ଝୁଲୁଥିବା ଆସନରେ ନେତା ନିରାଶ, କର୍ମୀ ନୀରବ

ଯାଜପୁର,୬ା୪(ହର୍ଷବର୍ଦ୍ଧନ ବେହେରା): ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ଘୋଷଣା ହୋଇଛି। ଏହାପରେ ବି ଯାଜପୁର ଜିଲାର କୋରେଇ, ବରୀ ଓ ବଡ଼ଚଣା ବିଧାନସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଝୁଲି ରହିଛି। ଆଗଧାଡ଼ିର କେତେଜଣ ନେତା ଓ ତାଙ୍କ ପରିବାର ସଦସ୍ୟା/ସଦସ୍ୟଙ୍କ ଏହି ୩ ଆସନ ଉପରେ ନଜର ରହିଛି। କୋରେଇ ଓ ବଡ଼ଚଣାରେ ଭାଜପା ପ୍ରାର୍ଥୀ ପ୍ରଚାର ଆରମ୍ଭ କରିଦେଇଥିବାବେଳେ ବିଜେଡି ଟିକେଟ୍‌ ପାଇଁ ଆଶାୟୀ ଥିବା ନେତା ନିରାଶ ହୋଇଛନ୍ତି। ଏପରି କି ସେମାନଙ୍କ ସମର୍ଥକମାନେ ମଧ୍ୟ ନୀରବୀ ଯାଇଛନ୍ତି।
କୋରେଇ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଘୋଷଣାକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ସ୍ତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଏହି ଆସନ ପାଇଁ ଲବି ଜୋର କରି ଦେଇଛନ୍ତି। ଏହାସହ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ପରିବାରର ସଦସ୍ୟ ଏଠାରେ ନିର୍ବାଚନ ଲଢନ୍ତୁ ବୋଲି କେତେଜଣ ସମର୍ଥକ ଦାବି କରୁଛନ୍ତି। ଏହିକ୍ରମରେ ଝିଲ୍ଲିକ କିମ୍ବା ଦାସ ପରିବାରର ଲୋକ ପ୍ରାର୍ଥୀ ହେଲେ ପରିବାରବାଦ ରାଜନୀତି ପୁଣି ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି। ଅନ୍ୟମାନଙ୍କ ମଧ୍ୟରେ ଏଠାରେ ଜିଲା ବିଜେଡି ସଭାନେତ୍ରୀ ସବିତା ରାଉତ, ବିଧାୟକ ଅଶୋକ ବଳ, ପୂର୍ବତନ ପୌରାଧ୍ୟକ୍ଷ ରସାନନ୍ଦ ମହାନ୍ତି, ଲିପା ସାହୁ ପ୍ରମୁଖ ଆଶାୟୀ ଅଛନ୍ତି।
ବରୀ ନିର୍ବାଚନମଣ୍ଡଳୀରେ ଗତ ନିର୍ବାଚନରେ ଭାଜପାରୁ ଆସି ସୁନନ୍ଦା ଦାସ ବିଜେଡି ଟିକେଟରେ ବିଧାୟିକା ହୋଇଥିଲେ। ଲୋକ ସମ୍ପର୍କ ଏବଂ ବିଭିନ୍ନ ଉନ୍ନୟନ ଯୋଜନା କାର୍ଯ୍ୟକାରିତା ପାଇଁ ସେ ଟିକେଟ ପାଇବା ଦୌଡ଼ରେ ବହୁ ଆଗରେ ଥିବା ତାଙ୍କ ସମର୍ଥକମାନେ କହୁଛନ୍ତି। ସେହିପରି ଏଠାରେ ଗତ ନିର୍ବାଚନରେ ଭାଜପା ଟିକେଟରେ ଲଢ଼ି ପ୍ରାୟ ୪ ହଜାର ଭୋଟ ବ୍ୟବଧାନରେ ହାରିଥିବା ବିଶ୍ୱରଞ୍ଜନ ମଲ୍ଲିକ ବିଜେଡିରେ ଯୋଗଦେଇ ଟିକେଟ ପାଇବାକୁ ଅପେକ୍ଷା କରି ରହିଛନ୍ତି। ତାଙ୍କ ନାମ ଚର୍ଚ୍ଚାର ସର୍ବାଗ୍ରେ ରହିଛି। ଏହାବାଦ ଆଇନ ଛାତ୍ର ତଥା ସାମାଜିକ କର୍ମୀ ସଞ୍ଜୀବ କୁମାର ଜେନା ମଧ୍ୟ ନୂଆ ଚେହେରା ଭାବେ ବିଜେଡି ଟିକେଟ ଲବିରେ ରହିଛନ୍ତି। ସଞ୍ଜୀବ ଜଣେ ଯୁବ ନେତା ଭାବେ ବିରୋଧୀଙ୍କୁ ନିଜ ରୋକଠୋକ ମନ୍ତବ୍ୟରେ ନୟାନ୍ତ କରୁଥିବା ଚର୍ଚ୍ଚା ରହିଛି। ଦଳ ତାଙ୍କୁ ଅଣଦେଖା କରି ନ ପାରେ ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ବରୀରେ ଦଳଡିଆଁ ଆଶଙ୍କା କରି ବିଜେଡି ପ୍ରାର୍ଥୀ ଘୋଷଣା ବିଳମ୍ବ କରୁଥିବା ଚର୍ଚ୍ଚା ହେଉଛି।
ବଡ଼ଚଣା ଆସନ ପାଇଁ ବିଜେଡି କାହାକୁ ଟିକେଟ ଦେବ ସେ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ବିଜେଡିର ବରିଷ୍ଠ ନେତା ବିଧାୟକ ଅମର ପ୍ରସାଦ ଶତପଥୀ ଲଗାତର ଭାବେ ବିଜୟୀ ହୋଇଆସୁଛନ୍ତି। କିନ୍ତୁ ଗତ ନିର୍ବାଚନରେ ତାଙ୍କ ପ୍ରଦର୍ଶନ ଦଳକୁ ଅତି ନିରାଶ କରିଥିଲା। ଶତପଥୀ ୬୪,୦୮୪ ଭୋଟ ପାଇଥିବାବେଳେ ଭାଜପାର ଅମର କୁମାର ନାୟକ ୬୨୫୯୯ ଭୋଟ ପାଇଥିଲେ। ଅମର ମାତ୍ର ୧୪୮୫ ଭୋଟ ବ୍ୟବଧାନରେ ହାରିଥିଲେ। ଏହାକୁ ନେଇ ବିଧାୟକ ଶତପଥୀଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠିଥିଲା। ବୟସ ଦୃଷ୍ଟିରୁ ସେ ଚଳିତ ନିର୍ବାଚନ ଦୌଡ଼ରୁ ଓହରିଯିବା ପାଇଁ ଦଳ କୁଆଡ଼େ ତାଙ୍କୁ ପରାମର୍ଶ ଦେଉଥିବା ଚର୍ଚ୍ଚା ହେଉଛି। ତେଣୁ ତାଙ୍କ ବଦଳରେ ପୁଅ ଅଦ୍ୱିତୀୟ ଶତପଥୀ, ଜିଲା ଉପସଭାପତି ଗଣେଶ୍ୱର ବରାଳ, ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା, ଇତିଶ୍ରୀ ସାମଲ, ମନୋରମା ଆଚାର୍ଯ୍ୟ ପ୍ରମୁଖ ଟିକେଟ ଦୌଡ଼ରେ ରହିଛନ୍ତି। ତେବେ ଭାଜପା ଏଠାରେ ଅମରଙ୍କୁ ପୁନର୍ବାର ପ୍ରାର୍ଥୀ କରିଥିବାରୁ ବିଜେଡି ବିଜୟୀ ନିଶ୍ଚିତ ଥିବା ପ୍ରାର୍ଥୀ ଖୋଜାରେ ରହିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?