ସାତକୋଶିଆ ବିସ୍ଥାପିତଙ୍କ ଜମିର ହେଉନି କିସମ ପରିବର୍ତ୍ତନ

ଅନୁଗୋଳ,୧୪।୯(ଦିବ୍ୟଶାନ୍ତନୁ ନାଥ): ଦୀର୍ଘବର୍ଷ ହେଲା ଗଁା ବିସ୍ଥାପିତ ହେଲାଣି। ଗଁା ଲୋକେ ଅନ୍ୟ ଅଞ୍ଚଳର ବାସିନ୍ଦା ହେଲେଣି। ଗଁା ଲୋକଙ୍କ ନାମରେ ଥିବା ଜମି ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳରେ ମିଶାଇ ଦିଆଗଲାଣି। ହେଲେ ଉକ୍ତ ଜମିର କିସମ ପରିବର୍ତ୍ତନ ଏଯାଏ ହୋଇପାରି ନାହିଁ। ଏପରି କି ଜମିପଟ୍ଟାରୁ ରୟତମାନଙ୍କ ନାମ କଟାଯାଇ ବନ ବିଭାଗ ନାମରେ ତାହାକୁ କରାଯାଇ ନାହିଁ। ଫଳରେ ଏବେ ବି ପଟ୍ଟାଧାରୀଙ୍କ ନାମରେ ଜମି ଖଜଣା ବାବଦ ଟଙ୍କା ସରକାରୀ ଖାତାରେ ବକେୟା ଭାବେ ଗଡ଼ିଚାଲିଛି। ରାଜସ୍ବ ଓ ବନ ବିଭାଗ ଭିତରେ ଆବଶ୍ୟକ ସମନ୍ବୟ ଅଭାବରୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ତେବେ ବିସ୍ଥାପିତ ଲୋକମାନେ ଆଗାମୀ ଦିନରେ ଏହାକୁ ନେଇ ସମସ୍ୟାରେ ପଡ଼ିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।

ସୂଚନା ମୁତାବକ, ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ମଧ୍ୟରେ ବାଘସଂଖ୍ୟା ବୃଦ୍ଧି କରିବା ନିମନ୍ତେ କିଛିବର୍ଷ ତଳେ ଆନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା। ଏହା ପୂର୍ବରୁ ଜଙ୍ଗଲର କୋର୍‌ ଅଞ୍ଚଳରେ ରହିଥିବା ଜନବସତିଗୁଡିକୁ ବିସ୍ଥାପନ କରିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ)ର ନିୟମାବଳୀ ରହିଥିଲା। ଏଥିପାଇଁ ୨୦୧୭ ମସିହାରେ ପ୍ରଥମେ ରାଇଗୁଡ଼ା ରାଜସ୍ବ ଗ୍ରାମକୁ ଜଙ୍ଗଲ ମଧ୍ୟରୁ ନୂଆଖେତା ଗାଁ ମୁଣ୍ଡକୁ ବିସ୍ଥାପନ କରାଯାଇଥିଲା। ପରେ ଟୁଲୁକା, କଟରଙ୍ଗ ଆଦି ଗାଁ ମଧ୍ୟ ବିସ୍ଥାପିତ ହୋଇଥିଲା। ଗୋପାଳପୁର ଏବଂ ଟିକରପଡ଼ା ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ସ୍ବେଚ୍ଛାକୃତ ବିସ୍ଥାପନ ପ୍ରକ୍ରିୟା ବନ ବିଭାଗ ପକ୍ଷରୁ ଜାରି ରଖାଯାଇଛି। କିନ୍ତୁ ରାଇଗୁଡ଼ାଠାରୁ ଆରମ୍ଭ କରି କଟରଙ୍ଗ ପର୍ଯ୍ୟନ୍ତ ଯେତେ ରାଜସ୍ବ ଗ୍ରାମ ବିସ୍ଥାପିତ ହୋଇଛି, ଅଦ୍ୟାବଧି ସେଠାକାର ଲୋକଙ୍କ ନାମରେ ଜମିପଟ୍ଟା ପୂର୍ବପରି ରହିଛି। ବିସ୍ଥାପନ ପରେ ଗଁା ରାଜସ୍ବ ଜମି ଜଙ୍ଗଲ କିସମରେ ପରିବର୍ତ୍ତନ ସହ ବନ ବିଭାଗ ନାମରେ ପଟ୍ଟା ହେବା କଥା। କିନ୍ତୁ ୨୦୧୭ ମସିହାରୁ ରାଇଗୁଡ଼ା ବିସ୍ଥାପିତ ହୋଇଥିଲେ ହେଁ ୮ ବର୍ଷ ପରେ ମଧ୍ୟ ଲୋକଙ୍କ ନାମରେ ପଟ୍ଟା ରହିଛି। ଫଳରେ ରାଇଗୁଡ଼ା ଲୋକଙ୍କ ନାମରେ ଜମି ବାବଦ ଖଜଣା ଗଡ଼ୁଥିବା ଜଣାପଡ଼ିଛି। ବର୍ଷାଧିକ ସମୟ ହେବ ଲୋକେ ଗାଁ ଛାଡ଼ି ଯାଇଥିବା ବେଳେ ସେମାନଙ୍କ ନାମରେ ସରକାରୀ ଖାତାରେ ଗଡୁଥିବା ଏହି ଖଜଣା କିଏ ଭରଣା କରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଗଦାଧର ପାତ୍ର କହିଛନ୍ତି, ଏ ନେଇ ତହସିଲଦାରଙ୍କ ସହ ଆଲୋଚନା ହୋଇଛି। ସବିଶେଷ ବିବରଣୀ ଦେବାକୁ କୁହାଯାଇଛି। ଯଥାଶୀଘ୍ର କିସମ ପରିବର୍ତ୍ତନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri