ମରୁଡ଼ି ହଟାଇପାରିନି ମାନଜୋର

ଆଠମଲ୍ଲିକ,୧୫ା୬ (ଡି.ଏନ.ଏ.)

ମରୁଡ଼ି ହଟିଲେ ହସିବ ଆଠମଲ୍ଲିକ। ସବୁଜିମାରେ ଭରିଯିବ କୃଷକଙ୍କ ମନ। ତେଣୁ ଜଳସେଚନ ପ୍ରକଳ୍ପଟିଏ ପାଇଁ ଚାଷୀ ଓହ୍ଲାଇଥିଲେ ରାସ୍ତାକୁ। ଜେଲଭରୋ ଆନ୍ଦୋଳନ ମାଧ୍ୟମରେ କଡ଼ା ବାର୍ତ୍ତା ଦେଇଥିଲେ ରାଜ୍ୟ ସରକାରଙ୍କୁ। ଏହାପରେ ଚଳଚଞ୍ଚଳ ହୋଇଥିଲା ଜଳସମ୍ପଦ ବିଭାଗ। ରୂପରେଖ ପ୍ରସ୍ତୁତ କରାଯାଇଥିଲା ମାନଜୋର ମଧ୍ୟମ ଜଳସେଚନ ପ୍ରକଳ୍ପର। ହେଲେ ଶୁଭାରମ୍ଭର ୨୫ ବର୍ଷ ପରେ ମଧ୍ୟ ଚାଷୀଙ୍କ ଉଦ୍ଦେଶ୍ୟରେ ଏହା ଲୋକାର୍ପିତ ହୋଇପାରି ନାହିଁ। କଚ୍ଛପ ଗତିରେ କାର୍ଯ୍ୟ ଚାଲୁଥିବାରୁ ମରୁଡ଼ି ସମ୍ପୂର୍ଣ୍ଣ ଦୂର କରିବାରେ ସଫଳ ହୋଇନି। ବାମପାର୍ଶ୍ୱ କେନାଲ ସମ୍ପ୍ରସାରଣ ଏବେ ଟେଣ୍ଡର ଅପେକ୍ଷାରେ ଥିବାବେଳେ ପର୍ଯ୍ୟଟନ କେନ୍ଦ୍ର ମାନ୍ୟତା ବି ପ୍ରସ୍ତାବରେ ଅଟକି ଯାଇଛି।
ଅନୁଗୋଳ ଜିଲା ଆଠମଲ୍ଲିକ ମହାନଦୀ ଅବବାହିକାର ମନଜୋର ଠାରେ ୧୯୯୬ରେ ନାବାର୍ଡ ସହାୟତାରେ ମାନଜୋର ମଧ୍ୟମ ଜଳସେଚନ ପ୍ରକଳ୍ପର ନିର୍ମାଣ ଆରମ୍ଭ ହୋଇଥିଲା। ଏହାର ପ୍ରାରମ୍ଭିକ ବ୍ୟୟ ଅଟକଳ ଥିଲା ୩୭ କୋଟି ୭୦ ଲକ୍ଷ ଟଙ୍କା। ପରବର୍ତ୍ତୀ ସମୟରେ ଏହା ୨୨୬ କୋଟିକୁ ବୃଦ୍ଧି ପାଇଥିଲା। ହେଲେ ନିର୍ମାଣ ଶେଷ ହେଉ ନ ଥିବାରୁ ଉକ୍ତ ବ୍ୟୟ ବରାଦ ଏବେ ୪୨୦ କୋଟି ଟଙ୍କାରେ ପହଞ୍ଚିଛି। ଏହି ପ୍ରକଳ୍ପ ଦ୍ୱାରା ଖରିଫ ଋତୁରେ ୬୭୭୫ ହେକ୍ଟର ଓ ରବି ଋତୁରେ ୪୩୩୬ ହେକ୍ଟର ଜମିକୁ ଜଳସେଚିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଖରିଫ ଋତୁରେ ୫୭୧୩ ହେକ୍ଟର ଓ ରବିରେ ୨୦୦୦ ହେକ୍ଟରକୁ ପାଣି ଦିଆଯାଉଥିବା ବିଭାଗ ପକ୍ଷରୁ କୁହାଯାଉଛି। କିନ୍ତୁ ଏହାକୁ ଚାଷୀମାନେ ଅସ୍ବୀକାର କରୁଛନ୍ତି। ସେହିପରି ବାମପାର୍ଶ୍ୱ ମୁଖ୍ୟ କେନାଲ ସମ୍ପ୍ରସାରଣ କରାଯାଇ ଅଧିକ ୨୦୧୩ ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯିବାର ଯୋଜନା କରାଯାଇଛି। ଏଥିପାଇଁ ୭୨ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଅଦ୍ୟାବଧି ଟେଣ୍ଡର ହୋଇପାରି ନାହିଁ। ଦୀର୍ଘବର୍ଷ ପରେ ମଧ୍ୟ ମାନଜୋର କାର୍ଯ୍ୟ ଶେଷ ହେଉ ନ ଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଲାଗି ରହିଛି। ସେହିପରି ବୁଡ଼ି ଅଞ୍ଚଳର ବହୁ ପରିବାର ଥଇଥାନ ହୋଇ ନ ଥିବା ଓ କ୍ଷତିପୂରଣ ପାଇ ନ ଥିବା ଅଭିଯୋଗ କରୁଛନ୍ତି। ଅନେକ ପରିବାର ଅଦାଲତର ଆଶ୍ରୟ ନେଇଛନ୍ତି। ବିଭିନ୍ନ ଥଇଥାନ କଲୋନିରେ ମୌଳିକ ସୁବିଧା ଉପଲବ୍ଧ ନାହିଁ। ପାତ୍ରପଡା ବିସ୍ଥାପିତଙ୍କୁ ମିଳିଥିବା ଜମି ଜବରଦଖଲରେ ରହିଛି। ପ୍ରକୃତି କୋଳରେ ଥିବା ମାନଜୋର ଜଳସେଚନ ପ୍ରକଳ୍ପ ଅଞ୍ଚଳର ମନୋରମ ଦୃଶ୍ୟ ଦେଖିବାକୁ ବର୍ଷତମାମ ପର୍ଯ୍ୟଟକ ଆସୁଛନ୍ତି। ମାନଜୋରୀ ଦେବୀ ପୀଠ, ପାହାଡ଼ ଘେରା ଜଙ୍ଗଲରେ ଭୋଜି କରୁଛନ୍ତି। କିନ୍ତୁ ଏଠାରେ ପର୍ଯ୍ୟଟନର ଉନ୍ନତି ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ବିଶେଷକରି ନୌବିହାର ବ୍ୟବସ୍ଥା କରାଯାଉ ନାହିଁ। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମାନଜୋର ପ୍ରକଳ୍ପ ଗସ୍ତ ବେଳେ ପର୍ଯ୍ୟଟନ କେନ୍ଦ୍ର ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଥିଲେ। ହେଲେ ମାନଜୋରକୁ ପର୍ଯ୍ୟଟନ ମାନ୍ୟତା ଏଯାଏ ମିଳିପାରି ନାହିଁ।

ଜମିକୁ ଠିକ୍‌ଭାବେ ପାଣି ମାଡ଼ୁନି
ମାନଜୋର ପ୍ରକଳ୍ପରୁ ଛଡ଼ାଯାଉଥିବା ପାଣି ଦ୍ୱାରା ୫ ହଜାର ହେକ୍ଟର ଜମି ଜଳସେଚିତ ହେଉଥିବା ବିଭାଗ ପକ୍ଷରୁ ଯାହା କୁହାଯାଉଛି, ତାହ ସତ୍ୟ ନୁହେଁ। ବାସ୍ତବରେ କେନାଲ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଜମିକୁ ସୁଚାରୁ ରୂପେ ପାଣି ମାଡୁନି। ଦୀର୍ଘବର୍ଷ ପରେ ମଧ୍ୟ ମନଜୋର କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ଦୁଃଖଦାୟକ।
-ଦେବେନ୍ଦ୍ର ପ୍ରଧାନ, ସଭାପତି, ଓଡ଼ିଶା କୃଷକ ମହାସଂଘ ଆଠମଲ୍ଲିକ ଶାଖା
ବିସ୍ଥାପିତଙ୍କ ଦୁଃଖ ଦୂର ହେଉନି
ରଣିଆକଟା, କଦଳୀମୁଣ୍ଡା ପଞ୍ଚାୟତର ବିସ୍ଥାପିତ ପରିବାରଙ୍କ ପୁନଃବସତି ଓ ଥଇଥାନ ବ୍ୟବସ୍ଥା କରାଯାଉ ନାହିଁ। ସରକାର ଜଳସେଚନକୁ ଗୁରୁତ୍ୱ ଦେଉଥିବା ନେଇ ପ୍ରଚାର କରୁଥିଲେ ମଧ୍ୟ ବିସ୍ଥାପିତମାନଙ୍କ ଦୁଃଖ ଦୂର ହୋଇପାରୁ ନାହିଁ। ଏପରି ବିଳମ୍ବକୁ ନେଇ ସରକାରଙ୍କ ଉପରୁ ଆସ୍ଥା ତୁଟିଯାଉଛି l
-ରଘୁନାଥ ପ୍ରଧାନ, ସମ୍ପାଦକ, ମାନଜୋର କ୍ଷତିଗ୍ରସ୍ତ ପ୍ରଜାମଣ୍ଡଳୀ
ଖୁବ୍‌ଶୀଘ୍ର ଟେଣ୍ଡର କରାଯିବ
କେତେଜଣ ବିସ୍ଥାପିତ ପୁନର୍ବାସ ଓ ଥଇଥାନ ଅପେକ୍ଷାରେ ଅଛନ୍ତି। ସେମାନଙ୍କ ସମ୍ପର୍କରେ ସରକାରଙ୍କଠାରେ ଦାବି ଉପସ୍ଥାପିତ କରାଯାଇଛି। ବାମପାର୍ଶ୍ୱ କେନାଲ ସମ୍ପ୍ରସାରଣ ପ୍ରସ୍ତାବ ସରକାରଙ୍କ ନିକଟରେ ବିଚାରାଧୀନ ଅଛି। ଖୁବ୍‌ଶୀଘ୍ର ଏହାର ଟେଣ୍ଡର କରାଯିବ। ପର୍ଯ୍ୟଟନ କେନ୍ଦ୍ର କରିବାକୁ ପ୍ରସ୍ତାବ ଦିଆଯାଇଛି।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ
ପର୍ଯ୍ୟାୟକ୍ରମେ ଉନ୍ନୟନମୂଳକ କାର୍ଯ୍ୟ ହେବ
ବର୍ତ୍ତମାନ ୫୭୧୩ ହେକ୍ଟର ଜମିକୁ ପାଣି ଦିଆଯାଉଛି। କେନାଲ ସମ୍ପ୍ରସାରଣ ପରେ ଅଧିକ ୨୦୧୩ ହେକ୍ଟର ଜଳସେଚିତ ହୋଇପାରିବ। ଗତବର୍ଷ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହୋଇଛି। ବାକି ବିସ୍ଥାପିତଙ୍କ ପାରିପାର୍ଶ୍ୱିିକ ଉନ୍ନୟନମୂଳକ କାର୍ଯ୍ୟ ପର୍ଯ୍ୟାୟକ୍ରମେ ହେବ। ଅଭିଯୋଗ ମିଳିଲେ କେନାଲ ପୁନରୁଦ୍ଧାର କରାଯାଇ ପାଣି ଯୋଗାଇ ଦିଆଯିବ l
-ସୁବ୍ରତ ନାୟକ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ମାନଜୋର ପ୍ରକଳ୍ପ


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଥୁଆମୂଳ ରାମପୁର,୨୩ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମିର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ…

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର,…

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

ଆଜି ବରଗଡ଼ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତା’ ପୂର୍ବରୁ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri