ପୋଲିସ କବ୍‌ଜାରେ ଆନ୍ତଃ ଜିଲା ଜୁଆଡ଼ି ଗ୍ୟାଙ୍ଗ

ବ୍ରଜରାଜନଗର,୫ା୪(ବିଜୟ ବରାଡ଼)- ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଗାନ୍ଧୀ ଛକ ଫାଣ୍ଡି ଅନ୍ତର୍ଗତ ମଧୁପୁର ଜଙ୍ଗଲରୁ ଗୁରୁବାର ରାତିରେ ପୋଲିସ ଏକ ଆନ୍ତଃ ଜିଲା ଜୁଆଡ଼ି ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି। ଏଥିରେ ସମ୍ପୃକ୍ତ ୧୫ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ୮ ଚାରିଚକିଆ ଯାନ, ୧୮ ବାଇକ୍‌ ଓ ନଗଦ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁରର ଝସକେତନ ପଟେଲ (୪୫), ମହାଦେବ ବେହେରା (୫୬), ନିରଞ୍ଜନ ଟପ (୪୨), ସୋନପୁରର ବାଳକ ମାଝି (୪୬), ଛତିଶଗଡ଼ର ନୀଳକଣ୍ଠ ସିଂ, ରାଉରକେଲାର ଏମ୍‌ଡି ସମସଦ (୪୨), ବାମରାର ଅଭିଳାଷ ସାହୁ (୪୨), ସୁନ୍ଦରଗଡ଼ର ଏମ୍‌ଡି ଜାହାଙ୍ଗୀର (୪୨), କୃପାନିଧି ମହାନନ୍ଦିଆ (୩୦), ପବିତ୍ର ସାହା (୫୪), କୋଲାବିରାର ଘନଶ୍ୟାମ ସାହୁ (୫୮), କୁଦପାଲିର ରାକେଶ ଡିଲା, ଚାନ୍ଦନୀମାଲର ନିମାଇଁ ପ୍ରଧାନ (୪୦), ବରଗଡ଼ର ଶ୍ରୀନିବାସ ପ୍ରଧାନ (୩୭) ଓ ମୀନକେତନ ତାଣ୍ଡକାର (୪୨)।
ବ୍ରଜରାଜନଗର ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନଙ୍କ ସୂଚନା ଅନୁଯାୟୀ, ଗୌରମାଳ ପଞ୍ଚାୟତର ମଧୁପୁର ଜଙ୍ଗଲକୁ ସୁରକ୍ଷିତ ସ୍ଥାନ ଭାବି ଉପରୋକ୍ତ ଅଞ୍ଚଳର ବ୍ୟବସାୟୀମାନେ ଦୀର୍ଘଦିନ ଧରି ଜୁଆ ଖେଳ ଚଳାଇଥିଲେ। ବିଶେଷ ସୂତ୍ରରୁ ଖବର ମିଳିବା ପରେ ଓରିଏଣ୍ଟ ଥାନା ଓ ବ୍ରଜରାଜନଗର ଥାନା ପୋଲିସ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ କାର୍‌, ବାଇକ୍‌ ସହ ନଗଦ ୨,୨୫,୦୦୦ ଟଙ୍କା ଜବତ କରାଯାଇଛି। ସମସ୍ତଙ୍କୁ ଥାନାକୁ ଆଣି ୪୧ ବେଲବଣ୍ଡରେ ଛଡ଼ାଯାଇଥିବା ଏସ୍‌ଡିପିଓ ପ୍ରଧାନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri