ନଳକୂଅ ଧରାଇ ନୀରବ

ବଇଣ୍ଡା,୧୦ା୬:  ବସୁଧା ଯୋଜନାରେ ପ୍ରଚୁର ଅର୍ଥ ବ୍ୟୟ ହେଉଛି। ଏକାଧିକ ପାଣି ଟାଙ୍କି ଗ୍ରାମାଞ୍ଚଳ ଆକାଶ ଛୁଉଁଛି। ଘର ଟ୍ୟାପ୍‌ ଖୋଲିଲେ ଲୋକଙ୍କୁ ବିଶୁଦ୍ଧ ପାଇପ୍‌ ପାଣି ମିଳିପାରୁଛି। ହେଲେ ଅନୁଗୋଳ ଜିଲା କିଶୋରନଗର ବ୍ଲକର ୧୬ ଗ୍ରାମବାସୀ ଏଥିରୁ ବଞ୍ଚିତ। ଏଠାରେ କୌଣସି ପ୍ରକଳ୍ପ ହୋଇନି କି ସରକାରଙ୍କ ସ୍ବଚ୍ଛ ପାଣିର ସ୍ବାଦ ଚାଖିବାକୁ ମିଳିନି। ଜଙ୍ଗଲ ଅଧ୍ୟୁଷିତ ଗଁା ହୋଇଥିବାରୁ ଦୀର୍ଘବର୍ଷ ହେଲା ଲୋକଙ୍କୁ ନଳକୂଅ ଧରାଇ ସରକାର ନୀରବ ହୋଇଯାଇଛନ୍ତି। ଫଳରେ ପର୍ଯ୍ୟାପ୍ତ ପାଣି ପାଉ ନ ଥିବା ଏଠାକାର ଗ୍ରାମବାସୀଙ୍କୁ ବର୍ଷର ଅନେକ ସମୟରେ ପାହାଡ଼ି ନାଳର ଦୂଷିତ ଜଳ ଉପରେ ନିର୍ଭର କରିବାକୁ ପଡ଼ୁଛି।
କିଶୋରନଗର ବ୍ଲକର ହଣ୍ଡପା ଓ କଣ୍ଟେଇକୋଳିଆ ପଞ୍ଚାୟତରେ ରହିଛି ଏହି ୧୬ଟି ଗ୍ରାମ। ହଣ୍ଡପା ପଞ୍ଚାୟତର ପ୍ରତାପପୁରରେ ୬୦ ପରିବାର ରୁହନ୍ତି। ଏଠାକାର ଲୋକଙ୍କ ପାଇଁ ମାତ୍ର ଗୋଟିଏ ନଳକୂଅ ବ୍ୟବସ୍ଥା ହୋଇଥିବାରୁ ପାଣି ନିଅଣ୍ଟ ପଡ଼ୁଛି। ସେହିପରି ନୂଆଁ ବାଲିଖମଣରେ ୪୦ ପରିବାର ପାଇଁ ଗୋଟିଏ, ବାଲିଖମଣରେ ୩୫ ପରିବାର ପାଇଁ ଗୋଟିଏ, ଖୋଲାରେଗେଡ଼ାରେ ୭୦ ପରିବାର ନିମନ୍ତେ ୩ଟି, ନୂଆଁ ଖୋଲାରେଗେଡ଼ାରେ ୪୦ ପରିବାର ପାଇଁ ୨, ବଣିନାଳୀ ଗ୍ରାମର ୧୬୫ ପରିବାର ନିମନ୍ତେ ୪, ଅର୍ଜୁନଧରା ଗ୍ରାମର ୧୨୦ ପରିବାର ନିମନ୍ତେ ୪ ଓ ଗୁଣ୍ଡୁରୀମୁଣ୍ଡା ଗ୍ରାମରେ ବସବାସ କରୁଥିବା ୬୪ ପରିବାର ସଦସ୍ୟଙ୍କ ପାଇଁ ୩ଟି ନଳକୂଅ ରହିଛି। କେତୋଟି ଅଚଳ ଥିବାବେଳେ ବହୁ ନଳକୂଅରୁ ଲୌହଗୁଣ୍ଡଯୁକ୍ତ ପାଣି ବାହାରୁଥିବାରୁ ତାହା ପାନୀୟଯୋଗ୍ୟ ହୋଇପାରୁ ନାହିଁ। ସେହିପରି କଣ୍ଟେଇକୋଳିଆ ପଞ୍ଚାୟତର ଇଛାପୁର ଗ୍ରାମରେ ୪୦୦ ପରିବାରଙ୍କ ଆବଶ୍ୟକତା ମେଣ୍ଟାଇବାକୁ ୫ଟି ନଳକୂଅ ଖନନ କରାଯାଇଛି। ଅଁଳାବେରେଣି ଗ୍ରାମରେ ୧୧୦ ପରିବାର ପାଇଁ ୩ ନଳକୂଅ, ହିଞ୍ଜିରିଡା ଗ୍ରାମର ୭୫ ପରିବାର ନିମନ୍ତେ ୩, ଚାରିଖମଣ ଗ୍ରାମର ୫୦ ପରିବାର ପାଇଁ ୨, ଲକ୍ଷ୍ମୀପ୍ରିୟାପୁର ଗ୍ରାମର ୫୦ ପରିବାର ନିମନ୍ତେ ୨, ଗୁଣ୍ଡୁରୀଝରଣ ଗ୍ରାମର ୬୦ ପରିବାର ପାଇଁ ୩, ରାଜନପାଳ ଗ୍ରାମର ୫୦ ପରିବାର ନିମନ୍ତେ ୨ ଓ ବାଲିଆମ୍ବ ଗ୍ରାମର ୩୫ ପରିବାର ସଦସ୍ୟଙ୍କ ନିମନ୍ତେ ୨ଟି ନଳକୂଅ ବ୍ୟବସ୍ଥା କରାଯାଇଛି। ଅନେକ ଗ୍ରାମର ଲୋକସଂଖ୍ୟା ଅନୁଯାୟୀ ନଳକୂଅ ନ ଥିବାରୁ ଆବଶ୍ୟକ ପରିମାଣର ପାଣି ମିଳିପାରୁ ନାହିଁ। ବିଶେଷକରି ଖରାଦିନେ ଜଳାଭାବ ଦେଖାଦେଉଥିବାରୁ ନିକଟସ୍ଥ ଅଞ୍ଚଳରେ ଥିବା ଖୋଲା କୂଅ ଓ ନାଳରୁ ପାଣି ଆଣି ଲୋକେ ବ୍ୟବହାର କରୁଛନ୍ତି। ବସୁଧା ସହ ସୋଲାର ପମ୍ପ ପ୍ରକଳ୍ପ ଯୋଜନାରେ ପାଣି ଯୋଗାଇ ଦେବା ପାଇଁ ପଞ୍ଚାୟତ ପକ୍ଷରୁ ବହୁବାର ବ୍ଲକ, ଜିଲା ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ନିକଟରେ ଦାବି କରାଯାଉଥିଲେ ମଧ୍ୟ ବର୍ଷ ବର୍ଷ ଧରି ଜଙ୍ଗଲ ଅଧ୍ୟୁଷିତ ଏହି ଗ୍ରାମଗୁଡ଼ିକ ପ୍ରତି ସରକାରୀ ଅବହେଳା ଜାରି ରହିଥିବା ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ କିଶୋରନଗର ବ୍ଲକ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି, ହଣ୍ଡପା ଓ କଣ୍ଟେଇକୋଳିଆ ପଞ୍ଚାୟତରେ ଜଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ସରକାରଙ୍କ ପକ୍ଷରୁ କୌଣସି ଅର୍ଥ ମଞ୍ଜୁର କରାଯାଇ ନାହିଁ। ଆଠମଲିକସ୍ଥିତ ମହାନଦୀରୁ ମେଗା ପ୍ରୋଜେକ୍ଟ ଜରିଆରେ କିଶୋରନଗର ବ୍ଲକର ୨୩ଟି ପଞ୍ଚାୟତକୁ ପିଇବା ପାଣି ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ନିର୍ମାଣ ହେଲେ ଉପରୋକ୍ତ ଗ୍ରାମଗୁଡିକୁ ଏଥିରେ ସାମିଲ କରାଯିବ।

ଯୋଜନାରେ ମେଣ୍ଟିବନି ଶୋଷ
ହଣ୍ଡପା ପଞ୍ଚାୟତରେ ଗୋଟିଏ ହେଲେ ଜଳ ପ୍ରକଳ୍ପ ନାହିଁ। ବହୁ ନଳକୂଅ ଅଚଳ ରହୁଥିବାରୁ ଖରାଦିନେ ପଞ୍ଚାୟତବାସୀ ଡହଳବିକଳ ହେଉଛନ୍ତି। ମହାନଦୀ ପାଣିକୁ ନେଇ କେବଳ ମେଗା ଯୋଜନା ଘୋଷଣା କରିଦେଲେ ଶୋଷ ମେଣ୍ଟିବ ନାହିଁ। ଲୋକଙ୍କ ନିକଟରେ ସ୍ବଚ୍ଛ ପାନୀୟ ଜଳ ପହଞ୍ଚିବା ଆବଶ୍ୟକ।
-ଦୁଲା ପ୍ରଧାନ, ଅର୍ଜୁନଧରା

ପଦକ୍ଷେପ ନେଉନି ପ୍ରଶାସନ
ବସୁଧା ଯୋଜନାରେ ପଞ୍ଚାୟତରେ ପ୍ରକଳ୍ପ ନିର୍ମାଣ କରି ୮ ଗ୍ରାମକୁ ଜଳ ଯୋଗାଣ ନିମନ୍ତେ ବହୁବାର ପ୍ରଶାସନକୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଯାଇଛି। ହେଲେ ଏ ନେଇ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଖରାଦିନେ ବହୁ ଗ୍ରାମବାସୀ ଜଳ ସଙ୍କଟର ସମ୍ମୁଖୀନ ହୋଇ ହନ୍ତସନ୍ତ ହେଉଛନ୍ତି।
-ଅମୀୟ କୁମାର ପ୍ରଧାନ, ସରପଞ୍ଚ, ହଣ୍ଡପା

ନୂଆ ପ୍ରକଳ୍ପ ନିର୍ମାଣ କରାଯାଉ
ଗ୍ରାମରେ ବର୍ଷ ସାରା ପିଇବା ପାଣି ଅଭାବ ଲାଗି ରହିଛି। ନିର୍ମାଣ ହୋଇଥିବା ଗୋଟିଏ ସୋଲାର ପ୍ରକଳ୍ପ ଅଚଳ ଅବସ୍ଥାରେ ପଡିଛି। ନଳକୂଅଗୁଡିକରୁ ଲୌହଗୁଣ୍ଡ ମିଶା ପାଣି ବାହାରୁ ଥିବାରୁ ଲୋକେ ତାହାକୁ ବ୍ୟବହାର କରୁନାହାନ୍ତି। ତୁରନ୍ତ ନୂଆ ପ୍ରକଳ୍ପ ନିର୍ମାଣ କରାଯାଇ ପାଣି ଯୋଗାଇ ଦିଆଯାଉ।
-ସୁନୀଲ ସେଠୀ, ଅଁଳାବେରେଣି

ସମସ୍ୟାର ସମାଧାନ ହେଉନାହିଁ
ଗ୍ରାମରେ ୪ ଶହରୁ ଊର୍ଦ୍ଧ୍ୱ ପରିବାର ରହୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଜଳ ପ୍ରକଳ୍ପଟିଏ ନିର୍ମାଣ କରାଯାଉ ନାହିଁ। ପ୍ରତିବର୍ଷ ପାଣି ସମସ୍ୟା ଲାଗି ରହୁଛି। ଏହାର କୌଣସି ସମାଧାନ କରାଯାଉ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।
-ଉତ୍ତମ କୁମାର ମାଟିଆରୀ, ଇଚ୍ଛାପୁର

ମୌଳିକ ଆବଶ୍ୟକତା ପୂରଣ ହେଉନି
ଜଙ୍ଗଲାଞ୍ଚଳ ହୋଇଥିବାରୁ ସରକାରୀ ଯୋଜନାଗୁଡିକ ଏଠାରେ ପହଞ୍ଚିପାରୁ ନାହିଁ। ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ଦିଗରେ ସରକାରଙ୍କ ପକ୍ଷରୁ ଠିକ୍‌ ଭାବେ ପଦକ୍ଷେପ ନିଆଯାଉ ନାହିଁ। ତୁରନ୍ତ ପ୍ରତି ଗ୍ରାମରେ ସୋଲାର ପ୍ରକଳ୍ପ ନିର୍ମାଣ କରାଯାଇ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉ।
-ସୁଜିତ ମହାପାତ୍ର, ରାଜନପାଳ

ସରକାରୀସ୍ତରରେ ଉଦ୍ୟମ କରାଯାଉଛି
ପ୍ରତ୍ୟେକ ଗ୍ରାମକୁ ବିଶୁଦ୍ଧ ପାଇପ୍‌ ଜଳ ଯୋଗାଇବାକୁ ସରକାରୀସ୍ତରର ଉଦ୍ୟମ ଜାରି ରହିଛି। ଆଠମଲ୍ଲିକସ୍ଥିତ ମହାନଦୀରୁ ମେଗା ପ୍ରୋଜେକ୍ଟ ଦ୍ୱାରା ପାଣି ଅଣାଯାଇ କିଶୋରନଗର ବ୍ଲକର ସମସ୍ତ ଗ୍ରାମକୁ ଯୋଗାଇ ଦିଆଯିବାର ଯୋଜନା ରହିଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଅଚଳ ନଳକୂଅ ସଚଳ କରିବାକୁ ଏବଂ ଆବଶ୍ୟକସ୍ଥଳେ ନୂଆ ଖନନ ପାଇଁ ନିର୍ଦ୍ଦେଶ ଦିଆଯିବ।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍‌ କାଟି ଲୁଟିନେଲେ

ନିରାକାରପୁର,୬।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରରୁ ବଡ଼ ଧରଣର ଲୁଟ ହୋଇଛି। ଦୁର୍ବୃତ୍ତମାନେ ଏଟିଏମ୍‌ କାଟି ସମସ୍ତ ଟଙ୍କା...

ରେଭେନ୍‌ଶାରେ ମୃତ୍ତିକାବିହୀନ ଫୁଲଚାଷ

କଟକ ଅଫିସ,୩୦ା୫: ଜନସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲୋକମାନେ ରହିବା ପାଇଁ ବାସୋପଯୋଗୀ ଜମି ବ୍ୟତୀତ ଚାଷଜମିରେ ଘର କରୁଥିବା ଦେଖିବାକୁ ମିଳୁଛି। ଏଥିଯୋଗୁ ଚାଷ...

ପୌର ଅଧ୍ୟକ୍ଷାଙ୍କ ଟେବୁଲରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଚୋରି

ଆନନ୍ଦପୁର,୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌର ପରିଷଦର କିଛି ଗୁରୁତ୍ୱପୁର୍ଣ୍ଣ ଉନ୍ନୟନ କାର୍ଯ୍ୟର ଫାଇଲ୍‌ ଅଧ୍ୟକ୍ଷାଙ୍କ ଟେବୁଲରୁ ଚୋରି ହୋଇଯାଇଛି। ଏନେଇ ପୌର ଅଧିକାରୀ ଅଶୋକ...

ଆଜିଠୁ ଯୁକ୍ତ୩ ପାଠପଢ଼ା

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଗୁରୁବାରଠାରୁ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହେବ। ଯେଉଁ ଛାତ୍ରୀଛାତ୍ର ହଷ୍ଟେଲରେ ରହିବା ପାଇଁ...

୩ ଦିନ ଭୋଟ ଗଣନା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ):୨୦୨୨ ଫେବୃୟାରୀରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ଇଭିଏମ୍‌ ବଦଳରେ ବାଲଟ ପେପରରେ ହେବ। ଏଥିସହିତ ଭୋଟଗଣତି କ୍ରମାଗତ ୩ ଦିନ...

କର୍ତଙ୍ଗକୁ ଲୋକକଳା ଗ୍ରାମ ମାନ୍ୟତା

ବିନିକା, ୨ା୧୦(ଡି.ଏନ.ଏ.): ସୁବଣ୍ଣର୍ର୍ପୁର ଜିଲା ବିନିକା ବ୍ଲକ ମହାଦେବପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କର୍ତଙ୍ଗ ଗ୍ରାମକୁ ଲୋକକଳା ଗ୍ରାମ୍ୟ ମାନ୍ୟତା ମିଳିଛି ା ରାଜ୍ୟ ସରକାରଙ୍କ...

ଭାଜପା ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର, ୬।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ନେଇ ପ୍ରଚାର ଚାଲିଥିବା ବେଳେ ସୋମବାର ପୋଲିସ ଦୁଇ ଜଣ ଯୁବକଙ୍କ ପାଖରୁ ୫୦ ଲକ୍ଷ ଟଙ୍କା ଜବତ କରିଛି।...

୨୦୪୭ ସୁଦ୍ଧା ରାଜ୍ୟରୁ ହଟିବ ସିକିଲ୍‌ ସେଲ୍‌

ଭୁବନେଶ୍ୱର,୩।୮(ଅଭିଜିତ ଦାସ)ରାଜ୍ୟରେ ବର୍ତ୍ତମାନ ସିକିଲ୍‌ସେଲ୍‌ ବା ସିକିଲ୍‌ ସେଲ୍‌ ଆନିମିଆ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଅଧିକାଂଶ ରୋଗୀ ଓଡିଶାର ଦକ୍ଷିଣ ଓ ପଶ୍ଚିମ ଅଞ୍ଚଳରେ ଦେଖାଯାଉଛନ୍ତି।...

Advertisement
Archives

Model This Week