କଂଗ୍ରେସରେ ଯୋଗଦେଲେ ବିକଳ୍ପ ଓଡିଶା ସଭାପତି

ଭୁବନେଶ୍ୱର,୧୩।୯(ସୁନିତ୍‌ ମିଶ୍ର): ‘ବିକଳ୍ପ ଓଡିଶା’ ସଭାପତି କୈଳାଶ ମିଶ୍ର ଶନିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଏଆଇସିସି ଓଡିଶା ପ୍ରଭାରୀ ଅଜୟ ଲାଲୁଙ୍କ ପୌରୋହିତ୍ୟରେ କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ କୈଳାଶ ମିଶ୍ର ୨ ଶହରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଆସି କଂଗ୍ରେସରେ ମିଶିଛନ୍ତି।

ଏହି ଅବସରରେ କୈଳାଶ ମିଶ୍ର କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଏକ ଦାୟିତ୍ୱବାନ ବିରୋଧୀ ଦଳର ଭୂମିକା ନିଭାଉଛି। ଭାଜପା ୧୨% ଭୋଟ ଚୋରି କରିଥିବା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ବିଜେଡି-ଭାଜପା ମିଶିକି ଓଡିଶାର ଖଣିଜ ସମ୍ପଦ ଲୁଟ୍‌ କରୁଛନ୍ତି। ବର୍ତ୍ତମାନ କେବଳ ରାଜ୍ୟ ଓ ଜିଲାର କାର୍ଯ୍ୟକର୍ତ୍ତାମାନେ କଂଗ୍ରେସରେ ଯୋଗ ଦେଉଛନ୍ତି। ଆଗକୁ ବ୍ଲକ୍‌ସ୍ତରରେ ’ବିକଳ୍ପ ଓଡିଶା’ର ଲକ୍ଷାଧିକ ଲୋକ କଂଗ୍ରେସର ଯୋଗଦେବେ।

କୈଳାଶ ମିଶ୍ରଙ୍କୁ ସ୍ବାଗତ କରି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ରେଭେନ୍ସା କଲେଜ ଛାତ୍ର ସଂସଦର ପୂର୍ବତନ ସଭାପତି, ଡିଏସଓର ପୂର୍ବତନ ସଭାପତି, ସମାଜବାଦୀ ପାର୍ଟିର ପୂର୍ବତନ ରାଜ୍ୟ ସଭାପତି, ଦେଶରେ ମାଇକ୍ରୋଫାଇନାନ୍ସ, ସ୍ବୟଂସହାୟକ ଗୋଷ୍ଠୀ ତଥା ସମବାୟ ଆନ୍ଦୋଳନର ଜଣେ ଜଣାଶୁଣା ପ୍ରବକ୍ତା ଥିଲେ। ତାଙ୍କ ଯୋଗଦାନ ଦ୍ବାରା କଂଗ୍ରେସ ଆହୁରି ଶକ୍ତିଶାଳୀ ହେବ।

ଅଜୟ କୁମାର ଲଲ୍ଲ କହିଛନ୍ତି, ଭାଜପା-ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। ମହାଦେବପୁରା ବିଧାନସଭା କ୍ଷେତ୍ରରେ ଭୋଟ ଚୋରିକୁ ରାହୁଲ ଗାନ୍ଧୀ ଧରାଇଦେବା ପରେ ସୃଷ୍ଟ ରାଜନୈତିକ ବାତାବରଣକୁ କଂଗ୍ରେସ ସପକ୍ଷରେ କରିବା ପାଇଁ କୈଳାଶଙ୍କ ଯୋଗଦାନ ସହାୟକ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ

ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

Asian Games: ପ୍ରଥମ ସେଟ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କଲେ ପି.ଭି. ସିନ୍ଧୁ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ମହିଳା ବ୍ୟାଡମିଣ୍ଟନ ଦଳଗତ କ୍ୱାର୍ଟର ଫାଇନାଲରେ, ଭାରତୀୟ ଦଳ ଜାପାନ ବିପକ୍ଷ ପ୍ରାରମ୍ଭିକ ମ୍ୟାଚରେ ପରାଜିତ ହୋଇଛି। ୟାମାଗୁଚିଙ୍କ ବିପକ୍ଷ ମୁକାବିଲାରେ…

ହସ୍ପିଟାଲରେ ନିଆଁ, ଜଣେ ଶିଶୁ ମୃତ, ୨୮ ଉଦ୍ଧାର

ଆଦିଲାବାଦ,୨୨।୯: ତେଲଙ୍ଗାନାର ଆଦିଲାବାଦ ସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (RIMS) ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିବା ଫଳରେ ଏକ ନବଜାତ ଶିଶୁର…

ଗଣମାଧ୍ୟମ ସହ ବିବାଦ ମଧ୍ୟରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଲଞ୍ଚ କଲେ ନିଜର TV ଚ୍ୟାନେଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡ଼ିତ ‘ଟ୍ରମ୍ପ ଟିଭି’ (Trump TV) ବର୍ତ୍ତମାନ ଲାଇଭ ଷ୍ଟ୍ରିମିଂ ସୁବିଧା ଯୋଗାଇବ। ଏହି ପ୍ଲାଟଫର୍ମ ସପ୍ତାହର ସାତୋଟି…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

UPI Charges: ୟୁପିଆଇକୁ ନେଇ ବଡ଼ କଥା କହିଲେ ଅର୍ଥମନ୍ତ୍ରୀ ସୀତାରାମଣ

ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ UPI ପାଇଁ ଲାଗୁ ହେବାକୁ ଥିବା ନୂତନ ‘ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ସମ୍ବନ୍ଧୀୟ ସ୍ଥିତିକୁ ସ୍ପଷ୍ଟ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?