ନୂଆପଡ଼ା ଉପନିର୍ବାଚନ: ଜାଣନ୍ତୁ ଏସ୍‌ଆଇଆର୍‌, ଏସ୍‌ଏସ୍‌ଆର୍‌ ମଧ୍ୟରେ ପାର୍ଥକ୍ୟ କ’ଣ?

ଭୁବନେଶ୍ୱର, ୧୪।୯(ସୁନିତ୍‌ ମିଶ୍ର): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ହେଉଛି ଘରକୁ ଘର ଯାଇ ଭୋଟରମାନଙ୍କ ଗଣନା କରି ନୂଆ ଭୋଟର ତାଲିକା ପ୍ରସ୍ତୁତ କରିବା। ପ୍ରଚଳିତ ତାଲିକାକୁ ବିଚାରକୁ ନ ନେଇ ଗଣନାକାରୀମାନେ ପ୍ରତି ଘରକୁ ଯାଇ ଧାର୍ଯ୍ୟ ତାରିଖ ସୁଦ୍ଧା ଯୋଗ୍ୟ ଭୋଟରମାନଙ୍କ ତାଲିକା ପ୍ରସ୍ତୁତ କରିଥାନ୍ତି। ବର୍ତ୍ତମାନର ଭୋଟର ତାଲିକା ତ୍ରୁଟିଯୁକ୍ତ ଏବଂ ସମ୍ପୂର୍ଣ୍ଣ ନୂଆ ତାଲିକା ପ୍ରସ୍ତୁତ ଆବଶ୍ୟକ ବୋଲି ନିର୍ବାଚନ କମିଶନ ଯେତେବେଳେ ସିଦ୍ଧାନ୍ତରେ ପହଞ୍ଚନ୍ତି, ସେତେବେଳେ ସ୍ବତନ୍ତ୍ର ସଘନ ସଂଶୋଧନ କରାଯାଇଥାଏ। ସାଧାରଣତଃ ନିର୍ବାଚନ ପୂର୍ବରୁ କିମ୍ବା ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ଭଳି ପ୍ରଶାସନିକ ପ୍ରକ୍ରିୟା ପରେ ଏସ୍‌ଆଇଆର୍‌ ହୋଇଥାଏ। ଅନ୍ୟପକ୍ଷରେ ସ୍ବତନ୍ତ୍ର ସାରାଂଶ ସଂଶୋଧନ (ଏସ୍‌ଏସ୍‌ଆର୍‌) ନିର୍ବାଚନ ପୂର୍ବରୁ ହୋଇଥାଏ। ଏଥିରେ ଭୋଟର ତାଲିକାର ସମୀକ୍ଷା କରାଯିବା ସହ ୧୮ ବର୍ଷ ବୟସରେ ପହଞ୍ଚତ୍ଥିବା ନୂଆ ଭୋଟରଙ୍କୁ ଯୋଡ଼ାଯାଇଥାଏ। ଯେଉଁମାନେ ନିର୍ବାଚନମଣ୍ଡଳୀ ବଦଳାଇଥାନ୍ତି, ତଦନୁଯାୟୀ ପୂର୍ବ ନିର୍ବାଚନମଣ୍ଡଳୀରୁ ସେମାନଙ୍କ ନାଁ କଟାଯାଇ ନୂଆ ନିର୍ବାଚନମଣ୍ଡଳୀ ଭୋଟର ତାଲିକାରେ ସାମିଲ କରାଯାଇଥାଏ। ସେହିପରି ଡୁପ୍ଲିକେଟ୍‌ ଓ ମୃତ ଭୋଟରଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜନଗଣନା କାର୍ଯ୍ୟ ସାରି ଫେରିବା ପରେ ଚାଲିଗଲା ଶିକ୍ଷକଙ୍କ ଜୀବନ, ଅଞ୍ଚଳରେ ଶୋକର ଛାୟା

ବାସୁଦେବପୁର,୧।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ଆର ତୁଙ୍ଗ ଗ୍ରାମର ଶିକ୍ଷକ ବଳରାମ ବିନ୍ଧାଣୀଙ୍କର ଶୁକ୍ରବାର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ମୃତ୍ୟୁ…

ଆଇଏମ୍‌ଡିର ବଡ଼ ଚେତାବନୀ, ମେ’ରେ ସ୍ବାଭାବିକଠାରୁ ହେବ ଅଧିକ ବର୍ଷା

ନୂଆଦିଲ୍ଲୀ,୧।୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଆସିଛି। ଚଳିତ ବର୍ଷ ମେ ମାସରେ ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ…

ଶର୍ଟ ସର୍କିଟରୁ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ମୋହନା,୧।୫(ମନ୍ମଥ ମିଶ୍ର ): କିଛି ଦିନ ହେଲା ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ଚାଲିଥିବା ବେଳେ ଶୁକ୍ରବାର ପୁଣି ଏକ ଅଘଟଣ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା…

ମଇ ଆରମ୍ଭରୁ ଫୋନ୍‌ ଦାମ୍‌ ବଢ଼ାଇଲେ ଏହି ୩ କମ୍ପାନୀ, ଗ୍ରାହକଙ୍କ ପକେଟରେ ଚାବୁକ୍‌; ଜାଣନ୍ତୁ ନୂଆ ମୂଲ୍ୟ

ନୂଆଦିଲ୍ଲୀ,୧।୫:ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟ ଉପରେ ଏବେ ଅଧିକ ଚାପ ପଡ଼ିପାରେ। Nothing, Realme ଏବଂ OnePlus…

କିଡନୀ ରୋଗ ନେଲା ସ୍ବାମୀଙ୍କ ଜୀବନ: ମା’ଙ୍କ କାନ୍ଧରେ ଦୁଇ ସନ୍ତାନଙ୍କ ବୋଝ

କର୍ଲାମୁଣ୍ଡା:୧।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଧରାଖମନ ଗାଁରେ କିଡନୀ ରୋଗରେ ଆକ୍ରନ୍ତ ହୋଇ ୨୦ରୁ ଊଦ୍ଧର୍‌ବ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା…

କମର୍ସିଆଲ ଏଲ୍‌ପିଜି ପରେ ଏବେ ବଢ଼ିବ ପେଟ୍ରୋଲ-ଡିଜେଲ ଦର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା!

ନୂଆଦିଲ୍ଲୀ,୧।୫: ଦେଶରେ ଖୁବଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଦେଖିବାକୁ ମିଳିପାରେ। ରିପୋର୍ଟ ଅନୁଯାୟୀ, ସରକାର ତୈଳ ଦର ବଢ଼ାଇବା ପାଇଁ ବିଚାର କରୁଛନ୍ତି, ଯଦିଓ…

ଜନଗଣନାରୁ ଫେରୁଥିଲେ, ଜନତା ଲେନ୍‌ରେ ସ୍କୁଟିକୁ ଧକ୍କା ଦେଲା କାର୍‌; ଛିଟିକି ପଡ଼ି ଶିକ୍ଷୟତ୍ରୀ…

ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଜନଗଣନାରୁ ଫେରୁଥିଲେ। ଶିକ୍ଷୟତ୍ରୀଙ୍କ ସ୍କୁଟିକୁ କାର୍‌ ଧକ୍କା ଦେବାରୁ ସେ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ଦିଗପହଣ୍ଡିରେ।…

ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା…

ଭୁବନେଶ୍ୱର,୧।୫: ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରମିକଙ୍କ ହିତକୁ ଦୃଷ୍ଟିରେ ରଖି ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି। ଅଣକୁଶଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri