ରାଜ୍ୟସଭା ପ୍ରାର୍ଥୀ ହେବା ପରେ କ’ଣ କହିଲେ ଦେବାଶିଷ
କଟକ,୧୩।୨: ରାଜ୍ୟସଭା ପ୍ରାର୍ଥୀ ହେବା ପରେ ବିଜେଡି ନେତା ଦେବାଶିଷ ସାମନ୍ତରାର ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଏହା ମୋ ପାଇଁ ସରପ୍ରାଇଜ ଥିଲା’। ନବୀନ ବାବୁ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତି। ରାଜ୍ୟସଭା ଭଳି ବାରାଟୀ କଟକ ଆସନ…
ଏସବୁ ଜିଲାକୁ ପ୍ରଥମେ ପଠଗଲା ମାଟ୍ରିକ ପ୍ରଶ୍ନପତ୍ର, ଜାଣନ୍ତୁ ଆପଙ୍କ ଜିଲା ଅଛିକି ନାହିଁ
କଟକ,୧୩।୨: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବୃଆରୀ ୨୦ ତାରିଖରେ ହେବ । ଏନେଇ ସୋମବାରଠାରୁ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରୁ ୭ ଜିଲାକୁ ପଠାଯାଇଛି। ଏହି ସବୁ ଜିଲା ଗୁଡ଼ିକ ହେଲା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, କୋରାପୁଟ, ନୂଆପଡ଼ା ଏବଂ…
ଟିକେଟକୁ ନେଇ ଚର୍ଚ୍ଚାରେ ଅରିନ୍ଦମ
କଟକ, ୧୩ା୨(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୀତିରେ ନୂଆ ପରୀକ୍ଷଣ ହେଉଛି। ଏଭଳି ଘଟଣା ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି। ପୂର୍ବତନ ବିଧାୟକ ତଥା ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟ ଆଗାମୀ ନିର୍ବାଚନ ନିମନ୍ତେ ବିଧାୟକ…
ଦଳୀୟ କନ୍ଦଳ ସଭିଙ୍କୁ ଅଡ଼ୁଆ
ବରଗଡ଼,୧୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରମୁଖ ୩ ଦଳ ବିଜେଡି, ଭାଜପା ଓ କଂଗ୍ରେସରୁ ଆଶାୟୀମାନେ ଟିକେଟ ପାଇବା ପାଇଁ ନିଜସ୍ବ ଢଙ୍ଗରେ ପ୍ରୟାସ କରୁଛନ୍ତି। ଏଠାରେ ବିଧାୟକ ଅଛନ୍ତି ବିଜେଡିର ଦେବେଶ ଆଚାର୍ଯ୍ୟ। ଅଦ୍ୟାବଧି ଭାଜପା…
କଚ୍ଛପ ଗତିରେ ଚାଲିଛି ନିର୍ମାଣ କାର୍ଯ୍ୟ
ରଘୁନାଥପୁର,୧୩।୨(ରାଜେନ୍ଦ୍ର ନାରାୟଣ ସିଂହ):ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳ ଜନତାଙ୍କ ଯାତାୟାତ ସୁବିଧା ପାଇଁ ରାସ୍ତାଘାଟର ନବୀକରଣ କାର୍ଯ୍ୟ କରାଯାଉଛି। ମାତ୍ର ଅନେକ ସ୍ଥାନରେ ଟେଣ୍ଡର ପ୍ରାପ୍ତ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ଲୋକେ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରଘୁନାଥପୁର…
ପାରାଦୀପ ବତିଘର ପାଲଟିବ ପର୍ଯ୍ୟଟନ ସ୍ଥଳ
ପାରାଦୀପ,୧୩।୨(ଶରତ ରାଉତ):ଜଗତ୍ସିଂହପୁର ଜିଲା ପାରାଦୀପ ବନ୍ଦର ସହରର ପ୍ରତୀକ ହେଉଛି ସମୁଦ୍ର କୂଳରେ ଥିବା ବତିଘର (ଲାଇଟ ହାଉସ)। ୩୬ ବର୍ଷ ହେଲା ଏହି ବତିଘର ସାମୁଦ୍ରିକ ନାଭିଗେସନ କ୍ଷେତ୍ରରେ କାମରେ ଲାଗୁଛି। ଏବେ ସୂଚନା ପ୍ରଯୁକ୍ତି ବିଦ୍ୟା ସଫଳତା ପରେ…
୧୯ରେ ଗଣ ସତ୍ୟାଗ୍ରହ ନିଷ୍ପତ୍ତି
ଯାଜପୁର ଟାଉନ,୧୩ା୨(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) :ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ଆସନ୍ତା ୧୯ରେ ଗଣସତ୍ୟାଗ୍ରହ କରାଯିବ ବୋଲି ସୂଚନା ଦିଆଯାଇଛି ା ୨୦୧୩ ପୂର୍ବରୁ ବିଭିନ୍ନ ଚିଟ୍ଫଣ୍ଡ କମ୍ପାନୀ ଲୋକମାନଙ୍କଠାରୁ ଅନେକ କୋଟି ଟଙ୍କା ନେଇ ଫେରସ୍ତ…
ପୁନଃ ଟେଣ୍ଡର କରି ଶୀଘ୍ର କାମ ଶେଷ କର
ଯାଜପୁର,୧୩ା୨(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳର ମାଙ୍କଡ଼ିଆ ସମ୍ପ୍ରଦାୟ ଜନଜାତିଙ୍କ ପାଇଁ ନିର୍ମାଣାଧୀନ ବସତି କଲୋନୀରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ଉପରେ ଲୋକାୟୁକ୍ତଙ୍କ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଭିଜିଲାନ୍ସ ତଦନ୍ତ ରିପୋର୍ଟକୁ ଆଧାର କରି ତୁରନ୍ତ ପୁନଃ ଟେଣ୍ଡର…
ସାକ୍ଷରତା ଅନୁସାରେ ନିଯୁକ୍ତି ନାହିଁ
କେନ୍ଦ୍ରାପଡ଼ା, ୧୩ା୨ (ଜଗନ୍ନାଥ ଧଳ):ରାଜ୍ୟର ଅନ୍ୟ ଜିଲା ତୁଳନାରେ କେନ୍ଦ୍ରାପଡ଼ାରେ ସାକ୍ଷରଙ୍କ ସଂଖ୍ୟା କମ୍ ନୁହେଁ। ଏଠାରେ ୮୫.୯୩ ପ୍ରତିଶତ ସାକ୍ଷର। ୫୭ହଜାରରୁ ଅଧିକ ସ୍ନାତକ ଓ ତାହାଠାରୁ ଉପର ଡିଗ୍ରୀଧାରୀ ଜିଲା କର୍ମନିୟୋଜନ କେନ୍ଦ୍ରରେ ନାମ ପଞ୍ଜୀକରଣ କରିଛନ୍ତି। ସେହିପରି…
ସୁଦୃଢ଼ କଂକ୍ରିଟ ରାସ୍ତା ଉପରେ କଂକ୍ରିଟ
ଯାଜପୁର,୧୩ା୨(ହର୍ଷବର୍ଦ୍ଧନ ବେହେରା):ଖଣି ପ୍ରଭାବିତ ଅଞ୍ଚଳ ଏବଂ ଅଞ୍ଚଳବାସୀଙ୍କ ବିକାଶ ପାଇଁ ଡିଏମ୍ଏଫ୍(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠି ଗଠିତ ହୋଇଛି। ଖଣିରୁ ଆଦାୟ ହେଉଥିବା ରାଜସ୍ବର ୩୦ ପ୍ରତିଶତ ଅର୍ଥକୁ ନେଇ ୨୦୨୩ ଜୁଲାଇ ସୁଦ୍ଧା ଯାଜପୁର ଜିଲାରେ ୧୮୯୭.୮୭ କୋଟି ଟଙ୍କା…
ବାଟ ଓଗାଳିଲା ବାଘ
ବାରିପଦା,୧୩ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏକ କଲରାପତରିଆ ବାଘ ପର୍ଯ୍ୟଟକଙ୍କ ବାଟ ଓଗାଳିବା ଚର୍ଚ୍ଚାର ବିଷୟ ହୋଇଛି। ପର୍ଯ୍ୟଟକଙ୍କ ଗାଡ଼ି ଆଗରେ ବାଘଟି ଅଧ ଘଣ୍ଟା ଘୂରି ବୁଲିବା ଓ ପରେ ବାର୍ହା ଶିକାର ପାଇଁ ଦୌଡିବା ବେଳର…
ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ
ଭୁବନେଶ୍ୱର,୧୨।୨(ଶର୍ମିଷ୍ଠା ପାଣିଗ୍ରାହୀ): ବରିଷ୍ଠ ଅଭିନେତା ଚକ୍ରଧର ଜେନାଙ୍କ ସୋମବାର ସାରେ ପରଲୋକ ହୋଇଯାଇଛି। ସେ କିଛିଦିନ ହେଲା ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଚିକିସ୍ଥିତ ହେଉଥିଲେ। ଶରୀରର ବିଭିନ୍ନ ଅଙ୍ଗ ଅକାମି ଲାଗି ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ…

