ରଥଟଣା ବିଳମ୍ବରୁ ରାଜନୀତି

ଶ୍ରୀକ୍ଷେତ୍ର ପୁରୀରେ ଶୁକ୍ରବାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିର୍ଦ୍ଧାରିତ ସମୟ ଅପରାହ୍ନ ୪ଟାରେ ହୋଇପାରି ନ ଥିଲା। ପରମ୍ପରା ଅନୁଯାୟୀ, ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପ୍ରଥମେ ଅପରାହ୍ନ ୪ଟା ୧୦ରେ ଗଡ଼ିଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଶ୍ରଦ୍ଧାଳୁ ଟାଣିନେଇଥିଲେ। ସମସ୍ତଙ୍କ ଅପେକ୍ଷା ରହିଥିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଗଡ଼ିବାକୁ। କେତେକ କାରଣ ଯୋଗୁ ରାତି ୭ଟା ୪୫ ବେଳକୁ ଅଝଟିଆ କାଳିଆ ସାଆନ୍ତଙ୍କ ମନ ବୁଝିଥିଲା। ସିଂହଦ୍ୱାରଠାରୁ ପାହୁଣ୍ଡେ ଗଡ଼ିପାରିଥିଲା ନନ୍ଦିଘୋଷ। ଅନେକ ଭକ୍ତ ଏହାକୁ ମହାପ୍ରଭୁଙ୍କ ଇଚ୍ଛା ବୋଲି କହୁଥିବାବେଳେ ବିରୋଧୀ ଦଳଗୁଡ଼ିକ ରଥଟଣାରେ ଏହି ବିଳମ୍ବ ପାଇଁ ଅବହେଳାକୁ ଦାୟୀ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ଏହାକୁ ନେଇ ରାଜନୀତି ଜୋର୍‌ ଧରିଥିବାବେଳେ ଶାସକ-ବିରୋଧୀଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଦେଖିବାକୁ ମିଳିଛି।

ଭୁବନେଶ୍ୱର,୨୯ା୬(ସୁନିତ୍‌ ମିଶ୍ର): ରଥଯାତ୍ରାରେ ରଥ ଗଡ଼ିବାରେ ବିଳମ୍ବ ହେବାକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଛି। ଶୁକ୍ରବାର ରାତି ୭ଟା ୩୦ ପର୍ଯ୍ୟନ୍ତ ନନ୍ଦିଘୋଷ ରଥ ନ ଗଡ଼ିବା ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଶାସକ ଦଳ ଉପରେ ବିରୋଧୀ ପ୍ରବଳ ବର୍ଷିଛନ୍ତି। ଅନ୍ୟପଟେ ବିଶିଷ୍ଟ ବ୍ୟବସାୟୀ ଗୌତମ ଆଦାନୀ ଶନିବାର ପୁରୀ ଆସି ରଥରେ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କୁ ଦର୍ଶନ କରିଛନ୍ତି। ତେଣୁ ଆଦାନୀଙ୍କ ପାଇଁ ରଥଯାତ୍ରା ଗୋଟିଏ ଦିନ ବିଳମ୍ବ କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି। ଅଭିଯୋଗକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଖଣ୍ଡନ କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।

ଶୁକ୍ରବାର ୩ ରଥଟଣାରେ ବିଳମ୍ବ ସହ ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରେ ହିଁ ଛିଡ଼ାହୋଇ ରହିବା ଘଟଣାକୁ
ରଥଟଣା ବିଳମ୍ବରୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡ଼ାଭାଷାରେ ସମାଲୋଚନା କରିଛନ୍ତି। ନବୀନ ନିଜ ଏକ୍ସ’ ହ୍ୟାଣ୍ଡେଲରେ ପୋଷ୍ଟକରି କହିଛନ୍ତି, ନନ୍ଦିଘୋଷ ରଥଟଣାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଦୋଷାରୋପ କିମ୍ବା ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଆମେ ଚାହୁଁନାହୁଁ। କିନ୍ତୁ ରାଜ୍ୟର ବହୁ କୋଟି ଜଗନ୍ନାଥପ୍ରେମୀଙ୍କ ଏହି ପବିତ୍ର ଉତ୍ସବରେ ଯେଉଁ ଅଘଟଣ ଘଟିଛି, ତାହା ପ୍ରତି ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ କରି ରହି ହେଉନାହିଁ। ଗତବର୍ଷ ଆଡ଼ପ ପହଣ୍ଡି ବିଜେ ସମୟରେ ଭଗବାନ ବଳଭଦ୍ର ପଡ଼ିଯିବା ଘଟଣାକୁ ଏଯାଏ ଆମେ କେହି ଭୁଲିପାରୁ ନାହଁୁ। ଏହା ଏପରି ଏକ ମୁହୂର୍ତ୍ତ ଥିଲା ଯାହା ଅଗଣିତ ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଥିଲା। ଏବର୍ଷ ସମସ୍ତେ ଦେଖିଲେ ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରେ ସା ୭ଟା ୪୫ ପର୍ଯ୍ୟନ୍ତ ଅଟକି ରହିଥିଲା। ଦିନ ଶେଷ ହେବା ପୂର୍ବରୁ ମାତ୍ର କିଛି ମିଟର ଗଡ଼େଇ ଦିଆଗଲା। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଅନନ୍ୟ ଉତ୍ସବ ଦେଖିବାକୁ ଆସିଥିବା ଲକ୍ଷାଧିକ ଭକ୍ତଙ୍କୁ ଏହା ସମ୍ପୂର୍ଣ୍ଣ ନିରାଶ ଓ ହତାଶ କରିଛି। ଭିଡ଼ ନିୟନ୍ତ୍ରଣରେ ଅପାରଗତା ହେତୁ ବହୁ ଭକ୍ତ ଆହତ ହୋଇଛନ୍ତି। ଆମେ କେବଳ ଏତିକି ପ୍ରାର୍ଥନା କରିପାରିବା ରଥଯାତ୍ରାର ଏହି ଦିବ୍ୟ ଉତ୍ସବରେ ହୋଇଥିବା ଭୟଙ୍କର ବିଭ୍ରାଟ ତଥା ବିଶୃଙ୍ଖଳା ପାଇଁ ଦାୟୀ ସମସ୍ତଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ କ୍ଷମା କରନ୍ତୁ। ଆଶା କରୁଛୁ, ଏହି ଘଟଣା ସରକାରରେ ଥିବା ସମସ୍ତଙ୍କ ମନରେ ଗଭୀର ଆତ୍ମଚିନ୍ତନ ଆଣିବ। ଚକା ଆଖି ସବୁ ଦେଖୁଛି ବୋଲି ସେ କହିଛନ୍ତି।
ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ଗୌତମ ଆଦାନୀ ଆସି ରଥ ଟାଣିବେ ବୋଲି ନନ୍ଦିଘୋଷ ରଥକୁ ଗୋଟିଏ ଦିନ ବିଳମ୍ବ କରାଗଲା। ବିଭ୍ରାଟ ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ମନ୍ତବ୍ୟ ଏ ଦିଗକୁ ପ୍ରମାଣ କରୁଛି। କେତେଜଣ ଭକ୍ତ ଆସିପାରିଲେ ନାହିଁ। ତେଣୁ ରଥକୁ ଅଟକାଇ ଦିଆଗଲା। ତେବେ ଆଦାନୀଙ୍କ ପାଇଁ ଚଳିତ ଥର ରଥଯାତ୍ରା ପରିଚାଳନା ଦାୟିତ୍ୱ ସରକାରୀ ଦଳ ହାତରେ ଟେକିଦିଆଗଲା। ପହଣ୍ଡି ପର୍ଯ୍ୟନ୍ତ ଠିକ୍‌ ଥିଲା, ମାତ୍ର ପହଣ୍ଡିରୁ ଛେରା ପହଁରା ମଧ୍ୟରେ ଫରକ ରହିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଆଇନ ମନ୍ତ୍ରୀଙ୍କ କଥା ବାର୍ତ୍ତାରେ ଫରକ୍‌ ରହିଲା। ଗତବର୍ଷ ବଡ଼ଠାକୁର ପଡ଼ିଯାଇଥିଲେ। ବହୁ ଲୋକ ବି ଆହତ ହୋଇଥିଲେ। ଏ ବର୍ଷ ମଧ୍ୟ ଦଳାଚକଟାରେ ୭୫୦ ଜଣ ଆହତ ହୋଇଛନ୍ତି। ବହୁ ବରିଷ୍ଠ ସାମ୍ବାଦିକ ପୋଲିସ ମାଡ଼ରେ ଆହତ ହୋଇଛନ୍ତି। ରଥଯାତ୍ରାରେ ବିଭ୍ରାଟ ସମସ୍ତଙ୍କୁ ପ୍ରଚଣ୍ଡ ଆଘାତ ଦେଇଛି। ତେଣୁ ପୁରୀ ଜିଲା ଦୌରାଜଜ୍‌ ତୁରନ୍ତ ନ୍ୟାୟିକ ତଦନ୍ତ କରନ୍ତୁ। ବିନା ପରିଚାଳନା କମିଟିରେ ରଥଯାତ୍ରା ହେଲା। ତେଣୁ ନୀଳାଦ୍ରିବିଜେର ୧୦ ଦିନ ପରେ ନ୍ୟାୟିକ ତଦନ୍ତ ହେଉ। ଦୋଷୀ ସାବ୍ୟସ୍ତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି।
ରଥଯାତ୍ରା ଅବସରରେ ରଥଟଣାରେ ବିଳମ୍ବ ସହ ଜଗନ୍ନାଥଙ୍କ ନନ୍ଦଘୋଷ ସା ୭ଟା ୪୫ ପର୍ଯ୍ୟନ୍ତ ଛିଡ଼ାହୋଇ ରହିବାକୁ ନେଇ ବିରୋଧୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବିରୋଧୀ କୁତ୍ସିତ ରାଜନୀତି କରୁଛନ୍ତି। ଜଣ୍ଡିସ୍‌ ହୋଇଥିବା ଲୋକଙ୍କୁ ମହାପ୍ରଭୁଙ୍କ ଲୀଳା ରାଜନୀତି ପରି ଲାଗୁଛି। କିନ୍ତୁ ମନେରଖିବା ଉଚିତ, ଅତୀତରେ ସେମାନେ ତ୍ରୁଟିକରି ମହାପ୍ରଭୁଙ୍କୁ ଅପମାନିତ କରିଛନ୍ତି। ତାଙ୍କ ଦେଖିବାରେ ୧୯୭୭ ମସିହାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ଦିନରେ ୩ ରଥ ପହଞ୍ଚିନାହିଁ। ଅଧିକାଂଶ ବର୍ଷ ରଥ ଦ୍ବିତୀୟ ଦିନରେ ଶରଧାବାଲିରେ ପହଞ୍ଚିଥାନ୍ତି। ଯେଉଁମାନେ ରାଜନୀତି କରୁଛନ୍ତି, ଆଜି ନ ହେଲେ କାଲି ଭୋଗିବେ ବୋଲି ଆଇନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ଖଡିଆଳ କଂଗ୍ରେସର ବିରୋଧ

ଖଡ଼ିଆଳ,୧୪ା୭ (ସୁଜିତ କୁମାର ପ୍ରଧାନ)- ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ନୂଆପଡ଼ା ଜିଲା ଖଡ଼ିଆଳ କଂଗ୍ରେସ ପକ୍ଷରୁ ବିରୋଧ...

କାର୍‌-ପିକ୍‌ଅପ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୧୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡାସ୍ଥିତ ପଁର୍ରାପାଟ ମନ୍ଦିର ନିକଟରେ ସୋମବାର ରାତି ପ୍ରାୟ ୯ଟା ୩୦ ମିନିଟରେ ଏକ ସଡକ ଦୁର୍ଘଟଣା ଘଟିଛି।...

ଔଷଧ ଦୋକାନରୁ ଚୋରି: ସନ୍ଧାନୀ କୁକୁର ତଦନ୍ତ କରି ଫେରିଲା

ଭଞ୍ଜନଗର, ୧୪/୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଜିଲୁଣ୍ଡି ଗ୍ରାମରେ ଶନିବାର ରାତିରେ ଚୋରି ହୋଇଛି। ଏନେଇ ସୋମବାର ଛତ୍ରପୁରରୁ ସାଇଣ୍ଟିଫିକ ଟିମ୍‌ ଏବଂ...

ଭାଜପାକୁ ଚେତାବନୀ ଦେଲେ ଓମାର ଅବଦୁଲ୍ଲା: କହିଲେ, କାଲି ଯଦି ନିର୍ବାଚନ ହୁଏ…

ଶ୍ରୀନଗର,୧୪।୭:ଜୁଲାଇ ୧୩ରେ ଶହୀଦ ଦିବସକୁ ନେଇ ଜମ୍ମୁ କଶ୍ମୀରରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି। ଶ୍ରୀନଗରର ଶହୀଦ କବରସ୍ଥାନରେ କାନ୍ଥ ଚଢ଼ି ପୋଲିସ ସହ ସଂଘର୍ଷର...

କଠୋର ହେଲା DGCA: ୨୧ ତାରିଖ ସୁଦ୍ଧା ବୋଇଂ ବିମାନର ଇନ୍ଧନ ନିୟନ୍ତ୍ରଣ ସୁଇଚ୍‌ ଯାଞ୍ଚ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪ା୭:ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସମ୍ପର୍କିତ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଆସିବା ପରେ ବୋଇଂ ୭୮୭ ଏବଂ ବୋଇଂ ୭୩୭ ବିମାନଗୁଡ଼ିକର ଇନ୍ଧନ ନିୟନ୍ତ୍ରଣ ସୁଇଚ୍‌...

ଝାଡାବାନ୍ତି ଅଞ୍ଚଳରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଦିଗପହଣ୍ଡି,୧୪ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗାଁରେ କିଛିଦିନ ହେଲା ଝାଡାବାନ୍ତି ଲାଗିରହିଥିଲା। ପ୍ରଭାବରେ ୩ଜଣ ମୃତ୍ୟୁ ହୋଇଛି। ସୋମବାର...

ପାଣିରେ ପଡ଼ିଲା ଜାଡେଜାଙ୍କ ଲଢ଼ୁଆ ଅର୍ଦ୍ଧଶତକ: ରୋମାଞ୍ଚକ ମ୍ୟାଚ୍‌ରେ ହାରିଲା ଭାରତ

ଲଡର୍‌ସ, ୧୪।୭:ରବୀନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ଦ୍ୱିତୀୟ ଇନିଂସରେ ୧୯୩ ରନ କରିପାରିଲାନି ଭାରତ। ଗୋଟିଏ ପଟରେ ଏକାକୀ ଲଢ଼େଇ କରି ଜାଡେଜା ୬୧...

ବରଗଡ଼ରେ ପୁଣି ସ୍କ୍ରବ ଟାଇଫସ୍: ଆକ୍ରାନ୍ତ ଚିହ୍ନଟ ପରେ ଲୋକେ ଆତଙ୍କିତ

ପଦ୍ମପୁର,୧୪।୭(ପ୍ରଦୀପ୍ତ ଦାଶ):  ବରଗଡ଼ ଜିଲାକୁ ପୁଣି ସ୍କ୍ରବ୍ ଟାଇଫସ୍ ରୋଗ ଫେରିଛି। ଏଥିରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri