ଭକ୍ତଙ୍କ ମେଳରେ ଗଡ଼ିବ ରଥ

ଅନୁଗୋଳ ଅଫିସ/ ଆଠମଲ୍ଲିକ,  ୧।୭  ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମନ୍ଦିର ସମ୍ମୁଖରେ ୩ ରଥ ପ୍ରସ୍ତୁତ ହୋଇ ରହିଛି। କରୋନା ପାଇଁ ଗତ ୨ ବର୍ଷ ଧରି ରଥଯାତ୍ରା କେବଳ ମନ୍ଦିର ମଧ୍ୟରେ ସୀମିତ ଥିବାବେଳେ ଚଳିତବର୍ଷ ଭକ୍ତଙ୍କ ମେଳରେ ରଥ ଗଡ଼ିବାକୁ ଯାଉଛି। ଏହାକୁ ନେଇ ଅନୁଗୋଳ ଜିଲାବାସୀ ଉତ୍ସାହିତ ଅଛନ୍ତି। ଶୈଳଶ୍ରୀକ୍ଷେତ୍ରର ଘୋଷଯାତ୍ରାରେ ଚଳିତବର୍ଷ ଦେଢ଼ଶହ ସେବକ ନିୟୋଜିତ ହେବେ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ପହଣ୍ଡିରେ ମୋଟ ୪୩ ସେବକ ନିୟୋଜିତ ହେବେ। ବଳଭଦ୍ରଙ୍କ ପହଣ୍ଡିରେ ୯ ଜଣ ଓ ଦେବୀ ସୁଭଦ୍ରାଙ୍କ ପାଇଁ ୭ ଜଣ ଏବଂ ସୁଦର୍ଶନଙ୍କ ପାଇଁ ୬ ଜଣ ସେବକ ପହଣ୍ଡିରେ ରହିବେ। ପୂର୍ବାହ୍ନ ୭ଟା ୩୦ରେ ରଥ ପ୍ରତିଷ୍ଠା ଓ ଚାରମାଳ ଲାଗି ପରେ ୯ଟାରେ ପହଣ୍ଡି ଆରମ୍ଭ ହେବ। ଅପରାହ୍ନ ୨ଟା ୩୦ରେ ରଥ ଟଣାଯିବ। ଜିଲା କୋର୍ଟ ସମ୍ମୁଖରେ ଜିଲା ଓ ଦୌରା ଜଜ୍‌ ଠାକୁରଙ୍କୁ ଭୋଗଲାଗି କରିବେ। ସେହିପରି ଥାନା ଛକରେ ଏସ୍‌ପି ପୋଡ଼ପିଠା ଭୋଗ ଦେବେ। ପରେ ସନ୍ଧ୍ୟା ୭ଟା ୩୦ରେ ୩ ରଥ ଗୁଣ୍ଡିଚା ଚକଡ଼ା ଛୁଇଁବେ ବୋଲି ସ୍ଥିର କରାଯାଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ଅନୁଗୋଳ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି। ସେହିପରି ଆଠମଲ୍ଲିକଠାରେ ରଥଯାତ୍ରା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ପୌର ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡ ଓ ଡ୍ରେନଗୁଡିକ ସଫା କରା ଯାଇଥିଲାବେଳେ ବିଦ୍ୟୁତ୍‌ ବିଭାଗ ତରଫରୁ ଆବଶ୍ୟକ କାର୍ଯ୍ୟ ଶେଷ କରାଯାଇଛି। ଦେବୋତ୍ତର ବିଭାଗ ପକ୍ଷରୁ ରଥର ଦୁର୍ବଳ କାଠ ବଦଳାଯାଇ ନୂଆରୂପ ଦିଆଯାଇଛି l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏଠାରେ ପୂର୍ବାହ୍ନ ୪ ଟାରେ ରଥଟଣା ହେବ। ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଲଳିତ ମୋହନ ବେହେରା କହିଛନ୍ତି, ଶୃଙ୍ଖଳିତ ରଥଯାତ୍ରା ଲାଗି ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏନଏସି ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା କହିଛନ୍ତି, ସମସ୍ତ ଦାୟିତ୍ୱ ଠିକ୍‌ ଭାବେ ନିର୍ବାହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ଦୁର୍ବଳ: ୬ ଯାଏ ବର୍ଷା ନାହିଁ

ଭୁବନେଶ୍ୱର,୩।୭(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟିହୋଇଥିବା ଲଘୁଚାପ ମଙ୍ଗଳବାର ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଏହା ଝାଡଖଣ୍ଡ ଏବଂ ଓଡିଶାର କିଛି ଅଂଶରେ...

ରଥ ଟାଣିଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧।୭: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଉଛି ଶ୍ରୀକ୍ଷେତ୍ର। ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେଉଛି ଭକ୍ତ...

ବାଜିଲା ସ୍କୁଲ ଘଣ୍ଟି: ଶ୍ରେଣୀଗୃହକୁ ଗଲେ ପିଲା

ଭୁବନେଶ୍ୱର,୭ା୨(ବ୍ୟୁରୋ): କୋଭିଡ୍‌ କଟକଣା ସହ ରାଜ୍ୟରେ ସୋମବାରଠାରୁ ଶିକ୍ଷାନୁଷ୍ଠାନ ଖୋଲିଛି। ଆଜି ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ପୂର୍ବାହ୍ନ ୧୦ଟାରେ ସ୍କୁଲ ଘଣ୍ଟି ବାଜିବା ପରେ...

ଝାଉଁଳିଗଲେଣି କ୍ରୋମ୍‌ ଶିଳ୍ପସଂସ୍ଥା

ଯାଜପୁର ଅଫିସ,୧୦।୪: ଯାଜପୁର ଜିଲାର ସୁକିନ୍ଦା ଅଞ୍ଚଳରେ ଏସିଆର ୯୭% କ୍ରୋମାଇଟ୍‌ ଗଚ୍ଛିତ ରହିଛି। ଏହାସତ୍ତ୍ୱେ ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ କ୍ରୋମାଇଟ୍‌ ଉପରେ ନିର୍ଭର କରି...

ତ୍ରିନାଥ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

କଟକ ଅଫିସ, ୧୯ା୪:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ପୋଲିସ କମ୍ୟୁନିକେଶନ ବିଭାଗର ପୂର୍ବତନ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ...

ରୁଚିକାଙ୍କ ମା’ଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ୱର,୮।୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ତାଙ୍କ ମା’ କଲେଜ ଗେଟ୍‌ ସମ୍ମୁଖରେ ଅନଶନରେ ବସିଥିଲେ। ତେବେ ଶୁକ୍ରବାର ରୁଚିକାଙ୍କ...

ଅବକାରୀ, ବନ ବିଭାଗର ମିଳିତ ଚଢ଼ାଉ: ୧୫ଶହରୁ ଊର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ

ଛେଣ୍ଡିପଦା,୩୦।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଚାଙ୍ଗୁଡିଆ ପଞ୍ଚାୟତର କଙ୍କୁରପାଳ ଗ୍ରାମରେ ଶନିବାର ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଅବକାରୀ...

ପାଲଲହଡ଼ାରେ ଭାସିଯାଇ ଜଣେ ନିଖୋଜ

ପାଲଲହଡ଼ା, ୮ା୯(ଡି.ଏନ.ଏ.) – ଶୁକ୍ରବାରଠାରୁ ଲାଗି ରହିଥିବା ବର୍ଷା ଯୋଗୁ ପାଲଲହଡ଼ା ବ୍ଲକର ବିଭିନ୍ନ ନାଳ ଫୁଲି ଉଠିବା ସହ ରାସ୍ତା ଉପରେ ୫/୬ ଫୁଟ...

Advertisement
Archives

Model This Week