ମାଛ ଚାଷରେ ପୁଣି ରେକର୍ଡ କରିବ କଳାହାଣ୍ଡି ଚଳିତବର୍ଷ ୩୧ ହଜାର ଟନ୍‌ ଉତ୍ପାଦନ ଲକ୍ଷ୍ୟ

ଭବାନୀପାଟଣା,୨୯।୬ (ଉତ୍ତମ କୁମାର ଦାଶ): ରାଜ୍ୟରେ କଳାହାଣ୍ଡି ଜିଲା ଧାନ ଓ କପା ଉତ୍ପାଦନ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ଏବେ ଆଉ ଏକ ପାଦ ଆଗକୁ ବଢିଛି। ଜିଲାରେ ଉତ୍ପାଦନ ହେଉଥିବା ଉନ୍ନତ ମାନର ମାଛ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ଆଗାମୀ ଦିନରେ ଜିଲା ମାଛଚାଷର ହବ୍‌ ହେବ ବୋଲି ଚାଷୀମାନେ ମତପ୍ରକାଶ କରିଛନ୍ତି। ଭଲ ମାଛ ଉତ୍ପାଦନ ହେଉଥିବାରୁ ଏହାକୁ ଆହୁରି ବ୍ୟାପକ କରିବାକୁ ଚାଷୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକକୁ ଛାଡି ଭବାନୀପାଟଣା, ଧର୍ମଗଡ, ଜୟପାଟଣା, ଜୁନାଗଡ, ଗୋଲାମୁଣ୍ଡା, କେସିଙ୍ଗା, ନର୍ଲା, କଲମପୁର, ଲାଞ୍ଜିଗଡ଼, କର୍ଲାମୁଣ୍ଡା, ଏମ୍‌ ରାମପୁର, କୋକସରା ଆଦି ୧୨ ବ୍ଲକରେ ଉନ୍ନତମାନର ମାଛ ଚାଷ କରାଯାଉଛି। ପ୍ରତିବର୍ଷ ଜିଲାରେ ୧୪ ହଜାର ହେକ୍ଟର ଅଞ୍ଚଳରେ ମାଛ ଚାଷ ହେଉଥିବାବେଳେ ୩୦ ହଜାରରୁ ଊଦ୍ଧର୍‌ବ ମେଟ୍ରିକ ଟନ ମାଛ ଉତ୍ପାଦନ ହେଉଛି। ଏହାଦ୍ୱାରା ଚାଷୀମାନେ ସ୍ବାବଲମ୍ବୀ ହେବା ସହିତ ନିଜର ଆର୍ଥିକସ୍ଥିତି ସୁଦୃଢ଼ କରିବାରେ ସକ୍ଷମ ହୋଇପାରୁଛନ୍ତି ବୋଲି ଜିଲା ମତ୍ସ୍ୟ ଅଧିକାରିଣୀ ଦ୍ରୌପଦୀ ମାଝି ପ୍ରକାଶ କରିଛନ୍ତି। ସେହିପରି ମାଛ ଚାଷୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯାଇ ଆଗକୁ ବଢିବାକୁ ପ୍ରେରଣା ଦିଆଯାଉଛି। ଚଳିତବର୍ଷ ୩୧ ହଜାର ଟନ୍‌ ମାଛ ଉତ୍ପାଦନର ଲକ୍ଷ୍ୟ ରହିଥିବା ସେ କହିଥିଲେ। ଏହି ଉତ୍ପାଦନକୁ ଦେଖିଲେ କଳାହାଣ୍ଡି ଜିଲା ପୁଣି ଥରେ ରାଜ୍ୟରେ ରେକର୍ଡ କରିବ ବୋଲି ଜଣାପଡିଛି।
ପ୍ରକାଶ ଯେ, ୨୦୨୦ରେ ସମଗ୍ର ଦେଶରେ କଳାହାଣ୍ଡି ଜିଲା ମତ୍ସ୍ୟଚାଷ ପ୍ରଦର୍ଶନୀ କ୍ଷେତ୍ରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା। ଏହାକୁ ନେଇ ସେହିବର୍ଷ ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ କଳାହାଣ୍ଡି ପୁରସ୍କୃତ ମଧ୍ୟ ହୋଇଥିଲା। ସେହି ଦିନଠାରୁ ମାଛ ଚାଷ ପାଇଁ ଚାଷୀଙ୍କ ଆଗ୍ରହ ବଢିବାରେ ଲାଗିଛି। ପୂର୍ବରୁ କେବଳ ପୁରୁଷମାନେ ଏହି କାର୍ଯ୍ୟ କରୁଥିବାବେଳେ ଏବେ ଏସ୍‌ଏଚ୍‌ଜି ମହିଳାମାନେ ମତ୍ସ୍ୟ ଚାଷକରି ପୁରସ୍କୃତ ହେଉଛନ୍ତି। ଏହି ଚାଷକୁ କିଭଳି ଆହୁରି ବ୍ୟାପକ କରାଯାଇ ପାରିବ ସେ ଉପରେ ଚାଷୀମାନେ ଉଦ୍ୟମ ଜାରି ରଖିଛନ୍ତି। ଚାଷୀମାନେ କିଭଳି ଉନ୍ନତ ପ୍ରଣାଳୀରେ ମାଛ ଚାଷ କରିପାରିବେ ସେ ଉପରେ ଗୁରୁତ୍ୱ ଦେଇଛି ଜିଲା ମତ୍ସ୍ୟ ବିଭାଗ। ସେମାନଙ୍କୁ ବିଭାଗ ପକ୍ଷରୁ ପ୍ରୋତ୍ସାହନ ଯୋଗାଯିବା ସହ ମାଛ ଚାଷ ଉପରେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଛି। ଅନେକ ସମୟରେ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଫ୍ରେଶ ୱାଟର ଆକ୍ସାକଲଚର (ସିଫା)ର ଅଧିକାରୀ ଓ ମତ୍ସ୍ୟ ବିଜ୍ଞାନୀମାନେ ଜିଲାର ମାଛ ଚାଷ ହେଉଥିବା ଅଞ୍ଚଳ ଗସ୍ତ କରି ମାଛ ଚାଷୀମାନଙ୍କ ସହ ଆଲୋଚନା କରୁଛନ୍ତି। ପୂର୍ବରୁ କଳାହାଣ୍ଡି ଜିଲାକୁ ଆନ୍ଧ୍ରପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗରୁ ମାଛ ଆମଦାନୀ ହେଉଥିବାବେଳେ ବର୍ତ୍ତମାନ ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ
ପଡୁନାହିଁ। ଜିଲାର ମାଛ ଉତ୍ପାଦନ ଆବଶ୍ୟକତା ପୂରଣ କରୁଛି। ସେହିପରି କଳାହାଣ୍ଡିର ମାଛ ଏବେ ବାହାର ରାଜ୍ୟକୁ ମଧ୍ୟ ରପ୍ତାନି ହେଉଛି। ଏହା ଦ୍ୱାରା ଆଗାମୀ ଦିନରେ କଳାହାଣ୍ଡି ମାଛ ଚାଷର ହବ୍‌ରେ ପରିଣତ ହେବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଜିଲାର ବିଭିନ୍ନ ଅଞ୍ଚଳରେ ରୋହି, ଭାକୁର, ବିଲାତି ଭଳି ଅନେକ ପ୍ରକାର ମାଛ ଚାଷ ହୋଇଥାଏ। ହେଲେ ମାଛ ଦରକୁ ନେଇ ଚାଷୀମାନଙ୍କ ମଧ୍ୟରେ କିଛିଟା ଅସନ୍ତୋଷ ଦେଖାଦେଇଛି। ଚାଷୀମାନେ ମାଛ କିଲୋ ପିଛା ୧୫୦ ଟଙ୍କାରେ ବିକ୍ରି କରୁଥିବା ବେଳେ ତାହା ବଜାରରେ ୨୦୦ରୁ ୨୨୦ ଟଙ୍କାରେ ବିକ୍ରି ହେଉଛି। ତେଣୁ ସରକାର ବଜାର ବ୍ୟବସ୍ଥା କଲେ ଚାଷୀମାନେ ଆହୁରି ଉପକୃତ ହୋଇପାରନ୍ତେ ବୋଲି ଧର୍ମଗଡ଼ ବ୍ଲକର ଯୁବ ମାଛ ଚାଷୀ ପ୍ରସନଜିତ ପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଅନୁମତିରେ ସାଉଣ୍ଡ ବାଜିଲେ ଜବତ ହେବ ଡିଜେ ଗାଡ଼ି, ସିଧା ହେବେ ଗିରଫ: ପାର୍ବଣ ପୂର୍ବରୁ ପୋଲିସର ଚେତାବନୀ

ପୁରୁଷୋତ୍ତମପୁର,୯।୯(ସବିତା ମିଶ୍ର): ଆଗାମୀ ପୂଜାପାର୍ବଣ ସମୟରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ପୁରୁଷୋତ୍ତମପୁର ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଉପଜିଲାପାଳଙ୍କ ବିନା ଅନୁମତିରେ କୌଣସି ସ୍ଥାନରେ…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

ଭବାନୀପାଟଣା-ତାସିଗୁଡ଼ା ଓଏସଆରଟିସି ବସ୍ ବନ୍ଦ: ଲାଭଜନକ ରୁଟ୍‌ରେ ସେବା ଠପ୍, ଆସନ୍ତା ଶନିବାର ସୁଦ୍ଧା…

ଥୁଆମୂଳ ରାମପୁର, ୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ସଦର ମହକୁମା ଭବାନୀପାଟଣାରୁ ଥୁଆମୂଳ ରାମପୁର ଓ ଗୁଣପୁର ଦେଇ ତାସିଗୁଡ଼ା ପର୍ଯ୍ୟନ୍ତ ଚାଲୁଥିବା ସରକାରୀ (ଓଏସଆରଟିସି)…

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

ତୁରୁମୁଙ୍ଗା ଜାତୀୟ ରାଜପଥ କଡ଼ରୁ ହଟିଲା ଜବରଦଖଲ: ଚାଲିଲା ଜେସିବି, ଥଇଥାନ ଦାବି କଲେ ବ୍ୟବସାୟୀ

ପାଟଣା,୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ର ତୁରୁମୁଙ୍ଗା ବଜାର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ କଡ଼ରୁ ବୁଧବାର ବ୍ୟାପକ ଜବରଦଖଲ ଉଚ୍ଛେଦ…

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri