ଅନୁଗୋଳ

ଯୁଦ୍ଧ କରିବାକୁ ନାହାନ୍ତି ଯୋଦ୍ଧା

ବଇଣ୍ଡା,୨୪ା୫:  କୋଭିଡ୍‌ ବିରୋଧୀ ଯୁଦ୍ଧରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ସମ୍ମୁଖ ଯୋଦ୍ଧା ସାଜିଛନ୍ତି। ସେମାନଙ୍କୁ ଉପଯୁକ୍ତ ପରିଚାଳନା ଓ ସହଯୋଗ ହିଁ ଏହି ଲଢ଼େଇରେ ବିଜୟ ଦେଇପାରିବ। ହେଲେ ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନେଇ ପ୍ରଶ୍ନ ଉଠାଇଛନ୍ତି…

ଜନ୍ମନେଲେ ୨୮ ଘଡ଼ିଆଳ ଶାବକ

ବନ୍ତଳା,୨୩ା୫(ଡି.ଏନ.ଏ.): ସାତକୋଶିଆ ଅଭୟାରଣ୍ୟର ଅନୁଗୋଳ ଜିଲା ମହାନଦୀ ଗଣ୍ଡରେ ଶନିବାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଗଣ୍ଡର ଉପରମୁଣ୍ଡ ବଳଦମରା ଠାରେ ୨୮ ଘଡ଼ିଆଳ ଶାବକ ଜନ୍ମ ନେବା ସହ ଦୀର୍ଘ ୪୦ ବର୍ଷର ଅଭିଯାନ ସଫଳ ହୋଇଛି। ଫଳରେ…

ଗାଁକୁ ଦିଆଯାଉ ଗୁରୁତ୍ୱ

ଅନୁଗୋଳ ଅଫିସ, ୨୩ା୫: ଅନୁଗୋଳ ଜିଲାରେ କରୋନା ସ୍ଥିତି ଅତି ଗମ୍ଭୀର। ଦୈନିକ ଜିଲାରୁ ହଜାରେ ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଲକ୍‌ଡାଉନ୍‌ ଓ ଶଟଡାଉନ୍‌ କଟକଣା ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ତଳମୁହାଁ ହେଉନାହିଁ। ସହରାଞ୍ଚଳ ପରି ଜିଲାର ଗ୍ରାମାଞ୍ଚଳରୁ ମଧ୍ୟ ପଜିଟିଭ୍‌…

ଉପଖଣ୍ଡରେ ବଢୁଛି ଚୋରା ମଦ କାରବାର

ବଇଣ୍ଡା,୨୧ା୫ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଚୋରା ମହୁଲି ମଦ କାରବାର ବୃଦ୍ଧି ପାଇଛି। ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଠିକ୍‌ ଭାବେ ଚଢ଼ାଉ କରାଯାଉ ନ ଥିବା ଯୋଗୁ ଚୋରା ମଦ ବ୍ୟବସାୟୀମାନେ ଖୋଲାଖୋଲି ଭାବେ ଏହି କାରବାର…

ଆଠମଲ୍ଲିକରେ ହେଉ କୋଭିଡ୍‌ କେୟାର ସେଣ୍ଟର

ମାଧପୁର,୨୦ା୫:  ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଗଁା କୋଭିଡ୍‌ କବଳକୁ ଯାଉଥିବାବେଳେ ସଂକ୍ରମିତଙ୍କୁ ତ୍ୱରିତ ଚିକିତ୍ସା ଯୋଗାଇ ଦିଆଯାଇ ପାରୁନାହିଁ। ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ କୋଭିଡ୍‌ କେୟାର ସେଣ୍ଟର…

ମନ ଛୁଉଁଛି ମେଗା ଟିକାକରଣ

ଅନୁଗୋଳ ଅଫିସ, ୧୯ା୫ – ଅନୁଗୋଳ ଜିଲାର ବିଭିନ୍ନ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ଟିକା ପ୍ରଦାନ କରାଯାଉଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ଅନୁଗୋଳ ଷ୍ଟାଡିୟମ୍‌ଠାରେ ମେଗା ଟିକାକରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଟିକା ନେବାକୁ ଆସୁଥିବା ଜିଲାବାସୀଙ୍କୁ ସରକାରଙ୍କ ବିଭିନ୍ନ…

ଧାଡ଼ି ଲାଗିଲେ ବଢ଼ୁଛି ଧଡ଼ା ଦର

ଅନୁଗୋଳ ଅଫିସ, ୧୭ା୫:  ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ-ବିକ୍ରୟ ପାଇଁ ଲକ୍‌ଡାଉନ୍‌ କଟକଣାରେ ସାମାନ୍ୟ କୋହଳ ଦିଆଯାଇଛି। ସପ୍ତାହାନ୍ତ ଶଟ୍‌ଡାଉନ୍‌କୁ ବାଦ ଦେଇ ସୋମବାରରୁ ଶୁକ୍ରବାର ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏ ପରିବା ଓ ରାଶନ ଦୋକାନ ଖୋଲାଯାଉଛି। ହେଲେ କରୋନାକୁ ଭୟ…

ଗରାଏ ପାଣି ପାଇଁ ଘଣ୍ଟାଏ

ବଇଣ୍ଡା, ୧୬।୫:  ଗ୍ରାମାଞ୍ଚଳବାସୀଙ୍କୁ ହାତପାହାନ୍ତାରେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ଅନେକ ଯୋଜନା କରିଛନ୍ତି ସରକାର। ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ‘ବସୁଧା’ ଯୋଜନାରେ ପ୍ରକଳ୍ପ ନିର୍ମାଣ କରାଯାଉଛି। ପାଇପ୍‌ ପାଣି ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଅଗ୍ରାଧିକାର ଦିଆଯାଉଛି।…

ସଞ୍ଜୀବନୀ ପାଇଁ ମିଳୁନି ସ୍ଲଟ୍‌

ଅନୁଗୋଳ ଅଫିସ, ୧୫ା୫ କରୋନାର ଦ୍ୱିତୀୟ ଲହରକୁ ନେଇ ସଭିଏଁ ଚିନ୍ତିତ। କେବେ ଏହା କବଳରୁ ମୁକ୍ତି ମିଳିବ ତାହା ଜଣାପଡ଼ୁ ନ ଥିବାବେଳେ ବର୍ଷାଧିକ ଧରି କୋଭିଡ୍‌ ବିରୋଧୀ ଯୁଦ୍ଧରେ ମାସ୍କ ଓ ସାମାଜିକ ଦୂରତ୍ୱ ହିଁ ମୁଖ୍ୟ ଅସ୍ତ୍ର…

ସ୍ବତନ୍ତ୍ରତା ବଜାୟ ରଖିଛି ମେଘନାଦ ମଣ୍ଡପ

ବଅଁରପାଳ,୧୪ା୫ ଭଲ କର୍ମ କଲେ ପୁଣ୍ୟ ମିଳେ। ଏହାଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦ ଲାଭ କରିଥାଏ ମଣିଷ। ଖରାପ କର୍ମକୁ ପାପ ବୋଲି ବିବେଚନା କରାଯାଏ। ହେଲେ ବେଳେ ବେଳେ ଜାଣତରେ କିମ୍ବା ଅଜାଣତରେ ଏପରି କିଛି ଅଘଟଣ ଘଟିଯାଏ, ଯାହାକୁ ପାପବୋଧ…

ସେବାରେ ସନ୍ତୁଷ୍ଟ ନୁହନ୍ତି ସଂକ୍ରମିତ

ଅନୁଗୋଳ ଅଫିସ, ୧୨ା୫ – (ଅମିତ କୁମାର ସାମଲ) ଅନୁଗୋଳ ଜିଲାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ତାଳଚେରଠାରେ ଖୋଲାଯାଇଛି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ। ଜିଲାର ଆକ୍ରାନ୍ତମାନଙ୍କୁ ଏଠାରେ ଉତ୍ତମ ସେବା ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ…

ସରକାରୀ ଖାତାରେ ବଢ଼ୁନି ସଂଖ୍ୟା

ଅନୁଗୋଳ ଅଫିସ, ୧୧ା୫ ଅନୁଗୋଳ ଜିଲାରେ କରୋନାକୁ ବର୍ଷେ ପୂରଣ ହୋଇଛି। ୨୦୨୦ ମେ ୧୦ ଅର୍ଥାତ୍‌ ଠିକ୍‌ ବର୍ଷକ ତଳେ ଏକାବେଳେ ଜିଲାରୁ ୧୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ବର୍ଷକ ମଧ୍ୟରେ ମୋଟ୍‌ ଚିହ୍ନଟଙ୍କ ସଂଖ୍ୟା ୨୦ ହଜାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri