ପ୍ରଚାର ମଇଦାନରେ ଧର୍ମେନ୍ଦ୍ର-ବବି, ନା ନ ନେଇ କଲେ ଟାର୍ଗେଟ

ସମ୍ବଲପୁର,୫।୪: ଓଡ଼ିଶା ରାଜନୀତିର ହଟସ୍ପଟ ପାଲଟିଥିବା ସମ୍ବଲପୁରରେ ଆରମ୍ଭ ହେଲା ଲଢ଼େଇ। ଭୋଟ ପାଇଁ ମଇଦାନରେ ଦୁଇ ହେଭିୱେଟ। ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ(ବବି ଦାସ) ଓ ଭାଜପାର ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ମଦନମୋହନ ଜୀଉଙ୍କ ଆଶୀର୍ବାଦ ନେଇ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ‘ମୋଦି ବିଜୟ ପ୍ରଚାର’ର ଶୁଭାରମ୍ଭ କରିଛନ୍ତି ଧର୍ମେନ୍ଦ୍ର । ସେହିପରି ଦେବଗଡ ଅଧିଷ୍ଠାତ୍ରୀ ମାଆ ପ୍ରଧାନପାଟେଶ୍ୱରୀଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଣବ ।

ବିରାଟ ପଟୁଆର ସହ ଶହ ଶହ କର୍ମୀ ନେଇ ଦୁଇ ହେଭିଓ୍ବେଟ ନେତା ପ୍ରଚାର [ଆରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ପୁରୁଣାଗଡରୁ ଆରମ୍ଭ କରିଛନ୍ତି ପ୍ରଚାର। କେନ୍ଦ୍ରମନ୍ତ୍ରୀଙ୍କୁ ପାଛୋଟି ନେଇଛନ୍ତି ସ୍ଥାନୀୟ ସମର୍ଥକ ଓ କର୍ମୀ। ଶ୍ରୀ ମଦନମୋହନ ଜୀଉଙ୍କ ଆଶୀର୍ବାଦ ନେଇ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ‘ମୋଦି ବିଜୟ ପ୍ରଚାର’ର ଶୁଭାରମ୍ଭ କରିଛନ୍ତି। ଭୋଟ ଅଭିଯାନ ଆରମ୍ଭ କରି ଧର୍ମେନ୍ଦ୍ର କହିଛନ୍ତି, ପୁରୁଣାଗଡ ସ୍ବାଭିମାନ, ବଳିଦାନ, ସମର୍ପଣ ଓ ଆଧ୍ୟାତ୍ମିକତାର ପବିତ୍ର ଭୂମି। ଏଭଳି କ୍ଷେତ୍ରରେ ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀ ମଦନମୋହନ ଜୀଉ ମନ୍ଦିରରେ ଦର୍ଶନ କରିବା ତାଙ୍କର ସୌଭାଗ୍ୟ ବୋଲି କହିଛନ୍ତି। ଏହି ବଳିଦାନ ଓ ସଂଗ୍ରାମୀ ଭୂମିରୁ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ‘ମୋଦି ବିଜୟ ପ୍ରଚାର’ ଅଭିଯାନ ଆରମ୍ଭ କରିବା ଗୌରବର ବିଷୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ପ୍ରଚାର ଆରମ୍ଭ କରିଛନ୍ତି ବବି ଦାସ। ପ୍ରଥମେ ଦେବଗଡ ଅଧିଷ୍ଠାତ୍ରୀ ମାଆ ପ୍ରଧାନପାଟେଶ୍ୱରୀଙ୍କ ଆଶୀର୍ବାଦ ନେଇଛନ୍ତି ପ୍ରଣବ। ତେବେ କୌଣସ ନେତାଙ୍କ ନାଁ ନନେଇ ଭାଜପାକୁ ଟାର୍ଗେଟ କରିଛନ୍ତି ପ୍ରଣବ। କହିଛନ୍ତି, ଯାହାଙ୍କୁ ନିର୍ବାଚିତ କରିଥିଲେ, କେବେ ବି ସ୍ବର ଉଠାଇ ନାହାଁନ୍ତି। ତେଣୁ ଏବେ ଜବାବ ଦେବାର ସମୟ ଆସିଛି । ୨୪ ନିର୍ବାଚନରେ ବଡ ଫାଇଟ ଦେଖିବ ଓଡିଶା।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri