ବାସଚ୍ୟୁତଙ୍କ ଥଇଥାନ ନିମନ୍ତେ ଦାବିପତ୍ର

କଣିହାଁ,୨୯।୬(ଡି.ଏନ.ଏ.) – ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲଠାରେ ସମଲ ବ୍ୟାରେଜ ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘ ତରଫରୁ ମଙ୍ଗଳବାର ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଲଲହଡା ବିଧାୟକ ମୁକେଶ କୁମାର ପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସଂଘ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କ୍ଷତିଗ୍ରସ୍ତ ପ୍ରଜାମାନେ ଏକ ବିଶାଳ ଶୋଭାଯାତ୍ରାରେ ବିଧାୟକଙ୍କୁ ବିଷ୍ଣୁ ମନ୍ଦିର ଛକ ଠାରୁ ପମ୍ପ ହାଉସ ନିକଟ ସଭା ସ୍ଥଳଯାଏ ପାଛୋଟି ନେଇଥିଲେ। ସଭାରେ ସଂଘ ସଭାପତି ବିରଞ୍ଚି ନାରାୟଣ ସାହୁ ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ପ୍ରଧାନ, ୧୦ ନମ୍ବର ଜିଲା ପରିଷଦ ସଦସ୍ୟା ରଶ୍ମିତା ବେହେରା, ୯ ନମ୍ବର ଜିଲା ପରିଷଦ ସଦସ୍ୟା ରଶ୍ମିତା ସେଠୀ, ସମଲ ସରପଞ୍ଚ ଜିତେନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସଂଘ ତରଫରୁ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସଂଘ ତରଫରୁ ବ୍ରାହ୍ମଣୀ ଦ୍ବାରା କ୍ଷତିଗ୍ରସ୍ତ ଦୁର୍ଗପୁର, ନାଲମ, ତାଳପଦା, ଗହମ, ଶିପୁର ଓ କୁସୁମପାଳ ଗ୍ରାମର ବାସଚ୍ୟୁତ ଜନିତ ଦାବି ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ସମସ୍ୟା ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ସଂଘ ସମ୍ପାଦକ ଦୁର୍ଯ୍ୟୋଧନ ସାମଲ ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ବହି ତ୍ରୁଟିକୁ ନେଇ ଆକ୍ସନରେ ମୁଖ୍ୟମନ୍ତ୍ରୀ: ୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୨୬।୬: ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କମିଟି ସୁପାରିସ ଅନୁଯାୟୀ ମୁଖ୍ୟମନ୍ତ୍ରୀ ୪ଜଣ…

ରାଶନ ଚାଉଳ ଆଣିବାକୁ ଯିବାବେଳେ ହେଲା ବଜ୍ରାଘାତ: ବଡ଼ଭାଇ ମୃତ, ସାନ ଭାଇ ଗୁରୁତର

ମୋହନା, ୨୬।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁର ପଞ୍ଚାୟତର କଟାମା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।…

କାର୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ସରକାରୀ ଶିକ୍ଷକ

ଟିଟିଲାଗଡ଼,୨୬।୬: ୨୬ ନମ୍ବର ଜାତୀୟ ରାଜପଥ ବରଗାଁ ଛକରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ୨ଜଣ ସରକାରୀ ଶିକ୍ଷକ। ଏହି…

ନିଶାମୁକ୍ତ ସମାଜ ଗଠନ ପାଇଁ ସାମୂହିକ ସଂକଳ୍ପ: ସାମିଲ ହେଲେ…

ଛତ୍ରପୁର, ୨୬।୬ (ଦିଲ୍ଲୀପ ସାମଲ): ଅନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ତସକରି ବିରୋଧ ଦିବସ-୨୦୨୬ ଅବସରରେ ଗଞ୍ଜାମ ଗିଲାରେ ଗତ ୧୭ ଜୁନରୁ ଆରମ୍ଭ ହୋଇଥିବା…

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ

ରାଜନଗର,୨୬ା୬(ଭାସ୍କର ରାଉତରାୟ): ସମଗ୍ର ରାଜ୍ୟରେ କେଉଁଠି କେଉଁଠି ବେଆଇନ ବାଲି ଚାଲାଣକୁ ନେଇ ପୋଲିସ ପ୍ରଶାସନଙ୍କ ସହିତ ମାଫିଆଙ୍କର ମୁକାବିଲା ଏପରକି ଆକ୍ରମଣ ଭଳି ଅନେକ ଘଟଣା…

୩୦ ବର୍ଷ ସଂଘ ପରେ ୬୩ ପରିବାରକୁ ମିଳିଲା ଜଙ୍ଗଲ ଜମି ପଟ୍ଟା

ଥୁଆମୂଳ ରାମପୁର,୨୬ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ପଞ୍ଚାୟତର ଅଣ-ସର୍ଭେ ଗ୍ରାମ ସେମେଲପଦରର ୬୩ଟି ବନବାସୀ ପରିବାରକୁ ବହୁ ପ୍ରତୀକ୍ଷିତ ବ୍ୟକ୍ତିଗତ ଜଙ୍ଗଲ…

କେସିଙ୍ଗା ଷ୍ଟେଶନ ପରିଦର୍ଶନ କଲେ ଜେନେରାଲ ମ୍ୟାନେଜର

କେସିଙ୍ଗା,୨୬।୬.(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନକୁ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆରଏମ ସୁବାସ ଚନ୍ଦ୍ର ଚୌଧୁରୀ ଏବଂ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର,୨୬।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍‌ ଘଟଣାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri