ଆମ ଜିଲା ଖବର

ଚଢ଼ିଲା ବେଳେ ଟ୍ରେନ୍‌ରୁ ଖସିପଡ଼ିଲେ ଯାତ୍ରୀ: ତାତିଲେ ଲୋକେ

ଯାଜପୁର ଅଫିସ,୧୯।୧୧: ଯାଜପୁର ଜିଲା ଦୁଲାଖପାଟଣା ରେଳ ଷ୍ଟେଶନରେ ଶନିବାର ଏକ ଅଘଟଣ ଘଟିଛି। ଟ୍ରେନ୍‌ରେ ଅତ୍ୟାଧିକ ଯାତ୍ରୀଭିଡ଼ ଯୋଗୁ ଚଢ଼ିଲା ସମୟରେ ୨ ଯାତ୍ରୀ ଖସିପଡ଼ି ଗୁରୁତର ହୋଇଛନ୍ତି। ସେମାନଙ୍କ ପରିଚୟ ମିଳି ପାରି ନ ଥିବା ବେଳେ...

୧୬ ହିତାଧିକାରୀଙ୍କୁ ମିଳିଲା ଜଙ୍ଗଲ ଜମିପଟ୍ଟା

ଦାରିଙ୍ଗବାଡ଼ି,୧୯।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଜଙ୍ଗଲ ଜମିପଟ୍ଟା ବଣ୍ଟନ କରାଯାଇଛି। ଏହି ଅବସରରେ ତହସିଲଦାର ଡ. ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବ୍ଲକ ସଭାଗୃହରେ ଏକ ମେଳାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି...

ବିଜେଡି-ଭାଜପାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ପଦ୍ମପୁର,୧୯।୧୧(ଡି.ଏନ.ଏ.): ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ। ଏନେଇ ରାଜନୀତି ସରଗରମ ରହିଛି। ୩ ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ଜୋରଦାର ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଶନିବାର ବିଜେଡି ଏବଂ ଭାଜପା ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା...

ପତଳା ହେଉଛି ଗରୁଡ଼ ସ୍ତମ୍ଭ

ପୁରୀ ଅଫିସ,୧୯।୧୧: ପୁରୀ ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ ପତଳା ହେଉଛି । ଏ ନେଇ ମନ୍ଦିର ନାଟମଣ୍ଡପସ୍ଥିତ ଗରୁଡ଼ ସ୍ତମ୍ଭକୁ ରୁପା ଚାଦରରେ ଆଚ୍ଛାଦନ କରାଯିବ। ଛତିଶା ନିଯୋଗ ନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କୁ...

କାର ଧକ୍କାରେ ବୋହୂ ମୃତ: ଜେଜେ, ନାତୁଣୀ ଗୁରୁତର

ଗଞ୍ଜାମ,୧୯।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଏକ ଢାବା ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ କାର ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ...

ବାରମ୍ବାର ଅଭିଯୋଗ ପରେ ତତ୍ପରତା ଦେଖାଇଲା ପ୍ରଶାସନ

ଗଞ୍ଜାମ,୧୯।୧୧(ଡି.ଏନ୍‌.ଏ.): ବାଲି ଚୋରାଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ତହସିଲ ଓ ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି। ଶୁକ୍ରବାର ଗଞ୍ଜାମ ଥାନା ପୋଲିସ ଚଢ଼ାଉ କରି ବେଆଇନ ବାଲି ଚାଲାଣ ହେଉଥିବା ଏକ ଟ୍ରାକ୍ଟର (ନଂ.ଓଡି ୦୭୭-ବି-...

ନାଟକ ମାଧ୍ୟମରେ ସମାଜ ସଂସ୍କାର ମହତ କାର୍ଯ୍ୟ: ନରସିଂହ

ବଲାଙ୍ଗୀର ଅଫିସ,୧୯।୧୧: ବଲାଙ୍ଗୀରର ଅଗ୍ରଣୀ ଲୋକନୃତ୍ୟ ଓ ନାଟ୍ୟାନୁଷ୍ଠାନ ନଟରାଜ କଳା ପରିଷଦର ରଜତ ଜୟନ୍ତ୍ରୀ ଉତ୍ସବ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ପୁରୁଣା ମଞ୍ଚରେ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଡ. ଶ୍ରୀକର ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପରିଷଦ...

୮ ଜିଲା ଦାୟିତ୍ୱରେ ସୋରଡ଼ା ବିଧାୟକ

ସୋରଡ଼ା,୧୯।୧୧: ରାଜ୍ୟ ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟିର ନିଷ୍ପତ୍ତିକ୍ରମେ ୪ଟି ସବ୍‌କମିଟି ଗଠନ କରାଯାଇଛି। ଉକ୍ତ କମିଟିକୁ ବିଭିନ୍ନ ଜିଲାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାକୁ ଦାୟିତ୍ୱ ଦିଆଯାଇଛି। ସବ୍‌କମିଟି -୨ରେ ବିଧାୟକ ପଦ୍ମନାଭ ବେହେରା, ସୁବାସ ଚନ୍ଦ୍ର ପାଣିଗ୍ରାହୀ...

ପୁଣି ତେଜିଲା ଟିଟିଲାଗଡ଼କୁ ଜିଲା ମାନ୍ୟତା ଦାବି

ଟିଟିଲାଗଡ,୧୯।୧୧(ଡି.ଏନ.ଏ.): ଟିଟିଲାଗଡକୁ ଜିଲା ଦାବି ତେଜିବାରେ ଲାଗିଥିବା ବେଳେ ଉଭୟ କଂଗ୍ରେସ ଓ ଭାଜପା ଏହି ଦାବିକୁ ସମର୍ଥନ ଜଣାଇଛି। ଶୁକ୍ରବାର ଟିଟିଲାଗଡ ଏକ ଲଜ ସମ୍ମିଳନୀ କକ୍ଷରେ ଉଭୟ ଦଳ ପୃଥକ ଭାବେ ଖବରଦାତା ସମ୍ମିଳନୀ କରି ଏହି ସୂଚନା...

ବାଦାମ ଲଡୁ କାରଖାନାରେ ଚଢ଼ାଉ

ରାଉରକେଲା ଅଫିସ,୧୯।୧୧: ରାଉରକେଲା ଉଦିତନଗର ଥାନା ଅନ୍ତର୍ଗତ ଓରାମପଡା ଅଞ୍ଚଳରେ ଦୀର୍ଘଦିନ ଧରି ଅସ୍ବାସ୍ଥ୍ୟକର ପରିବେଶରେ ଚିକି ଓ ବାଦାମ ଲଡୁ ତିଆରି କରୁଥିବା ଏକ କାରଖାନାରେ ଆରଏମ୍‌ସିର ସ୍ବାସ୍ଥ୍ୟ ବିଭାଗ ଶୁକ୍ରବାର ଚଢ଼ାଉ କରିଛି। ଚଢାଉ ସମୟରେ ବିଭାଗୀୟ...

ଭତ୍ତା ବୃଦ୍ଧି ନେଇ ବ୍ଲକ ଘେରାଉ

ଲାଞ୍ଜିଗଡ,୧୯।।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ବିଭିନ୍ନ ପଞ୍ଚାୟତର ବୁଢ଼ାବୁଢ଼ୀ ଭିନ୍ନକ୍ଷମ ସଙ୍ଗଠନ ପକ୍ଷରୁ ଭତ୍ତା ବୃଦ୍ଧି ନେଇ ବ୍ଲକ ଅଫିସ ଘେରାଉ କରାଯାଇଛି। ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ଭତ୍ତା ବୃଦ୍ଧି ନେଇ ବାରମ୍ବାର ପ୍ରଶାସନକୁ...

ଭବିଷ୍ୟତ ଗଠନ ପାଇଁ ଏହା ଉଚିତ ସମୟ: ମନ୍ତ୍ରୀ

ସମ୍ବଲପୁର,୧୯।୧୧(ବ୍ୟୁରୋ): ଶିକ୍ଷିତ ସମାଜ ଗଠନ କରିବାରେ ଛାତ୍ରୀଛାତ୍ରଙ୍କ ଭୂମିକା ରହିଛି। ସମାଜ ଗଠନ ସହିତ ନିଜ ଭବିଷ୍ୟତ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ଅଛି। ଛାତ୍ର ଜୀବନରୁ ଭବିଷ୍ୟତ ଗଠନ ଦିଗରେ ଲକ୍ଷ୍ୟ ରଖିବା ଉଚିତ ସମୟ ବୋଲି ଯୁଯୁମୁରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri