ଅସରାଏ ବର୍ଷାରେ ବିଦ୍ୟାଳୟରେ ଖେଳୁଛି ପାଣି

ଡେରାବିଶ,୨୦।୩ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ଅଧୀନ କୁରୁଜଙ୍ଗାସ୍ଥିତ ଆଦର୍ଶ ବିଦ୍ୟାଳୟ ପାଇଁ ନବ ନିର୍ମିତ ଗୃହ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡି ରହିଛି। କେନ୍ଦ୍ରାପଡା ପୂର୍ତ୍ତ ବିଭାଗର ବେପରୁଆ ନୀତି ଯୋଗୁ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ଘୋର ଦୁର୍ଦ୍ଦଶା ମଧ୍ୟରେ ଗତି କରୁଥିବା ଜଣାଯାଇଛି। ଅସରାଏ ବର୍ଷାରେ ବିଦ୍ୟାଳୟ କାର୍ଯ୍ୟାଳୟ ଭିତରେ ପାଣି ପଶି ଲହଡି ଭାଙ୍ଗୁଛି। ପ୍ରଶାସନିକ ଏଭଳି ସ୍ଥାଣୁତା ଓ ବିଭାଗୀୟ ଦାୟିତ୍ୱ ହୀନତା ନେଇ ଛାତ୍ରୀଛାତ୍ର ଓ ଅବିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
୨୦୨୨ରୁ ଏହି ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ତତ୍ତ୍ୱାଧାନରେ ୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ହେଉଛି। ଅବଧି ଶେଷ ହେବାର ବର୍ଷାଧିକ ପରେ ମଧ୍ୟ କାର୍ଯ୍ୟ ହୋଇପାରୁନାହିଁ। ଶ୍ରେଣୀ ଗୃହ ପାଇଁ ୪ଟି ଓ କାର୍ଯ୍ୟାଳୟ ସହ କମନ୍‌ରୁମ୍‌ ପାଇଁ ଗୋଟିଏ ଗୃହକୁ ମିଶାଇ ସମୁଦାୟ ୯ଟି ରୁମ୍‌ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ମାତ୍ର ଏହି ନବ ନିର୍ମିତ ଗୃହର ସିଡି ଘର କାର୍ଯ୍ୟ ଠିକା ସଂସ୍ଥା ପକ୍ଷରୁ କରା ନ ଯାଇ ଖୋଲା ଛାଡି ଦିଆଯାଇଛି। ସୋମବାର ରାତିରୁ ବର୍ଷା ଲାଗି ରହିଥିବାରୁ ଖୋଲା ରହିଥିବା ଶିଡି ଘର ବାଟ ଦେଇ ବର୍ଷା ପାଣି ଆସି ବିଦ୍ୟାଳୟ କାର୍ଯ୍ୟାଳୟ କୋଠରୀରେ ପଶିଥିବା ଦେଖାଯାଇଛି। ଏହି ବର୍ଷା ପାଣିକୁ ଅଟକାଇବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ବାଲି ବନ୍ଧ ପକାଇ ତା ଉପରେ ଇଟା ଥୋଇ ଥିବା ଦେଖିବାକୁ ମିଳିଛି। ଆଗାମୀ ୨ଦିନ ଯାଏ ବର୍ଷା ଲାଗି ରହିବ ବୋଲି ପାଣି ପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରୀଛାତ୍ରମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ସେହିପରି ଏହି ବର୍ଷା ଯୋଗୁ ଅଧାପାନ୍ତରିଆ ଅବସ୍ଥାରେ ଥିବା ବିଦ୍ୟାଳୟ ପରିସର ଏବେ କର୍ଦ୍ଧମାକ୍ତ ହୋଇ ଉଠିଛି। ଫଳରେ ବିଦ୍ୟାଳୟକୁ ଆସୁଥିବା ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକ ଏବଂ କର୍ମଚାରୀମାନେ କାଦୁଅରେ ଘାଣ୍ଟି ହୋଇ ଅସୁବିଧାର ସମ୍ମୁଖିନ ହେବାରେ ଲାଗିଛନ୍ତି। ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବା ଏହି ବିଦ୍ୟାଳୟରେ ଆମ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ଲାଗିଛି ବୋଲି ଛାତ୍ର ଅବିଭାବକ ଯଶୋବନ୍ତ ପ୍ରଧାନ କହିଛନ୍ତି। ବାରମ୍ବାର ଏହି ବିଦ୍ୟାଳୟର ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ଜିଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବା ଅବିଭାବକମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଜ୍ୟୋତିରଞ୍ଜନ ପତିଙ୍କୁ ପଚାରିବାରେ ସିଡି ଘରର ଛାତ ତୁରନ୍ତ ପକାଇବା ପାଇଁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କୌଣସି କୋଠରୀ ମଧ୍ୟକୁ ବର୍ଷା ପାଣି ଯେମିତି ନ ପଶେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢିପାରେ ୨୦ ଟିଏମସି ବିଦ୍ରୋହୀଙ୍କ ସମସ୍ୟା! ବଡ଼ ନିଷ୍ପତ୍ତି ନେଲେ ଦିଦି

କୋଲକାତା,୧୪।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦ ଜଣ ବିଦ୍ରୋହୀ ଲୋକ ସଭା ସାଂସଦଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି।…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର କହିଲେ…..

ନୂଆଦିଲ୍ଲୀ,୧୪।୮: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ…

ଅଗଷ୍ଟ ୧୫ରୁୁ ୪ ରାଶିଙ୍କ ଫିଟିବ ଭାଗ୍ୟ! ବୁଧ କରିବେ ବମ୍ପର ଲାଭ…

ବୁଧ ଗ୍ରହ ନିଜ ନକ୍ଷତ୍ର ‘ଅଶ୍ଲେଷା’ରେ ପ୍ରବେଶ କରିବେ। ନିଜ ନକ୍ଷତ୍ରରେ ପ୍ରବେଶ କରୁଥିବାରୁ ଏହା ଅନେକ ଗୁଣା ଲାଭଦାୟକ ପ୍ରମାଣିତ ହେବ। ଏହାର ସକାରାତ୍ମକ ପ୍ରଭାବ…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ଅଗଷ୍ଟ ୧୫ରେ କ’ଣ ଖୋଲା କ’ଣ ବନ୍ଦ? ଘରୁ ବାହାରିବା ପୂର୍ୱରୁ ଜାଣି ନିଅନ୍ତୁ ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୧୪।୮: ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସରେ ସମଗ୍ର ଭାରତ ସ୍ୱାଧୀନତା ଉତ୍ସବ ପାଳନ କରିବ। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ନିରାପତ୍ତା ପାଇଁ ନିୟମରେ କେତେକ…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

BCIକୁ CJIଙ୍କ ପରାମର୍ଶ: ‘ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ; ମୁଁ ଛାତ୍ର ଥିବାବେଳେ ମଧ୍ୟ ସକ୍ରିୟ ଥିଲି’

ନୂଆଦିଲ୍ଲୀ,୧୪।୮: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଯଦି NALSAR ଛାତ୍ରମାନେ ତାଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି, ତେବେ ବାର କାଉନସିଲ ଅଫ ଇଣ୍ଡିଆ (BCI)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri