ବଦନାମ କରୁଛି ବନ ବିଭାଗ
ଅନୁଗୋଳ ଅଫିସ, ୩୦।୬: ସାତକୋଶିଆରେ ବଢ଼ିପାରିଲାନି ବାଘ ସଂଖ୍ୟା। ମହାବଳ ମହାବୀରକୁ ଫାଶରେ ପକାଇ ସରକାରଙ୍କ ବ୍ୟାଘ୍ର ବଂଶବୃଦ୍ଧି ଯୋଜନାକୁ ଫେଲ୍ କରିଦେଲେ ଶିକାରୀ। ପାଣିରେ ପଡ଼ିଗଲା ବନ ବିଭାଗର ସମସ୍ତ ସୁରକ୍ଷା ପ୍ରସ୍ତୁତି। ମର୍ଯ୍ୟାଦା ହାନି ହେଲା ସାତକୋଶିଆର। ୨୦୧୮…
ଜୁଲାଇ ୪ରେ ତାଳଚେର ବନ୍ଦ ଡାକରା
ତାଳଚେର,୩୦।୬(ନି.ପ୍ର.) ତାଳଚେର ମେଡିକାଲ କଲେଜକୁ ରାଜ୍ୟ ସରକାର ଶୀଘ୍ର ପରିଚାଳନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଉ ନାହିଁ। ଏହାର ପ୍ରତିବାଦରେ ଆସନ୍ତା ୪ ତାରିଖରେ ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି…
ସେତୁ ସଂଯୋଗୀକରଣ ରାସ୍ତା ପାଇଁ ବାଟ ଫିଟିଲା
ଆଠମଲ୍ଲିକ, ୩୦।୬ଡି.ଏନ.ଏ.) ଆଠମଲ୍ଲିକ-ଧଳପୁର ମହାନଦୀ ସେତୁର ଆଠମଲ୍ଲିକ ପାର୍ଶ୍ୱ ସଂଯୋଗୀକରଣ ରାସ୍ତାରେ ଅଟକିଥିବା ବିବାଦୀୟ ୬୦ ମିଟର ରାସ୍ତା ନିର୍ମାଣ ପାଇଁ ସମାଧାନର ସୂତ୍ର ବାହାରିଛି। ଉପଖଣ୍ଡ ଆରକ୍ଷୀ ଅଧିକାରୀ ଚିନ୍ତାମଣି ପ୍ରଧାନଙ୍କ ନେତୃତ୍ୱରେ ତାଙ୍କ କାର୍ଯ୍ୟାଳୟରେ ଏ ନେଇ ଏକ…
ବାସଚ୍ୟୁତଙ୍କ ଥଇଥାନ ନିମନ୍ତେ ଦାବିପତ୍ର
କଣିହାଁ,୨୯।୬(ଡି.ଏନ.ଏ.) – ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲଠାରେ ସମଲ ବ୍ୟାରେଜ ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘ ତରଫରୁ ମଙ୍ଗଳବାର ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଲଲହଡା ବିଧାୟକ ମୁକେଶ କୁମାର ପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ…
ଅମୃତ ସରୋବର ଯୋଜନା ଶୁଭାରମ୍ଭ
ବଇଣ୍ଡା,୨୯।୬ (ଡି.ଏନ.ଏ.) – କିଶୋରନଗର ବ୍ଲକ ହଣ୍ଡପା ପଞ୍ଚାୟତ ବଣିନାଳି ଗ୍ରାମରେ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଏମ୍ଜିଏନ୍ଆର୍ଇଜିଏସ୍ରେ ଅନ୍ତର୍ଭୁକ୍ତ ଅମୃତ ସରୋବର ଯୋଜନା ଶୁଭାରମ୍ଭ କରାଯାଇଛି। ଏହି ଯୋଜନାରେ ପ୍ରତ୍ୟେକ ପଞ୍ଚାୟତରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ ବଡ ପୋଖରୀ…
ପ୍ରାଣୀଧନ ଚିକିତ୍ସାକୁ ଉପେକ୍ଷା
ବଅଁରପାଳ,୨୯।୬(ଡି.ଏନ.ଏ.) – ଗ୍ରାମାଞ୍ଚଳ ଅର୍ଥନୀତି ସୁଦୃଢ଼ୀକରଣରେ ପ୍ରାଣୀ ସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ଅଧିକରୁ ଅଧିକ ପ୍ରାଣୀଧନ ପାଳନ ପାଇଁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଉତ୍ସାହିତ କରାଯାଉଛି। ବ୍ୟାଙ୍କ ମାଧ୍ୟମରେ ସବ୍ସିଡଯୁକ୍ତ ଋଣ ଯୋଗାଇ ଦିଆଯାଉଛି। ତେବେ ପ୍ରାଣୀ ସମ୍ପଦର…
ହାତୀ କଙ୍କାଳ ଉଦ୍ଧାର ଘଟଣାରେ ନିଲମ୍ବିତ ହେଲେ ରେଞ୍ଜ ଅଫିସର
ଅନୁଗୋଳ ଅଫିସ,୨୮।୬: ସାତକୋଶିଆ ବନଖଣ୍ଡରେ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ରେଞ୍ଜ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ପିସିସିଏଫ୍ ଶଶି ପୌଲ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ପୂର୍ବରୁ ୩ଜଣ ୱାଚରଙ୍କୁ ଗିରଫ କରାଯାଇଥିବା ବେଳେ ୨ଫରେଷ୍ଟରଙ୍କୁ ନିଲମ୍ବନ…
ସାତକୋଶିଆରେ ହାତୀଛୁଆର ମୃତ୍ୟୁ
ଅନୁଗୋଳ ଅଫିସ,୨୮।୬: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ମଙ୍ଗଳବାର ଏକ ହାତୀଛୁଆର ମୃତ୍ୟୁ ହୋଇଛି। ତେବେ ସେହି ମୃତ ହାତୀର ବୟସ ୩ରୁ ୪ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ସୂଚନାନୁସାରେ, ହାତୀ ଛୁଆଟି ରକ୍ତହୀନତାର ଶିକାର ହୋଇଥିଲା।…
ବର୍ଷା ହେଲେ ବଦଳେ ରାସ୍ତା
ବଇଣ୍ଡା, ୨୬।୬: ପକ୍କା ହୋଇଛି କଚ୍ଚା ରାସ୍ତା। ଯାତ୍ରୀ ଏବଂ ଯାନବାହନ ଗମନାଗମନ ପାଇଁ ପ୍ରସ୍ତୁତ ପିଚୁ ସଡ଼କରେ ଯାତାୟାତ କରିବା ଅଧିକ ସୁଗମ ହୋଇଛି। ହେଲେ ଏହାକୁ ନେଇ ବର୍ଷସାରା ଖୁସି ହୋଇପାରୁନାହାନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ୫…
ମାଟିତଳୁ ହାତୀ କଙ୍କାଳ ଉଦ୍ଧାର, ୨ ଫରେଷ୍ଟର ନିଲମ୍ବିତ
ଅନୁଗୋଳ ଅଫିସ, ୨୬।୬: ଅନୁଗୁଳ ସାତକୋଶିଆ ବନଖଣ୍ଡ ଅଧୀନ କଟକ ଜିଲା ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ପତ୍ରା ଜଙ୍ଗଲରୁ ଏକ ଦନ୍ତା ହାତୀର କଙ୍କାଳ ଉଦ୍ଧାର ହୋଇଛି। ଦନ୍ତାହାତୀର ଦାନ୍ତ କଟାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ବନ ବିଭାଗର ୨ ଜଣ…
ବିପଦ ଆଶଙ୍କା ବଢ଼ାଉଛି ମୁକୁଳା ବୋର୍ଓ୍ବେଲ
ବଅଁରପାଳ,୨୩ା୬(ଡି.ଏନ.ଏ.): ମୁକୁଳା ପଡ଼ିଥିବା ବୋର୍ଓ୍ବେଲ କିପରି ଶିଶୁଙ୍କ ପାଇଁ ବିପଦ ସାଜିପାରେ ତାହାର ଉଦାହରଣ ଦେଶରେ ବାରମ୍ବାର ଦେଖିବାକୁ ମିଳୁଛି। ନିକଟରେ ଛତିଶଗଡ଼ରେ ଏପରି ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ୨୦୧୭ ଡିସେମ୍ବର ୨୫ରେ ଅନୁଗୋଳ ଜିଲା କିଶୋରନଗର ବ୍ଲକ…
ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା
ବନ୍ତଳା,୨୨ା୬(ଡି.ଏନ୍.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ଧୋକୁଟା ପଞ୍ଚାୟତ ଗୋପାଳପୁର ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ଚାଷୀ ଜଣଙ୍କ ହେଲେ ଗ୍ରାମର ଗନ୍ଧର୍ବ ବେହେରା(୫୭)। ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ…

