ଅଭିଯୁକ୍ତଙ୍କୁ ଗିରଫ ବେଳେ ଉତ୍ତେଜନା: ପୋଲିସ-ଗ୍ରାମବାସୀ ଧସ୍ତାଧସ୍ତି

ଅନୁଗୋଳ ଅଫିସ/ ବନ୍ତଳା, ୨୫।୬- ଏକ ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ ପାଇଁ ଜଣଙ୍କ ଘର ଭାଙ୍ଗିଦେଇଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଗୁରୁବାର ଅନୁଗୋଳ ବ୍ଲକ ଶରଧାପୁର ଗ୍ରାମକୁ ଯାଇଥିବା ପୁରୁଣାକୋଟ ପୋଲିସ ସହ ଗ୍ରାମବାସୀଙ୍କ ଧସ୍ତାଧସ୍ତି ହୋଇଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଗ୍ରାମର ୬ଜଣ ସନାତନ ସାହୁ, ଶ୍ରୀପତି ସାହୁ, ଦୀପକ ସାହୁ, ବାପୁନୁ ସାହୁ, ଶଙ୍କର ବିଶ୍ୱାଳ ଓ ସଂସାର ରାଧାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ପ୍ରକାଶ ଯେ, ମାଣିକଯୋଡି ପଞ୍ଚାୟତ କୁଲୁସର ଗ୍ରାମର ମାଗତା ନାଏକ(୫୦) ଶରଧାପୁର ଉଚ୍ଚ ବିଦ୍ୟାଳୟ ନିକଟ ସରକାରୀ ଜମିରେ ୫ ବର୍ଷ ହେଲା ଘର କରି ରହୁଥିଲେ। ତେବେ ଶରଧାପୁର ଗ୍ରାମକୁ ଜଳ ଯୋଗାଣ ପାଇଁ ମଞ୍ଜୁର ହୋଇଥିବା ଏକ ଓଭର୍‌ ହେଡ ପାଣି ଟାଙ୍କିର ବୋରିଂ ବେଳେ ଅନ୍ୟସ୍ଥାନ ଅପେକ୍ଷା ମାଗତାଙ୍କ ଘର ନିକଟରେ ସହଜରେ ଜଳସ୍ତର ମିଳିଥିଲା। ତେଣୁ ଗ୍ରାମବାସୀ ସଭା କରି ମାଗତାଙ୍କୁ ଘର ଭାଙ୍ଗି ଅନ୍ୟତ୍ର ରହିବାକୁ କହିଥିଲେ। ଏଥିରେ ସେ ରାଜି ନ ହେବାରୁ ପରେ ଗ୍ରାମ ସଭାପତି ବ୍ରହ୍ମାନନ୍ଦ ସାହୁଙ୍କ ସହ ଅନ୍ୟମାନେ ପୁରୁଣାକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଅନୁଗୋଳ ତହସିଲଦାର, ଜିଲାପାଳ ଓ ଏସ୍‌ପିଙ୍କୁ ମଧ୍ୟ ଗ୍ରାମବାସୀ ଅବଗତ କରିଥିଲେ। ସମାଧାନ ପାଇଁ ପୁରୁଣାକୋଟ ଥାନା ଅଧିକାରୀ ବିକ୍ରମ ଜୟପୁରିଆ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ। ଗତ ମାସରେ ମାଗତାଙ୍କ ଘରକୁ ଗ୍ରାମବାସୀ ଭାଙ୍ଗି ଦେଇଥିଲେ। ଏ ସମ୍ପର୍କରେ ମାଗତା ଥାନାରେ ଅଭିଯୋଗ କରିଥିଲେ। ଗୁରୁବାର ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ତଦନ୍ତକାରୀ ଅଧିକାରୀ ଡିଏସ୍‌ପି ରମେଶ ଚନ୍ଦ୍ର ମୁଖୀ ଓ ପୁରୁଣାକୋଟ ଥାନା ଅଧିକାରୀ ବିକ୍ରମ ଜୟପୁରିଆ ଗ୍ରାମକୁ ଯାଇଥିଲେ। ତେବେ ଗିରଫଦାରିର ପ୍ରତିବାଦ କରି ଲୋକେ ପୋଲିସ ଗାଡି ଆଗରେ ଧାରଣା ଦେବାରୁ ପରିସ୍ଥିତି ଅଣଆୟତ୍ତ ହୋଇଥିଲା। ଏହାପରେ ତହସିଲଦାର ନେହୁରୁ ମାଝି, ଡିଏସ୍‌ପି ରମେଶ ଚନ୍ଦ୍ର ମୁଖି, ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ, ବନ୍ତଳା ଥାନା ଅଧିକାରୀ ଗୀତାଞ୍ଜଳି ସାହୁଙ୍କ ସହିତ ୩ ପ୍ଲାଟୁନ ଫୋର୍ସ ପହଞ୍ଚତ୍ ବୁଝାଶୁଝା କରିଥିଲେ। କିନ୍ତୁ ସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସ ମୃଦ୍ୟୁ ଲାଠି ଚାଳନା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଡିଏସ୍‌ପି ମୁଖୀ କହିଛନ୍ତି, ଘରଭଙ୍ଗା ମାମଲାରେ ପୋଲିସ ଗାଁ ଲୋକଙ୍କୁ ଗିରଫ କରିବାକୁ ଯାଇଥିଲା ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁରୁଣାକୋଟ ଥାନା ଅଧିକାରୀ ବିକ୍ରମ ଜୟପୁରିଆ କହିଛନ୍ତି, ଲୋକମାନେ ପୋଲିସକୁ ବିରୋଧ କରିଥିଲେ। ସେଥିପାଇଁ ଅଧିକ ଫୋର୍ସ ମୁତୟନ କରି ଗ୍ରାମର ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। କେବଳ ଧସ୍ତାଧସ୍ତି ହୋଇଛି। ଲାଠିଚାଳନା ହୋଇ ନାହିଁ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌

ମାଧପୁର,୧୨।୩(ଡି.ଏନ୍‌.ଏ.): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ କିଆକଟା ପୂର୍ତ୍ତ ରାସ୍ତାର ପୁରୁଣା ମାଣତ୍ରି ନାଳ ଉପରେ ଶନିବାରି ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିପଡିଛି...

୫ ଦଫା ଦାବିରେ ଏସୟୁସିଆଇର ଗଣବିକ୍ଷୋଭ

ଛେଣ୍ଡିପଦା,୭।୧(ସ୍ବ.ପ୍ର)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସମ୍ମୁଖରେ ୫ ଦଫା ଦାବିରେ ମଙ୍ଗଳବାର ଏସୟୁସିଆଇ ଆଞ୍ଚଳିକ କମିଟି ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଛେଣ୍ଡିପଦା ଆଞ୍ଚଳିକ...

ମନ୍ଥର ଗତିରେ ଚାଲିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌

ବଅଁରପାଳ,୬।୮-ଗ୍ରାମାଞ୍ଚଳର ଗରିବ ଅଣକୁଶଳୀ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବା ଉଦ୍ଦେଶ୍ୟରେ ଅତୀତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି...

ପ୍ରଥମ ଦିନରେ ୩୪୭୭ଙ୍କୁ ଟିକା

ଅନୁଗୋଳ ଅଫିସ,୪ ।୨ ଅନୁଗୋଳ ଜିଲାରେ ସୋମବାରଠାରୁ ୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ ଆରମ୍ଭ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ମୋଟ୍‌ ୨୪ଟି ଟିକାକରଣ...

ଅବଗତ ଥାଇ ଅବହେଳା

ଅନୁଗୋଳ ଅଫିସ, ୨୭।୧୧ – କରୋନାକୁ ହରାଇବାକୁ ହେଲେ ରୋଗୀଙ୍କୁ ଉତ୍ତମ ଖାଦ୍ୟ ଲୋଡା। ଏଥିପାଇଁ ଆରମ୍ଭରୁ ହିଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।...

ଗାନ୍ଧୀ ଗାଥାର ହେବ ଗନ୍ତାଘର

ଅନୁଗୋଳ ଅଫିସ, ୩୦।୭ ‘ବ୍ଲାକ ଡାଇମଣ୍ଡ’ରେ ଗୁଞ୍ଜରିତ ହେବ ବାପୁଙ୍କ ବାର୍ତ୍ତା। ଜାତିର ପିତାଙ୍କ ଜୀବନୀ, ନୀତି, ଆଦର୍ଶ ସମ୍ପର୍କରେ ଏଠାରୁ ଅଧିକ ଜାଣିବେ ଜଗତବାସୀ।...

ଆଜି କିଶୋରନଗର, ତାଳଚେରରେ ଭୋଟ

ବଇଣ୍ଡା/ ତାଳଚେର,୨୨୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ୨୨ ତାରିଖ ମଙ୍ଗଳବାର ଅନୁଗୋଳ ଜିଲାର କିଶୋରନଗର ଓ ତାଳଚେର ବ୍ଲକରେ ଅନୁଷ୍ଠିତ...

ଟିକାକରଣରେ ଅବ୍ୟବସ୍ଥା

ଅନୁଗୋଳ ଅଫିସ, ୫।୯:ଅନୁଗୋଳ ସହରର ମିଶ୍ରପଡ଼ାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର କରୋନା ବୁଷ୍ଟର ଡୋଜ୍‌ ଟିକାକରଣକୁ ନେଇ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଆଶାୟୀମାନେ ଲାଇନ୍‌ରେ...

Advertisement
Archives

Model This Week