ବିଗିଡ଼ିଯାଇଛି ଟ୍ରକ୍‌ ବ୍ୟବସାୟ

ବଅଁରପାଳ,୨୦ା୬(ଡି.ଏନ.ଏ.) – କରୋନା କଟକଣା ପୂର୍ବରୁ ଠିକ୍‌ଠାକ୍‌ ଚାଲିଥିଲା ବ୍ୟବସାୟ। ଟ୍ରକ୍‌ଗୁଡ଼ିକୁ ନିୟମିତ ଲୋଡ୍‌ ମିଳୁଥିବା ବେଳେ ମାସିକ ରୋଜଗାର ମଧ୍ୟ ମନ୍ଦ ନ ଥିଲା। ଋଣ କିସ୍ତି ସହ ଚାଳକ, ହେଲପରଙ୍କୁ ଦରମା ଦେବାରେ ଅସୁବିଧା ହେଉ ନ ଥିଲା। ହେଲେ ଲକ୍‌ଡାଉନ୍‌ ପରଠାରୁ ମାନ୍ଦା ପଡ଼ିଯାଇଛି ଅନୁଗୋଳ ଜିଲା ନାଲ୍‌କୋ କୁଲାଡ଼ ଟ୍ରକ୍‌ ମାଲିକ ସଂଘର ବ୍ୟବସାୟ। ବିଭିନ୍ନ ରାଜ୍ୟରେ ଥିବା ଶିଳ୍ପାନୁଷ୍ଠାନ ବନ୍ଦ ରହିବା ଓ ଆଲୁମିନିୟମର ଚାହିଦା ହ୍ରାସ ଯୋଗୁ ସଂଘର ଟ୍ରକ୍‌ଗୁଡ଼ିକୁ ଆଉ ପୂର୍ବପରି ଲୋଡ୍‌ ମିଳୁନାହିଁ। ଫଳରେ ମାସ ମାସ ଧରି ଗାଡ଼ି ଠିଆ ହୋଇ ରହୁଥିବାରୁ ଏବେ ଋଣ କିସ୍ତି ଶୁଝିବା ଏବଂ କର୍ମଚାରୀଙ୍କୁ ଦରମା ଦେବା ମାଲିକମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସଂଘର ୫ଶହ ସଦସ୍ୟ।
ସଂଘର କେତେଜଣ ସଦସ୍ୟଙ୍କ କହିବା ଅନୁଯାୟୀ, ନାଲ୍‌କୋର ବହୁ କ୍ଷତିଗ୍ରସ୍ତ ଟ୍ରକ୍‌ ଖଣ୍ଡିଏ ଲେଖାଏ କିଣି ଦେଶର ବିଭିନ୍ନ ସ୍ଥାନକୁ ଆଲୁମିନିୟମ ପରିବହନ କରିଥାନ୍ତି। ନାଲ୍‌କୋରୁ ଲୋଡ୍‌ ନେଇ ଏହି ଟ୍ରକ୍‌ଗୁଡ଼ିକ ମାସରେ ଥରେ କିମ୍ବା ଦୁଇଥର ମହାରାଷ୍ଟ୍ର, ଦିଲ୍ଲୀ, କୋଲକାତା, ରାଜସ୍ଥାନ, ପଞ୍ଜାବ, ହରିୟାଣା ଆଦି ରାଜ୍ୟକୁ ଯାଇଥାଏ। ମାତ୍ର ଦେଶରେ ଲକ୍‌ଡାଉନ୍‌ ଲାଗୁ ପରଠାରୁ ଏହି ବ୍ୟବସାୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଟ୍ରକ୍‌ ଚଳାଚଳ ଉପରେ କଟକଣା ନ ଥିଲେ ହେଁ କଞ୍ଚାମାଲ ଭାବେ ଆଲୁମିନିୟମ ଆମଦାନୀ କରୁଥିବା ଶିଳ୍ପଗୁଡ଼ିକ ବନ୍ଦ ରହିବା କିମ୍ବା ଉତ୍ପାଦନ ହ୍ରାସ କରିଥିବାରୁ ଏବେ ନିୟମିତ ଟ୍ରକ୍‌ଗୁଡ଼ିକୁ ଲୋଡ୍‌ ମିଳୁନାହିଁ। ଦୁଇରୁ ତିନି ମାସରେ ଥରେ ଟ୍ରକ୍‌ ଗଡ଼ିବା ଏବେ ବଡ଼କଥା ହୋଇଯାଉଛି। ଏଥିଯୋଗୁ ମାଲିକମାନଙ୍କୁ ବହୁ କ୍ଷତି ସହିବାକୁ ପଡ଼ୁଛି। ଫାଇନାନ୍ସରେ ଗାଡ଼ି କରିଥିବା କେତେଜଣ ମାଲିକ ଠିକ୍‌ ଭାବେ କିସ୍ତି ପରିଶୋଧ କରିପାରୁ ନାହାନ୍ତି। ଏପରିକି ଚାଳକ ଓ ହେଲପରମାନଙ୍କୁ ହାତରୁ ଦରମା ଦେବାକୁ ପଡ଼ୁଥିବା ମାଲିକମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri