ଆମ ଜିଲା ଖବର

ରାଉରକେଲା ବେଦବ୍ୟାସରେ ନିର୍ମାଣ କରାଯିବ ଝୁଲା କାଚ ପୋଲ

ରାଉରକେଲା, ୩୧।୩: ରାଉରକେଲାର ବେଦବ୍ୟାସରେ ଏକ ଝୁଲା କାଚ ପୋଲ ନିର୍ମାଣ ହେବାକୁ ଯାଉଛି, ଏହା ଓଡିଶାର ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରବିବାର ଘୋଷଣା କରିଛନ୍ତି। ‘ରାଉରକେଲା ଦିବସ’ ଉତ୍ସବରେ ଭାଷଣ ଦେଇ ମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପର…

ଉଚ୍ଚତର ଶିକ୍ଷା ପାଇଁ ଉତ୍ସାହିତ କଲେ ଅତିଥି: ଛାତ୍ରୀଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଇଲୋକ୍ଟ୍ରୋନିକ୍ସ ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଇଲୋକ୍ଟ୍ରୋନିକ୍ସ ବିଭାଗ ପକ୍ଷରୁ ସ୍ଥାନୀୟ ବନବିହାରଠାରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା…

ପୋଡ଼ିହୋଇ ଜୀବନ ହାରିଲେ ପ୍ରଧାନ ଶିକ୍ଷୟିତ୍ରୀ

କୋଣାର୍କ,୩୧।୩: କିରୋସିନିରେ ପୋଡ଼ି ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ପୁରୀ ଜିଲା ଅସ୍ତରଙ୍ଗ ଥାନା ଆଳସାହି ସ୍ଥିତ ଘରେ ପ୍ରଧାନ ଶିକ୍ଷୟିତ୍ରୀ ପୋଡ଼ି ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥିତି ଏକ ଘରୋଇ ହସ୍ପିଟାଲରେ…

୨ ସୁଟକେଶରୁ ମିଳିଲା ୩୦ କେଜି ଗଞ୍ଜେଇ ଜବତ: ୩ ଗିରଫ

କୋରାପୁଟ,୩୧।୩(ଅମିତାଭ ବେହେରା): କୋରାପୁଟ ରେଳବାଇ ଷ୍ଟେଶନରେ ସୋମବାର ସକାଳେ ଜିଆରପି ଏବଂ ଆରପିଏଫ ପକ୍ଷରୁ ଦୁଇଟି ଟ୍ରେନରେ ତଲାସୀ ପରେ ସୁଟକେସରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନରେ ତଲାସୀ ସମୟରେ ଦୁଇଜଣ ମହିଳା ସେମାନଙ୍କର ସୁଟକେସରେ ଗଞ୍ଜେଇ…

ଏପ୍ରିଲ୍‌ ୧ରୁ ୧୪ଯାଏ ପାଳନ ହେବ ‘ଓଡ଼ିଆ ପକ୍ଷ’

ଭୁବନେଶ୍ୱର,୩୧ା୩: ଏପ୍ରିଲ ୧ ଓଡ଼ିଶା ଦିବସଠାରୁ ୧୪ ତାରିଖ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ‘ଓଡ଼ିଆ ପକ୍ଷ’ ପାଳନ କରାଯିବ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି।…

ରେଳ ଇଞ୍ଜିନକୁ ପଥର ଫିଙ୍ଗିଥିଲେ, ପରେ…

ବନ୍ଧମୁଣ୍ଡା,୩୧ା୩(ସୁବ୍ରତ ଦେ): ବନ୍ଧମୁଣ୍ଡା ରେଳ ସେକ୍ସନର ଡୁମେରତା ରେଳ ଷ୍ଟେଶନ ନିକଟସ୍ଥ ୨ ନମ୍ବର ରେଳ ଫାଟକ ନିକଟରେ ରେଳ ଇଞ୍ଜିନରେ ପଥର ଫିଙ୍ଗି ଇଞ୍ଜିନର କାଚ ଭାଙ୍ଗିବା ଅଭିଯୋଗରେ ବନ୍ଧମୁଣ୍ଡା ଆରପିଏଫ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ପଠାଇଛି।…

ମହାପ୍ରଭୁଙ୍କ ଦୈନନ୍ଦିନ ସେବାରେ ନିୟୋଜିତ ସେବକ ନେବେ ପ୍ରଶିକ୍ଷଣ

ପୁରୀ,୩୧।୩: ମହାପ୍ରଭୁଙ୍କ ଦୈନନ୍ଦିନ ସେବାକୁ ଆହୁରି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୋମବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଆସନ୍ତା…

କାଳବୈଶାଖୀ: କାଲିଠୁ ୫ ପର୍ଯ୍ୟନ୍ତ ଝଡ଼ବର୍ଷା, ତାତିରୁ ମିଳିବ ଆଶ୍ବସ୍ତି

ଭୁବନେଶ୍ୱର,୩୧ା୩: ରାଜ୍ୟରେ ଜାରି ରହିଛି ହିଟଓ୍ବେଭ। ହେଲେ କାଲିଠୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ନେଇ ସୋମବାର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫଳରେ ଲୋକଙ୍କୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ।…

ଛତ୍ରପୁରରେ ଧୂମଧାମରେ ପାଳିତ ହେଲା ‘ଇଦ୍‌’: ପରସ୍ପରକୁ ଆଲିଙ୍ଗନ କରି ଅଭିବାଦନ ଜଣାଇଲେ…

ଛତ୍ରପୁର,୩୧।୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଆଜି ମୁସଲମାନ ଭାଇମାନଙ୍କ ପବିତ୍ର ରମ୍‌ଜାନ ମାସର ଶେଷ ଦିନ। ଏହି ଦିନକୁ ଇଦ୍‌ ରୁପେ ପାଳନ କରନ୍ତି, ଯାହା ମୁସଲମାନଙ୍କ ଲାଗି ସବୁଠାରୁ ବଡ ପର୍ବ ଅଟେ। ଏଥିଲାଗି ମୁସଲମାନମାନେ ଏକମାସ ଧରି ଉପବାସ…

ଲୋ-ଭୋଲଟେଜ, ବିଦ୍ୟୁତ୍‌ କାଟ ପ୍ରତିବାଦରେ ୨୭ ଘଣ୍ଟା ହେଲା ଧାରଣାରେ ଚାଷୀ

ନବରଙ୍ଗପୁର,୩୧।୩(ସଦାଶିବ ପ୍ରହରାଜ): ରାଜ୍ୟରେ ଜାରି ରହିଛି ହିଟଓ୍ବେଭ। କିଛି ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳିରେ ଲୋକେ ଅତିଷ୍ଟ ହୋଇପଡିଥିବା ବେଳେ ଲୋ-ଭୋଲଟେଜ ସହ ବାରମ୍ବାର ବିଦ୍ୟୁତ୍‌ କାଟ ସମସ୍ୟାକୁ ଆହୁରି ଦ୍ୱିଗୁଣିତ…

ଯୁବ ଗବେଷକଙ୍କୁ ଉତ୍ସାହିତ କରିବା ଲାଗି ପ୍ରୟାସ

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ)-ଘୁମୁସର ଗବେଷଣା ପ୍ରତିଷ୍ଠାନ (ଜିଜିପି) ତାର ୫ମ ବାର୍ଷିକ ଅଧିବେଶନ ମେ’ ଶେଷ ସପ୍ତାହରେ ପାଳନ କରିବ । ତେଣୁ ଏନେଇ ସୋମବାର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ଡ. ସନ୍ତୋଷ କୁମାର…

ଉଠାଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ

ପୁରୁଷୋତ୍ତମପୁର,୩୧।୩ (ସିମାଞ୍ଚଳ ମିଶ୍ର): ଚାଷୀକୂଳଙ୍କ ସୁବିଧା ସହ କ୍ଷେତକୁ ଜଳଯୋଗାଣ ଲାଗି ରାଜ୍ୟ ସରକାରଙ୍କ ଅନୁଦାନ ୧୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଛୁଲି ଗ୍ରାମରେ ଥିବା ଶ୍ରୀକୃଷ୍ଣପାଣି ପଞ୍ଚାୟତ ପକ୍ଷରୁ ଏକ ଉଠାଜଳସେଚନ ପ୍ରକଳ୍ପ ଉଦଘାଟିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri