ଚାଷକୁ ନିଅଣ୍ଟ ଆଉଁଳୀ ପାଣି

ଛେଣ୍ଡିପଦା,୨୫।୬(ସ୍ବ.ପ୍ର.)  ବର୍ଷ ବର୍ଷ ଧରି ଯେଉଁ ଆଉଁଳୀ ପ୍ରକଳ୍ପ ପାଣିରେ ହଜାର ହଜାର ହେକ୍ଟର ଜମିରେ ଫସଲ ହେଉଥିଲା ତାହା ଉପରୁ ଚାଷୀ ଏବେ ଭରସା ତୁଟାଇବାକୁ ବସିଲେଣି। କାରଣ ଉକ୍ତ ପ୍ରକଳ୍ପରୁ ବାହାରିଥିବା କେନାଲର ବିଭିନ୍ନ ଶାଖା କେନାଲ ପୋତି ହୋଇପଡ଼ିଲାଣି। ଏ ନେଇ ଚାଷୀମାନେ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ପୁନରୁଦ୍ଧାର କିମ୍ବା ମରାମତି ଦିଗରେ ଧ୍ୟାନ ଦିଆଯାଉ ନାହିଁ। ଫଳରେ ଆଉଁଳୀ ପାଣି ଏବେ ଚାଷକୁ ନିଅଣ୍ଟ ପଡ଼ୁଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି।
୧୯୬୪ ମସିହାରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କଣଲୋଇ ପଞ୍ଚାୟତରେ ଆଉଁଳୀ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପରୁ ଦୀର୍ଘ ୩୦ କିଲୋମିଟରରୁ ଊର୍ଦ୍ଧ୍ୱ କେନାଲ ନିର୍ମାଣ କରାଯିବା ସହିତ ୪ଟି ପାଣି ପଞ୍ଚାୟତ ମାଧ୍ୟମରେ ୨୨୭୧ ହେକ୍ଟର ଜମିକୁ ଜଳର ସୁବଣ୍ଟନ କରାଯାଉଥିଲା। ଫଳରେ କର୍ଣ୍ଣପାଳ, କଣଲୋଇ, ନୂଆଗାଁ, ଭାଲିଆସର, ଡଙ୍କାପାଳ, ମାରୁଢ଼ିପ, ତେଲିସାହି, ଜରିପାଳ ଆଦି ଅଞ୍ଚଳରେ ରବି ଋତୁରେ ୫୨୫ ହେକ୍ଟର ଓ ଖରିଫ ଋତୁରେ ୧୭୪୬ ହେକ୍ଟର ଜମିରେ ଚାଷ ହୋଇପାରୁଥିଲା। କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ କରା ନ ଯିବାରୁ ମାଇନର, ସବ୍‌ମାଇନର ତଥା ଶାଖା କେନାଲଗୁଡିକ ପଙ୍କ, ମାଟି ଓ ବାଲି ଆଦିରେ ପୋତିହୋଇ ପଡିଛି। ଫଳରେ ପାଣି ପ୍ରବାହରେ ବାଧା ସୃଷ୍ଟି ହେଉଥିବା ଚାଷୀ ମହଲରେ ଅଭିଯୋଗ ହେଉଛି। ଅନେକ ସବ୍‌ମାଇନର କେନାଲର ତଳମୁଣ୍ଡରେ ଆବଶ୍ୟକ ଅନୁଯାୟୀ ପାଣି ପହଞ୍ଚୁ ନାହିଁ। ଏହାର ମରାମତି ନିମନ୍ତେ ଅଞ୍ଚଳବାସୀ ଦୀର୍ଘଦିନ ହେବ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରୁଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ନେଇ ପାଣି ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁ କହିଛନ୍ତି, ୮ବର୍ଷ ହେବ କେନାଲର ଜରୁରୀ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଟଙ୍କା ଆସୁନାହିଁ। ଯଦ୍ୱାରା ଜଳସେଚନ କରିବାରେ ଅସୁବିଧା ହେଉଛି। ଏପରିକି ପାଣି ପଞ୍ଚାୟତ ଶୀର୍ଷ ସମିତିର ବିନା ପରାମର୍ଶରେ ନିମ୍ନମାନର କେନାଲ ନିର୍ମାଣ କରାଯାଉଥିବାରୁ ମାଇନର କେନାଲରୁ ଶାଖା କେନାଲଗୁଡିକୁ ଠିକ୍‌ ଭାବେ ପାଣି ଯାଇପାରୁ ନାହିଁ। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଶୀର୍ଷ ସମିତିକୁ ଅନୁଦାନ ମିଳୁନାହିଁ। ଏ ସମ୍ପର୍କରେ ଜଳସେଚନ ଯନ୍ତ୍ରୀ ଦିଲୀପ କୁମାର ରଥ କହିଛନ୍ତି, ଏବେ କେନାଲର ମରାମତି ନିମନ୍ତେ ଶୀର୍ଷ ସମିତିକୁ ଅନୁଦାନ ଆସୁନାହିଁ। ଟଙ୍କା ଆସିଲେ ତୁରନ୍ତ ପ୍ରଦାନ କରାଯିବ ଏବଂ ମାଇନର ଓ ସବ୍‌ମାଇନର କେନାଲଗୁଡିର ମରାମତି କାର୍ଯ୍ୟ ଏକ ସପ୍ତାହ ମଧ୍ୟରେ ଶେଷ କରାଯିବ ବୋଲି ଯନ୍ତ୍ରୀ ରଥ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri