ନଳକୂଅ ଧରାଇ ନୀରବ

ବଇଣ୍ଡା,୧୦ା୬:  ବସୁଧା ଯୋଜନାରେ ପ୍ରଚୁର ଅର୍ଥ ବ୍ୟୟ ହେଉଛି। ଏକାଧିକ ପାଣି ଟାଙ୍କି ଗ୍ରାମାଞ୍ଚଳ ଆକାଶ ଛୁଉଁଛି। ଘର ଟ୍ୟାପ୍‌ ଖୋଲିଲେ ଲୋକଙ୍କୁ ବିଶୁଦ୍ଧ ପାଇପ୍‌ ପାଣି ମିଳିପାରୁଛି। ହେଲେ ଅନୁଗୋଳ ଜିଲା କିଶୋରନଗର ବ୍ଲକର ୧୬ ଗ୍ରାମବାସୀ ଏଥିରୁ ବଞ୍ଚିତ। ଏଠାରେ କୌଣସି ପ୍ରକଳ୍ପ ହୋଇନି କି ସରକାରଙ୍କ ସ୍ବଚ୍ଛ ପାଣିର ସ୍ବାଦ ଚାଖିବାକୁ ମିଳିନି। ଜଙ୍ଗଲ ଅଧ୍ୟୁଷିତ ଗଁା ହୋଇଥିବାରୁ ଦୀର୍ଘବର୍ଷ ହେଲା ଲୋକଙ୍କୁ ନଳକୂଅ ଧରାଇ ସରକାର ନୀରବ ହୋଇଯାଇଛନ୍ତି। ଫଳରେ ପର୍ଯ୍ୟାପ୍ତ ପାଣି ପାଉ ନ ଥିବା ଏଠାକାର ଗ୍ରାମବାସୀଙ୍କୁ ବର୍ଷର ଅନେକ ସମୟରେ ପାହାଡ଼ି ନାଳର ଦୂଷିତ ଜଳ ଉପରେ ନିର୍ଭର କରିବାକୁ ପଡ଼ୁଛି।
କିଶୋରନଗର ବ୍ଲକର ହଣ୍ଡପା ଓ କଣ୍ଟେଇକୋଳିଆ ପଞ୍ଚାୟତରେ ରହିଛି ଏହି ୧୬ଟି ଗ୍ରାମ। ହଣ୍ଡପା ପଞ୍ଚାୟତର ପ୍ରତାପପୁରରେ ୬୦ ପରିବାର ରୁହନ୍ତି। ଏଠାକାର ଲୋକଙ୍କ ପାଇଁ ମାତ୍ର ଗୋଟିଏ ନଳକୂଅ ବ୍ୟବସ୍ଥା ହୋଇଥିବାରୁ ପାଣି ନିଅଣ୍ଟ ପଡ଼ୁଛି। ସେହିପରି ନୂଆଁ ବାଲିଖମଣରେ ୪୦ ପରିବାର ପାଇଁ ଗୋଟିଏ, ବାଲିଖମଣରେ ୩୫ ପରିବାର ପାଇଁ ଗୋଟିଏ, ଖୋଲାରେଗେଡ଼ାରେ ୭୦ ପରିବାର ନିମନ୍ତେ ୩ଟି, ନୂଆଁ ଖୋଲାରେଗେଡ଼ାରେ ୪୦ ପରିବାର ପାଇଁ ୨, ବଣିନାଳୀ ଗ୍ରାମର ୧୬୫ ପରିବାର ନିମନ୍ତେ ୪, ଅର୍ଜୁନଧରା ଗ୍ରାମର ୧୨୦ ପରିବାର ନିମନ୍ତେ ୪ ଓ ଗୁଣ୍ଡୁରୀମୁଣ୍ଡା ଗ୍ରାମରେ ବସବାସ କରୁଥିବା ୬୪ ପରିବାର ସଦସ୍ୟଙ୍କ ପାଇଁ ୩ଟି ନଳକୂଅ ରହିଛି। କେତୋଟି ଅଚଳ ଥିବାବେଳେ ବହୁ ନଳକୂଅରୁ ଲୌହଗୁଣ୍ଡଯୁକ୍ତ ପାଣି ବାହାରୁଥିବାରୁ ତାହା ପାନୀୟଯୋଗ୍ୟ ହୋଇପାରୁ ନାହିଁ। ସେହିପରି କଣ୍ଟେଇକୋଳିଆ ପଞ୍ଚାୟତର ଇଛାପୁର ଗ୍ରାମରେ ୪୦୦ ପରିବାରଙ୍କ ଆବଶ୍ୟକତା ମେଣ୍ଟାଇବାକୁ ୫ଟି ନଳକୂଅ ଖନନ କରାଯାଇଛି। ଅଁଳାବେରେଣି ଗ୍ରାମରେ ୧୧୦ ପରିବାର ପାଇଁ ୩ ନଳକୂଅ, ହିଞ୍ଜିରିଡା ଗ୍ରାମର ୭୫ ପରିବାର ନିମନ୍ତେ ୩, ଚାରିଖମଣ ଗ୍ରାମର ୫୦ ପରିବାର ପାଇଁ ୨, ଲକ୍ଷ୍ମୀପ୍ରିୟାପୁର ଗ୍ରାମର ୫୦ ପରିବାର ନିମନ୍ତେ ୨, ଗୁଣ୍ଡୁରୀଝରଣ ଗ୍ରାମର ୬୦ ପରିବାର ପାଇଁ ୩, ରାଜନପାଳ ଗ୍ରାମର ୫୦ ପରିବାର ନିମନ୍ତେ ୨ ଓ ବାଲିଆମ୍ବ ଗ୍ରାମର ୩୫ ପରିବାର ସଦସ୍ୟଙ୍କ ନିମନ୍ତେ ୨ଟି ନଳକୂଅ ବ୍ୟବସ୍ଥା କରାଯାଇଛି। ଅନେକ ଗ୍ରାମର ଲୋକସଂଖ୍ୟା ଅନୁଯାୟୀ ନଳକୂଅ ନ ଥିବାରୁ ଆବଶ୍ୟକ ପରିମାଣର ପାଣି ମିଳିପାରୁ ନାହିଁ। ବିଶେଷକରି ଖରାଦିନେ ଜଳାଭାବ ଦେଖାଦେଉଥିବାରୁ ନିକଟସ୍ଥ ଅଞ୍ଚଳରେ ଥିବା ଖୋଲା କୂଅ ଓ ନାଳରୁ ପାଣି ଆଣି ଲୋକେ ବ୍ୟବହାର କରୁଛନ୍ତି। ବସୁଧା ସହ ସୋଲାର ପମ୍ପ ପ୍ରକଳ୍ପ ଯୋଜନାରେ ପାଣି ଯୋଗାଇ ଦେବା ପାଇଁ ପଞ୍ଚାୟତ ପକ୍ଷରୁ ବହୁବାର ବ୍ଲକ, ଜିଲା ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ନିକଟରେ ଦାବି କରାଯାଉଥିଲେ ମଧ୍ୟ ବର୍ଷ ବର୍ଷ ଧରି ଜଙ୍ଗଲ ଅଧ୍ୟୁଷିତ ଏହି ଗ୍ରାମଗୁଡ଼ିକ ପ୍ରତି ସରକାରୀ ଅବହେଳା ଜାରି ରହିଥିବା ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ କିଶୋରନଗର ବ୍ଲକ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି, ହଣ୍ଡପା ଓ କଣ୍ଟେଇକୋଳିଆ ପଞ୍ଚାୟତରେ ଜଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ସରକାରଙ୍କ ପକ୍ଷରୁ କୌଣସି ଅର୍ଥ ମଞ୍ଜୁର କରାଯାଇ ନାହିଁ। ଆଠମଲିକସ୍ଥିତ ମହାନଦୀରୁ ମେଗା ପ୍ରୋଜେକ୍ଟ ଜରିଆରେ କିଶୋରନଗର ବ୍ଲକର ୨୩ଟି ପଞ୍ଚାୟତକୁ ପିଇବା ପାଣି ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ନିର୍ମାଣ ହେଲେ ଉପରୋକ୍ତ ଗ୍ରାମଗୁଡିକୁ ଏଥିରେ ସାମିଲ କରାଯିବ।

ଯୋଜନାରେ ମେଣ୍ଟିବନି ଶୋଷ
ହଣ୍ଡପା ପଞ୍ଚାୟତରେ ଗୋଟିଏ ହେଲେ ଜଳ ପ୍ରକଳ୍ପ ନାହିଁ। ବହୁ ନଳକୂଅ ଅଚଳ ରହୁଥିବାରୁ ଖରାଦିନେ ପଞ୍ଚାୟତବାସୀ ଡହଳବିକଳ ହେଉଛନ୍ତି। ମହାନଦୀ ପାଣିକୁ ନେଇ କେବଳ ମେଗା ଯୋଜନା ଘୋଷଣା କରିଦେଲେ ଶୋଷ ମେଣ୍ଟିବ ନାହିଁ। ଲୋକଙ୍କ ନିକଟରେ ସ୍ବଚ୍ଛ ପାନୀୟ ଜଳ ପହଞ୍ଚିବା ଆବଶ୍ୟକ।
-ଦୁଲା ପ୍ରଧାନ, ଅର୍ଜୁନଧରା

ପଦକ୍ଷେପ ନେଉନି ପ୍ରଶାସନ
ବସୁଧା ଯୋଜନାରେ ପଞ୍ଚାୟତରେ ପ୍ରକଳ୍ପ ନିର୍ମାଣ କରି ୮ ଗ୍ରାମକୁ ଜଳ ଯୋଗାଣ ନିମନ୍ତେ ବହୁବାର ପ୍ରଶାସନକୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଯାଇଛି। ହେଲେ ଏ ନେଇ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଖରାଦିନେ ବହୁ ଗ୍ରାମବାସୀ ଜଳ ସଙ୍କଟର ସମ୍ମୁଖୀନ ହୋଇ ହନ୍ତସନ୍ତ ହେଉଛନ୍ତି।
-ଅମୀୟ କୁମାର ପ୍ରଧାନ, ସରପଞ୍ଚ, ହଣ୍ଡପା

ନୂଆ ପ୍ରକଳ୍ପ ନିର୍ମାଣ କରାଯାଉ
ଗ୍ରାମରେ ବର୍ଷ ସାରା ପିଇବା ପାଣି ଅଭାବ ଲାଗି ରହିଛି। ନିର୍ମାଣ ହୋଇଥିବା ଗୋଟିଏ ସୋଲାର ପ୍ରକଳ୍ପ ଅଚଳ ଅବସ୍ଥାରେ ପଡିଛି। ନଳକୂଅଗୁଡିକରୁ ଲୌହଗୁଣ୍ଡ ମିଶା ପାଣି ବାହାରୁ ଥିବାରୁ ଲୋକେ ତାହାକୁ ବ୍ୟବହାର କରୁନାହାନ୍ତି। ତୁରନ୍ତ ନୂଆ ପ୍ରକଳ୍ପ ନିର୍ମାଣ କରାଯାଇ ପାଣି ଯୋଗାଇ ଦିଆଯାଉ।
-ସୁନୀଲ ସେଠୀ, ଅଁଳାବେରେଣି

ସମସ୍ୟାର ସମାଧାନ ହେଉନାହିଁ
ଗ୍ରାମରେ ୪ ଶହରୁ ଊର୍ଦ୍ଧ୍ୱ ପରିବାର ରହୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଜଳ ପ୍ରକଳ୍ପଟିଏ ନିର୍ମାଣ କରାଯାଉ ନାହିଁ। ପ୍ରତିବର୍ଷ ପାଣି ସମସ୍ୟା ଲାଗି ରହୁଛି। ଏହାର କୌଣସି ସମାଧାନ କରାଯାଉ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।
-ଉତ୍ତମ କୁମାର ମାଟିଆରୀ, ଇଚ୍ଛାପୁର

ମୌଳିକ ଆବଶ୍ୟକତା ପୂରଣ ହେଉନି
ଜଙ୍ଗଲାଞ୍ଚଳ ହୋଇଥିବାରୁ ସରକାରୀ ଯୋଜନାଗୁଡିକ ଏଠାରେ ପହଞ୍ଚିପାରୁ ନାହିଁ। ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ଦିଗରେ ସରକାରଙ୍କ ପକ୍ଷରୁ ଠିକ୍‌ ଭାବେ ପଦକ୍ଷେପ ନିଆଯାଉ ନାହିଁ। ତୁରନ୍ତ ପ୍ରତି ଗ୍ରାମରେ ସୋଲାର ପ୍ରକଳ୍ପ ନିର୍ମାଣ କରାଯାଇ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉ।
-ସୁଜିତ ମହାପାତ୍ର, ରାଜନପାଳ

ସରକାରୀସ୍ତରରେ ଉଦ୍ୟମ କରାଯାଉଛି
ପ୍ରତ୍ୟେକ ଗ୍ରାମକୁ ବିଶୁଦ୍ଧ ପାଇପ୍‌ ଜଳ ଯୋଗାଇବାକୁ ସରକାରୀସ୍ତରର ଉଦ୍ୟମ ଜାରି ରହିଛି। ଆଠମଲ୍ଲିକସ୍ଥିତ ମହାନଦୀରୁ ମେଗା ପ୍ରୋଜେକ୍ଟ ଦ୍ୱାରା ପାଣି ଅଣାଯାଇ କିଶୋରନଗର ବ୍ଲକର ସମସ୍ତ ଗ୍ରାମକୁ ଯୋଗାଇ ଦିଆଯିବାର ଯୋଜନା ରହିଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଅଚଳ ନଳକୂଅ ସଚଳ କରିବାକୁ ଏବଂ ଆବଶ୍ୟକସ୍ଥଳେ ନୂଆ ଖନନ ପାଇଁ ନିର୍ଦ୍ଦେଶ ଦିଆଯିବ।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଲଘୁଚାପ!

ଭୁବନେଶ୍ୱର,୧୦।୯ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ଛାତ୍ର ନିର୍ବାଚନରେ ବଢୁଛି ଉତ୍ସାହ: ଅତାବିରା କଲେଜରେ ୨୪ଜଣଙ୍କ ନାମାଙ୍କନ ଦାଖଲ

ଅତାବିରା,୯।୧୦(ଯୁଧିଷ୍ଠିର ମହାପାତ୍ର): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଅତାବିରା କଲେଜରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। କଲେଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?