ଅଭିଯୁକ୍ତଙ୍କୁ ଗିରଫ ବେଳେ ଉତ୍ତେଜନା: ପୋଲିସ-ଗ୍ରାମବାସୀ ଧସ୍ତାଧସ୍ତି

ଅନୁଗୋଳ ଅଫିସ/ ବନ୍ତଳା, ୨୫।୬- ଏକ ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ ପାଇଁ ଜଣଙ୍କ ଘର ଭାଙ୍ଗିଦେଇଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଗୁରୁବାର ଅନୁଗୋଳ ବ୍ଲକ ଶରଧାପୁର ଗ୍ରାମକୁ ଯାଇଥିବା ପୁରୁଣାକୋଟ ପୋଲିସ ସହ ଗ୍ରାମବାସୀଙ୍କ ଧସ୍ତାଧସ୍ତି ହୋଇଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଗ୍ରାମର ୬ଜଣ ସନାତନ ସାହୁ, ଶ୍ରୀପତି ସାହୁ, ଦୀପକ ସାହୁ, ବାପୁନୁ ସାହୁ, ଶଙ୍କର ବିଶ୍ୱାଳ ଓ ସଂସାର ରାଧାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ପ୍ରକାଶ ଯେ, ମାଣିକଯୋଡି ପଞ୍ଚାୟତ କୁଲୁସର ଗ୍ରାମର ମାଗତା ନାଏକ(୫୦) ଶରଧାପୁର ଉଚ୍ଚ ବିଦ୍ୟାଳୟ ନିକଟ ସରକାରୀ ଜମିରେ ୫ ବର୍ଷ ହେଲା ଘର କରି ରହୁଥିଲେ। ତେବେ ଶରଧାପୁର ଗ୍ରାମକୁ ଜଳ ଯୋଗାଣ ପାଇଁ ମଞ୍ଜୁର ହୋଇଥିବା ଏକ ଓଭର୍‌ ହେଡ ପାଣି ଟାଙ୍କିର ବୋରିଂ ବେଳେ ଅନ୍ୟସ୍ଥାନ ଅପେକ୍ଷା ମାଗତାଙ୍କ ଘର ନିକଟରେ ସହଜରେ ଜଳସ୍ତର ମିଳିଥିଲା। ତେଣୁ ଗ୍ରାମବାସୀ ସଭା କରି ମାଗତାଙ୍କୁ ଘର ଭାଙ୍ଗି ଅନ୍ୟତ୍ର ରହିବାକୁ କହିଥିଲେ। ଏଥିରେ ସେ ରାଜି ନ ହେବାରୁ ପରେ ଗ୍ରାମ ସଭାପତି ବ୍ରହ୍ମାନନ୍ଦ ସାହୁଙ୍କ ସହ ଅନ୍ୟମାନେ ପୁରୁଣାକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଅନୁଗୋଳ ତହସିଲଦାର, ଜିଲାପାଳ ଓ ଏସ୍‌ପିଙ୍କୁ ମଧ୍ୟ ଗ୍ରାମବାସୀ ଅବଗତ କରିଥିଲେ। ସମାଧାନ ପାଇଁ ପୁରୁଣାକୋଟ ଥାନା ଅଧିକାରୀ ବିକ୍ରମ ଜୟପୁରିଆ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ। ଗତ ମାସରେ ମାଗତାଙ୍କ ଘରକୁ ଗ୍ରାମବାସୀ ଭାଙ୍ଗି ଦେଇଥିଲେ। ଏ ସମ୍ପର୍କରେ ମାଗତା ଥାନାରେ ଅଭିଯୋଗ କରିଥିଲେ। ଗୁରୁବାର ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ତଦନ୍ତକାରୀ ଅଧିକାରୀ ଡିଏସ୍‌ପି ରମେଶ ଚନ୍ଦ୍ର ମୁଖୀ ଓ ପୁରୁଣାକୋଟ ଥାନା ଅଧିକାରୀ ବିକ୍ରମ ଜୟପୁରିଆ ଗ୍ରାମକୁ ଯାଇଥିଲେ। ତେବେ ଗିରଫଦାରିର ପ୍ରତିବାଦ କରି ଲୋକେ ପୋଲିସ ଗାଡି ଆଗରେ ଧାରଣା ଦେବାରୁ ପରିସ୍ଥିତି ଅଣଆୟତ୍ତ ହୋଇଥିଲା। ଏହାପରେ ତହସିଲଦାର ନେହୁରୁ ମାଝି, ଡିଏସ୍‌ପି ରମେଶ ଚନ୍ଦ୍ର ମୁଖି, ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ, ବନ୍ତଳା ଥାନା ଅଧିକାରୀ ଗୀତାଞ୍ଜଳି ସାହୁଙ୍କ ସହିତ ୩ ପ୍ଲାଟୁନ ଫୋର୍ସ ପହଞ୍ଚତ୍ ବୁଝାଶୁଝା କରିଥିଲେ। କିନ୍ତୁ ସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସ ମୃଦ୍ୟୁ ଲାଠି ଚାଳନା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଡିଏସ୍‌ପି ମୁଖୀ କହିଛନ୍ତି, ଘରଭଙ୍ଗା ମାମଲାରେ ପୋଲିସ ଗାଁ ଲୋକଙ୍କୁ ଗିରଫ କରିବାକୁ ଯାଇଥିଲା ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁରୁଣାକୋଟ ଥାନା ଅଧିକାରୀ ବିକ୍ରମ ଜୟପୁରିଆ କହିଛନ୍ତି, ଲୋକମାନେ ପୋଲିସକୁ ବିରୋଧ କରିଥିଲେ। ସେଥିପାଇଁ ଅଧିକ ଫୋର୍ସ ମୁତୟନ କରି ଗ୍ରାମର ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। କେବଳ ଧସ୍ତାଧସ୍ତି ହୋଇଛି। ଲାଠିଚାଳନା ହୋଇ ନାହିଁ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?