ମୁଖ୍ୟ ଚାଷକୁ ଫେରିବ ମାଣ୍ଡିଆ

ଅନୁଗୋଳ ଅଫିସ, ୧୪ା୬: ଅନୁଗୋଳ ଜିଲାର ଖେତକୁ ଫେରିବ ମାଣ୍ଡିଆ। ମୁଖ୍ୟ ଚାଷରେ ପୁଣି ଯୋଡ଼ିହେବ ଏହି ଫସଲ। ଚାଉଳ ପରି ଏହାର ଚାହିଦା ବଢ଼ୁଥିବାରୁ ଆବଶ୍ୟକ ପ୍ରୋତ୍ସାହନ ଦେବ ଜିଲା ପ୍ରଶାସନ। ଓଡ଼ିଶା ସରକାର ଏଥିପାଇଁ ଅନୁମତି ଦେଇ ସାରିଛନ୍ତି। ଚାଷୀଙ୍କ ତାଲିମ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ୫ ବର୍ଷିଆ ଯୋଜନାର ପ୍ରଥମ ବର୍ଷରେ ୫ଟି ବ୍ଲକର ଏକ ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ଜିଲାର ୨୯୦୬ ଜଣ ଚାଷୀଙ୍କ ପାଇଁ କର୍ନାଟକରୁ ବିହନ ଅଣାଯିବାର ବ୍ୟବସ୍ଥା ହୋଇଛି। ଜିଲା ଖଣିଜ ପ୍ରତିଷ୍ଠାନ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେବ। ଅମଳ ପରେ ଫସଲ ବିକ୍ରି ଦାୟିତ୍ୱ ଜିଲା ପ୍ରଶାସନ ନେବ। ତେଣୁ ଅନୁଗୋଳରେ ମିଲେଟ ମିଶନ ସଫଳତା ପାଇବାର ଆଶା ଉଜ୍ଜ୍ୱଳ ଥିବା ସୂଚନା ମିଳିଛି।


ଅନୁଗୋଳ ଜିଲାରେ ମାଣ୍ଡିଆ ଚାଷ ନୂଆ ନୁହେଁ। ୩୫ ବର୍ଷ ପୂର୍ବରୁ ଏହି ଗଡ଼ଜାତ ଅଞ୍ଚଳ ମିଲେଟ୍‌ ବେଲ୍ଟ ଭାବେ ଜଣାଶୁଣା ଥିଲା। ହେଲେ ସବୁଜ ବିପ୍ଳବ ସମୟରେ ଧାନକୁ ପ୍ରାଧାନ୍ୟ ଦିଆଯିବାରୁ ମାଣ୍ଡିଆ ଧୀରେ ଧୀରେ ଏଠାକାର ଚାଷୀଙ୍କ ଖେତରୁ ଦୂରେଇ ଯାଇଥିଲା। ଏବେ ମାଣ୍ଡିଆ ପ୍ରତି ପୁଣି ଚାହିଦା ବଢ଼ୁଥିବା ଦେଖି ଅନୁଗୋଳ ଜିଲାରେ ଏହି ଚାଷ ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଛି। ଜିଲା ଖଣିଜ ପ୍ରତିଷ୍ଠାନ ଓ ଜିଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଓଡ଼ିଶା ସରକାରଙ୍କଠାରୁ ଆବଶ୍ୟକ ଅନୁମତି ଅଣାଯାଇସାରିଛି। ଜିଲାରେ ଏକ ପାଇଲଟ୍‌ ଷ୍ଟଡି ଓ ଚାଷୀଙ୍କ ଉତ୍ସାହ ଦେଖିବା ପରେ ୫ ବର୍ଷରେ ୩ ହଜାର ହେକ୍ଟରରେ ଚାଷ ପାଇଁ ଯୋଜନା କରାଯାଇଛି। ପ୍ରଥମ ବର୍ଷ ଖରିଫ ବେଳେ ୫ଟି ବ୍ଲକ ଅନୁଗୋଳ, ଆଠମଲ୍ଲିକ, କିଶୋରନଗର, ଛେଣ୍ଡିପଦା ଓ ପାଲଲହଡ଼ାର ୧୯୦ ହେକ୍ଟର ଲେଖାଏ ଜମିରେ ମାଣ୍ଡିଆ କରାଯିବ। ରବିବେଳେ ଅନ୍ୟ ୧୦ ଏକର ଲେଖାଏରେ ସୁଆଁ, କାଙ୍ଗୁ, ବାଜରା ପରୀକ୍ଷାମୂଳକ ଭାବେ ଚାଷ ହେବ। ଯଦି କାଙ୍ଗୁ, ସୁଆଁ ଓ ବାଜରାକୁ ସଫଳତା ମିଳେ ତା’ହେଲେ ଆସନ୍ତାବର୍ଷରେ ମାଣ୍ଡିଆ ସହ ମୁଖ୍ୟ ଫସଲରେ ଏହାକୁ ଯୋଡ଼ାଯିବ। ପାଲଲହଡ଼ାର ୨ଟି ପଞ୍ଚାୟତରେ ଏବେ ବି ମାଣ୍ଡିଆ ଚାଷ ହେଉଛି। ତେଣୁ ଜିଲାରେ ଏହି ମିଲେଟ୍‌ ମିସନ୍‌ ସଫଳତା ପାଇବାରେ ଅସୁବିଧା ରହିବ ନାହିଁ। ଆଗାମୀ ଦିନରେ ଅନ୍ୟ ୩ ବ୍ଲକରେ ମାଣ୍ଡିଆ ଚାଷ କରାଯିବ। ଅମଳ ପରେ ଚାଷୀମାନେ ୨୫ ପ୍ରତିଶତ ନିଜ ଖାଇବା ପାଇଁ ରଖିବେ। ଅବଶିଷ୍ଟ ୭୫ ପ୍ରତିଶତ ମାଣ୍ଡିଆ ପ୍ରଶାସନ ଜରିଆରେ ବିକ୍ରି ହେବ। ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମାଣ୍ଡିଆ ଚୂନା, କେକ୍‌, ଲଡ଼ୁ, ବିସ୍କୁଟ ଆଦି ପ୍ରସ୍ତୁତ କରାଯାଇ ସହର ଓ ଗ୍ରାମାଞ୍ଚଳରେ ବିକ୍ରି କରାଯିବ। ସ୍କୁଲ ଓ ଅଙ୍ଗନଓ୍ବାଡି ଖାଦ୍ୟ ତାଲିକାରେ ଏହାକୁ ସାମିଲ କରାଯିବ। ଆଗ୍ରହୀ ଚାଷୀଙ୍କ ନିକଟରେ ଏହି ଚାଷ ପହଞ୍ଚାଇବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଜିଲା ମୁଖ୍ୟ କୃଷି ଅଧିକାରୀ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଡେଭଲପ୍‌ମେଣ୍ଟ ଷ୍ଟଡିଜ୍‌ ଓ ୱାସନ୍‌ ଏନ୍‌ଜିଓ ସଂସ୍ଥା ସହ ଜାନୁୟାରୀ ମାସରେ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହି ଚାଷକୁ କିଭଳି ବୀମାଭୁକ୍ତ କରାଯିବ ସେ ନେଇ ବିଚାରବିମର୍ଶ ଜାରି ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ବିକ୍ରି ନ ହେବାରୁ ଚାଷ ଛାଡ଼ିଥିଲି
ପୂର୍ବରୁ ମାଣ୍ଡିଆ ଚାଷ କରୁଥିଲି। କିନ୍ତୁ ଚାହିଦା କମିବାରୁ ବିକ୍ରି ହେଲା ନାହିଁ। ରୋଗପୋକ ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ କ୍ଷତି ସହିବାକୁ ପଡ଼ିଲା। ସରକାରୀ ପ୍ରୋତ୍ସାହନ ନ ମିଳିବାରୁ ଏହି ଚାଷରୁ ଦୂରେଇ ଗଲି। ଏବେ ଜିଲା ପ୍ରଶାସନ ପ୍ରୋତ୍ସାହନ ସହ ବିକ୍ରି ଦାୟିତ୍ୱ ନେବ ବୋଲି କହୁଥିବାରୁ ଏହାକୁ ସ୍ବାଗତ କରୁଛି।
-ବୀର ନାୟକ, ଚାଷୀ, କିଶୋରନଗର

ଚାହିଦା ବଢ଼ୁଥିବାରୁ ଚାଷ କରିବୁ
ପୂର୍ବରୁ ମାଣ୍ଡିଆ ଭଲ ବିକ୍ରି ହେଉ ନ ଥିଲା। ସାମାଜିକ ଦୃଷ୍ଟି କୋଣରୁ ଏହା ସେତେବେଳେ ଗରିବ ଲୋକଙ୍କ ଖାଦ୍ୟ ବୋଲି କୁହାଯାଉଥିଲା। ଏବେ ବିଭିନ୍ନ ଔଷଧୀୟ କାର୍ଯ୍ୟରେ ମାଣ୍ଡିଆ ଲାଗୁଥିବାରୁ ଚାହିଦା ବଢ଼ିଛି। ତେଣୁ ଅତୀତରେ ହରାଇଥିବା ମାଣ୍ଡିଆ ଚାଷକୁ ଆମେମାନେ ଖେତରେ ଫେରିପାଇବୁ।
-ଫକୀର ମହାନ୍ତ, ଚାଷୀ, ପାଲଲହଡ଼ା

ନୀରୋଗ ରହିବାକୁ ମାଣ୍ଡିଆ ପ୍ରତି ଆଗ୍ରହ
ମାଣ୍ଡିଆର ଉପକାରିତା ଅତୀତରେ ଲୋକମାନେ ବୁଝି ପାରି ନ ଥିଲେ। ସେଥିପାଇଁ ତାହାକୁ ଆଦର କରୁ ନ ଥିଲେ। ଏବେ ଧାନ ଓ ପରିବା ଚାଷରେ ଅଧିକ ସାର, ଔଷଧର ପ୍ରୟୋଗ ଯୋଗୁ ଲୋକଙ୍କ ସ୍ବାସ୍ଥ୍ୟହାନି ହେଉଛି। ତେଣୁ ନୀରୋଗ ଶରୀର ପାଇଁ ମାଣ୍ଡିଆ, ସୁଆଁ, କାଙ୍ଗୁ, ବାଜରା ଖାଇବାକୁ ଆଗ୍ରହ ବଢ଼ୁଛି।
-ହରମୋହନ ସାହୁ, ଚାଷୀ, ଛେଣ୍ଡିପଦା

ସହଯୋଗ ମିଳିଲେ ଚାଷୀ ଆଗେଇ ଆସିବେ
ଘରେ ଖାଇବା ପାଇଁ ଦୀର୍ଘ ଦିନ ହେବ ମାଣ୍ଡିଆ ଚାଷ କରୁଛି। ପୂର୍ବ ଭଳି ଆଉ ଭଲ କିସମର ବିହନ ମିଳୁନି। ଏବେ ଟାଇଁସି ଅଞ୍ଚଳର ୨୦ରୁ ୨୫ ଜଣ ଏହି ଚାଷ କରୁଛନ୍ତି। ପ୍ରଶାସନର ସହଯୋଗ ରହିଲେ ଜିଲାର ବହୁ ଚାଷୀ ଏଥିପାଇଁ ଆଗେଇ ଆସିବେ। ଉନ୍ନତ ବିହନ ମିଳିଲେ ଅମଳ ଭଲ ହେବ।
-ଅର୍ଜୁନ ସାହୁ, ଚାଷୀ, ଅନୁଗୋଳ

ନୂଆ ପଦ୍ଧତିରେ ହେବ ଚାଷ
ବିଗତ ଦିନରେ ପାରମ୍ପରିକ ପଦ୍ଧତିରେ ମାଣ୍ଡିଆ ଚାଷ କରୁଥିଲୁ। ଏବେ ସଘନ ପଦ୍ଧତିରେ ଚାଷ ହେବ। ଏହାଦ୍ୱାରା ଅମଳ ଭଲ ହେବ। ପ୍ରଶାସନ ବିକ୍ରି ପାଇଁ ସୁବିଧା କରିବ ବୋଲି କହୁଥିବାରୁ ଆଉ ଅସୁବିଧା ରହିବ ନାହିଁ। ମାଣ୍ଡିଆ ଖାଇବାକୁ ଏବେ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଉଛନ୍ତି।
-ଲକ୍ଷ୍ମୀ ନାୟକ, ଚାଷୀ, ଆଠମଲ୍ଲିକ

ସର୍ଭେ ସମୟରେ ଉତ୍ସାହ ଦେଖାଗଲା
ଦୀର୍ଘ ବର୍ଷ ପରେ ଲୋକମାନେ ମାଣ୍ଡିଆର ଗୁରୁତ୍ୱ ବୁଝିଛନ୍ତି। ସେଥିପାଇଁ ଜିଲାରେ ବହୁ ପରିମାଣରେ ମାଣ୍ଡିଆ ଚାଷ କରାଯିବ। ଏହାକୁ ନେଇ ପ୍ରଥମେ ଦ୍ୱନ୍ଦ୍ୱ ରହିଥିଲା। ସର୍ଭେ ସମୟରେ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲା। ଏହି ଚାଷ ବାବଦ ଖର୍ଚ୍ଚ ଜିଲା ଖଣିଜ ପ୍ରତିଷ୍ଠାନ ବହନ କରିବ।
-ପ୍ରିୟଙ୍କା ମହାନ୍ତି, ଜୀବନ ଜୀବିକା ଏକ୍ସପର୍ଟ, ଡିଏମ୍‌ଏଫ୍‌

ସଫଳତା ପାଇଁ ଉଦ୍ୟମ ଜାରି ରହିଛି
ଜିଲାରେ କିଭଳି ଭାବେ ମିଲେଟ ମିଶନ୍‌ କାର୍ଯ୍ୟ କରିବ ସେ ନେଇ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ୱାସନ୍‌ ସହ ଚୁକ୍ତି ହେବା ପରେ ଫସିଲେଟିଙ୍ଗ ଏନ୍‌ଜିଓକୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏମାନେ ପ୍ରତି ବ୍ଲକରେ ଚାଷୀଙ୍କ ସହ ଭଲମନ୍ଦ ଆଲୋଚନା କରିବେ। ୱାସନ ନିକଟରୁ ପାଇଥିବା ପ୍ରଶିକ୍ଷଣ ଚାଷୀଙ୍କୁ ଦେବେ।
-ଦେବରାଜ ମହାନ୍ତି, ଜିଲା ମୁଖ୍ୟ କୃଷି ଅଧିକାରୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri