ସଙ୍କଟରେ ପ୍ରାଥମିକ ସ୍ବାସ୍ଥ୍ୟସେବା

ବଇଣ୍ଡା,୨।୭(ଡି.ଏନ.ଏ.) ୩ ବର୍ଷ ହେଲା ଖାଲି ପଡ଼ିଛି ଡାକ୍ତର ପଦବୀ। ଷ୍ଟାଫନର୍ସ, କମ୍ପାଉଣ୍ଡର ଓ ସୁଇପର ମଧ୍ୟ ନାହାନ୍ତି। ଚିକିତ୍ସା ପାଇଁ ଆସୁଥିବା ରୋଗୀ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ନେଇ ଜିଲା ପ୍ରଶାସନ, ବିଧାୟକଙ୍କୁ ବାରମ୍ବାର ଅବଗତ କରିଛନ୍ତି ଅଞ୍ଚଳବାସୀ। ହେଲେ ଏହି ସମୟ ମଧ୍ୟରେ ଜଣେ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ନିଯୁକ୍ତି ଦେଇପାରିନାହାନ୍ତି ସରକାର। ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଙ୍ଗପଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ଏପରି ସରକାରୀ ଅବହେଳା ଯୋଗୁ ଏଠାକାର ୩୫ ହଜାର ଲୋକଙ୍କ ପ୍ରାଥମିକ ସ୍ବାସ୍ଥ୍ୟସେବାରେ ସୃଷ୍ଟି ହୋଇଛି ସଙ୍କଟ।
ଅଙ୍ଗପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଅଙ୍ଗପଡା, ଧଡରପାଳ, ଝରାବେରେଣୀ, ସଞ୍ଜାମୁରା, ନାକିଚି, ଠେଲକନାଳି, ଊରୁକୁଳା, ହିମିତିରା ପଞ୍ଚାୟତବାସୀ ଚିକିତ୍ସା ପାଇଁ ନିର୍ଭରଶୀଳ। କିନ୍ତୁ ଏଠାରେ ଥିବା ଏକମାତ୍ର ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ସରକାର ୨୦୧୯ ମସିହାରୁ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ପଠାଇ ଦେବା ପରଠାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରର ରୋଗୀସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ବିଶେଷକରି ଏଠାକାର ଅନେକ ଅଞ୍ଚଳ ଜଙ୍ଗଲ ଅଧ୍ୟୁଷିତ ହୋଇଥିବାରୁ ଚିକିତ୍ସା ସେବା ପାଇଁ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡ଼ୁଛି। ଥଣ୍ଡା କି ଜ୍ୱର ହେଲେ ରୋଗୀଙ୍କୁ ୧୦ କି.ମି. କିଶୋରନଗର ନଚେତ ୭୦ କି.ମି. ଦୂର ଅନୁଗୋଳ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିବାକୁ ହେଉଛି। ଦୀର୍ଘବର୍ଷ ହେଲା ଷ୍ଟାଫନର୍ସ ପଦବୀ ଖାଲି ପଡ଼ିଥିବାରୁ ଗ୍ରାମାଞ୍ଚଳରୁ ଆସୁଥିବା ଗର୍ଭବତୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଫଳରେ ଶେଷ ମୁହୂର୍ତ୍ତରେ ସେମାନଙ୍କୁ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଉଛି। ଏଠାରେ କେବଳ ଜଣେ ଆୟୁଷ ଡାକ୍ତର ଥିବାବେଳେ କମ୍ପାଉଣ୍ଡର ଗତ ୩୦ ତାରିଖରେ ଅବସର ନେଇଛନ୍ତି। ଡାକ୍ତରଖାନା ସଫେଇ ପାଇଁ ସୁଇପର ମଧ୍ୟ ନାହାନ୍ତି। ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଔଷଧ ଠିକ୍‌ ଭାବେ ମିଳୁ ନ ଥିବା କେନ୍ଦୁନାଳି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଙ୍ଗପଡା ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତ ପାଇଁ ୧୦ ଡିସେମ୍ବର ୨୦୧୯, ୫ ମାର୍ଚ୍ଚ ୨୦୨୦, ୨୯ ମେ ୨୦୨୧ରେ ଧଡରପାଳ ପଞ୍ଚାୟତବାସୀ ଜିଲା ପ୍ରଶାସନ ନିକଟରେ ଦାବି କରିଥିଲେ। ଏପରି କି କିଛି ମାସ ତଳେ ବଇଣ୍ଡାଠାରେ ଆୟୋଜିତ ସ୍ବାସ୍ଥ୍ୟମେଳାରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଆଠମଲ୍ଲିକ ବିଧାୟକଙ୍କୁ ଭେଟି ସମସ୍ୟା ଜଣାଇଥିଲେ। ହେଲେ ପ୍ରାଥମିକ ସ୍ବାସ୍ଥ୍ୟସେବାରେ ସୃଷ୍ଟି ହୋଇଥିବା ଏହି ଅସୁବିଧା ଦୂର ପାଇଁ ପ୍ରଶାସନ ପଦକ୍ଷେପ ନେଇ ନ ଥିବାରୁ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ତାତିରେ ଜଳୁଛି ଓଡ଼ିଶା

ଭୁବନେଶ୍ୱର,୧୪।୪(ବ୍ୟୁରୋ): ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ରାଜ୍ୟରେ ୪୦ ଡିଗ୍ରୀ ଉପରେ ୧୬ ସହର। ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରି ସୋନପୁର ସବୁଠାରୁ...

ପର୍ଯ୍ୟାପ୍ତ ଟିକା ମିଳିଲେ ୩ ମାସରେ ସାରିଦେବୁ

ଭୁବନେଶ୍ୱର, ୩୦।୫(ବ୍ୟୁରୋ): କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ବ୍ୟବସ୍ଥା ହୋଇଛି। ଟେଣ୍ଡର ମାଧ୍ୟମରେ ୩ କୋଟି ୮୨ ଲକ୍ଷ ଡୋଜ୍‌ ଟିକା ଆଣିବା ପାଇଁ...

ପରପାରିରେ ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନା

ଭୁବନେଶ୍ୱର,୭।୩(ବ୍ୟୁରୋ): ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନାଙ୍କର ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।...

ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଜାରି ରହିବ: ବିଏମ୍‌ସି କମିଶନର

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଜାରି ରହିବ। ଏହା କହିଛନ୍ତି ବିଏମ୍‌ସି କମିଶନର। ଉଚ୍ଛେଦ ନେଇ ଗଠିତ ୧୦ଜଣିଆ କମିଟି ସହ ବୈଠକ ପରେ...

ଷ୍ଟେଟ୍‌ ସ୍କେଲ୍‌ ଅଧ୍ୟାପକ ଆଇଏଏସ୍‌ ଅଫିସର ହେବେ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ରାଜ୍ୟ ହାର ଦରମାପ୍ରାପ୍ତ(ଷ୍ଟେଟସ୍‌ ସ୍କେଲ୍‌ ଅଫ୍‌ ପେ) ଅଧ୍ୟାପକମାନେ ଆଇଏଏସ୍‌ ଅଫିସର ର଼୍ୟାଙ୍କ୍‌କୁ ପଦୋନ୍ନତି ପାଇବେ। ଓଡ଼ିଶା ଶିକ୍ଷା ସେବା(ଓଇଏସ୍‌)କୁ ନନ୍‌ ଷ୍ଟେଟ ସିଭିଲ...

ହାଇକୋର୍ଟରେ ପହଞ୍ଚିଲା ହାତୀ ମୃତ୍ୟୁ ମାମଲା

କଟକ ଅଫିସ,୨୯ା୬: ରାଜ୍ୟରେ ବାରମ୍ବାର ହାତୀ ମୃତ୍ୟୁ ହେଉଥିବା ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। କଟକ ମଙ୍ଗଳାବାଗ ଅଞ୍ଚଳର ସମାଜସେବୀ ଗୀତା...

ପୁରୁଷ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ: ପୂର୍ବାହ୍ନ ୨ଟାରୁ ବନ୍ଦ ରହିବ ସ୍କୁଲ, କଲେଜ

କଟକ ଅଫିସ,୧୦।୧: କଟକର ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ କଟକ ସହରରେ ଥିବା ସମସ୍ତ ସରକାରୀ...

ବିଦ୍ୟାଳୟରେ ମଦ୍ୟପାନ କଲେ ଶିକ୍ଷକ: ଭିଡ଼ିଓ ହେଲା ଭାଇରାଲ

ବଇଣ୍ଡା,୨୫।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମଇମୁରା ସର୍କଲ କେଞ୍ଚୁଆନାଳୀ ପ୍ରାଥମିକ ବିଦ୍ୟାଳୟର ଜୈନେକ ଶିକ୍ଷକ ଶନିବାର ବିଦ୍ୟାଳୟ ଶ୍ରେଣୀଗୃହ ପ୍ରକୋଷ୍ଠରେ ମଦ୍ୟପାନ କରୁଥିବା ବିଡ଼ିଓ ରବିବାର...

Advertisement
Archives

Model This Week