ଭାଜପାରେ ରମେଶ, ସ୍ବାଗତ କଲେ ଧର୍ମେନ୍ଦ୍ର

ଛେଣ୍ଡିପଦା,୬ା୪ (ଅଜିତ ଧଳ): ବିଜେଡି ଛାଡ଼ିବାର ୨୪ ଘଣ୍ଟା ନ ପୂରୁଣୁ ଅନୁଗୋଳ ଜିଲା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଅନୁଗୋଳ ଜିଲା କତଡାଠାରେ ଅନୁଷ୍ଠିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରୀୟ ପିନ୍ଧାଇ ବିଧାୟକ ରମେଶଙ୍କୁ ଦଳକୁ ସ୍ବାଗତ କରିଥିଲେ। ଏହି ମିଶ୍ରଣ ପର୍ବ ଆଠମଲ୍ଲିକ, ଅନୁଗୋଳ ସମେତ ଓଡ଼ିଶାରେ ଭାଜପା ସାଙ୍ଗଠନିକ ସ୍ଥିତିକୁ ଅଧିକ ମଜଭୁତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଆଠମଲ୍ଲିକର ତୃଣମୂଳସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଭେଟି ନିର୍ବାଚନୀ ପ୍ରଚାର ଉପରେ ବିଚାରବିମର୍ଶ କରିଥିଲେ। ଅଇଡା, ମାଧପୁର, ନାକଚି, ଠାକୁରଗଡ, ବଇଣ୍ଡା, ଆଠମଲ୍ଲିକ ଏନଏସି, କିଶୋରନଗର ଓ ସାତକୋଶିଆ ମଣ୍ଡଳର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଏଥିସହ କେନ୍ଦ୍ରମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱ ଓ ରାଜନୈତିକ ଇଚ୍ଛାଶକ୍ତିକୁ ସ୍ବୀକାର କରି ଦଳରେ ଯୋଗଦେଇଥିବାରୁ ବିଧାୟକ ସାଏଙ୍କୁ ଧନ୍ୟବାଦ। ଆଠମଲ୍ଲିକ ସ୍ବାଭିମାନ, ଗଡ଼ଜାତ ଓ ଚଷାଚାଷୀଙ୍କ ଅଞ୍ଚଳ। ଆଠମଲ୍ଲିକ ଓଡ଼ିଆ ଅସ୍ମିତାର ପ୍ରୟୋଗଶାଳା ହୋଇଛି। ଏଠାରେ ୫ ଜଣଙ୍କ ପକେଟ ଗରମ କରିବା ପାଇଁ ନୁହେଁ ବରଂ ଆଞ୍ଚଳିକ ବିକାଶ ନିର୍ବାଚନର ପ୍ରସଙ୍ଗ ହୋଇଛି। ଠିକାଦାରରାଜ ନୁହେଁ ବରଂ ଲୋକରାଜ କରିବା ଭାଜପାର ସଂକଳ୍ପ। ଆଠମଲ୍ଲିକ ଓ ଅନୁଗୋଳ ସମେତ ଓଡ଼ିଶା ତଥା ଦେଶର କୋଣ ଅନୁକୋଣରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଜନତାଙ୍କ ଆସ୍ଥା ବଢ଼ିଛି। ୬ ତାରିଖ ଶନିବାର ଭାଜପାର ପ୍ରତିଷ୍ଠା ଦିବସକୁ ଘରେ ଘରେ ଭାଜପା ପତକା ଲଗାଇ ପାଳନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ବିଧାୟକ ରମେଶଙ୍କ ସହ ଆଠମଲ୍ଲିକର ପୂର୍ବତନ ବ୍ଲକ ବିଜେଡି ସଭାପତି ବୃନ୍ଦାବନ ସାହୁ, ପୂର୍ବତନ ଜିଲା ପରିଷଦ ସଦସ୍ୟ ଯୁଧିଷ୍ଟିର ସିଂହ, ତିମିର ନାୟକ, ଚୌଧୁରୀ ସାଏ, କୁଶ ନାୟକ, ପ୍ରଦୀପ ବୀର, ସୁବାସ ନାୟକ, ଲିଙ୍ଗରାଜ ସାହୁ, ଲକ୍ଷ୍ମଣ ବେହେରା, ପ୍ରଶାନ୍ତ ପ୍ରଧାନଙ୍କ ସମେତ ବିଜେଡିର ବହୁ କର୍ମୀ ଭାଜପାରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ଭାଜପା ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?