ଉତ୍ସବ ପରି ଉତ୍ସାହ

ଅନୁଗୋଳ/ ଢେଙ୍କାନାଳ ଅଫିସ, ୮ା୬ ମହାମାରୀ କରୋନାରୁ ଟିକା ହିଁ ସୁରକ୍ଷା ଦେଇପାରିବ। ଲୋକଙ୍କ ମନରେ ଏହି ବିଶ୍ୱାସ ଭରିବାରେ ସରକାର ସଫଳ ହୋଇଛନ୍ତି। ବିଶେଷଜ୍ଞମାନଙ୍କ ବିଶ୍ଲେଷଣ ମଧ୍ୟ ଏହି ବିଶ୍ୱସନୀୟତାକୁ ସ୍ପଷ୍ଟ କରୁଛି। ସେଥିପାଇଁ ଟିକାକୁ ନେଇ ସବୁଠି ବ୍ୟାକୁଳତା ବଢ଼ି ବଢ଼ି ଚାଲିଛି। ଟିକାଦାନ କେନ୍ଦ୍ରଗୁଡ଼ିକରେ ରାତିରୁ ଲମ୍ବା ଧାଡ଼ି ଲାଗୁଛି। ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଏହି ସୁରକ୍ଷା କବଚ ଧାରଣ କରିବାକୁ ଏବେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଢେଙ୍କାନାଳ ଓ ଅନୁଗୋଳ ଜିଲା ସଦର ମହକୁମାରେ ସୋମବାରଠାରୁ ଯୁବବର୍ଗଙ୍କ ଟିକାକରଣ ଆରମ୍ଭ ହୋଇଥିବାରୁ ସ୍ଲଟ ବୁକିଂ କରିଥିବା ଯୁବତୀ ଯୁବକଙ୍କ ମଧ୍ୟରେ ଉତ୍ସବ ପରି ଉତ୍ସାହ ଦେଖାଦେଇଛି। ପ୍ରଥମ ଦିନରେ ଟିକା ନେବାର ସୁଯୋଗ ପାଇଥିବା ଯୁବବର୍ଗ ଭାକ୍ସିନେଶନ ବେଳର ଫଟୋ ସୋସିଆଲ ମିଡିଆରେ ଛାଡ଼ିବା ସହ ଜିଲା ପ୍ରଶାସନ ଓ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି।
ଅନୁଗୋଳ ଷ୍ଟାଡିୟମରେ ଦୁଇଟି ପର୍ଯ୍ୟାୟରେ ଯୁବବର୍ଗଙ୍କ ଟିକାକରଣ କରାଯାଉଛି। ସୋମବାର ପ୍ରଥମ ଦିନରେ ୧୮ରୁ ୪୪ ବର୍ଷ ମଧ୍ୟରେ ମୋଟ୍‌ ୧୫ଶହ ଲୋକଙ୍କୁ ଟିକା ଦିଆଯାଇଛି। ପୂର୍ବାହ୍ନ ୯ଟାରୁ ଅପରାହ୍ନ ୧ଟା ମଧ୍ୟରେ ସ୍ଲଟ୍‌ ବୁକିଂ କରିଥିବା ୯ଶହ ଯୁବତୀ ଯୁବକ ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଅବଶିଷ୍ଟ ୬ଶହ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି। ଏଥିପାଇଁ ମୋଟ୍‌ ୮ଟି କାଉଣ୍ଟର କରାଯାଇଛି। ଏହି କାର୍ଯ୍ୟକ୍ରମ ଆରମ୍ଭ ବେଳେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ପିଡି ଦିଲୀପ ସାହୁ, ଉପଜିଲାପାଳ ବାସୁଦେବ ଶତପଥୀ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ତ୍ରିଲୋଚନ ପ୍ରଧାନ, ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଢେଙ୍କାନାଳ ଜିଲା ସଦର ମହକୁମାରେ ଯୁବବର୍ଗଙ୍କ ଟିକାଦାନ ପାଇଁ ପୌରାଞ୍ଚଳରେ ୧୦ଟି କେନ୍ଦ୍ର କରାଯାଇଛି। ପୂର୍ବାହ୍ନ ୯ଟାରେ ଗୋପବନ୍ଧୁ ଟାଉନହଲ ଠାରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତାରାଣୀ ମିଶ୍ର, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା. ଜ୍ୟୋତିଷଚନ୍ଦ୍ର ମହାପାତ୍ର, ଜିଲା ସ୍ବାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ। ଯୁବବର୍ଗଙ୍କ ପାଇଁ ୬ ହଜାର ଡୋଜ୍‌ ମିଳିଥିବାରୁ ଦୈନିକ ୨ହଜାର ଲେଖାଏ ଡୋଜ୍‌ ପ୍ରଦାନ କରାଯିବା ଯୋଜନା ରହିଛି। ପ୍ରଥମ ଦିନରେ ୧୮୭୦ ଜଣଙ୍କୁ ଟିକା ଦିଆଯାଇଛି। ସ୍ଲଟ୍‌ ବୁକିଂ କରିଥିବା ୧୮ରୁ ୪୪ ବର୍ଷର ବ୍ୟକ୍ତି ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ କାଠଗଡା ଅର୍ବାନ ମେଡିକାଲ, ବିବି ହାଇସ୍କୁଲ, ଗୁଡିଆନାଳି କଲ୍ୟାଣ ମଣ୍ଡପ, ଷ୍ଟେଶନ ବଜାର ରାମଦେବ ରାମଜୀ ପ୍ରାଥମିକ ସ୍କୁଲ, ସୌଦାମିନୀ ହାଇସ୍କୁଲ, ବନମାଳୀପ୍ରସାଦ ଉପ୍ରା ସ୍କୁଲ, କୋରିଆଁ ଉପ୍ରା ବିଦ୍ୟାଳୟ, ସିମିଳିଆ ପ୍ରାଥମିକ ସ୍କୁଲ ଓ ଗୋପବନ୍ଧୁ ଟାଉନହଲଠାରେ ଟିକା ନେଇପାରିବେ।

ଅପେକ୍ଷାର ଅନ୍ତ ଘଟିଛି
ଟିକା ପାଇଁ ଦୀର୍ଘ ଦିନ ହେବ ଅପେକ୍ଷା କରିଥିଲୁ। କେବେ ଜିଲାରେ ଯୁବବର୍ଗଙ୍କୁ ଟିକାକରଣରେ ସାମିଲ କରାଯିବ, ତାହାକୁ ଚାହିଁ ରହିଥିଲୁ। ଟିକା ନେବା ପରେ ବହୁତ ଖୁସି ଲାଗୁଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ଭଲ ବ୍ୟବସ୍ଥା କରାଯାଇଛି। ଟିକା ପାଇଁ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସାଧୁବାଦ୍‌।
-ଅନୁରାଧା ଶର୍ମା, ଅନୁଗୋଳ
ଟିକାଦାନ କେନ୍ଦ୍ରରେ ଉତ୍ତମ ବ୍ୟବସ୍ଥା
ଅନୁଗୋଳରେ ଯୁବବର୍ଗଙ୍କ ଟିକାକରଣରେ ବିଳମ୍ବ ହେଉଥିବାରୁ ଭୁବନେଶ୍ୱର ଯାଇ ଟିକା ନେବାକୁ ମନସ୍ଥ କରିଥିଲି। କିନ୍ତୁ ରବିବାର ଟିକା ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଟୁଇଟ୍‌ କରାଯାଇଥିଲା। ସ୍ଲଟ୍‌ ବୁକିଂ କରିବା ସହ ଅନୁଗୋଳ ଷ୍ଟାଡିୟମରେ ଟିକା ନେଇଛି। ଏଠାରେ ଉତ୍ତମ ବ୍ୟବସ୍ଥା କରାଯାଇଛି।
-ସଞ୍ଜୀବ କୁମାର ସାହୁ, ତାଳଚେର
ଟିକା ଯୋଗୁ ଆତ୍ମବିଶ୍ୱାସ ବଢ଼ିଯାଇଛି
ଟିକାକରଣରେ ଯୁବବର୍ଗଙ୍କୁ ସାମିଲ କରାଯିବା ପ୍ରକ୍ରିୟା ଜିଲାରେ ଆରମ୍ଭ ହେବା ଆନନ୍ଦର ବିଷୟ। ଏହା ଯୁବଗୋଷ୍ଠୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇ ଦେଇଛି। ତେଣୁ ଧର୍ଯ୍ୟହରା ନ ହୋଇ ସ୍ଲଟ୍‌ ବୁକିଂ କରିଥିବା ସହିତ ନିର୍ଭୟରେ ଟିକାଦାନ କେନ୍ଦ୍ରକୁ ଆସି ଟିକା ନିଅନ୍ତୁ।
-ରଘୁନାଥ ଦାସ, ଅନୁଗୋଳ
ଫେସ୍‌ ଫ୍ରେମ୍‌ କଲେ ଭଲ ହେବ
ଅନୁଗୋଳ ଜିଲାର ୧୮ରୁ ୪୪ ବର୍ଷର ଲୋକଙ୍କ ପାଇଁ ଟିକା ଉପଲବ୍ଧ ହେବା ଅତ୍ୟନ୍ତ ଆନନ୍ଦର ବିଷୟ। ବିଳମ୍ବ ହେଲେ ମଧ୍ୟ ଯୁବପିଢ଼ି ଉତ୍ସାହିତ ଅଛନ୍ତି। ଅନୁଗୋଳ ଷ୍ଟାଡିୟମରେ ଏଥିପାଇଁ ଭଲ ବ୍ୟବସ୍ଥା ହୋଇଛି। ସେଲ୍ଫି ପଏଣ୍ଟ ସହ ଫେସ୍‌ ଫ୍ରେମ କରାଗଲେ ଭଲ ହୁଅନ୍ତା।
-ଶୁଚିସ୍ମିତା ଦାସ, ଅନୁଗୋଳ
ଅଧିକ ଟିକାକରଣ ନେଇ ଉଦ୍ୟମ
ଜିଲାର ଅଧିକରୁ ଅଧିକ ଯୁବଗୋଷ୍ଠୀ କିଭଳି ସୁରୁଖୁରୁରେ ଟିକାନେବେ ସେ ନେଇ ଉଦ୍ୟମ କରାଯାଉଛି। ଅନୁଗୋଳ ଷ୍ଟାଡିୟମରେ କେବଳ ଯୁବବର୍ଗଙ୍କୁ ଟିକା ଦିଆଯାଉଥିବା ବେଳେ ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଟିକାକରଣ ଜିଲାର ଅନ୍ୟ ସ୍ଥାନରେ ଚାଲିଛି। ଯୁବବର୍ଗଙ୍କୁ ଉତ୍ସାହିତ କରିବାକୁ ସେଲ୍‌ଫି ପଏଣ୍ଟ ମଧ୍ୟ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
ସୁରକ୍ଷା କବଚ ଭଳି କାମ ଦେବ
ଦିଆଯାଉଥିବା ଟିକା ଯୁବବର୍ଗଙ୍କୁ ସୁରକ୍ଷା କବଚ ଭଳି କାମ ଦେବ। ଆରମ୍ଭରୁ ଜିଲାରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ପ୍ରଥମେ ଯୁବପିଢ଼ିଙ୍କ ଟିକାକରଣ କରାଯାଇଥିଲେ ଭଲ ହୋଇଥାନ୍ତା। ଟିକାନେଇ ସୁରକ୍ଷିତ ମଣୁଥିଲେ ମଧ୍ୟ କଟକଣା ମାନିବାକୁ ପଡ଼ିବ। ଟିକାକରଣ ପାଇଁ ପ୍ରଶାସନ ପ୍ରଶଂସାର ଯୋଗ୍ୟ।
-ଶୁଚିସ୍ମିତା ଦାଶ, ଅନୁଗୋଳ
ବିଳମ୍ବ ପାଇଁ ବ୍ୟସ୍ତ ଲାଗୁଥିଲା
୧୮ବର୍ଷରୁ ଅଧିକ ହୋଇଥିବାରୁ ଟିକା ନେବାକୁ ଅପେକ୍ଷା କରିଥିଲି। ହେଲେ ଜିଲାରେ ଯୁବବର୍ଗଙ୍କ ପାଇଁ ଟିକା ଉପଲବ୍ଧ ହେଉ ନ ଥିବାରୁ ବିଳମ୍ବ ହୋଇଚାଲିଥିଲା। ସେଥିପାଇଁ ବ୍ୟସ୍ତ ମଧ୍ୟ ଲାଗୁଥିଲା। ବିଳମ୍ବରେ ହେଉପଛେ ଟିକାନେଇଥିବାରୁ ଖୁସି ଲାଗୁଛି। ଶରୀରରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଜଣାପଡୁନାହିଁ।
-ବିଜୟଲକ୍ଷ୍ମୀ ଦାସ, ଢେଙ୍କାନାଳ
ସ୍ଲଟ୍‌ ବୁକିଂ ଯୋଗୁ ସୁବିଧା
୧୮ ବର୍ଷରୁ ୪୪ ବର୍ଷଙ୍କ ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିବାରୁ ଧନ୍ୟବାଦ ଜଣାଉଛୁ। ଦୀର୍ଘଦିନର ଅପେକ୍ଷା ପରେ ଅନ୍‌ଲାଇନରେ ସ୍ଲଟ୍‌ ବୁକିଂ କରି ଟିକାନେବାର ସୁବିଧା ପାଇଛୁ। ଟିକାକରଣ କେନ୍ଦ୍ରଗୁଡ଼ିକରେ ମଧ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ା
-ଇତିଶ୍ରୀ ମହାକୁଡ, ଢେଙ୍କାନାଳ
ଅଧିକ ଟିକାକରଣର ବ୍ୟବସ୍ଥା ହେଉ
ମହାମାରୀର ଦ୍ୱିତୀୟ ଲହର ଢେଙ୍କାନାଳ ଜିଲାରେ ବଢ଼ି ବଢ଼ି ଚାଲିଛି। ତେଣୁ ଜିଲାରେ ବ୍ୟାପକ ଟିକାକରଣର ଆବଶ୍ୟକତା ରହିଛି। ପ୍ରଥମ ଦିନରେ ସ୍ଲଟ୍‌ ମିଳିଥିବାରୁ ଖୁସି ଲାଗୁଛି। ଅଧିକରୁ ଅଧିକ ଯୁବତୀ ଯୁବକ କିପରି ଏହି ସଞ୍ଜୀବନୀ ନେଇପାରିବେ ତାହାର ବ୍ୟବସ୍ଥା କରାଯାଉ।
-ମହମ୍ମଦ ଆଫ୍ରିଦ୍‌, ଢେଙ୍କାନାଳ
ପୌରାଞ୍ଚଳ ପରେ ଗ୍ରାମାଞ୍ଚଳ
ଯୁବବର୍ଗଙ୍କ ଟିକାକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୬ ହଜାର ଟିକା ପ୍ରଶାସନ ନିକଟକୁ ଆସିଥିବା ବେଳେ ଜିଲା ସଦର ମହକୁମାରେ ଟିକାଦାନ ଆରମ୍ଭ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ଟିକା ଆସିଲେ ଏହି କାର୍ଯ୍ୟ ଜାରି ରହିବ। ଏବେ ପୌରାଞ୍ଚଳରେ ଟିକାଦାନ ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ଏନ୍‌ଏସି ଓ ଗ୍ରାମାଞ୍ଚଳରେ ଏହି ଟିକାକରଣ କାର୍ଯ୍ୟ କରାଯିବ।
-ଭୂମେଶ ଚନ୍ଦ୍ର ବେହେରା, ଜିଲାପାଳ, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri