ବ୍ୟବସାୟୀଙ୍କ ମଧ୍ୟରେ ଛନକା

ଅନୁଗୋଳ ଅଫିସ,  ୧।୭  ପରିବେଶ ପ୍ରଦୂଷଣକୁ ଅଧିକ ବଢ଼ାଉଥିବା ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକକୁ ଜୁଲାଇ ୧ରୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି। ତେଣୁ ଅନୁଗୋଳ ଜିଲାରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏ ନେଇ ପ୍ରଶାସନ ପକ୍ଷରୁ ଗୁରୁବାର ଅନୁଗୋଳ ସହରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଛି। ବିଶେଷକରି ବ୍ୟବସାୟୀମାନଙ୍କୁ ସଚେତନ ସହ ସତର୍କ କରିଦିଆଯାଇଛି। କେହି ଯେପରି ଏପରି ନିଷିଦ୍ଧ ପ୍ଲାଷ୍ଟିକ୍‌କୁ ଗ୍ରାହକଙ୍କ ହାତକୁ ବଢ଼ାଇ ନ ଦିଅନ୍ତି ସେ ନେଇ ଚେତାବନୀ ଦିଆଯାଇଛି। ନଚେତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଦିଆଯାଇଛି। ଆରମ୍ଭରୁ ପ୍ରଶାସନର ଏପରି କଡ଼ା ଆଭମୁଖ୍ୟକୁ ନେଇ ସହରର ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଯାଇଛି।
କେନ୍ଦ୍ର ସରକାର ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ବ୍ୟାନ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ନଂ ୧୦୭୬୪/୨୨ା୬ା୨୦୨୨ରେ ପ୍ଲାଷ୍ଟିକ ପ୍ରସ୍ତୁତ କରୁଥିବା ସଂସ୍ଥା, ଷ୍ଟକିଷ୍ଟ, ରିଟେଲର, ଶିଳ୍ପସଂସ୍ଥା, ଦୋକାନୀ, ଇ-କମର୍ସ କମ୍ପାନୀ, ଷ୍ଟ୍ରିଟ ଭେଣ୍ଡର ପ୍ରମୁଖଙ୍କୁ ପ୍ଲାଷ୍ଟକ୍‌ ବନ୍ଦ ପାଇଁ ଚିଠି କରାଯାଇଥିଲା। ଏହାକୁ ଜୁଲାଇ ୧ ତାରିଖରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ ବୋଲି କୁହାଯାଇଥିଲା। ପ୍ଲାଷ୍ଟିକ କାଠିଯୁକ୍ତ ଇୟରବୋର୍ଡ, ପ୍ଲାଷ୍ଟିକ କାଠିଯୁକ୍ତ ବେଲୁନ୍‌, ଚକୋଲେଟ ଓ ଆଇସକ୍ରିମ୍‌ରେ ଲାଗିଥିବା ପ୍ଲାଷ୍ଟିକ୍‌ କାଠି, ପ୍ଲାଷ୍ଟିକ୍‌ ପ୍ଲେଟ, କପ୍‌, ଗ୍ଲାସ୍‌, କଣ୍ଟାଚାମଚ, ଚାମଚ, ଛୁରୀ, ଷ୍ଟ୍ର, ଟ୍ରେ, ମିଠା ଡବାରେ ବ୍ୟବହୃତ ପ୍ଲାଷ୍ଟିକ୍‌ ଆବରଣ, ନିମନ୍ତ୍ରଣ ପତ୍ର, ସିଗାରେଟ୍‌ ପ୍ୟାକେଟ୍‌, ପ୍ଲାଷ୍ଟିକ ବୋତଲ, ପଲିଥିନ ଆଦିକୁ ବ୍ୟାନ୍‌ କରାଯାଇଥିବା ଜଣାଇ ଦିଆଯାଇଥିଲା। ଅନୁଗୋଳରେ ଏସବୁର ବହୁଳ ବ୍ୟବହାର ହେଉଥିବାରୁ ପ୍ରଶାସନ ପୂର୍ବରୁ ସତର୍କ ହୋଇଯାଇଥିଲା। ଅନ୍ୟପକ୍ଷରେ ପ୍ଲାଷ୍ଟିକ୍‌ ବ୍ୟବହାର ହେଉଥିଲେ ମଧ୍ୟ ଏହାକୁ ରିସାଇକ୍ଲିଂ କରିବାର ବ୍ୟବସ୍ଥା ଏଯାଏ କରାଯାଇନାହିଁ। ତେବେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଅନୁଗୋଳ ଓ ତାଳଚେରରେ ଦୁଇଟି ପ୍ଲାଷ୍ଟିକ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି। ଏ ନେଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ପ୍ଲାଣ୍ଟ ନିର୍ମାଣ ହେବା ପରେ ସହରରୁ ବାହାରୁଥିବା ପ୍ଲାଷ୍ଟିକ୍‌କୁ ବିଶୋଧନ କରାଯାଇ ଅନ୍ୟ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri