ଜୁଲାଇ ୪ରେ ତାଳଚେର ବନ୍ଦ ଡାକରା

ତାଳଚେର,୩୦।୬(ନି.ପ୍ର.) ତାଳଚେର ମେଡିକାଲ କଲେଜକୁ ରାଜ୍ୟ ସରକାର ଶୀଘ୍ର ପରିଚାଳନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଉ ନାହିଁ। ଏହାର ପ୍ରତିବାଦରେ ଆସନ୍ତା ୪ ତାରିଖରେ ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ କରାଯିବା ସହିତ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
କ୍ରିୟାନୁଷ୍ଠାନ କମିଟି ଆବାହକ ପଦ୍ମଚରଣ ସାମଲଙ୍କ ସଭାପତିତ୍ୱରେ ପ୍ରେସ୍‌ କ୍ଲବ ଠାରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ଏମ୍‌ପି ରବିନାରାୟଣ ପାଣି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡନାୟକ, ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ସମିତିସଭ୍ୟ ବିନୋଦ ଲାଲ୍‌, ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଶୋଭାଗିନୀ ଦାସ, କଣିହଁା ଅଞ୍ଚଳର ପୂର୍ବତନ ସରପଞ୍ଚ ମହେଶ୍ୱର ପ୍ରଧାନ, ସୁକାନ୍ତ କୁମାର ଦାସ, ଅଭୟ ପାଣି, ପ୍ରଦୀପ ମହାରଣା, କଷ୍ଟୁ ସାମଲ, ସଞ୍ଜୀବ ନାଏକ, ଅନୁପ ସାହୁ, ଗଗନ ବିହାରୀ ଦାସ, ମନୋଜ ପ୍ରଧାନ, ମହି ସାହୁ, ନିଲମ୍‌ ଲାଲ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ କୁହାଯାଇଥିଲା ଯେ, ତାଳଚେର ମେଡିକାଲ କଲେଜ ପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇ ଭିତ୍ତିଭୂମି ପ୍ରସ୍ତୁତି ହୋଇଥିଲେ ହେଁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ନ ହେବା ଦୁଃଖର ବିଷୟ। ପୂର୍ବରୁ କମିଟି ପକ୍ଷରୁ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଥିଲା। ହେଲେ ପ୍ରଶାସନ ଏ ନେଇ ସମୟ ମାଗିବା ଯୋଗୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ କେବେଠାରୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ ସେ ନେଇ ସରକାର ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରି ନ ଥିବାରୁ କ୍ରିୟାନୁଷ୍ଠାନ କମିଟି ତାଳଚେର ବନ୍ଦ ଡାକରା ଦେଇଛି। ଏହି ବନ୍ଦକୁ ସଫଳ କରିବା ପାଇଁ ତାଳଚେରର ବୁଦ୍ଧିଜୀବୀ, ଶ୍ରମିକ, ବ୍ୟବସାୟୀ, ଛାତ୍ର, ଯୁବକ ଏବଂ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ୭୨ ଘଣ୍ଟିଆ ଅର୍ଥନୈତିକ ଆନ୍ଦୋଳନକୁ ସଫଳ କରିବାକୁ କ୍ରିୟାନୁଷ୍ଠାନ କମିଟି ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଣ ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ଚର୍ଚ୍ଚା

ଖମାର, ୨୨।୧୦ (ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଥାନା ଇଞ୍ଜିଡ଼ ପଞ୍ଚାୟତସ୍ଥିତ ସାଆନ୍ଦା ଗ୍ରାମରେ ଶୁକ୍ରବାର ସକାଳେ ବାଣ ତିଆରିବେଳେ ବିସ୍ଫୋରଣ ଘଟି...

ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ଖାଦ୍ୟ ବଣ୍ଟନ

ବଇଣ୍ଡା, ୧୪ା୪(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ପଞ୍ଚାୟତର ପ୍ରତାପପୁର, ଖୋଲାରେଗଡା, ବାଲିଖମଣ, ସୁନାରୀବେତ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ମଙ୍ଗଳବାର ପ୍ରାୟ ୨ ଶହ ଲୋକଙ୍କୁ ରନ୍ଧାଖାଦ୍ୟ...

ସାପ କାମୁଡ଼ାରେ ନାବାଳକ ମୃତ: ମେଡିକାଲରେ ଗୁଣିଆ କଲେ ଝଡ଼ାଫୁଙ୍କା

ଅନୁଗୋଳ ଅଫିସ, ୧୫।୯ – ସାପ କାମୁଡ଼ାରେ ଗୁରୁତର ହୋଇଥିବା ଜଣେ ନାବାଳକଙ୍କ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।...

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

ଅନୁଗୋଳ ଅଫିସ, ୧୧।୬ଛେଣ୍ଡିପଦା ବ୍ଲକ କୁଶକିଳା ସରପଞ୍ଚଙ୍କ ବିରୋଧରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି। ଉକ୍ତ ପଞ୍ଚାୟତର କେତେଜଣ ବ୍ୟକ୍ତି ଜିଲାପାଳଙ୍କ ନିକଟରେ ଅଭିଯୋଗ...

ଝିଅକୁ ହତ୍ୟା କରି ଝୁଲାଇ ଦେଲେ

ଅନୁଗୋଳ ଅଫିସ,୪।୬: ଅନୁଗୋଳ ଜିଲା ବେନ୍ତପୁର ଗାଁର ଚିତ୍ତରଞ୍ଜନ ପରିଡାଙ୍କ ଘରୁ ତାଙ୍କ ସ୍ତ୍ରୀ ସସ୍ମିତା ବେହେରାଙ୍କ ମୃତଦେହ ଶନିବାର ପୋଲିସ ଜବତ କରିଛି। ସେ...

କଷ୍ଟ ଦେଲାଣି ଜଳ ସଙ୍କଟ

ଛେଣ୍ଡିପଦା,୧୨ା୩(ସ୍ବ.ପ୍ର.) ଖରା ଟାଣ ଧରୁ ଧରୁ କଷ୍ଟ ଦେଲାଣି ଜଳ ସଙ୍କଟ। ପିଇବା ପାଣି ନ ପାଇ ଅନୁଗୋଳ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳର ଲୋକେ...

ବ୍ଲକ ଅଧ୍ୟକ୍ଷ ନିର୍ବାଚନ ନେଇ ଉତ୍କଣ୍ଠା

କଣିହାଁ,୧୦ା୩(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଛି। ଆସନ୍ତା ୧୨ ତାରିଖ ଭୋଟଗ୍ରହଣ...

ନାସା ଚିଠିକୁ ନେଇ ହଟୁନି ସନ୍ଦେହ: ଆଜି ରିପୋର୍ଟ ଦେବ ସାଇବର ସେଲ୍‌

ଅନୁଗୋଳ ଅଫିସ, ୧।୧୨ – ଅନୁଗୋଳ ହୁଲୁରିସିଂହାର ଲକ୍ଷ୍ମଣ ନାୟକଙ୍କ ପୁଅ ଶୁଭ୍ରାଂଶୁଙ୍କ ମାଭିକ୍‌ ଡ୍ରୋନକୁ ଉଚ୍ଚ ପ୍ରଶଂସା କରି ଆମେରିକା ଯିବାକୁ ଇମେଲ୍‌ରେ ଆସିଥିବା...

Advertisement
Archives

Model This Week