କସୃପଡ଼ା ଗାଁରେ ଚୋରା ମଦ କାରବାର ବନ୍ଦ କରିବାକୁ ନେଇ ଥାନାରେ ଅଭଯୋଗ, ଚୋରା ମଦ ବନ୍ଦ ନହେଲେ…

କେସିଙ୍ଗା,୧୪।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ କସୃପଡ଼ା ଗ୍ରାମର ବଙ୍ଗଳା ପଡ଼ାଠାରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବାରୁ ଗ୍ରାମର କିଛି ଯୁବଗୋଷ୍ଠୀ ସମାଜ ସେବୀ ଜିତୁମିଶ୍ରଙ୍କ ନେତୃତ୍ୱରେ ୩୦ରୁ ଉର୍ଦ୍ଧ ଯୁବକ ଶନିବାର ଦିନ କେସିଙ୍ଗା ଥାନା ଯାଇ ନିଶା କାରବାର ବନ୍ଦ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି। ଗ୍ରାମରେ କିଛି ବେପାରୀ ଚୋରା ଦେଶୀ ବିଦେଶୀ ମଦ, ଗଞ୍ଜେଇ ଏପରିକି କପସିରପ ବିକ୍ରିକରି ଗ୍ରାମର ଭବିଷ୍ୟତକୁ ନଷ୍ଟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଚୋରା ନିଶାଦ୍ରବ୍ୟ ବିକ୍ରି ଯୋଗୁଁ ପାଖପଡିସାର ମା ଭଉଣୀମାନେ ରାସ୍ତାରେ ଏକୁଟିଆ ଯିବା ଆସିବା କରିବାରେ ନିଜକୁ ସୁରକ୍ଷିତ ମଣୁ ନ ଥିବା ଅଭଯୋଗରେ ଜଣାଇଛନ୍ତି। ଉକ୍ତ ମଦ ବ୍ୟବସାୟୀକୁ ଚୋରା ମଦ ଓ ନିଶା ଦ୍ରବ୍ୟ ବିକ୍ରି ବନ୍ଦ କରିବାକୁ କହିଲେ ସାହିର ଲୋକଙ୍କୁ ନାଲି ଆଖି ଦେଖାଉଛି ଓ ଧମକ ଚମକ ଦେଉଛନ୍ତି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

ତେବେ ଏନେଇ ପୋଲିସର ପ୍ରତିଶ୍ରୁତି ପରେ ଉକ୍ତ କଶୃପଡାର ଗ୍ରାମବାସୀ ଫେରି ଯାଇଥିଲେ। ପରେ ଗ୍ରାମବାସୀ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ଯଦି ଅଭିଯୋଗ ପରେ ପୋଲିସ ସମସ୍ୟାର ସମାଧାନ ନ କରେ ତାହାହେଲେ ଆଗାମୀ ଦିନରେ କାଶ୍ରୁପଡ଼ା ଗ୍ରାମରେ ଜୋର୍‌ସୋରରେ ମଦମୁକ୍ତି ଅଭିଯାନ ଆରମ୍ଭ କରି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଏ ସଂକ୍ରାନ୍ତରେ କେସିଙ୍ଗା ଅବକାରୀ ବିଭାଗର ଏସ.ଆଇ ବିଶ୍ୱଜିତ ଆରୁଖଙ୍କୁ ପଚାରିବାରୁ ମୋ ନିକଟକୁ କିଛି ଅଭିଯୋଗ ଆସି ନାହିଁ ବୋଲି ପ୍ରକାଶ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Love You Darling…. ଚିତ୍କାର କରି ଧୋନୀଙ୍କୁ ଏମିତି କହିଦେଲେ ଏହି କ୍ରିକେଟର୍‌, ଦେଖନ୍ତୁ Video

ନୂଆଦିଲ୍ଲୀ,୨।୫: IPL 2026ରେ ଏମ୍‌ସ୍‌୍‌ ଧୋନୀଙ୍କୁ ପଡ଼ିଆରେ ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଦିନରୁ ଅପେକ୍ଷା କରିଛନ୍ତି। ତାଙ୍କ ପ୍ରତି ସେମାନଙ୍କର ପ୍ରେମ ଅତୁଟ ରହିଛି। କେବଳ…

ବ୍ୟାଟ ଦେଖାଇଲେ ଜାଡେଜା, ଧକ୍କା ମାରିଲେ କୁଲଦୀପ ଯାଦବ: ଲାଇଭ ମ୍ୟାଚ ସମୟରେ ମଧ୍ୟରେ ଘଟିଲା ଏମିତି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨।୫: IPL ୨୦୨୬ର ୪୩ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିଲା, ଯେଉଁଥିରେ ଡିସି RRକୁ ୭ ଉଇକେଟ୍‌ରେ…

ଜନଗଣନା କାର୍ଯ୍ୟ ସାରି ଫେରିବା ପରେ ଚାଲିଗଲା ଶିକ୍ଷକଙ୍କ ଜୀବନ, ଅଞ୍ଚଳରେ ଶୋକର ଛାୟା

ବାସୁଦେବପୁର,୧।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ଆର ତୁଙ୍ଗ ଗ୍ରାମର ଶିକ୍ଷକ ବଳରାମ ବିନ୍ଧାଣୀଙ୍କର ଶୁକ୍ରବାର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ମୃତ୍ୟୁ…

ଆଇଏମ୍‌ଡିର ବଡ଼ ଚେତାବନୀ, ମେ’ରେ ସ୍ବାଭାବିକଠାରୁ ହେବ ଅଧିକ ବର୍ଷା

ନୂଆଦିଲ୍ଲୀ,୧।୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଆସିଛି। ଚଳିତ ବର୍ଷ ମେ ମାସରେ ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ…

ଶର୍ଟ ସର୍କିଟରୁ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ମୋହନା,୧।୫(ମନ୍ମଥ ମିଶ୍ର ): କିଛି ଦିନ ହେଲା ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ଚାଲିଥିବା ବେଳେ ଶୁକ୍ରବାର ପୁଣି ଏକ ଅଘଟଣ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା…

ମଇ ଆରମ୍ଭରୁ ଫୋନ୍‌ ଦାମ୍‌ ବଢ଼ାଇଲେ ଏହି ୩ କମ୍ପାନୀ, ଗ୍ରାହକଙ୍କ ପକେଟରେ ଚାବୁକ୍‌; ଜାଣନ୍ତୁ ନୂଆ ମୂଲ୍ୟ

ନୂଆଦିଲ୍ଲୀ,୧।୫:ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟ ଉପରେ ଏବେ ଅଧିକ ଚାପ ପଡ଼ିପାରେ। Nothing, Realme ଏବଂ OnePlus…

କିଡନୀ ରୋଗ ନେଲା ସ୍ବାମୀଙ୍କ ଜୀବନ: ମା’ଙ୍କ କାନ୍ଧରେ ଦୁଇ ସନ୍ତାନଙ୍କ ବୋଝ

କର୍ଲାମୁଣ୍ଡା:୧।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଧରାଖମନ ଗାଁରେ କିଡନୀ ରୋଗରେ ଆକ୍ରନ୍ତ ହୋଇ ୨୦ରୁ ଊଦ୍ଧର୍‌ବ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା…

କମର୍ସିଆଲ ଏଲ୍‌ପିଜି ପରେ ଏବେ ବଢ଼ିବ ପେଟ୍ରୋଲ-ଡିଜେଲ ଦର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା!

ନୂଆଦିଲ୍ଲୀ,୧।୫: ଦେଶରେ ଖୁବଶୀଘ୍ର ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଦେଖିବାକୁ ମିଳିପାରେ। ରିପୋର୍ଟ ଅନୁଯାୟୀ, ସରକାର ତୈଳ ଦର ବଢ଼ାଇବା ପାଇଁ ବିଚାର କରୁଛନ୍ତି, ଯଦିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri