କର୍ଦ୍ଧମାକ୍ତ ହୋଇ ଉଠିଛି। ଫଳରେ ବିଦ୍ୟାଳୟକୁ ଆସୁଥିବା ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକ ଏବଂ କର୍ମଚାରୀମାନେ କାଦୁଅରେ ଘାଣ୍ଟି ହୋଇ ଅସୁବିଧାର ସମ୍ମୁଖିନ ହେବାରେ ଲାଗିଛନ୍ତି। ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବା ଏହି ବିଦ୍ୟାଳୟରେ ଆମ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ଲାଗିଛି ବୋଲି ଛାତ୍ର ଅବିଭାବକ ଯଶୋବନ୍ତ ପ୍ରଧାନ କହିଛନ୍ତି। ବାରମ୍ବାର ଏହି ବିଦ୍ୟାଳୟର ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ଜିଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବା ଅବିଭାବକମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଜ୍ୟୋତିରଞ୍ଜନ ପତିଙ୍କୁ ପଚାରିବାରେ ସିଡି ଘରର ଛାତ ତୁରନ୍ତ ପକାଇବା ପାଇଁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କୌଣସି କୋଠରୀ ମଧ୍ୟକୁ ବର୍ଷା ପାଣି ଯେମିତି ନ ପଶେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri