ପ୍ରାଣୀଧନ ଚିକିତ୍ସାକୁ ଉପେକ୍ଷା

ବଅଁରପାଳ,୨୯।୬(ଡି.ଏନ.ଏ.) – ଗ୍ରାମାଞ୍ଚଳ ଅର୍ଥନୀତି ସୁଦୃଢ଼ୀକରଣରେ ପ୍ରାଣୀ ସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ ଅଧିକରୁ ଅଧିକ ପ୍ରାଣୀଧନ ପାଳନ ପାଇଁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଉତ୍ସାହିତ କରାଯାଉଛି। ବ୍ୟାଙ୍କ ମାଧ୍ୟମରେ ସବ୍‌ସିଡଯୁକ୍ତ ଋଣ ଯୋଗାଇ ଦିଆଯାଉଛି। ତେବେ ପ୍ରାଣୀ ସମ୍ପଦର ବିକାଶ ଦିଗରେ ଯେତିକି ଦୃଷ୍ଟି ଦିଆଯାଉଛି, ଚିକିତ୍ସା କ୍ଷେତ୍ରକୁ ସେତିକି ଗୁରୁତ୍ୱ ମିଳୁନାହିଁ। ଅନୁଗୋଳ ଜିଲାର ବଅଁରପାଳ ବ୍ଲକ ଏହାର ଏକ ଉଦାହରଣ। ଏହି ବ୍ଲକରେ ୫୦ ହଜାରରୁ ଅଧିକ ପ୍ରାଣୀଧନ ରହିଥିଲେ ବି ଆବଶ୍ୟକସ୍ଥଳେ ଉପଯୁକ୍ତ ଚିକିତ୍ସା ସେବା ମିଳିପାରୁ ନାହିଁ। ପ୍ରାଣୀଧନ ନିରୀକ୍ଷକଙ୍କଠାରୁ ପିଅନଙ୍କ ଯାଏ ଅଧାରୁ ଅଧିକ ପଦବୀ ଖାଲି ପଡ଼ିଥିବାରୁ ଚିକିତ୍ସା କେନ୍ଦ୍ରରୁ ଚାଷୀମାନଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି। ପ୍ରାଣୀଧନଙ୍କ ଚିକିତ୍ସା ପ୍ରତି ପ୍ରଶାସନର ଏପରି ଉପେକ୍ଷାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି।
ବଅଁରପାଳ ବ୍ଲକରେ ଗୋଟିଏ ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ର, ଗୋଟିଏ ପ୍ରାଣୀ ଚିକିତ୍ସା କେନ୍ଦ୍ର ଓ ୧୩ଟି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ରହିଛି। ଏହି କେନ୍ଦ୍ରଗୁଡ଼ିକରେ ୪ ପ୍ରାଣୀ ଚିକିତ୍ସକ, ୧୩ ପ୍ରାଣୀଧନ ନିରୀକ୍ଷକ ଓ ୧୩ ପିଅନକୁ ମିଶାଇ ମୋଟ୍‌ ପଦବୀ ସଂଖ୍ୟା ହେଉଛି ୩୦। ହେଲେ ବଅଁରପାଳ ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ମୋବାଇଲ ଭେଟେରାନ ଅଫିସର ପଦବୀ ଖାଲି ପଡ଼ିଛି। ମହୀଧରପୁର ଓ କୁଲାଡ଼ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ପ୍ରାଣୀଧନ ନିରୀକ୍ଷକ ଓ ପିଅନ ପଦବୀ ପୂରଣ ହେଉନାହିଁ। ଗୋତମରା, ବଳରାମପ୍ରସାଦ, ସନ୍ତ୍ରୀ, କଲଣ୍ଡାପାଳ, ତଳମୂଳ, କୁରୁଡୁଲୁ, ଜରାସିଂହା, ବିମଳବେଡ଼ା, ବଡ଼କେରଜାଙ୍ଗ, ମରାତିରା ଆଦି କେନ୍ଦ୍ରରେ ପିଅନ ନାହାନ୍ତି। ମୋଟ୍‌ ପଦବୀ ମଧ୍ୟରୁ ୨ ପ୍ରାଣୀଧନ ନିରୀକ୍ଷକ, ୨ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ୧୨ ପିଅନ ପଦବୀ ଖାଲି ରହିଥିବାରୁ ଚିକିତ୍ସା କ୍ଷେତ୍ରରେ ଏହା ବଡ଼ ବାଧକ ସାଜୁଛି। କିନ୍ତୁ ଏତେ ସଂଖ୍ୟକ କର୍ମଚାରୀ ଅଭାବ ରହିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି, ବ୍ଲକ ଅଞ୍ଚଳରେ ୫୦ ହଜାରରୁ ଊର୍ଦ୍ଧ୍ୱ ପ୍ରାଣୀଧନ ରହିଛନ୍ତି। କେବଳ ଗୋରୁଙ୍କ ସଂଖ୍ୟା ୩୦ ହଜାର ଅଧିକ ହୋଇଥିବାବେଳେ ୮ ହଜାର ଛେଳି ମେଣ୍ଢା ଓ ୧ ହଜାର ମଇଁଷି ରହିଛନ୍ତି। କିନ୍ତୁ ଏମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାରେ ଘୋର ଅବହେଳା କରାଯାଉଛି। ବର୍ତ୍ତମାନ ବର୍ଷା ଆସିଯାଇଥିବାରୁ ପ୍ରାଣୀଧନଙ୍କ ଠାରେ ବିଭିନ୍ନ ସଂକ୍ରାମକ ରୋଗ ଦେଖାଦେବା ଆରମ୍ଭ ହୋଇଛି। ତେଣୁ ଟିକାକରଣଠାରୁ ଆରମ୍ଭ କରି ଚିକିତ୍ସା ଯାଏ ଜରୁରୀ ହୋଇପଡ଼ିଛି। ହେଲେ ଚିକିତ୍ସକଙ୍କ ସହ ଅନେକ କେନ୍ଦ୍ରରେ ଭିତ୍ତିଭୂମିର ଅଭାବ ରହିଛି। ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ଓ ଜରୁରୀ ଉପକରଣ ଯୋଗାଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri