ଆବର୍ଜନାକୁ ନେଇ ବଢ଼ୁଛି ଆପତ୍ତି

ଅନୁଗୋଳ ଅଫିସ, ୧୧ା୬ ନୂଆ ଠିକା ସଂସ୍ଥା ସଫେଇ ଦାୟିତ୍ୱ ନେବା ପରେ ଅନୁଗୋଳ ସହରର ଆବର୍ଜନା ସମସ୍ୟା ଦୂର ହୋଇଯିବ ବୋଲି ଅନେକେ ଆଶା କରୁଥିଲେ। କିନ୍ତୁ ସହର ପରିବେଶ ପରିଷ୍କାର ପରିବର୍ତ୍ତେ ଅପରିଷ୍କାର ହେଉଥିବା ନେଇ ଆପତ୍ତି ଅଭିଯୋଗ ବଢ଼ିବାରେ ଲାଗିଛି। କରୋନା ସମୟରେ କୁଢ଼ କୁଢ଼ ଆବର୍ଜନା ଅସନ୍ତୋଷର କାରଣ ହୋଇଛି। ନୂଆ ସଂସ୍ଥା ଯେ ଠିକ୍‌ ଭାବେ କାମ କରୁନାହିଁ ତାହା ଧୀରେ ଧୀରେ ସ୍ପଷ୍ଟ ହେଉଥିବାରୁ ପୌରପାଳିକା ପକ୍ଷରୁ ଏହା ଉପରେ ନଜର ରଖାଯାଇଛି। ଇତିମଧ୍ୟରେ ଏକାଧିକ ଥର ତାଗିଦ୍‌ ମଧ୍ୟ କରାଯାଇସାରିଛି।
ରାଜ୍ୟକୁ ମୌସୁମୀ ଛୁଇଁଲାଣି। ଆରମ୍ଭରୁ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ସହର ସଫେଇ କାର୍ଯ୍ୟ ଠିକ୍‌ ଭାବେ ହୋଇପାରୁ ନାହିଁ। ଗଦା ହୋଇଥିବା ଆବର୍ଜନା ଉଠାଯାଉ ନ ଥିବାରୁ ବର୍ଷା ବେଳେ ଏହା ସହରକୁ ଦୂଷିତ କରିବ। ଡ୍ରେନ୍‌ ଜାମ୍‌ କରି ଜଳ ନିଷ୍କାସନ ସମସ୍ୟା ବଢ଼ାଇବ। ଠିକା ସଂସ୍ଥାର ଏପରି ମନମୁଖି କାର୍ଯ୍ୟର ସନ୍ଧାନ କିଛିଦିନ ତଳେ ଜିଲାପାଳ ପାଇଥିଲେ। ସହର ପରିଦର୍ଶନ ସମୟରେ ଜିଲାପାଳ ଅଳିଆ ଗଦା ଦେଖି ବିରକ୍ତି ପ୍ରକାଶ କରିଥିଲେ। ଏହାପରେ କାର୍ଯ୍ୟ ଠିକ୍‌ଠାକ ଚାଲିଥିଲା। ହେଲେ ସଫେଇ କର୍ମଚାରୀମାନେ ପୁଣି ଢିଲା ମାରିବା ଆରମ୍ଭ କରିଛନ୍ତି। ରାସ୍ତାରେ ପଡ଼ୁଥିବା ଅଳିଆ ଉଠାଇ ପରିଷ୍କାର ନ କରି ଏଣେତେଣେ ଗଦେଇ ଦେଉଛନ୍ତି। ଅଳ୍ପଦିନ ତଳେ ଶିମିଳିପଡ଼ା ନିକଟରେ ଅଳିଆ ଉଠାଇବାକୁ ଯାଇଥିବା ସଫେଇ କର୍ମଚାରୀମାନେ ଆବର୍ଜନା ସବୁ ଏକ ପାଚେରି ପାର୍ଶ୍ୱକୁ ପିଙ୍ଗୁଥିବା ଦେଖାଯାଇଥିଲା। ହରିମହୁରୀ ଛକରୁ ବଜାର ଛକ ରାସ୍ତାରେ ବିଭିନ୍ନ ସମୟରେ ଅଳିଆ ପଡ଼ି ରହୁଛି। ଏହାଦ୍ୱାରା ରାସ୍ତା ସଂକୀର୍ଣ୍ଣ ହୋଇଯାଉଛି। ସେହିଭଳି ଗାନ୍ଧୀ ମାର୍ଗରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି। ପାଣି ନିଷ୍କାସନ ପାଇଁ ସେଠାରେ ଥିବା ନାଳରେ ସ୍ଥାନୀୟ ଲୋକମାନେ ଅଳିଆ ପକାଉଥିଲେ ମଧ୍ୟ ପୌରପାଳିକା ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଚିହ୍ନଟ କରି ଥାନାରେ ମାମଲା ରୁଜୁ କରିବାକୁ ଜିଲାପାଳ କହିଥିଲେ। କିନ୍ତୁ ପୌରପାଳିକା ପକ୍ଷରୁ ସେପରି କରାଯାଉ ନାହିଁ। ଏପରି କି ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ
ସହର ସଫେଇ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ଠିକ୍‌ ଭାବେ ଅଳିଆ ଉଠାଉ ନାହିଁ। ବିଭିନ୍ନ ସ୍ଥାନରେ କେବଳ ନାମକୁ ମାତ୍ର ସଫେଇ ହେଉଥିବା ଅଭିଯୋଗ ଆସୁଛି। ଏ ନେଇ ସଂସ୍ଥାକୁ ବାରମ୍ବାର ଅବଗତ କରାଗଲାଣି। ତଥାପି କାର୍ଯ୍ୟରେ ଖିଲାପ ହେଉଥିବାରୁ ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ
ଅବ୍ୟବସ୍ଥା କେବେ ସୁଧୁରିବ
ଅନୁଗୋଳ ସହର ସଫେଇକୁ ନେଇ ଦୀର୍ଘ ଦିନ ହେବ ଅବ୍ୟବସ୍ଥା ଲାଗି ରହିଛି। ନୂଆ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯିବା ପରେ ସହର ପରିଷ୍କାର ପରିଚ୍ଛନ୍ନ ରହିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଥିଲା। କିନ୍ତୁ ତାହା ହେଉନାହିଁ। ଆବର୍ଜନା ଗଦା ହୋଇ ରହୁଥିବାରୁ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି।
-ସମୀର ପରିଡ଼ା, ଅନୁଗୋଳ
ଅଳିଆରେ ଘାଣ୍ଟି ହେଉଛନ୍ତି ସହରବାସୀ
କରୋନା ବ୍ୟାପୁଥିବା ସମୟରେ ରାସ୍ତା କଡ଼ରେ କୁୁଢ଼ କୁଢ଼ ଆବର୍ଜନା ଗଦା ହୋଇ ରହୁଛି। ଫଳରେ ବିଭିନ୍ନ ରୋଗ ବ୍ୟାପିବାର ଭୟ ରହୁଛି। ପୌରପାଳିକା ପକ୍ଷରୁ ସଫେଇ କାର୍ଯ୍ୟ ଉପରେ ଦୃଷ୍ଟି ଦିଆଯାଉ ନାହିଁ। ଏଥିଯୋଗୁ ପରିବେଶ ଦୂଷିତ ହେଉଛି। ସହରୀ ଲୋକ ଟିକସ ଦେଉଥିଲେ ମଧ୍ୟ ଅଳିଆ ମଧ୍ୟରେ ଘାଣ୍ଟି ହେଉଛନ୍ତି।
-ସୁମନ ଜେନା, ଅନୁଗୋଳ
କାର୍ଯ୍ୟ ତଦାରଖ ହେଉ ନାହିଁ
ଅନୁଗୋଳ ପୌରପାଳିକା ଠିକ୍‌ ଭାବେ ସଫେଇ କାର୍ଯ୍ୟ ପରିଚାଳନା କରିପାରୁ ନାହିଁ। ଠିକା ସଂସ୍ଥାର କାର୍ଯ୍ୟ ତଦାରଖ କରୁନାହିଁ। ପୂର୍ବରୁ ଏଥିପାଇଁ ଲୋକପ୍ରତିନିଧିଙ୍କୁ ଦୋଷ ଦିଆଯାଉଥିଲା। ଗତ ୩ ବର୍ଷ ହେବ ପ୍ରଶାସନ ହାତରେ ପୌରପାଳିକା ରହିଥିଲେ ମଧ୍ୟ କାହିଁକି ସମସ୍ୟା ଦୂର ହେଉନାହିଁ।
-ଗୋପାଳ ଚନ୍ଦ୍ର ନାଥ, ଆଇନଜୀବୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?