ଧାର୍ଯ୍ୟ ସମୟ ସରିବାକୁ ଆଉ ୨ ଦିନ: ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

କୋଟପାଡ଼,୨୮ା୬(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ର ବିଭିନ୍ନ ମଣ୍ଡିରେ ଧାନ ପଡ଼ି ନଷ୍ଟ ହେଉଥିବା ବେଳେ ଏହାକୁ ନିର୍ଦ୍ଧାରିତ ସମୟରେ ଉଠାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଏ ନେଇ ସୂତିପଦର ପଞ୍ଚାୟତ ଡଙ୍ଗିରି ୬୩ ନଂ ଜାତୀୟ ରାଜପଥରେ ଚାଷୀ ଧାନ ରଖି ଶନିବାର ରାସ୍ତାରୋକୋ କରିଥିଲେ। ନିର୍ଦ୍ଧାରିତ ସମୟରେ ପ୍ରଶାସନ ଧାନ ନ ଉଠାଉ ଥିବାରୁ ମଣ୍ଡିଗୁଡ଼ିକରେ ଗଚ୍ଛିତ ଧାନ ବର୍ଷାରେ ଭିଜି ନଷ୍ଟ ସହ ଗଜା ହେବା ସମସ୍ୟା ଦେଖାଦେଇଛି। କୋଟପାଡ଼ ଅଞ୍ଚଳରେ ଚଳିତ ଖରିଫରେ ଜୟପୁର ନିୟନ୍ତ୍ରିତ ବଜାର କମିଟି, କୋଟପାଡ଼ ସମବାୟ ବିଭାଗ ଓ କେତେକ ଏସ୍‌ଏସ୍‌ଜି ଦ୍ୱାରା ୧ ଲକ୍ଷ ୭୦ ହଜାର କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଧାନ ଜୁନ୍‌ ୩୦ ମଧ୍ୟରେ କିଣିବାକୁ ଟାର୍ଗେଟ ରଖାଯାଇଥିଲା। ଧାର୍ଯ୍ୟ ସମୟ ସରିବାକୁ ୨ ଦିନ ଥିବା ବେଳେ ୫୦ ପ୍ରତିଶତ ଧାନ କିଣାଯାଇଛି ଓ ବଳକା ଧାନ ଉଠି ପାରିନାହିଁ।

ଏହାକୁ ନେଇ ବିଭିନ୍ନ ଚାଷୀ ସଂଗଠନ ଜିଲାପାଳ, ଉପଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ନୀରବ ରହିଥିବା ଚାଷୀ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳରୁ ଧାନ କିଣିବା ପାଇଁ ୪୩ଟି ମିଲରଙ୍କୁ ନିର୍ଦ୍ଦେଶ ରହିଥିବା ବେଳେ ମଣ୍ଡିଗୁଡ଼ିକରେ ଧାନ ଉଠାଇବାକୁ ଟ୍ରକ୍‌ ଆସୁ ନ ଥିବାରୁ ସମସ୍ୟା ଦେଖାଦେଇଥିବା ଜଣାପଡିଛି। ଏ ନେଇ ଜୟପୁର ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ମଣ୍ଡିରେ ଧାନ ଉଠାଇବାକୁ ଗାଡି ଆସୁ ନ ଥିବା ବେଳେ କିଛିଦିନ ହେବ ବର୍ଷା ଲାଗି ରହିଛି। ଧାନ ମଣ୍ଡିରେ ଭିଜୁଛି l

ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଚାଷୀ ଗୁହାରି କଲେ ସୁଦ୍ଧା କୌଣସି ପଦକ୍ଷେପ ନ ନେବାରୁ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହା ପରେ ସ୍ଥାନୀୟ ତହସିଲଦାର, ଯୋଗାଣ ବିଭାଗ ଅଧିକାରୀ, ଲ୍ୟାମ୍ପ ଅଧିକାରୀ, ପୋଲିସ ପହଞ୍ଚି ବୁଝାଶୁଝା କରି ୩୦ ତାରିଖ ସୁଦ୍ଧା ସମସ୍ତ ଧାନ ଉଠାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଚାଷୀ ରାସ୍ତାରୁ ଉଠିଥିଲେ। ପ୍ରଶାସନ ପ୍ରତିଶ୍ରୁତି ପାଳନ ନ କଲେ ପୁଣି ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚାଷୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା): ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଚାନ୍ଦବାଲି…

ସାତ୍ତ୍ୱିକ-ଚିରାଗ ଫାଇନାଲରେ

ବ୍ୟାଙ୍କକ୍‌,୧୬ା୫: ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୯ ଓ ୨୦୨୪ରେ…

ଭବାନୀପାଟଣାରେ କାଳବୈଶାଖୀ କୁଆପଥର ବର୍ଷା,କାର ଉପରେ ପଡ଼ିଲା ଗଛ

ଭବାନୀପାଟଣା,୧୬।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶନିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଜୋରରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା। ପଵନ…

କ୍ରିକେଟ ଖେଳୁଥିବା ବେଳେ ଯୁବକଙ୍କ ଉପରେ ହେଲା ବଜ୍ରପାତ: ଟଳିପଡ଼ିଲେ…

ମୋହନା,୧୬।୫(ମନ୍ମଥ ମିଶ୍ର ):  ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଶୁଲୁବା ଗାଁ ରେ ଅଘଟଣ ଘଟିଛି।  ଗାଁ ନିକଟସ୍ଥ ଏକ ପଡିଆରେ ବୟନ୍ତ…

ସନ୍ତରଣରେ ପ୍ରତିଭା ଦେଖାଇଲେ ଛାତ୍ରୀଛାତ୍ର

ରାଉରକେଲା,୧୫।୫(ବିପ୍ଳବ ରଞ୍ଜନ ଦାଶ): ନବଗଠିତ ଜିଲା ସୁଇମିଂ ଆସୋସିଏଶନ ପକ୍ଷରୁ ବିର୍ସାମୁଣ୍ଡା ଆଥଲେଟିକ ସୁଇମିଂ ପୁଲ୍‌ରେ ଜିଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି। ବିଭିନ୍ନ…

୩୩ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦିବ୍ୟାଙ୍ଗ ମହିଳା ଗୁରୁତର

ନନ୍ଦପୁର,୧୬ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମର ଚାଷଜମି ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ଲାଇନର ଖୁଣ୍ଟ ଓ ତାର…

ଧରମ ଝିଅକୁ ୫ମାସର ଗର୍ଭବତୀ କରି ୨୦ବର୍ଷ ଜେଲ ଗଲେ ଦିବ୍ୟାଙ୍ଗ ବାପା।

କଳିଙ୍ଗନଗର, ୧୬।୫ (ଶୁଭାଶିଷ ରାଉତ): ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡାଦେଶ ହୋଇଛି।…

ଗୃହ ବିଭାଗ ନିଜ ପାଖରେ ରଖିଲେ ବିଜୟ

ଚେନ୍ନାଇ,୧୬।୫: ତାମିଲନାଡୁର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ସୁପାରିଶ ଉପରେ କାର୍ଯ୍ୟ କରି ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ରାଜ୍ୟର ନୂତନ କ୍ୟାବିନେଟକୁ ବିଭାଗ ଆବଣ୍ଟନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri