କୋଟିଆରେ ୫ ମନ୍ତ୍ରୀଙ୍କ ରୁଦ୍ଧଦ୍ୱାର ବୈଠକ

ପଟ୍ଟାଙ୍ଗି,୨୮ା୬(ଶରତ କୁମାର ଧଳ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତରେ ପ୍ରଥମଥର ରାଜ୍ୟର ୫ ମନ୍ତ୍ରୀ ରଥଯାତ୍ରାରେ ଅଂଶଗ୍ରହଣ କରିଥିବାରୁ ସୀମାନ୍ତବାସୀଙ୍କୁ ଉତ୍ସାହିତ କରିଛି।

କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରସ୍ଥିତ ଅତିଥି ଭବନରେ ଏକ ରୁଦ୍ଧଦ୍ୱାର ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସମେତ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ସରପଞ୍ଚ ଲିଉ ଗେମେଲ, ଅନ୍ୟ କେତେଜଣ ନିର୍ବାଚିତ ଜନପ୍ରତିନିଧି, ବ୍ଲକ୍‌ ଅଧ୍ୟକ୍ଷା କଳ୍ପନା ପାଙ୍ଗୀ, ଅବସରପ୍ରାପ୍ତ ଜିଲାପାଳ ଗଦାଧର ପରିଡ଼ାଙ୍କ ସହ ଦୀର୍ଘ ସମୟ ବୈଠକ କରିଥିଲେ।

ଏହି ସମୟରେ ସରପଞ୍ଚ ଗେମେଲ ଗଠନ ହୋଇଥିବା କମିଟି ସରପଞ୍ଚ ଓ ନିର୍ବାଚିତ ଜନପ୍ରତିନିଧିଙ୍କୁ ନେଇ ଅନୁଧ୍ୟାନ କରିବା ଆବଶ୍ୟକ। ପଞ୍ଚାୟତରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ସରପଞ୍ଚ ଓ ଅନ୍ୟ ନିର୍ବାଚିତ ପ୍ରତିନିଧିଙ୍କ ଦୃଷ୍ଟିକୁ ଅଣାଯାଉ ନାହିଁ। ଉନ୍ନୟନମୂଳକ କାର୍ଯ୍ୟ ସରପଞ୍ଚ ଓ ୱାର୍ଡ ସଦସ୍ୟଙ୍କୁ ଅବଗତ କରାଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଏହାକୁ ନେଇ ରାଜସ୍ବ ମନ୍ତ୍ରୀ ପୂଜାରୀ ଏହିପରି ହେବା ଠିକ୍‌ ନୁହେଁ। ବର୍ତ୍ତମାନ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସରପଞ୍ଚ ଓ ଜନପ୍ରତିନିଧିଙ୍କ ଦୃଷ୍ଟିରେ ଥାଇ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ରାଜସ୍ବ ମନ୍ତ୍ରୀ ପୂଜାରୀଙ୍କୁ ଏକ ଲିଖିତ ଦାବିପତ୍ର ଦିଆଯାଇ ପଞ୍ଚାୟତରେ ଥିବା ୨୨ଟି ସମସ୍ୟାର ଦୃଷ୍ଟି ଆକର୍ଷଣ କରାଯାଇଥିବା ସରପଞ୍ଚ ଗେମେଲ୍‌ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ବୈଠକରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ପୂର୍ଣ୍ଣ ଦୂରେଇ ରଖାଯାଇଥିଲା। ବୈଠକ ପରେ ସମସ୍ତ ମନ୍ତ୍ରୀ ବାହାରକୁ ଆସି କୋଟିଆ ପ୍ରସଙ୍ଗ ବର୍ତ୍ତମାନ ସରକାରଙ୍କର ନୁହେଁ, ଏହା ପୂର୍ବ ସରକାରଙ୍କ ବୋଲି ଗଣମାଧ୍ୟମକୁ ଜଣାଇଥିଲେ। ଏହା ଓଡ଼ିଶାର ବିଷୟ କହି ପୂର୍ବ ସରକାରଙ୍କୁ ଦୋଷାରୋପ କରିଥିଲେ। ସୀମା ବିବାଦ ମାମଲାରେ ପୂର୍ବ ସରକାର ହାରିଯାଇଥିବା ରାଜସ୍ବ ମନ୍ତ୍ରୀ ପୂଜାରୀ ଗଣମାଧ୍ୟମ ଆଗରେ ଉତ୍ତର ରଖିଥଲେ। ପ୍ରଶ୍ନର ଉତ୍ତର ଦେଇ ମୋ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ନେଇ ଗଠିତ ଏକ ଅନୁଧ୍ୟାନ କମିଟି କୋଟିଆ ପଞ୍ଚାୟତ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଉକ୍ତ ଟିମ୍‌ର ରିପୋର୍ଟ ହସ୍ତଗତ ହେବା ପରେ କୋଟିଆ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। ଏହାପରେ ବାହାରେ ଅପେକ୍ଷାରତ ଅନ୍ୟ ସୀମାନ୍ତବାସୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ପଞ୍ଚାୟତର ମାଥଲାମ୍ମା, ସୁଲିଆମାରି, କାଟ୍ରାଗୁଡା, ତଳକାଣ୍ଟି ଓ ଗୁମେଲପଦର ଆଦି ଗ୍ରାମରେ ବିଦ୍ୟୁତ୍‌ ସେବା ପହଞ୍ଚିନାହିଁ। ଏଠାରେ ହୋଇଥିବା ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ ବ୍ୟବସ୍ଥା ନାହିଁ, ଏମ୍‌ଜିଏନ୍‌ଆରଇଜିଏସ୍‌ର କୌଣସି କାମ ହେଉ ନ ଥିବା ଏବଂ ଓଡ଼ିଶା ପକ୍ଷରୁ ଯୋଗାଇ ଦିଆଯାଇଥିବା ଆବାସ ଗୃହର ଅର୍ଥ ଅତି କମ୍‌ ଥିବାରୁ ଏହାକୁ ବଢ଼ାଇବାକୁ ଉପମୁଖ୍ୟମନ୍ତ୍ରୀ ସିଂଦେଓ ଏବଂ ରାଜସ୍ବ ମନ୍ତ୍ରୀ ପୂଜାରୀଙ୍କୁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?