ବନ୍ଧୁ ଘରୁ ଫେରୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌, ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ଜୁନାଗଡ଼,୧୩।୯(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କାଲୋପଲା ଛକରେ ଶନିବାର ସାଂରେ ଏକ ପରିବା ବୋଝେଇ ପିକଅପ୍‌ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।ମୃତ ବାଇକ ଆରୋହୀଙ୍କ ନାମ ହରିଶଙ୍କର ମାଝୀ ଓ ସେ ଧନେର ଗ୍ରାମର ବୋଲି ଜଣାପଡିଛି। ଭବାନୀପାଟଣା ସ୍ଥିତ ଡୁମାଲ ଗାଁ ବନ୍ଧୁ ଘରକୁ ଯାଇ ଘରକୁ ଫେରୁଥିବା ବେଳେ ପିକଅପ ଧକ୍କା ଦେଇଥିଲା।

ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଖବର ପାଇ ପରିବାର ଲୋକେ କ୍ଷତିପୂରଣ ଦାବିରେ କାଲୋପଲା ଛକ ଜାତୀୟ ରାଜପଥ ୨୬ ଠାରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ଏବେ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ହାଟରେ ଗଛ ଉପୁଡ଼ି ଓଡ଼ିଶାର ୩ ମହିଳା ମୃତ୍ୟୁ ଘଟଣା, ମୁଚିମପୁଟ ଥାନାରେ କ୍ଷତିପୂରଣ ଦାବି କଲେ…

ନନ୍ଦପୁର/ପାଡୁଆ,୫।୫(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କାଳବୈଶାଖୀ ପ୍ରଭାବରେ ସୋମବାର ଓଡ଼ିଶା ସୀମାନ୍ତ ଆନ୍ଧ୍ର ପେଦାବାଇଲି ହାଟ ମଝିରେ ଏକ ବିରାଟ ଗଛ ଉପୁଡ଼ି ନନ୍ଦପୁର ବ୍ଲକରେ ତିନିଜଣଙ୍କ…

କଳାହାଣ୍ଡିରେ ସଫଳତା ଆଣିଦେଲା ‘ପ୍ରକାଶ’: ୧୧୮ ଜଣ ପାଇଲେ ଏ-୧ ଗ୍ରେଡ୍‌

ଭବାନୀପାଟଣା,୫ା୫ (ଉତ୍ତମ କୁମାର ଦାଶ):ମାଟ୍ରିକ ପରୀକ୍ଷାରେ ଅଧିକ ସଂଖ୍ୟକ ଏ- ୱାନ ଗ୍ରେଡ୍‌ ହାସଲ ନିମନ୍ତେ କଳାହାଣ୍ଡି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ…

ଜିତୁ ମୁଣ୍ଡାଙ୍କୁ ଘରେ କଳହ ଆରମ୍ଭ: ଭାଇ ଶଙ୍କରା କଲେ ଏମିତି କାଣ୍ଡ

ପାଟଣା,୫ା୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଚତୁରିସାହିର ଜିତୁ ମୁଣ୍ଡା ଟଙ୍କା ଉଠାଇବା ପାଇଁ ଭଉଣୀଙ୍କ କଙ୍କାଳ ଧରି ବ୍ୟାଙ୍କକୁ ଯିବା ଘଟଣାକୁ ୭…

ଭାଜପାର ପ୍ରଚଣ୍ଡ ବିଜୟ: କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରୀ, ପରସ୍ପରକୁ ମିଠା ଖୁଆଇ…

ମୋହନା, ୫।୫( ମନ୍ମଥ ମିଶ୍ର ): ପଶ୍ଚିମବଙ୍ଗ ଓ ଆସାମରେ ଭାଜପା ଏକ ତରଫା ଭାବେ ବିପୁଳ ବିଜୟ ହାସଲ କରିଥିବାରୁ ଏହି ଖୁସିରେ ସୋମବାର ଅପରାହ୍ନରେ…

ପୁରୀରୁ ଶାବର ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥ ଚକ: ଅଞ୍ଚଳବାସୀଙ୍କ ବହୁ ଦିନର ଆଶା ହେଲା ପୂରଣ

କୋରାପୁଟ, ୫।୫(ଅମିତାଭ ବେହେରା ): ସୋମବାର ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ପବିତ୍ର ରଥ ଚକ କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ଭକ୍ତମାନଙ୍କ ଦ୍ୱାରା ଭବ୍ୟ ସ୍ବାଗତ…

ଚାକିରି ଦେବାକୁ କହି ଠକେଇ ମାମଲା, ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷାଙ୍କୁ ହାଇକୋର୍ଟରୁ ଜାମିନ

ହାଟଡିହୀ,୫।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍‌ ନନ୍ଦିପଦା ଥାନା ଜଳକଳଙ୍ଗ ଗ୍ରାମର ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ଜେନାଙ୍କୁ ଓଡ଼ିଶା ହାଇକୋର୍ଟରୁ ଗତ ୧…

ଜିଲା ପାଇଁ ଗୌଣବ ଆଣିଲେ ଦେବଦର୍ଶୀ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛା

ମହାକାଳପଡ଼ା, ୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ୫୭୧ ରଖିଛନ୍ତି ଦେବଦର୍ଶୀ ମଣ୍ଡଳ । ଖରିନାସୀ ଉଚ୍ଚ ବିଦ୍ୟାଳୟ ମେଧାବୀ ଛାତ୍ର…

ଜଗନ୍ନାଥଙ୍କୁ କରିଥିଲେ ଅପମାନ, ଗଲା ଦିଦିଙ୍କ ଆସନ

ପୁରୀ,୫।୫(ଅଜିତ୍‌ କୁମାର ମହାନ୍ତି): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିଛି । ୨୦୦ରୁ ଅଧିକ ବିଧାନସଭା ଆସନରେ ଜିତି ଭାଜପା ବହୁମତ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri