ଲିଭିଯିବ ଷ୍ଟ୍ରିଟ୍‌ ଲାଇଟ୍‌

ବଇଣ୍ଡା,୧୬ା୬
(ପରିକ୍ଷିତ ସାହୁ) – ରାତିରେ ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌। ଆଲୋକିତ ହେଉଛି ପଞ୍ଚାୟତର ଛକ ଓ ବଜାର ଅଞ୍ଚଳ। ସରକାରୀ ଯୋଜନାରେ ଏହି ଆଲୋକୀକରଣ ବ୍ୟବସ୍ଥା ପରେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ପଞ୍ଚାୟତକୁ। ହେଲେ ୧୨ ଲକ୍ଷ ୯୮ ହଜାର ୫୩୧ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ପୈଠ କରୁନି ସ୍ଥାନୀୟ ପ୍ରଶାସନ। ଫଳରେ ଆଠମଲ୍ଲିକ ଉପଖଣ୍ଡରେ ଲାଗିଥିବା ୨୯ ଷ୍ଟ୍ରିଟ୍‌ ଲାଇଟ୍‌ରୁ ୬ଟିର ସଂଯୋଗ କାଟିଦିଆଯାଇଛି। ଶୀଘ୍ର ପଦକ୍ଷେପ ନିଆ ନ ଗଲେ ବାକି ଷ୍ଟ୍ରିଟ୍‌ଲାଇଟ୍‌ଗୁଡ଼ିକୁ ମଧ୍ୟ ଲିଭାଇ ଦେବ ବିଦ୍ୟୁତ୍‌ ବିଭାଗ।
ଆଠମଲ୍ଲିକ ବ୍ଲକର ପାଇକସାହି ପଞ୍ଚାୟତରେ ଲାଗିଛି ଗୋଟିଏ ଷ୍ଟ୍ରିଟ ଲାଇଟ୍‌। ଏ ବାବଦରେ ୫୩ ହଜାର ୭୪୨ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ପଞ୍ଚାୟତ ଉପରେ ବକେୟା ରହିଛି। ମାସ ପରେ ମାସ ଗଡ଼ୁଥିଲେ ମଧ୍ୟ ଦେୟ ପୈଠ କରୁନି ପ୍ରଶାସନ। ସେହିପରି ମଇମୁରା ପଞ୍ଚାୟତରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍‌ ବାବଦରେ ୨୬ ହଜାର ୯୮୦ ଟଙ୍କା, ଠାକୁରଗଡ ପଞ୍ଚାୟତ ଗଣେଶ ବଜାରରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍‌ ବାବଦରେ ୨୯ ହଜାର ୯୯୦ ଟଙ୍କା, ଲକ୍ଷ୍ମୀବଜାର ଷ୍ଟ୍ରିଟ ଲାଇଟ୍‌ ବାବଦରେ ୨୬ ହଜାର ୯୯୦ ଟଙ୍କା ଓ ନାକିଚି ରୋଡ୍‌ ଷ୍ଟ୍ରିଟ ଲାଇଟ୍‌ ବିଲ୍‌ ବାବଦ ୩୫ ହଜାର ୨୫୨ ଟଙ୍କା ବାକି ରହିଛି। ପଞ୍ଚାୟତ କର୍ତ୍ତୃପକ୍ଷ ଦେୟ ଦେଉ ନ ଥିବାରୁ ଉପରୋକ୍ତ ୪ଟି ଷ୍ଟ୍ରିଟ୍‌ ଲାଇଟ୍‌ରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଆଠମଲ୍ଲିକ ଏନ୍‌ଏସି କଇଁତ୍ରାଗଡଠାରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍‌ ବାବଦରେ ୪ ଲକ୍ଷ ୨୪ ହଜାର ୬୨୮ ଟଙ୍କା, ଏନ୍‌ଏସି ଅଫିସରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍‌ ବାବଦରେ ୨୨ ହଜାର ୬୨୯ ଟଙ୍କା, ଲିପ୍ତଙ୍ଗା ଷ୍ଟ୍ରିଟ ଲାଇଟ୍‌ ପାଇଁ ୬ ହଜାର ୩୯୦ ଟଙ୍କା, ବରଙ୍ଗା ଷ୍ଟ୍ରିଟ ଲାଇଟ୍‌ ପାଇଁ ୧୪ ହଜାର ୭୭୦ ଟଙ୍କା, ମାଣିକପଥର ଷ୍ଟ୍ରିଟ୍‌ ଲାଇଟ୍‌ ବାବଦରେ ୧୧ ହଜାର ୯୭୨ ଟଙ୍କାର ବିଲ୍‌ ବାକି ରହିଛି। କିଆକଟା ପଞ୍ଚୟତରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍‌ ବିଲ୍‌ ବାବଦରେ ୭୦ ହଜାର ୩୯୩ ଟଙ୍କା, ଟୁସର ପଞ୍ଚାୟତରେ ୬ ହଜାର ୬୦୩ ଟଙ୍କା, ମାଧପୁର ପଞ୍ଚାୟତରେ ୯ ହଜାର ୬୭ ଟଙ୍କା ଓ କୁଦଗାଁ ପଞ୍ଚାୟତରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍‌ ବାବଦରେ ୩୫ ହଜାର ୨୫୨ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବକେୟା ରହିଛି। କିଶୋରନଗର ବ୍ଲକ ଆମ୍ବପାଳ ପଞ୍ଚାୟତ ଉପରେ ୭୨ ହଜାର ୯୩ ଟଙ୍କା, ଧଉରାପାଲି ପଞ୍ଚାୟତ ଉପରେ ୧୬ ହଜାର ୧୧୦ ଟଙ୍କା, ହିମିତିରା ପଞ୍ଚାୟତ ଉପରେ ୨୯ ହଜାର ୮୫୨ ଟଙ୍କା, ବିଲେଇନାଳି ପଞ୍ଚାୟତ ଉପରେ ୩୩ ହଜାର ୨୩ ଟଙ୍କା, ହଣ୍ଡପା ପଞ୍ଚାୟତ ଉପରେ ୩୧ ହଜାର ୬୨୧ ଟଙ୍କା, କଣ୍ଟେଇକୋଳିଆ ପଞ୍ଚାୟତରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ ବାବଦରେ ୬ ହଜାର ୭୬୬ ଟଙ୍କା, ନୁନୁକାପଶି ପଞ୍ଚାୟତ ଉପରେ ୩୧ ହଜାର ୬୪୯ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବାକି ରହିଛି। ରଣିଆକଟା ପଞ୍ଚାୟତ ୩୫ ହଜାର ୫୫ ଟଙ୍କା, ବାମୁର ପଞ୍ଚାୟତ ୩୯ ହଜାର ୭୮୧ ଟଙ୍କା, ଅଙ୍ଗପଡା ପଞ୍ଚାୟତ ୧୭ ହଜାର ୮୫୪ ଟଙ୍କା, କଦଳୀମୁଣ୍ଡା ପଞ୍ଚାୟତ ୬୨ ହଜାର ୩୯୯ ଟଙ୍କା, ସଞ୍ଜାମୁରା ପଞ୍ଚାୟତ ୫୧ ହଜାର ୮୮୮ ଟଙ୍କା, ନାକିଚି ପଞ୍ଚାୟତ ୬୩ ହଜାର ୫୫୦ ଟଙ୍କା ଷ୍ଟ୍ରିଟ୍‌ ଲାଇଟ୍‌ ବାବଦ ବିଦ୍ୟୁତ୍‌ ବିଲ୍‌ ବାକି ରଖିଛନ୍ତି। ବିଲ୍‌ ପୈଠ କରାଯାଇ ନ ଥିବା ଯୋଗୁ ନାକିଚି ଓ ସଞ୍ଜାମୁରା ଷ୍ଟ୍ରିଟ୍‌ ଲାଇଟ୍‌ରୁ ସଂଯୋଗ କାଟି ଦିଆଯାଇଛି। ଅନ୍ୟ ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଗଲେ ଉପଖଣ୍ଡର କେତେକ ପଞ୍ଚାୟତ, ବଜାର ଓ ଏନ୍‌ଏସି ଅଞ୍ଚଳର ବହୁ ଛକ ରାତିରେ ଅନ୍ଧାରରେ ରହିବ। ଏହାଦ୍ୱାରା ଜନସାଧାରଣ ରାତିରେ ଯାତାୟାତରେ ଅସୁବିଧାରେ ପଡ଼ିବେ। ଏ ନେଇ କିଶୋରନଗର ବିଡିଓ ଶ୍ୟାମଳ କୁମାର ରାଏ କହିଛନ୍ତି, ଷ୍ଟ୍ରିଟ ଲାଇଟ୍‌ ବାବଦ ବକେୟା ଥିବା ବିଦ୍ୟୁତ୍‌ ବିଲ୍‌ ପୈଠ ନିମନ୍ତେ ପଞ୍ଚାୟତଗୁଡ଼ିକୁ ନିର୍ଦ୍ଦେଶ ଦିଆଯିବ।
ପଦକ୍ଷେପ ନେଉନି ପଞ୍ଚାୟତ
ଷ୍ଟ୍ରିଟ ଲାଇଟ୍‌ ଗୁଡିକର ବିଲ୍‌ ପଞ୍ଚାୟତ ପକ୍ଷରୁ ଦିଆଯାଉ ନାହିଁ। ଏ ନେଇ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବହୁବାର ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ ଚିଠି କରାଯାଇଛି। ହେଲେ ପଦକ୍ଷେପ ନିଆଯାଉ ନାହିଁ। ୬ଟି ଷ୍ଟ୍ରିଟ ଲାଇଟ୍‌ରୁ ସଂଯୋଗ କାଟି ଦିଆଯାଇଛି। ତୁରନ୍ତ ବିଲ୍‌ ଦେବାକୁ ନିବେଦନ କରାଯାଉଛି।
-ସିପକ ଦାସ, ଏସ୍‌ଡିଓ, ବଇଣ୍ଡା ବିଦ୍ୟୁତ୍‌ ବିଭାଗ
ସ୍ବତନ୍ତ୍ର ପାଣ୍ଠିରୁ ଦେୟ ଦିଆଯାଉ
ପଞ୍ଚାୟତଗୁଡ଼ିକରେ ଷ୍ଟ୍ରିଟ ଲାଇଟ୍‌ ଲଗାଇବା ବାବଦରେ ସରକାର ବହୁ ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ ଏହାର ରକ୍ଷଣାବେକ୍ଷଣ କି ବିଲ୍‌ ପୈଠ କରାଯାଉ ନାହିଁ। ପଞ୍ଚାୟତ ଓ ଏନ୍‌ଏସି କର୍ତ୍ତୃପକ୍ଷ ସ୍ବତନ୍ତ୍ର ପାଣ୍ଠିରୁ ଦେୟ ଦେବା ଦରକାର। ଏହା କରାଗଲେ ସରକାରୀ ଯୋଜନାର ସୁଫଳ ମିଳିବ।
-ଅଞ୍ଜନ କୁମାର ପ୍ରଧାନ, ଆଠମଲ୍ଲିକ
ବିଡିଓଙ୍କୁ ଚିଠି କରାଯାଇଛି
ଷ୍ଟ୍ରିଟ ଲାଇଟ୍‌ ବାବଦ ବିଲ୍‌ ଦେବାକୁ ପଞ୍ଚାୟତ ପକ୍ଷରୁ ବିଡିଓଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ହେଲେ ବ୍ଲକ ପକ୍ଷରୁ ପଦକ୍ଷେପ ନିଆ ନ ଯିବାରୁ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଛି। ଶୀଘ୍ର କିଭଳି ବିଲ୍‌ ପୈଠ କରାଯିବ ସେ ନେଇ ବ୍ଲକ ପ୍ରଶାସନକୁ ପୁନର୍ବାର ଅବଗତ କରାଯିବ।
-ସତ୍ୟାନଦ ରାଉତ, ସରପଞ୍ଚ, ମଇମୁରା
ପରିଚାଳନାରେ ପ୍ରଶାସନ ବିଫଳ
ପଞ୍ଚାୟତରେ ଥିବା ଛକ, ବଜାରର ଆଲୋକୀକରଣ ପାଇଁ ସରକାର ଅର୍ଥ ଖର୍ଚ୍ଚ କରିଛନ୍ତି। ହେଲେ ଏହାର ପରିଚାଳନା କରିବାରେ ପଞ୍ଚାୟତ କର୍ତ୍ତୃପକ୍ଷ ବିଫଳ ହେଉଛନ୍ତି। ଠାକୁରଗଡ ଷ୍ଟ୍ରିଟ୍‌ ଲାଇଟ୍‌ରୁ ବିଦ୍ୟୁତ୍‌ ସଂଯୋଗ କାଟିଦିଆଯାଇଥିବାରୁ ବଜାର ଅଞ୍ଚଳ ରାତିରେ ଅନ୍ଧାରରେ ରହୁଛି।
-ବିଭୁ ପ୍ରସାଦ ସେନାପତି, ଠାକୁରଗଡ
ଆଲୋକୀକରଣ ଅର୍ଥ ପାଣିରେ ପଡ଼ିବ
ସରକାରୀ ଅର୍ଥର ଠିକ୍‌ ବ୍ୟବହାର କରାଯାଉ ନାହିଁ। ଷ୍ଟ୍ରିଟ ଲାଇଟ୍‌ର ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉନି କି ପ୍ରତି ମାସରେ ବିଦ୍ୟୁତ୍‌ ବାବଦ ବିଲ୍‌ ଦିଆଯାଉନି। ବିଭାଗୀୟ କର୍ତ୍ତୃପକ୍ଷ ସଂଯୋଗ ବିଚ୍ଛିନ୍ନ କଲେ ଆଲୋକୀକରଣ ବାବଦ ଖର୍ଚ୍ଚ ହୋଇଥିବା ଅର୍ଥ ପାଣିରେ ପଡ଼ିବା ସାର ହେବ।
-ସୁଶାନ୍ତ ସାହୁ, ସଞ୍ଜାମୁରା


Enter your email to get our daily news in your inbox.

All Right Reserved By Dharitri.Com

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

ଆଜି ବରଗଡ଼ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତା’ ପୂର୍ବରୁ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ଫୋକସରେ ପୌର -ପଞ୍ଚାୟତ ନିର୍ବାଚନ: ତାମ୍ପରାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ, ମିଶିକି ନେଲେ ଏହି ଶପଥ

ଛତ୍ରପୁର, ୨୩।୭ (ଦିଲ୍ଲୀପ ସାମଲ/ ଦ୍ୱାରିକାପଟ୍ଟନାୟକ): ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନାରେ ରଖି ଛତ୍ରପୁର ନିର୍ବାଚନମଣ୍ଡଳୀରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri