ଆମ ଜିଲା ଖବର

ବାଟିଗୋରଡ଼ା ହତ୍ୟା ମାମଲା: ହାଇକୋର୍ଟରେ ଅଭିଯୁକ୍ତଙ୍କ ଅନ୍ତରୀଣ ଜାମିନ ଅଗ୍ରାହ୍ୟ

ସାକ୍ଷୀଗୋପାଳ,୨୫ା୧୧(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକ ନିକଟ ବାଟିଗୋରଡ଼ା ଗ୍ରାମରେ ଜମିଜମା ବିବାଦକୁ ନେଇ ୨୦୧୮ରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷରୁ ଘଟିଥିବା ହତ୍ୟା ମାମଲାରେ ଅଭିଯୁକ୍ତମାନଙ୍କ ଅନ୍ତରୀଣ ଜାମିନ ଆବେଦନ ମାନ୍ୟବର ହାଇକୋର୍ଟଙ୍କ...

ମରଣଯନ୍ତା ପାଲଟିଛି ରାସ୍ତା, ପ୍ରତିଦିନ ଘଟୁଛି ଦୁର୍ଘଟଣା

କର୍ଲାମୁଣ୍ଡା,୨୫।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ପଲମ ଛକଠାରୁ ବେଲଖଣ୍ଡି ପର୍ଯ୍ୟନ୍ତ ପ୍ରଶସ୍ତୀକରଣ ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ପ୍ରତିଦିନ ଦୁର୍ଘଟଣା ଶିକାର ହେଉଥିବା ଅଭିଯୋଗ ହେଉଛି।...

ନିଲାମ ହେଉନି, ଖତ ଖାଉଛି ସରକାରୀ ଗାଡ଼ି

ଭବାନୀପାଟଣା,୨୫।୧୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଖତ ଖାଉଛି ସରକାରୀ ଗାଡି। ଦୀର୍ଘ ବର୍ଷ ହେବ ରକ୍ଷଣାବେକ୍ଷଣ ଅଭାବରୁ ଗାଡିଗୁଡିକ ଏବେ ପରିତ୍ୟକ୍ତ ଭାବେ ସେଠାରେ ପଡିରହିଛି। ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗର ସରକାରୀ ଅଧିକାରୀଙ୍କ...

ଖବର ପ୍ରସାରଣ ପରେ ଅଙ୍ଗନୱାଡି କୋଠା ନିର୍ମାଣ ଆରମ୍ଭ

ବେହେରା,୨୫ା୧୧(ଡି.ଏନ.ଏ.): ଜିଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମପଞ୍ଚାୟତସ୍ଥିତ ଅଙ୍ଗନୱାଡି କେନ୍ଦ୍ର ନଂ୧ର ଶିଶୁମାନେ ଗଳି ସନ୍ଧିରେ ଶିଶୁ ଦିବସ ପାଳନ କରିଥିଲେ। ଦୀର୍ଘ ଏକ ବର୍ଷ ଧରି କୋଠା ନିର୍ମାଣରେ ବିଳମ୍ବ ଯୋଗୁ ଶିଶୁମାନଙ୍କ ପ୍ରାକ୍‌ ପ୍ରାଥମିକ ଶିକ୍ଷା...

୨ ବର୍ଷ ହେଲା ସୋଲାର ପମ୍ପ ଅଚଳ

କର୍ଲାମୁଣ୍ଡା,୨୫।୧୧(ଡି.ଏନ.ଏ.): ପିଇବା ପାଣି ସୁବ୍ୟବସ୍ଥା ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଯୋଜନାଗୁଡିକ ଆରମ୍ଭ ହେଇ ପରବର୍ତ୍ତୀ ସମୟରେ ଠପ ହେଇଯାଉଛି। ଏପରି ପରିସ୍ଥିତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ...

ପାଣି ପାଇଁ ପଞ୍ଚାୟତରେ ହଟ୍ଟଗୋଳ କଲେ ମହିଳା

କୋକସରା,୨୫।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରୀ ଓ ବରାଡଙ୍ଗା ଗ୍ରାମରେ ଦୀର୍ଘ ୩ ମାସ ହେବ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଏହାକୁ ନେଇ ୨ ଗ୍ରାମର ମହିଳାମାନେ ପଞ୍ଚାୟତରେ ବୈଠକ ଚାଲିଥିବା ବେଳେ...

୩ ଅଧିକାରୀଙ୍କ ବିରୋଧରେ ଡ୍ରାଫ୍ଟଚାର୍ଜ ସୁପାରିସ

ସୋନପୁର,୨୫।୧୧(ନି.ପ୍ର.): ଲୋକାୟୁକ୍ତଙ୍କ ନୋଟିସ୍‌ ଓ ଆରଡିସିଙ୍କ ତାଗିଦ୍‌ ପରେ ସୁବର୍ଣ୍ଣପୁର ଜିଲା ପ୍ରଶାସନ ବିନିକା ବ୍ଲକ ଆବାସ ଯୋଜନା ଦୁର୍ନୀତି ମାମଲାକୁ ଗୁରୁତ୍ୱ ସହକାରେ ନେଇଛି। ଏହି ଘଟଣାରେ ମିଥ୍ୟା ତଦନ୍ତ ରିପୋର୍ଟ ପ୍ରଦାନ କରିଥିବା ବିନିକା ଏବିଡିଓ ପ୍ରଜ୍ଞା...

ରାସ୍ତା ପ୍ରଶସ୍ତୀକରଣ ପାଇଁ ଗଛ କଟିଲା

ଲୋଇସିଂହା,୨୫।୧୧(ଡି.ଏନ.ଏ): ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ କାମ ଚାଲିଛି। ଏଥିପାଇଁ ରାସ୍ତାକଡରେ ଥିବା ବ୍ରିଟିଶ ଅମଳର ମହାଦ୍ରୁମ ଲିମ୍ବ, ଅର୍ଜୁନ ଗଛ ସବୁ କଟା ଚାଲିଛି। ଲୋଇସିଂହା ଥାନା ସାଲେଭଟାରୁ ବଲାଙ୍ଗୀର ପର୍ଯ୍ୟନ୍ତ ପ୍ରାୟ ୩୦କିମି ମଧ୍ୟରେ...

ପ୍ରସଙ୍ଗ ପୁରୁଣା, ପୁଣି ପ୍ରତିଶ୍ରୁତି

ବରଗଡ଼ ଅଫିସ୍‌,(ପ୍ରେମାନନ୍ଦ ଖମାରୀ)୨୫।୧୧: ପଦ୍ମପୁର ଉପନିର୍ବାଚନକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ଏହି ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ମତଦାନ ହେବ। ତେବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ୧୦ ପ୍ରାର୍ଥୀ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା...

୫୫ ନଂ ଜାତୀୟ ରାଜପଥ ଅବରୋଧ

ଢେଙ୍କାନାଳ ଅଫିସ,୨୫ା୧୧: ଢେଙ୍କାନାଳ ସହର କଲେଜ ବାଇପାସ୍‌ଛକ ଠାରେ ଶୁକ୍ରବାର ସକାଳ ୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ଏଥିରେ ଢେଙ୍କାନାଳ, ଅନୁଗୋଳ ଜିଲାର ବିଜେଡି ନେତୃବୃନ୍ଦ ବହୁସଂଖ୍ୟାରେ ସାମିଲ...

ଶିକ୍ଷା ବିଭାଗରେ ଡେପୁଟେଶନ ଦୁର୍ନୀତି

ରାୟଗଡ଼ା ଅଫିସ,୨୫ା୧୧: ରାୟଗଡ଼ା ଜିଲା ଶିକ୍ଷା ବିଭାଗକୁ ପିଛା ଛାଡ଼ୁନି ଦୁର୍ନୀତି। କେତେବେଳେ ନକଲି ଶିକ୍ଷକ ଆଉ କେତେବେଳେ ଡେପୁଟେଶନ୍‌ ପାଇଁ ପ୍ରତିଯୋଗିତା। ଏବେ ଡେପୁଟେସନ ନାଁରେ ଜିଲାରେ ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଜିଲାରେ ବର୍ଷତମାମ ଡେପୁଟେସନ...

ବିଷମକଟକରେ ଚାଷୀଙ୍କ ପାଇଁ ଶୀତଳଭଣ୍ଡାର ନିର୍ମାଣ

ବିଷମକଟକ,୨୫ା୧୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଚାଟିକଣା ସ୍ଥିତ ଦକ୍ଷତା ତାଲିମ କେନ୍ଦ୍ରଠାରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା(ଡିକେଡିଏ) ଏବଂ ଉଦ୍ୟାନ ବିଭାଗର ମିଳିତ ସହଯୋଗରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏକ ଶୀତଳ ଭଣ୍ଡାର ନିର୍ମାଣ କରାଯାଇଛି। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri