ଭର୍ଚୁଆଲ ରାଲିରେ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ: ଲୋକଙ୍କ ପାଖରେ ପହଞ୍ଚାଅ କେନ୍ଦ୍ର ଯୋଜନା

ଅନୁଗୋଳ ଅଫିସ, ୨୩।୬- ମୋଦି ସରକାର ଅନୁଗୋଳ ଜିଲାକୁ ପ୍ରାଥମିକତା ଦେଇ ଆସୁଛନ୍ତି। କମର୍ସିଆଲ କୋଲ୍‌ ମାଇନିଂ ନିୟମରେ ପରିବର୍ତ୍ତନ ଅନୁଗୋଳ ଭଳି ଖଣି ସମୃଦ୍ଧ ଜିଲାକୁ ଲାଭ ଦେବ। ତେଣୁ ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସୋମବାର ଭର୍ଚୁଆଲ ରାଲିରେ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଗୋଳର ଭାଜପା ନେତା ପ୍ରତାପ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଧାନସଭାସ୍ତରୀୟ ଜନସମ୍ବାଦ ଭର୍ଚୁଆଲ୍‌ ରାଲିରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ, ଅନୁଗୋଳରେ ଆଲୁମିନିୟମ ପାର୍କର କାର୍ଯ୍ୟ ଚାଲୁଛି। ଏହା କାର୍ଯ୍ୟକ୍ଷମ ହେଲେ ଆଲୁମିନିୟମ ଆଧାରିତ ଡାଉନ୍‌ଷ୍ଟ୍ରିମ ଶିଳ୍ପ ଚାହିଦା ବଢ଼ିବ। ଏଥିସହ ଜିଲାର ଯୁବକମାନଙ୍କୁ ରୋଜଗାର ମିଳିବ। ରାଜ୍ୟରେ ଖଣିଜ କ୍ଷେତ୍ରର ବିକାଶ ହେବା ସହ ଅର୍ଥନୀତି ମଧ୍ୟ ମଜଭୁତ ହେବ। ତେଣୁ ମୋଦି ସରକାରଙ୍କ ମହତ୍ତ୍ବ, ବିକାଶ ତଥା ଜନକଲ୍ୟାଣକାରୀ କାର୍ଯ୍ୟକୁ ଲୋକଙ୍କ ପାଖକୁ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରୁଦ୍ରନାରାୟଣ ପାଣି, ରାଜ୍ୟ ଭାଜପା ସମ୍ପାଦକ କାଳନ୍ଦୀ ଚରଣ ସାମଲ, ଜିଲା ସଭାପତି ଦିଲେଶ୍ୱର ପ୍ରଧାନ, ଅଶୋକ ମହାନ୍ତି, ଅଗସ୍ତି ବେହେରା, ଭାଗୀରଥି ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

ବାହୁଡ଼ା ଯାତ୍ରା ସମୟରେ ଅଘଟଣ: ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ, ମିଳିଛି ପରିଚୟ

ପୁରୀ,୨୪।୭: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଅଧିକ ଭିଡ଼ ଓ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି।…

ବାହୁଡ଼ିଲେ ମହାବାହୁ : ଭକ୍ତିମୟ ଭବାନୀପାଟଣା ସହର

ଭବାନୀପାଟଣା,୨୪।୭:(ଉତ୍ତମ କୁମାର ଦାଶ)- ନବ ଦିନ ଯାତ୍ରା ସାରି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଥିରେ…

ଗନ୍ଧର୍ବ କଳା ସମ୍ମାନ ପାଇଲେ ଗୌରୀ ଶଙ୍କର ଦୁର୍ଗା: କଳାହାଣ୍ଡି ପାଇଁ ପୁଣି ଆଣିଲେ ଗୌରବ

ଭବାନୀପାଟଣା,୨୪।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ମାଟିର ଜଣାଶୁଣା ଲୋକ ବାଦ୍ୟ କଳାକାର ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ପ୍ରତିଭା ଗୌରୀ ଶଙ୍କର…

ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା: ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ…

ଦିଗପହଣ୍ଡି,୨୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା ପରମ୍ପରା କେଉଁ ଆବହମାନ କାଳରୁ ଚଳିଆସିଛି। ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ ପବିତ୍ର…

ତିଲୋରୀରେ ନିଆରା ଢଙ୍ଗରେ ପାଳିତ ହେଲା ବାହୁଡ଼ା ଯାତ୍ରା: ଖଟୁଲିରେ ବିଜେ କଲେ…

ଦାରିଙ୍ଗବାଡି, ୨୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଓ ଶୃଙ୍ଖଳାର ସହ ପାଳିତ ହୋଇଯାଇଛି।…

ଜମି ଦେବାକୁ କହି ୯୨ ଲକ୍ଷ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୪।୭: ଜମି ବିକ୍ରି ନାଁରେ ୯୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭୁବନେଶ୍ୱରର ମେହେରପଲ୍ଲୀ ଓ ମେଣ୍ଢାଶାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri