ଆମ ଜିଲା ଖବର

କେସିଙ୍ଗା ଏନ୍‌ଏସିକୁ ମ୍ୟୁନିସିପାଲିଟି ଘୋଷଣା ପାଇଁ ଜିଲାପାଳଙ୍କୁ ଭିତ୍ତିଭୂମିର ବିବରଣୀ ଦେବାକୁ ଚିଠି

କେସିଙ୍ଗା,୭ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିକୁ ମ୍ୟୁନିସିପାଲିଟି ଘୋଷଣା କରିବା ପାଇଁ ସହରର ସିଟିଜେନ ଫୋରମର ସଭାପତି ଡା. ହେମରାଜ ସାହା ମଙ୍ଗଳବାର ରାଜ୍ୟ ସରକାରଙ୍କ ପୌର ପ୍ରଶାସନ ନିର୍ଦ୍ଦେଶକ ଅରବିନ୍ଦ ଡାକୁଆ ଏବଂ ଗୃହ ଓ ନଗର ଉନ୍ନୟନ…

ରୋଜଗାର ଦେଇଛି ଆମ୍ବୁଲ, ମହିଳା ଉଦ୍ୟୋଗୀଙ୍କ ଉଦ୍ୟମରେ ଚାଲିଛି ବିକ୍ରିବଟା

ଦାରିଙ୍ଗବାଡ଼ି,୭ା୫(ଅରୁଣ ସାହୁ): ଏବେ ଆମ୍ବର ସମୟ। ଚାରିଆଡ଼େ ଆମ୍ବ ଓ ଆମ୍ବରୁ ପ୍ରସ୍ତୁତ ଆମ୍ବୁଲ, ଆଚାରର ଚାହିଦା ଅଧିକ ରହିଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମହିଳାଙ୍କୁ ଦେଇଛି ଆମ୍ବ ଓ ଆମ୍ବରୁ ପ୍ରସ୍ତୁତ ଆମ୍ବୁଲ ଏବଂ ଆଚାର।…

ମିଛ ପ୍ରତିଶ୍ରୁତି ଦେଇ ସବସ୍ବ ଲୁଟିନେଲା କମ୍ପାନୀ, ପ୍ରଶାସନର ଦ୍ୱାରସ୍ଥ ପରେ ବି ବିସ୍ଥାପିତ ନିରାଶ

ଥୁଆମୂଳ ରାମପୁର,୭ା୫(ଦୁର୍ଗା କୀର୍ତ୍ତି): ଆଶାଥିଲା କମ୍ପାନୀ ଆସିବ, ଅଞ୍ଚଳର ବିକାଶ ହେବ। ଅଞ୍ଚଳର ବିକାଶ ସହ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ହେବ। ନିଯୁକ୍ତି ବଢ଼ିବ ଦାଦନ ହଟିବ। ଏଭଳି କିଛି ଆଶା ଓ ସ୍ବପ୍ନ ନେଇ କମ୍ପାନୀ ହାତରେ…

ସେଞ୍ଚୁରିଆନ ହଷ୍ଟେଲ ଛାତ୍ରଙ୍କ ମୃତ୍ୟୁ: ହସ୍ପିଟାଲରେ ମୃତଦେହ ଛାଡ଼ି ଚାଲିଗଲେ କର୍ତ୍ତୃପକ୍ଷ, ଏତଲା ଦେଲେ ମା’

ଛତ୍ରପୁର,୭ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଆଇଆରଇଏଲ ଛକ ନିକଟ ସେଞ୍ଚୁରିଆନ ୟୁନିଭର୍ସିଟିିର ଜଣେ ହଷ୍ଟେଲ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ଗାଁର ଡି.ପୁରୁଷୋତ୍ତମ ରେଡ୍ଡୀ। ସେ ଉକ୍ତ…

ଅପରେଶନ ସିନ୍ଦୂରରେ କେନ୍ଦ୍ରାପଡ଼ା ମାଟିର ପୁଅ ଶଶିକାନ୍ତ, ବୀର ଯବାନଙ୍କୁ ଅଞ୍ଚଳବାସୀଙ୍କ ସାଲ୍ୟୁଟ୍‌

ରାଜନଗର,୭ା୫(ଭାସ୍କର ରାଉତରାୟ): ପାକିସ୍ତାନ ଉପରେ ବଦଲା ନେଇଛି ଭାରତ। ମଙ୍ଗଳବାର ରାତିରେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ଭାରତ। ଆଉ ଏହି କାର୍ଯ୍ୟରେ ସାମିଲ ଅଛନ୍ତି ଓଡ଼ିଶା ମାଟିର ପୁଅ ତଥା କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ…

ଦୋକାନକୁ ଧକ୍କାଦେଲା ଯାତ୍ରୀବାହୀ ବସ୍‌

ପାଟଣା,୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର କେନ୍ଦେଇପଶି ରାସ୍ତାର ଡେଣୁଆଁ ନିକଟରେ ବୁଧବାର ଅପରାହ୍ନରେ ଭାରସାମ୍ୟ ହରାଇ ଯଶୋଦା ନାମକ ଏକ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ମୁରୁସୁଆଁ ଗ୍ରାମରୁ ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଆନନ୍ଦପୁର…

କେନ୍ଦୁପତ୍ର ସଂସ୍ଥାରେ ଘରୋଇକରଣକୁ ବରଦାସ୍ତ କରାଯିବ ନାହିଁ: କର୍ମଚାରୀ ସଂଘ

ବଲାଙ୍ଗୀର,୭ା୫(ସୁନୀଲ ମହାନ୍ତି): ବଲାଙ୍ଗୀର କେନ୍ଦୁପତ୍ର ଡିଏଫ୍‌ଓଙ୍କ କାର୍ଯ୍ୟାଳୟର ସମ୍ମୁଖରେ ବୁଧବାର ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ବଲାଙ୍ଗୀର ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ବଜେଟ୍‌ ପ୍ରାପ୍ତ ୧୦୦ କୋଟି ଟଙ୍କାରୁ ୫୦ କୋଟି ଟଙ୍କା…

କିଛି ସମୟ ପରେ ବାଜିବ ଯୁଦ୍ଧ ସାଇରନ

ଛତ୍ରପୁର,୭ା୫(ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ମୁତାବକ ଓଡ଼ିଶା ସରକାର ପକ୍ଷରୁ ସମଗ୍ର ଓଡ଼ିଶାବାସୀଙ୍କ ଜନଜୀବନ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଉ କିଛି ସମୟ ପରେ ଗଞ୍ଜାମ ଜିଲାର ଗୋପାଳପୁର ବିଜ୍ଞାପିତ ଅଞ୍ଚଳ, ରଙ୍ଗେଇଲୁଣ୍ଡା…

ସରପଞ୍ଚ ଦାୟିତ୍ୱ ନେଲେ ନାଏବ ସରପଞ୍ଚ, କହିଲେ ଜନସାଧାରଣଙ୍କ ସହଯୋଗ ରହିଲେ ମୁଁ…

କର୍ଲାମୁଣ୍ଡା,୭ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତରେ ଗତ ଦୁଇ ତାରିଖ ଶୁକ୍ରବାର ସରପଞ୍ଚ ସ୍ବର୍ଗତ ପଞ୍ଚାନନ ବାଗ୍‌ଙ୍କ ବିୟୋଗ ପରେ ସରପଞ୍ଚ ପଦବୀ ଖାଲି ପଡ଼ିଥିଲା। ତେବେ କର୍ଲାମୁଣ୍ଡା ପଞ୍ଚାୟତ ସମିତି ପତ୍ର ସଂଖ୍ୟା ୧୭୩୫…

ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ବେପାରୀଙ୍କୁ ଧରିଲା ପୋଲିସ: ୪ ଗିରଫ, ୫୦ କେଜି ଗଞ୍ଜେଇ ଜବତ

ଦାରିଙ୍ଗବାଡି, ୭।୫ (ଅରୁଣ ସାହୁ): ଗଞ୍ଜେଇ ବେପାରୀ ଛନ୍ଦି ହେଲେ ପୋଲିସର ପଞ୍ଝାରେ । ଜଣେ କି ଦୁଇ ଜଣ ନୁହଁ ୪ ଜଣ ଗଞ୍ଜେଇ ବେପାରୀଙ୍କୁ ଫିଲ୍ପ ଷ୍ଟାଇଲରେ ଧରିଲା ପୋଲିସ। ଫିଲ୍ମ ଷ୍ଟାଇଲରେ ଅପରେସନ ପରେ ଖସି ପାରିଲେନି…

ବରଗଡ଼ ସରକାରୀ ବସଷ୍ଟାଣ୍ଡ୍‌: ଶୌଚାଳୟରେ ତାଲା, ଆଖି ବୁଜିଛନ୍ତି ଜନ ପ୍ରତିନିଧି, ବିଭାଗୀୟ ଅଧିକାରୀ

ବରଗଡ଼,୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସରକାରୀ ବସଷ୍ଟାଣ୍ଡର ସମସ୍ୟା ଅସମାହିତ ହୋଇ ରହିଛି। ଏଠାରେ ପରିମଳ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି। ଡ୍ରେନେଜ ଅବ୍ୟବସ୍ଥା ନିତିଦିନିଆଁ ଘଟଣା ହୋଇଥିବାବେଳେ ବର୍ତ୍ତମାନ ବସଷ୍ଟାଣ୍ଡ ପରିସରରେ ରହିଥିବା ଶୌଚାଳୟରେ ମଧ୍ୟ ତାଲା ଝୁଲୁଛି। ଫଳରେ ଏଠାକୁ ଆସୁଥିବା…

ସର୍ବସାଧାରଣ ପୋଖରୀ ଜବରଦଖଲ

ନୂଆପଡ଼ା,୬ା୫(ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଚୂଳାଭାଟ ପଞ୍ଚାୟତ ଭଏଁଷାଦାଦର ଗାଁରେ ଥିବା ସର୍ବସାଧାରଣ ପୋଖରୀକୁ କେତେଜଣ ବ୍ୟକ୍ତି ଜବରଦଖଲ କରିଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ସେମାନେ ଏ ନେଇ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଭାବରେ ଜଣାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?