ମରୁଡ଼ି ହଟାଇପାରିନି ମାନଜୋର

ଆଠମଲ୍ଲିକ,୧୫ା୬ (ଡି.ଏନ.ଏ.)

ମରୁଡ଼ି ହଟିଲେ ହସିବ ଆଠମଲ୍ଲିକ। ସବୁଜିମାରେ ଭରିଯିବ କୃଷକଙ୍କ ମନ। ତେଣୁ ଜଳସେଚନ ପ୍ରକଳ୍ପଟିଏ ପାଇଁ ଚାଷୀ ଓହ୍ଲାଇଥିଲେ ରାସ୍ତାକୁ। ଜେଲଭରୋ ଆନ୍ଦୋଳନ ମାଧ୍ୟମରେ କଡ଼ା ବାର୍ତ୍ତା ଦେଇଥିଲେ ରାଜ୍ୟ ସରକାରଙ୍କୁ। ଏହାପରେ ଚଳଚଞ୍ଚଳ ହୋଇଥିଲା ଜଳସମ୍ପଦ ବିଭାଗ। ରୂପରେଖ ପ୍ରସ୍ତୁତ କରାଯାଇଥିଲା ମାନଜୋର ମଧ୍ୟମ ଜଳସେଚନ ପ୍ରକଳ୍ପର। ହେଲେ ଶୁଭାରମ୍ଭର ୨୫ ବର୍ଷ ପରେ ମଧ୍ୟ ଚାଷୀଙ୍କ ଉଦ୍ଦେଶ୍ୟରେ ଏହା ଲୋକାର୍ପିତ ହୋଇପାରି ନାହିଁ। କଚ୍ଛପ ଗତିରେ କାର୍ଯ୍ୟ ଚାଲୁଥିବାରୁ ମରୁଡ଼ି ସମ୍ପୂର୍ଣ୍ଣ ଦୂର କରିବାରେ ସଫଳ ହୋଇନି। ବାମପାର୍ଶ୍ୱ କେନାଲ ସମ୍ପ୍ରସାରଣ ଏବେ ଟେଣ୍ଡର ଅପେକ୍ଷାରେ ଥିବାବେଳେ ପର୍ଯ୍ୟଟନ କେନ୍ଦ୍ର ମାନ୍ୟତା ବି ପ୍ରସ୍ତାବରେ ଅଟକି ଯାଇଛି।
ଅନୁଗୋଳ ଜିଲା ଆଠମଲ୍ଲିକ ମହାନଦୀ ଅବବାହିକାର ମନଜୋର ଠାରେ ୧୯୯୬ରେ ନାବାର୍ଡ ସହାୟତାରେ ମାନଜୋର ମଧ୍ୟମ ଜଳସେଚନ ପ୍ରକଳ୍ପର ନିର୍ମାଣ ଆରମ୍ଭ ହୋଇଥିଲା। ଏହାର ପ୍ରାରମ୍ଭିକ ବ୍ୟୟ ଅଟକଳ ଥିଲା ୩୭ କୋଟି ୭୦ ଲକ୍ଷ ଟଙ୍କା। ପରବର୍ତ୍ତୀ ସମୟରେ ଏହା ୨୨୬ କୋଟିକୁ ବୃଦ୍ଧି ପାଇଥିଲା। ହେଲେ ନିର୍ମାଣ ଶେଷ ହେଉ ନ ଥିବାରୁ ଉକ୍ତ ବ୍ୟୟ ବରାଦ ଏବେ ୪୨୦ କୋଟି ଟଙ୍କାରେ ପହଞ୍ଚିଛି। ଏହି ପ୍ରକଳ୍ପ ଦ୍ୱାରା ଖରିଫ ଋତୁରେ ୬୭୭୫ ହେକ୍ଟର ଓ ରବି ଋତୁରେ ୪୩୩୬ ହେକ୍ଟର ଜମିକୁ ଜଳସେଚିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଖରିଫ ଋତୁରେ ୫୭୧୩ ହେକ୍ଟର ଓ ରବିରେ ୨୦୦୦ ହେକ୍ଟରକୁ ପାଣି ଦିଆଯାଉଥିବା ବିଭାଗ ପକ୍ଷରୁ କୁହାଯାଉଛି। କିନ୍ତୁ ଏହାକୁ ଚାଷୀମାନେ ଅସ୍ବୀକାର କରୁଛନ୍ତି। ସେହିପରି ବାମପାର୍ଶ୍ୱ ମୁଖ୍ୟ କେନାଲ ସମ୍ପ୍ରସାରଣ କରାଯାଇ ଅଧିକ ୨୦୧୩ ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯିବାର ଯୋଜନା କରାଯାଇଛି। ଏଥିପାଇଁ ୭୨ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଅଦ୍ୟାବଧି ଟେଣ୍ଡର ହୋଇପାରି ନାହିଁ। ଦୀର୍ଘବର୍ଷ ପରେ ମଧ୍ୟ ମାନଜୋର କାର୍ଯ୍ୟ ଶେଷ ହେଉ ନ ଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଲାଗି ରହିଛି। ସେହିପରି ବୁଡ଼ି ଅଞ୍ଚଳର ବହୁ ପରିବାର ଥଇଥାନ ହୋଇ ନ ଥିବା ଓ କ୍ଷତିପୂରଣ ପାଇ ନ ଥିବା ଅଭିଯୋଗ କରୁଛନ୍ତି। ଅନେକ ପରିବାର ଅଦାଲତର ଆଶ୍ରୟ ନେଇଛନ୍ତି। ବିଭିନ୍ନ ଥଇଥାନ କଲୋନିରେ ମୌଳିକ ସୁବିଧା ଉପଲବ୍ଧ ନାହିଁ। ପାତ୍ରପଡା ବିସ୍ଥାପିତଙ୍କୁ ମିଳିଥିବା ଜମି ଜବରଦଖଲରେ ରହିଛି। ପ୍ରକୃତି କୋଳରେ ଥିବା ମାନଜୋର ଜଳସେଚନ ପ୍ରକଳ୍ପ ଅଞ୍ଚଳର ମନୋରମ ଦୃଶ୍ୟ ଦେଖିବାକୁ ବର୍ଷତମାମ ପର୍ଯ୍ୟଟକ ଆସୁଛନ୍ତି। ମାନଜୋରୀ ଦେବୀ ପୀଠ, ପାହାଡ଼ ଘେରା ଜଙ୍ଗଲରେ ଭୋଜି କରୁଛନ୍ତି। କିନ୍ତୁ ଏଠାରେ ପର୍ଯ୍ୟଟନର ଉନ୍ନତି ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ବିଶେଷକରି ନୌବିହାର ବ୍ୟବସ୍ଥା କରାଯାଉ ନାହିଁ। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମାନଜୋର ପ୍ରକଳ୍ପ ଗସ୍ତ ବେଳେ ପର୍ଯ୍ୟଟନ କେନ୍ଦ୍ର ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଥିଲେ। ହେଲେ ମାନଜୋରକୁ ପର୍ଯ୍ୟଟନ ମାନ୍ୟତା ଏଯାଏ ମିଳିପାରି ନାହିଁ।

ଜମିକୁ ଠିକ୍‌ଭାବେ ପାଣି ମାଡ଼ୁନି
ମାନଜୋର ପ୍ରକଳ୍ପରୁ ଛଡ଼ାଯାଉଥିବା ପାଣି ଦ୍ୱାରା ୫ ହଜାର ହେକ୍ଟର ଜମି ଜଳସେଚିତ ହେଉଥିବା ବିଭାଗ ପକ୍ଷରୁ ଯାହା କୁହାଯାଉଛି, ତାହ ସତ୍ୟ ନୁହେଁ। ବାସ୍ତବରେ କେନାଲ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଜମିକୁ ସୁଚାରୁ ରୂପେ ପାଣି ମାଡୁନି। ଦୀର୍ଘବର୍ଷ ପରେ ମଧ୍ୟ ମନଜୋର କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ଦୁଃଖଦାୟକ।
-ଦେବେନ୍ଦ୍ର ପ୍ରଧାନ, ସଭାପତି, ଓଡ଼ିଶା କୃଷକ ମହାସଂଘ ଆଠମଲ୍ଲିକ ଶାଖା
ବିସ୍ଥାପିତଙ୍କ ଦୁଃଖ ଦୂର ହେଉନି
ରଣିଆକଟା, କଦଳୀମୁଣ୍ଡା ପଞ୍ଚାୟତର ବିସ୍ଥାପିତ ପରିବାରଙ୍କ ପୁନଃବସତି ଓ ଥଇଥାନ ବ୍ୟବସ୍ଥା କରାଯାଉ ନାହିଁ। ସରକାର ଜଳସେଚନକୁ ଗୁରୁତ୍ୱ ଦେଉଥିବା ନେଇ ପ୍ରଚାର କରୁଥିଲେ ମଧ୍ୟ ବିସ୍ଥାପିତମାନଙ୍କ ଦୁଃଖ ଦୂର ହୋଇପାରୁ ନାହିଁ। ଏପରି ବିଳମ୍ବକୁ ନେଇ ସରକାରଙ୍କ ଉପରୁ ଆସ୍ଥା ତୁଟିଯାଉଛି l
-ରଘୁନାଥ ପ୍ରଧାନ, ସମ୍ପାଦକ, ମାନଜୋର କ୍ଷତିଗ୍ରସ୍ତ ପ୍ରଜାମଣ୍ଡଳୀ
ଖୁବ୍‌ଶୀଘ୍ର ଟେଣ୍ଡର କରାଯିବ
କେତେଜଣ ବିସ୍ଥାପିତ ପୁନର୍ବାସ ଓ ଥଇଥାନ ଅପେକ୍ଷାରେ ଅଛନ୍ତି। ସେମାନଙ୍କ ସମ୍ପର୍କରେ ସରକାରଙ୍କଠାରେ ଦାବି ଉପସ୍ଥାପିତ କରାଯାଇଛି। ବାମପାର୍ଶ୍ୱ କେନାଲ ସମ୍ପ୍ରସାରଣ ପ୍ରସ୍ତାବ ସରକାରଙ୍କ ନିକଟରେ ବିଚାରାଧୀନ ଅଛି। ଖୁବ୍‌ଶୀଘ୍ର ଏହାର ଟେଣ୍ଡର କରାଯିବ। ପର୍ଯ୍ୟଟନ କେନ୍ଦ୍ର କରିବାକୁ ପ୍ରସ୍ତାବ ଦିଆଯାଇଛି।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ
ପର୍ଯ୍ୟାୟକ୍ରମେ ଉନ୍ନୟନମୂଳକ କାର୍ଯ୍ୟ ହେବ
ବର୍ତ୍ତମାନ ୫୭୧୩ ହେକ୍ଟର ଜମିକୁ ପାଣି ଦିଆଯାଉଛି। କେନାଲ ସମ୍ପ୍ରସାରଣ ପରେ ଅଧିକ ୨୦୧୩ ହେକ୍ଟର ଜଳସେଚିତ ହୋଇପାରିବ। ଗତବର୍ଷ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହୋଇଛି। ବାକି ବିସ୍ଥାପିତଙ୍କ ପାରିପାର୍ଶ୍ୱିିକ ଉନ୍ନୟନମୂଳକ କାର୍ଯ୍ୟ ପର୍ଯ୍ୟାୟକ୍ରମେ ହେବ। ଅଭିଯୋଗ ମିଳିଲେ କେନାଲ ପୁନରୁଦ୍ଧାର କରାଯାଇ ପାଣି ଯୋଗାଇ ଦିଆଯିବ l
-ସୁବ୍ରତ ନାୟକ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ମାନଜୋର ପ୍ରକଳ୍ପ


Enter your email to get our daily news in your inbox.

All Right Reserved By Dharitri.Com

ବେଲ୍‌ ଖାରଜ, ଗଲେ ଜେଲ

ଅନୁଗୋଳ ଅଫିସ, ୨୭।୪: ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ମଦ ଭାଟିର ମାଲିକ ବିକ୍ରମ କିଶୋର ସାହୁଙ୍କୁ ରବିବାର ପୋଲିସ ଜେଲ୍‌ ପଠାଇ ଦେଇଛି। ଅପରାହ୍ନରେ ଜିଲା...

ରବିବାର ଛାଡ଼ି ସବୁଦିନ ଟିକାକରଣ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଏଥର ରବିବାର ଓ ଛୁଟିଦିନକୁ ଛାଡ଼ି ସବୁଦିନ ଟିକାକରଣ କରାଯିବ ବୋଲି ସୋମବାର ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ...

ରାଜ୍ୟରୁ ଆଜି ୭ ପଜିଟିଭ୍‌ ଚିହ୍ନଟ: ୧୨,୮୮,୩୧୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ରାଜ୍ୟରୁ ସୋମବାର ୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୩୧୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

କୋରେଇ ଟ୍ରେନ୍‌ ଦୁର୍ଘଟଣା ପରେ ୮ ଟ୍ରେନ୍‌ ବାତିଲ୍‌, ଜାରି ହେଲା ହେଲ୍ପଲାଇନ୍‌ ନମ୍ବର

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଯାଜପୁର ଜିଲା କୋରେଇ ରେଳ ଷ୍ଟେଶନରେ ସୋମବାର ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇ ବିଶ୍ରାମାଗାର ଉପରେ ମାଡିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି।...

ପ୍ଲାଜମା ଦାନ କଲେ ୨ କରୋନା ଯୋଦ୍ଧା: ସାଲ୍ୟୁଟ କଲେ ଗଞ୍ଜାମ ଜିଲାପାଳ, ଏସ୍‌ପି

ଛତ୍ରପୁର, ୩।୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ପୁଣି ୨ ଜଣ କରୋନା ଯୋଦ୍ଧା ଗୁରୁବାର ପ୍ଲାଜମା ଦାନ କରିଛନ୍ତି। ସେମାନେ ହେଲେ ଆସିକା ବ୍ଲକର ଆରଡ଼ବ୍ଲ୍ୟୁଏସ୍‌ଏସ୍‌ ଜେଇ...

ବିପଦସଙ୍କେତ ଟପିଲା ଜଳକା

ରୂପସା, ୧୨।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଏହି...

କୁନ୍ଦୁଲି ଗଣବଳାତ୍କାର ଘଟଣା: ହାଇକୋର୍ଟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କଲା ଏସ୍‌ଆଇଟି

କଟକ ଅଫିସ,୨୩।୧୨: କୁନ୍ଦୁଲି ଗଣବଳାତ୍କାର ଓ ମୃତ୍ୟୁ ମାମଲାରେ ସୋମବାର ହାଇକୋର୍ଟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିଛି ଏସ୍‌ଆଇଟି। ରିପୋର୍ଟ ଦାଖଲ ପରେ ହାଇକୋର୍ଟ ଉକ୍ତ...

ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ

ବଇଣ୍ଡା,୨୬।୧୧(ଡି.ଏନ.ଏ.) – କିଶୋରନଗର ବ୍ଲକ ଲୁହାମୁଣ୍ଡା, ବିଲେଇନାଳି, କଟରଙ୍ଗା, ଉରୁକୁଳା, ନାକିଚି, ଠେଲକନାଳି, ଆମ୍ବପାଳ, ଝରାବେରେଣି, ହିମିତିରା ପଞ୍ଚାୟତରେ ଗୁରୁବାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ...

Advertisement
Archives

Model This Week