ପରିଣତରେ ପୂରଣ ହୋଇଛି ପିଲାବେଳ ଇଚ୍ଛା
ଅନୁଗୋଳ ଅଫିସ, ୨୨।୬ (ଅମିତ କୁମାର ସାମଲ) : କେମିତି ମପାଯାଏ ଦିନର ତାପମାତ୍ରା। କିପରି ଠିକ୍ ଆକଳନ କରାଯାଏ ଖରା, ବର୍ଷା ଓ ଶୀତର। ପାଣିପାଗ ବିଭାଗର ଏହି ନିତିଦିନିଆ କାର୍ଯ୍ୟ କେଉଁ ଉପାୟରେ ପରିଚାଳନା କରାଯାଏ ତାହା ଜାଣିବାକୁ…
ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲରୁ ଏକ ମାଖନା ହାତୀର ମୃତଦେହ ଠାବ
ଛେଣ୍ଡିପଦା,୨୦।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲର ଗୁଡିମରାଠାରେ ଶନିବାର ଏକ ମାଖନା ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି। ହାତୀଟି ପ୍ରାୟ ୪-୫ ଦିନ ତଳେ ମରିପଡ଼ିିଥିବା ଜଣାପଡ଼ିଛି। ମୃତ ହାତୀଟି ମଖନା ହାତୀ ବୋଲି…
ବିଗିଡ଼ିଯାଇଛି ଟ୍ରକ୍ ବ୍ୟବସାୟ
ବଅଁରପାଳ,୨୦ା୬(ଡି.ଏନ.ଏ.) – କରୋନା କଟକଣା ପୂର୍ବରୁ ଠିକ୍ଠାକ୍ ଚାଲିଥିଲା ବ୍ୟବସାୟ। ଟ୍ରକ୍ଗୁଡ଼ିକୁ ନିୟମିତ ଲୋଡ୍ ମିଳୁଥିବା ବେଳେ ମାସିକ ରୋଜଗାର ମଧ୍ୟ ମନ୍ଦ ନ ଥିଲା। ଋଣ କିସ୍ତି ସହ ଚାଳକ, ହେଲପରଙ୍କୁ ଦରମା ଦେବାରେ ଅସୁବିଧା ହେଉ ନ ଥିଲା।…
ସୂଚନା ଫଳକରେ ସ୍ବର୍ଗତଙ୍କ ନଁ।, ନମ୍ବର
ବଅଁରପାଳ, ୧୯ା୬(ଡି.ଏନ.ଏ.) ଅନୁଗୋଳ ଜିଲା ନାଲ୍କୋ ଟାଉନଶିପ୍ ଥାନାକୁ ମଡେଲ ବା ଆଦର୍ଶ ଥାନା କରାଯାଇଛି। ହେଲେ ଏହା କେମିତିକା ଆଦର୍ଶ ହୋଇପାରିଛି ତାହା ଥାନାର ସୂଚନା ଫଳକକୁ ଦେଖି ଅଭିଯୋଗକାରୀମାନେ ଜାଣିପାରୁଛନ୍ତି। ଥାନା କାନ୍ଥରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲଗାଯାଇଥିବା ସୂଚନା…
ବସ୍କୁ ଯାତ୍ରୀ ଅଭାବ
ଅନୁଗୋଳ ଅଫିସ, ୧୯ା୬ ଲକ୍ଡାଉନ ବେଳେ ଯାତ୍ରୀ ପରିବହନ ସେବା ଚାଲୁ କରିବା ନେଇ ବିଭିନ୍ନ ଆଡ଼ୁ ଦାବି ଉଠୁଥିଲା। ସମୟ ସୁବିଧା ଦେଖି ସରକାର କଟକଣା କୋହଳ କଲେ ଓ ବସ୍ ସେବାକୁ ଅନୁମତି ଦେଲେ। ହେଲେ ଏବେ ବସ୍କୁ…
ଫାର୍ମାସିଷ୍ଟଙ୍କ ଭରସାରେ ୧୨ ପଞ୍ଚାୟତବାସୀ
ବଇଣ୍ଡା, ୧୮ା୬(ଡି.ଏନ.ଏ.) ସ୍ବାସ୍ଥ୍ୟକେନ୍ଦ୍ର ଅଛି। ହେଲେ ସେବା ଯୋଗାଇବାକୁ ୮ମାସ ହେଲା ଡାକ୍ତର ନାହାନ୍ତି। ବାରମ୍ବାର ଦାବି ସତ୍ତ୍ୱେ ଜିଲା ପ୍ରଶାସନ ପଦକ୍ଷେପ ନେଉ ନ ଥିବାରୁ ଫାର୍ମାସିଷ୍ଟଙ୍କ ଉପରେ ନିର୍ଭର କରୁଛନ୍ତି ଅନୁଗୋଳ ଜିଲା କିଶୋରନଗର ଓ ଆଠମଲ୍ଲିକ ବ୍ଲକର…
ଜୀବନ ପରିବର୍ତ୍ତେ ଜୀବିକାକୁ ପ୍ରାଧାନ୍ୟ
ଅନୁଗୋଳ ଅଫିସ, ୧୭।୬ କରୋନା ମହାମାରୀ ସମୟରେ ଜୀବନ ବଡ଼ ନା ଜୀବିକା। ଏ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇ ନ ଥିବାବେଳେ ଜୀବିକାକୁ ପ୍ରାଧାନ୍ୟ ଦେଇ କର୍ମସ୍ଥଳୀ ଅନୁଗୋଳରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ଶମ୍ଭୁନାଥ ଭୂୟାଁ। ନିଜ…
୫ ମାସ ପରେ ହେଲ୍ପ ଡେସ୍କ ଚଳଚଞ୍ଚଳ
ଅନୁଗୋଳ ଅଫିସ, ୧୭।୬ ଚିକିତ୍ସାରେ ସହଯୋଗ ସହ ଚିକିତ୍ସାଳୟର ମାନ ବଢ଼ାଇବାକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ହେଲ୍ପ ଡେସ୍କ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ତେବେ ଦୀର୍ଘ ୫ ମାସ ହେବ ଏହି ହେଲ୍ପ ଡେସ୍କ ଏକପ୍ରକାର କୋମା ଅବସ୍ଥାକୁ ଚାଲିଯାଇଥିଲା।…
ପାଣି କାଦୁଅ ଯୋଗୁ ଜମୁନି ବେପାର
ବଅଁରପାଳ,୧୭ା୬(ଡି.ଏନ.ଏ.) କରୋନା କଟକଣା ଯୋଗୁ ବଅଁରପାଳ ସାପ୍ତାହିକ ହାଟକୁ ଦୁଇଭାଗ କରିଦିଆଯାଇଛି। ଗୋଟିଏ ହାଟ ପୁରୁଣା ସ୍ଥାନରେ ବସୁଥିବା ବେଳେ ଅନ୍ୟଟି ବଅଁରପାଳ ହାଇସ୍କୁଲ ପଡିଆରେ ବସୁଛି। ତେବେ ହାଇସ୍କୁଲ ପଡ଼ିଆରେ ବ୍ୟବସାୟ ପାଇଁ ବିଶେଷକିଛି ସୁବିଧା ନ ଥିବାରୁ ଏହାକୁ…
୮୭ ହଜାର ହେକ୍ଟରରେ ହେବ ଚାଷ
ଅନୁଗୋଳ ଅଫିସ, ୧୬ା୬ ମୌସୁମୀ ପହଞ୍ଚି ସାରିଥିବାରୁ ପାଗ ବଦଳିଯାଇଛି। ଫଳରେ ତାତିରୁ ଲୋକଙ୍କୁ ତ୍ରାହି ମିଳିଛି। ତେବେ ମୌସୁମୀ ବର୍ଷାକୁ ନେଇ ଚାଷୀମାନେ ବେଶ୍ ଖୁସି ଅଛନ୍ତି। ଠିକଣା ସମୟରେ ବର୍ଷା ଆରମ୍ଭ ହୋଇଥିବାରୁ ଚଳିତବର୍ଷ ପାଣିପାଗ ଚାଷ ପାଇଁ…
ବିଜୁଳି ଖୁଣ୍ଟ ପାଖେ ଜଳୁଛି ଡିବିରି
ବଇଣ୍ଡା,୧୬ା୬ – ପରିକ୍ଷିତ ସାହୁ ସରକାରଙ୍କ ସୌଭାଗ୍ୟ ଯୋଜନାର ସେ ହକ୍ଦାର। ପକ୍କା ଘର ପାଇବା ପାଇଁ ମଧ୍ୟ ଉପଯୁକ୍ତ ହିତାଧିକାରୀ। ହେଲେ ପକ୍କା ଘରଟିଏ ପାଇଁ ୫ ବର୍ଷ ହେଲା ପଞ୍ଚାୟତଠାରୁ ବ୍ଲକ କାର୍ଯ୍ୟାଳୟ ଯାଏ ଧାଉଁଥିଲେ ବି କେଉଁଠାରୁ…
ଅନୁଗୋଳରେ ପୁଣି ୬ ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪୮ ଛୁଇଁଲା
ଅନୁଗୋଳ ଅଫିସ,୧୫ା୬: ଅନୁଗୋଳରେ ସୋମବାର ପୁଣି ୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି। ତେବେ ଏହି ୪୮ ଜଣଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୧ ଜଣ ସୁସ୍ଥ ହୋଇ ସାରିଥିବା ବେଳେ…

