ନୂଆ ରୂପ ନେବ କୋଇଲା ନଗରୀ

ଅନୁଗୋଳ ଅଫିସ, ୯ା୬
ଅମିତ କୁମାର ସାମଲ  –

କଳାହୀରାର ସହର ତାଳଚେରର ହେବ ନବକଳେବର। ନୂଆରୂପ ପାଇବ କୋଇଲା ନଗରୀ। ଆଖି ଝଲସାଇଦେଲା ଭଳି କରାଯିବ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ। ହେଲ୍‌ଥ ସହ ହେରିଟେଜ୍‌ କରିଡର, ଅତ୍ୟାଧୁନିକ ଷ୍ଟାଡିୟମ, ପ୍ରଜାମଣ୍ଡଳ ଭବନର ପୁନରୁଦ୍ଧାର, ରାଣୀପାର୍କର ନବୀକରଣ ସହ କୋଲ୍‌ ମ୍ୟୁଜିୟମ୍‌ ବସ୍‌ଷ୍ଟାଣ୍ଡ ନିକଟରେ ନିର୍ମାଣ ହେବ। ଏ ନେଇ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିଛି ଅନୁଗୋଳ ଜିଲା ପ୍ରଶାସନ। ଖୁବ୍‌ଶୀଘ୍ର ଟେଣ୍ଡର ସହ ବର୍ଷକ ମଧ୍ୟରେ ଏସବୁ କାର୍ଯ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

କୋଇଲା ଧୂଳି ଓ ଧୂଆଁରେ ପ୍ରଦୂଷିତ ହୋଇପଡ଼ୁଥିବା ତାଳଚେର ସହରର ଶୋଭା ବଢ଼ାଇବା ପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଡିଜାଇନ ପ୍ରସ୍ତୁତ ସରିଛି। ବିଶେଷକରି ରାଜବାଟି ରାସ୍ତାର ପୁନରୁଦ୍ଧାର କରାଯାଇ ଏହାକୁ ହେଲ୍‌ଥ ସହ ହେରିଟେଜ୍‌ କରିଡର କରାଯିବ। ପ୍ରାତଃ ଓ ସନ୍ଧ୍ୟା ଭ୍ରମଣ ବେଳେ ଥକ୍କା ମେଣ୍ଟାଇବାକୁ ଜୁସ୍‌ ଓ କଫି ଦୋକାନ ବ୍ୟବସ୍ଥା ହେବ। ପ୍ରବେଶ ପଥରେ ରାଜ ନଅର ମୁଖ୍ୟ ଦ୍ୱାର ପରି ଫାଟକ ନିର୍ମାଣ ହେବ। ସେଠାରେ ଥିବା ପାର୍କର ନବୀକରଣ କରାଯିବ। ରାସ୍ତା ପାର୍ଶ୍ୱ ପ୍ରାଚୀରରେ ତାଳଚେର ଇତିହାସର ଛାପ ଦିଆଯିବ। ଅନୁଗୋଳରେ ହେବାକୁ ଥିବା କୋଲ୍‌ ମ୍ୟୁଜିୟମ୍‌କୁ ତାଳଚେରରେ କରାଯିବ। କୋଇଲା ଆବିଷ୍କାର, ଉତ୍ପାଦନ ଓ ବ୍ୟବହାରର ସମସ୍ତ ବିବରଣୀ ଡିଜିଟାଲ ବ୍ୟବସ୍ଥାରେ ରଖାଯିବା ଦେଶର ପ୍ରଥମ ହେବ। ଏହା ପରିସରରେ ଆକର୍ଷଣୀୟ ପାଠାଗାର, ସ୍ମାର୍ଟ ପାର୍କ ନିର୍ମାଣ କରାଯିବ। କ୍ରୀଡ଼ାବିତ୍‌ଙ୍କ ପାଇଁ ଏକ ଅତ୍ୟାଧୁନିକ ଷ୍ଟାଡିୟମ କରାଯିବ। ଗୋଟିଏ ଛାତ ତଳେ ଯେପରି ଏକାଧିକ କ୍ରୀଡ଼ା ଆୟୋଜନ ହୋଇପାରିବ, ସେ ନେଇ ସମସ୍ତ ବ୍ୟବସ୍ଥା ରହିବ। ଆବଶ୍ୟକ ପଡ଼ିଲେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଭଳି ସିନ୍ଥେଟିକ୍‌ କୋର୍ଟ କରାଯିବ। ପ୍ରଜାମଣ୍ଡଳ ସ୍ମୃତି ବହନ କରୁଥିବା ପ୍ରଜାମଣ୍ଡଳ ଭବନର ପୁନରୁଦ୍ଧାର କରାଯିବ। ରାଣୀପାର୍କ ପାଚେରି ବୁଲା କାର୍ଯ୍ୟ ଶେଷ ହେବା ପରେ ଏହାର ନବୀକରଣ ସମ୍ପନ୍ନ ହେବ। ଏହି ସମସ୍ତ ପ୍ରକଳ୍ପ ଗୋଟିଏ ବର୍ଷ ମଧ୍ୟରେ ଶେଷ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।
କୃତଜ୍ଞତା ଜଣାଇଲେ ରାଜା, ପରିବାର
ଅନୁଗୋଳ ଜିଲା ପ୍ରଶାସନ ଉଦ୍ୟମରେ ତାଳଚେର ରାଜବାଟି ରାସ୍ତାକୁ ହେରିଟେଜ କରିଡର କରାଯାଉଛି। ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ରାଜ ନଅର ସମ୍ମୁଖ ସିଂହଦ୍ୱାରର ଡିଜାଇନକୁ ସାମିଲ କରାଯାଇଛି। ଏହା ରାଜାରାଜୁଡ଼ା ସମୟର ଗୌରବମୟ ଅତୀତକୁ ଭବିଷ୍ୟତ ପିଢ଼ି ନିକଟରେ ପହଞ୍ଚାଇବାରେ ସହାୟକ ହେବ। ଏଥିସହ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ପ୍ରମୁଖ ସ୍ଥାନ ଗ୍ରହଣ କରିବାର ଆଶା ଥିବାରୁ ତାଳଚେର ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ ଓ ତାଙ୍କ ପରିବାର କୃତଜ୍ଞତା ପ୍ରକାଶ କରିଛନ୍ତି।
ସହଯୋଗ ମିଳିଲେ କାର୍ଯ୍ୟ ସହଜ ହେବ
ତାଳଚେର ସହରର କିଭଳି ସୌନ୍ଦର୍ଯ୍ୟକରଣ କରାଯିବ, ତାହାର ନକ୍ସା ପ୍ରସ୍ତୁତ ହୋଇଛି। ଚଳିତ ଆର୍ଥିକ ବର୍ଷରେ ତାଳଚେରବାସୀଙ୍କ ପାଇଁ ୫ଟି ପ୍ରମୁଖ କାର୍ଯ୍ୟ ଜିଲା ପ୍ରଶାସନ ପକ୍ଷରୁ କରାଯିବ। ଏହା ସମ୍ପୂର୍ଣ୍ଣ ହେଲେ ସହରର ରୂପରେଖ ସମ୍ପୂର୍ଣ୍ଣ ବଦଳିଯିବ। ଲୋକମାନେ ପ୍ରଶାସନକୁ ସହଯୋଗର ହାତ ବଢ଼ାଇଲେ ସମସ୍ତ କାର୍ଯ୍ୟ ସହଜରେ ହୋଇପାରିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
ତାଳଚେରର ମାନ ବଢ଼ିବ
ସହରର ସୌନ୍ଦର୍ଯ୍ୟକରଣ ସମ୍ପନ୍ନ ହେଲେ ତାଳଚେର ମାନ ବୃଦ୍ଧିପାଇବ। ନୂଆ ରୂପରେ ଐତିହ୍ୟ ଲୋକଲୋଚନକୁ ଆସିବ। କ୍ରୀଡ଼ାବିତ୍‌ମାନେ ଆଗକୁ ବଢ଼ିବାକୁ ଅତ୍ୟାଧୁନିକ ପ୍ଲାଟଫର୍ମ ପାଇବେ। ତାଳଚେରକୁ ନେଇ ଲୋକଙ୍କ ମନରେ ଥିବା ଧୂଳି, ଧୂଆଁର ଭ୍ରମ ଦୂର ହୋଇପାରିବ।
-ରଶ୍ମିରେଖା ଅମାନ୍ତ, ପୌର ନିର୍ବାହୀ ଅଧିକାରୀ, ତାଳଚେର
ବଡ଼ ଗୌରବର ବିଷୟ ହେବ
ଦୀର୍ଘଦିନ ଧରି ତାଳଚେର ଅବହେଳିତ ଅବସ୍ଥାରେ ରହିଛି। ରାସ୍ତାଠାରୁ ପ୍ରଦୂଷଣ ସମସ୍ୟା ଯାଏ, ସମାଧାନ ହୋଇପାରୁ ନାହିଁ। ଜିଲା ପ୍ରଶାସନ ପକ୍ଷରୁ ସୌନ୍ଦର୍ଯ୍ୟକରଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପୂର୍ଣ୍ଣ ହେଲେ ଏହା ଜିଲାର ଅନ୍ୟ ଅଞ୍ଚଳବାସୀଙ୍କୁ ଆକୃଷ୍ଟ କରିବ। ତାଳଚେରବାସୀଙ୍କ ପାଇଁ ଏହା ଗର୍ବର ବିଷୟ ହେବ। ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ ହେଉ।
-ଅନନ୍ତ କୁମାର ଦାସ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ
ପ୍ରଶାସନର ପଦକ୍ଷେପ ସ୍ବାଗତଯୋଗ୍ୟ
ତାଳଚେରବାସୀଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏହା ଏକ ବଡ଼ ଉପହାର। ପୂର୍ବରୁ ସହରର ପିଲାମାନଙ୍କ ପାଇଁ ଭଲ ପାର୍କଟିଏ ନ ଥିଲା। ଆମୋଦପ୍ରମୋଦ ପାଇଁ ସେମାନଙ୍କୁ ଅନ୍ୟତ୍ର ଯିବାକୁ ପଡ଼ୁଥିଲା। ଏସବୁ ଏବେ ତାଳଚେରରେ ଉପଲବ୍ଧ ହେବ। ଏହାଠାରୁ ଭଲ ବ୍ୟବସ୍ଥା କିଛି ନାହିଁ। ପ୍ରଶାସନର ପଦକ୍ଷେପ ସ୍ବାଗତଯୋଗ୍ୟ।
-ରତ୍ନାବତୀ ଦାସ, ତାଳଚେର ଟାଉନ୍‌
ତାଳଚେରବାସୀଙ୍କ ସ୍ବପ୍ନ ସାକାର ହେବ
ଐତିହ୍ୟ ହେଉ କିମ୍ବା ସୌନ୍ଦର୍ଯ୍ୟକରଣ, ବାରମ୍ବାର ଏ ନେଇ ତାଳଚେରବାସୀଙ୍କ ପକ୍ଷରୁ ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବି ହେଉଥିଲା। ଏକସଙ୍ଗରେ ତାଳଚେରରେ ଏତେଗୁଡ଼ିଏ ପ୍ରକଳ୍ପ କରିବା ଛୋଟିଆ କଥା ନୁହେଁ। ପ୍ରଶାସନ ନେଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ତାଳଚେରବାସୀଙ୍କ ସ୍ବପ୍ନ ସାକାର ହୋଇପାରିବ।
-ଧୀରେନ ଶତପଥୀ, ତାଳଚେର
ଶୈକ୍ଷିକ ବାତାବରଣ ସୃଷ୍ଟି କରିବ
ତାଳଚେରରେ ହେବାକୁ ଥିବା କୋଲ୍‌ ମ୍ୟୁଜିୟମ ଓ ପାଠାଗାର ଏଠାରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବ। କୋଇଲାର ଉତ୍ପତି ଓ ଏ ନେଇ ସମସ୍ତ ବିବରଣୀ ଏହି ମ୍ୟୁଜିୟମରେ ରହିବ। ଫଳରେ ଯୁବପିଢ଼ିଙ୍କ ପାଇଁ ଏହା ଅତ୍ୟନ୍ତ ପ୍ରେରଣା ଦାୟକ ହେବ। ଦେଶ ବିଦେଶରେ ତାଳଚେରର ମାନ ବୃଦ୍ଧି ପାଇବ।
-ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନ, ତାଳଚେର


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri