୮୯୫ ହେକ୍ଟରରେ ହେବ ବନୀକରଣ

ଅନୁଗୋଳ ଅଫିସ, ୨୪।୬

ବର୍ଷା ଆରମ୍ଭ ହୋଇଯାଇଥିବାରୁ ଅନୁଗୋଳ ବନଖଣ୍ଡରେ ଚାରା ରୋପଣ ପାଇଁ ପ୍ରସ୍ତୁତି ଚାଲିଛି। ଚଳିତବର୍ଷ ବନଖଣ୍ଡ ପକ୍ଷରୁ ଏଥିପାଇଁ ପାଖାପାଖି ସାଢ଼େ ୧୮ ଲକ୍ଷ ଚାରା ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୧୪ ହଜାର ଚାରା ୮୯୫ ହେକ୍ଟରରେ ଲଗାଯିବ। ସେହିପରି ବିଭିନ୍ନ ରାସ୍ତା ପାର୍ଶ୍ୱରେ ୬୮ କିମି ଯାଏ ପ୍ଲାଣ୍ଟେଶନ କରାଯିବ। ବଳକା ୧୫ ଲକ୍ଷ ୨୮ ହଜାର ଚାରା ବିଭିନ୍ନ ସଂସ୍ଥା, ସଙ୍ଗଠନ ଓ ଜନସାଧାରଣଙ୍କୁ ବଣ୍ଟନ କରାଯିବାର ଯୋଜନା ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବନୀକରଣ ହେବାକୁ ଥିବା ବନଖଣ୍ଡର ୮୯୫ ହେକ୍ଟର ଜମି ମଧ୍ୟରୁ ବନ୍ତଳା ରେଞ୍ଜରେ ୧୦, ୫୦୦ ଚାରା ଲଗାଯିବ। ସେହିପରି ଜରପଡ଼ା ରେଞ୍ଜରେ ୪୬, ୫୦୦, ଛେଣ୍ଡିପଦା ରେଞ୍ଜରେ ୮୪, ୫୦୦, ଅନୁଗୋଳ ରେଞ୍ଜରେ ୩୩, ୬୬୦, ତାଳଚେର ରେଞ୍ଜରେ ୪୭, ୫୦୦ ଓ କଣିହଁା ରେଞ୍ଜରେ ସର୍ବାଧିକ ୯୧, ୫୦୦ ଗମ୍ଭାରୀ, ଶିଶୁ, ଅଶନ, କରଞ୍ଜ, ଅର୍ଜୁନ, ଅଁଳା, ନିମ୍ବ, ଜାମୁ, ବାଉଁଶ ଆଦି ୧୫ କିସମର ଚାରା ଲଗାଯିବ। ଗତବର୍ଷ ଏହି ବନଖଣ୍ଡର ୧୭୫୭ ହେକ୍ଟର ଜମିରେ ୪ଲକ୍ଷ ୩୯ ହଜାର ୨୦୮ ଚାରା ରୋପଣ କରାଯାଇଥିଲା। ୫୭ କିଲୋମିଟର ରାସ୍ତା ପାର୍ଶ୍ୱରେ ପ୍ଲାଣ୍ଟେଶନ ହୋଇଥିଲା। ୮ ଲକ୍ଷ ୭୧ ହଜାର ୪୯୦ ଚାରା ବିଭିନ୍ନ ସଂସ୍ଥାକୁ ବଣ୍ଟନ କରାଯାଇଥିଲା। ୨୦୧୮-୧୯ରେ ମଧ୍ୟ ୧୭୫୨ ହେକ୍ଟର ଜମିରେ ବନୀକରଣ ହୋଇଥିଲା। ୩୭ କିଲୋମିଟର ରାସ୍ତା ପାର୍ଶ୍ୱରେ ଚାରା ରୋପଣ ସହ ୩ ଲକ୍ଷ ୪୩୦ ଚାରା ବଣ୍ଟନ କରାଯାଇଥିଲା। ୨୦୧୭-୧୮ରେ ୩୬୭.୫୩ ହେକ୍ଟର ଜମିରେ ୧ଲକ୍ଷ ୫୩ ହଜାର ୫୩୬ ଓ ୮ କିଲୋମିଟର ରାସ୍ତା ପାର୍ଶ୍ୱରେ ଚାରା ଲଗାଯାଇଥିଲା। ୩୩ ହଜାର ଅନ୍ୟମାନଙ୍କୁ ଦିଆଯାଇଥିଲା। ୨୦୧୬-୧୭ରେ ୨୯୯୬ ହେକ୍ଟରରେ ୮ ଲକ୍ଷ ୬୯ ହଜାର ୨୦୫ ଓ ୧୬୨ କିଲୋମିଟର ରାସ୍ତା ପାର୍ଶ୍ୱରେ ପ୍ଲାଣ୍ଟେଶନ କରାଯାଇଥିଲା। ୧୫ ଲକ୍ଷ ୮ ହଜାର ୭୬୦ ଚାରା ବଣ୍ଟାଯାଇଥିବା ବନଖଣ୍ଡ ପକ୍ଷରୁ କୁହାଯାଇଛି। ତେବେ ଏତେ ପରିମାଣର ଚାରା ରୋପଣ କରାଯାଉଥିଲେ ମଧ୍ୟ ଆବଶ୍ୟକ ଯତ୍ନ ନିଆଯାଉ ନ ଥିବାରୁ ଏହାର ଶତପ୍ରତିଶତ ଲାଭ ମିଳିପାରୁ ନାହିଁ ବୋଲି ପରିବେଶବିତମାନେ ଅଭିଯୋଗ କରିଛନ୍ତି। ଏ ନେଇ ଅନୁଗୋଳ ବନଖଣ୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଚାରା ରୋପଣ ପରେ ଯତ୍ନ ନିଆଯାଉଛି। କିନ୍ତୁ କେତେକ ସ୍ଥାନରେ ବଣ୍ଟାଯାଉଥିବା ଚାରାର ଯତ୍ନ ନିଆଯାଉନାହିଁ। ଏଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରେଞ୍ଜ ଅଧିକାରୀମାନଙ୍କୁ କୁହାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?