ସୂଚନା ଫଳକରେ ସ୍ବର୍ଗତଙ୍କ ନଁ।, ନମ୍ବର

ବଅଁରପାଳ, ୧୯ା୬(ଡି.ଏନ.ଏ.)

ଅନୁଗୋଳ ଜିଲା ନାଲ୍‌କୋ ଟାଉନଶିପ୍‌ ଥାନାକୁ ମଡେଲ ବା ଆଦର୍ଶ ଥାନା କରାଯାଇଛି। ହେଲେ ଏହା କେମିତିକା ଆଦର୍ଶ ହୋଇପାରିଛି ତାହା ଥାନାର ସୂଚନା ଫଳକକୁ ଦେଖି ଅଭିଯୋଗକାରୀମାନେ ଜାଣିପାରୁଛନ୍ତି। ଥାନା କାନ୍ଥରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲଗାଯାଇଥିବା ସୂଚନା ଫଳକରେ ଯେଉଁ କର୍ମଚାରୀଙ୍କ ନାମ ଓ ମୋବାଇଲ ନମ୍ବର ଉଲ୍ଲେଖ ରହିଛି ସେଥିରୁ ୧୦ ଜଣଙ୍କର ଦୀର୍ଘଦିନ ହେବ ବଦଳି ହୋଇସାରିଛି। ଏପରି କି ଅନ୍ୟଜଣେ କର୍ମଚାରୀଙ୍କ ବଦଳି ସହ ସ୍ବର୍ଗବାସ ମଧ୍ୟ ଘଟିସାରିଛି। କିନ୍ତୁ ଏଯାଏ ମୃତ ଓ ବଦଳି କର୍ମଚାରୀଙ୍କ ନାମ କି ନମ୍ବର ଫଳକରୁ ହଟାଯାଇ ନାହିଁ। ଫଳରେ ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକେ ଏହି ଫଳକ ଦେଖି ଦ୍ୱନ୍ଦ୍ୱରେ ପଡୁଥିବା ଅଭିଯୋଗ ହେଉଛି।
ଆଦର୍ଶ ନାଲ୍‌କୋ ଥାନାର ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କୁ ଯେପରି ସହଜରେ ଯୋଗାଯୋଗ କରି ଜନସାଧାରଣ ସହାୟତା ପାଇପାରିବେ ସେଥିପାଇଁ ଥାନା ବାହାରେ ଫଳକ ଲଗାଯାଇଛି। ଏଥିରେ ପୋଲିସ କର୍ମଚାରୀଙ୍କ ନାମ, ପଦବୀ ସହ ଫୋନ ନମ୍ବର ରହିଛି। ମୋଟ୍‌ ୨୪ ଜଣଙ୍କ ତଥ୍ୟ ଉକ୍ତ ଫଳକରେ ଥିବାବେଳେ ସେଥିରୁ ୧୦ ଜଣଙ୍କ ଅନ୍ୟତ୍ର ବଦଳି ହୋଇଯାଇଥିବା ଜଣାପଡିଛି। ହେଲେ ଏ ପର୍ଯ୍ୟନ୍ତ ଫଳକରୁ ସେମାନଙ୍କ ବାବଦରେ ସୂଚନା ହଟାଯାଇନାହିଁ। ସେହିପରି ଅନ୍ୟଜଣେ ପୋଲିସ କର୍ମଚାରୀଙ୍କ ବଦଳି ସହ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲେ ମଧ୍ୟ ପୂର୍ବଭଳି ତାଙ୍କ ନାମ, ପଦବୀ, ଫୋନନମ୍ବର ଉଲ୍ଲେଖ ରହିଛି। ଏପରିକି ପୂର୍ବରୁ ଏଠାରେ ଥିବା ଆଇଆଇସି ସରୋଜିନୀ ସାମ୍ବଡଙ୍କ ଦୀର୍ଘ ଦିନ ତଳୁ ଅନୁଗୋଳ ବଦଳି ହୋଇଥିବା ସତ୍ତ୍ୱେ ତାଙ୍କ ନାମ ପୂର୍ବପରି ଫଳକରେ ରହିଛି। ଏଏସ୍‌ଆଇ ବ୍ରହ୍ମାନନ୍ଦ ସାହୁ, କର୍ମଚାରୀ ଅନ୍ତର୍ଯ୍ୟାମୀ ବିଶ୍ୱାଳ, ଜ୍ଞାନ ରଞ୍ଜନ ପ୍ରଧାନ, ମମତା ନାୟକ, ମଦନମୋହନ ପ୍ରଧାନ, ଗିରିଶ ମହାନ୍ତି, ଜୟନ୍ତ ବେହେରା, ମିନତୀ ତ୍ରିପାଠୀ, କୁନ୍ତଳା କିଷାନ, ରଞ୍ଜିତ ନାୟକ ପ୍ରମୁଖଙ୍କ ଅନ୍ୟସ୍ଥାନକୁ ବଦଳି ହୋଇସାରିଛି। ହେଲେ ସେମାନଙ୍କ ସହ ମୃତ କନଷ୍ଟେବଳ ବସନ୍ତ ଗାଗରାଇଙ୍କ ନାମ ହଟାଯାଇ ନାହିଁ କି ନୂତନ ଆଇଆଇସି ବିନ୍ଦୁବାସିନୀ ବିଶ୍ୱାଳଙ୍କ ସହ ଯୋଗ ଦେଇଥିବା ଅନ୍ୟ କର୍ମଚାରୀଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ। ଫଳରେ ଥାନାରେ ବର୍ତ୍ତମାନ କେଉଁ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ତାହା ଠିକ୍‌ ଭାବେ ଲୋକେ ଜାଣି ନ ପାରି ହଇରାଣ ହେଉଛନ୍ତି। ଖୁବ୍‌ଶୀଘ୍ର ଏପରି ତ୍ରୁଟି ସୁଧାରି ନୂତନ ଫଳକ ଲଗାଯିବ ବୋଲି ଥାନା ଆଇଆଇସି ବିନ୍ଦୁବାସିନୀ ବିଶ୍ୱାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri