କୋଭିଡ୍‌ ପରିଚାଳନାରେ ପ୍ରମୁଖ ଅସ୍ତ୍ର ସିଏମ୍‌ଏସ୍‌

ଅନୁଗୋଳ ଅଫିସ, ୧୨ା୬ କରୋନାର ଦ୍ୱିତୀୟ ଲହର ଭୟାନକ ସାବ୍ୟସ୍ତ ହୋଇଛି। ଏଥିରେ ଦ୍ରୁତ ସଂକ୍ରମଣ ସହ ଅଧିକ ମୃତ୍ୟୁ ଦେଖିବାକୁ ମିଳିଛି। କେବଳ ମେ’ ମାସରେ ଅନୁଗୋଳ ଜିଲାରେ ୧୮ ହଜାର ୪୯୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬୬ ଜଣଙ୍କ ଜୀବନ ଯାଇଛି। ଜିଲାରେ ଅକ୍ସିଜେନର ଅଭାବ ନ ଥିଲେ ମଧ୍ୟ ଗତ ମାସରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାରୁ ସମସ୍ତଙ୍କୁ ଆବଶ୍ୟକ ସମୟରେ ଚିକିତ୍ସା ଯୋଗାଇଦେବା ପ୍ରଶାସନ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଥିଲା। ଏପରି ସମୟରେ କୋଭିଡ୍‌ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ କୋଭିଡ୍‌ ମ୍ୟାନେଜମେଣ୍ଟ ସିଷ୍ଟମ (ସିଏମ୍‌ଏସ୍‌) ଆରମ୍ଭ ସହ ଏହାକୁ ପ୍ରମୁଖ ଅସ୍ତ୍ର କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ସଂକ୍ରମିତ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆବଶ୍ୟକ ଆମ୍ବୁଲାନ୍ସ, ଅକ୍ସିଜେନ, ମେଡିକାଲ ସହାୟତା ଦିଗରେ ୨୪ ଘଣ୍ଟିଆ ସେବା ଜାରି ରଖାଯାଇଥିଲା। ଏହାଦ୍ୱାରା କୋଭିଡ୍‌କୁ ନେଇ ଆସୁଥିବା ନାନା ଆପତ୍ତି ଅଭିଯୋଗ ହ୍ରାସ ପାଇଥିଲା। ରାଜ୍ୟ ସରକାରଙ୍କ ୫-ଟି ବିଭାଗ ପକ୍ଷରୁ ଏହାକୁ ପ୍ରଶଂସା କରାଯିବା ପରେ ଅନୁଗୋଳ ଜିଲା ପ୍ରଶାସନ ଅଧିକ ଉତ୍ସାହର ସହ କାର୍ଯ୍ୟ କରୁଛି।
ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ତଦାରଖରେ ମେ ୨୨ ତାରିଖରୁ କୋଭିଡ୍‌ ମ୍ୟାନେଜମେଣ୍ଟ ସିଷ୍ଟମ (ସିଏମ୍‌ଏସ୍‌) ଜିଲାରେ ଆରମ୍ଭ ହୋଇଛି। ଖୋଲାଯାଇଥିବା କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍‌ରେ ଯେପରି କୋଭିଡ୍‌ ସମ୍ପର୍କିତ ସବୁ ସୂଚନା ଉପଲବ୍ଧ ହେବ ସେ ନେଇ ବ୍ୟବସ୍ଥା କରାଯାଇଛି। ଜିଲାର ସମସ୍ତ ଆମ୍ବୁଲାନ୍ସରେ ଜିପିଏସ୍‌ ସିଷ୍ଟମ ଲଗାଯିବା ସହ ସେଣ୍ଟ୍ରାଲ ହେଲ୍ପ ଡେସ୍କ ବା କଲ୍‌ ସେଣ୍ଟର ଖୋଲାଯାଇଛି। କରୋନା ସଂକ୍ରମିତ, କୋଭିଡ୍‌ ମେଡିକାଲ ବେଡ୍‌ ଉପଲବ୍ଧ ସମ୍ପର୍କରେ ସମୂର୍ଣ୍ଣ ତଥ୍ୟ ଏହି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍‌ ରୁମ୍‌ରୁ ପ୍ରଦାନ କରାଯାଉଛି। କେଉଁ ମେଡିକାଲରେ କେତେ ବେଡ୍‌ ରହିଛି, କେତେ ଅକ୍ସିଜେନ୍‌ ଉପଲବ୍ଧ ରହିଛି, କେଉଁ ରୋଗୀଙ୍କୁ ଘରୁ କିମ୍ବା ମେଡିକାଲରୁ ଅନ୍ୟତ୍ର କେଉଁ ଆମ୍ବୁଲାନ୍ସ ଦ୍ୱାରା ନିଆଯିବ ତାହାର ପରିଚାଳନା ଏହି ସିଏମ୍‌ଏସ୍‌ କଣ୍ଟ୍ରୋଲ ରୁମ୍‌ରୁ କରାଯାଉଛି। ସେହିପରି ମେଡିକାଲ, କୋଭିଡ୍‌ କେୟାର ସେଣ୍ଟରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସମ୍ପର୍କରେ ପରିବାର ଲୋକେ ଏହି କଣ୍ଟ୍ରୋଲ ରୁମ୍‌ରୁ ତଥ୍ୟ ପାଇପାରୁଛନ୍ତି। ଘରେ ସଙ୍ଗରୋଧରେ ଥିବା ସଂକ୍ରମିତମାନେ ମଧ୍ୟ କଣ୍ଟ୍ରୋଲ ରୁମ୍‌ରେ ଉପଲବ୍ଧ ଡାକ୍ତରଙ୍କ ସହ ଯୋଗାଯୋଗ କରି ଔଷଧ ପରାମର୍ଶ ପାଇପାରୁଛନ୍ତି। କେଉଁ ଅଞ୍ଚଳରେ ଟିକା ପ୍ରଦାନ କରାଯିବ, ଉକ୍ତ ତଥ୍ୟ ମଧ୍ୟ ଲୋକମାନେ ଏହି ସହାୟତା କେନ୍ଦ୍ରରୁ ବୁଝିନେଉଛନ୍ତି। ଏହି ସିଏମ୍‌ଏସ୍‌ ପରିଚାଳନା ନିମନ୍ତେ ଜଣେ ମ୍ୟାନେଜରଙ୍କ ସହ ମୋଟ୍‌ ୪୦ ଜଣ ନିୟୋଜିତ ଅଛନ୍ତି। ଏଥିପାଇଁ ୪ଟି ଟିମ୍‌ କରାଯାଇଥିବାବେଳେ ଏଥିରେ ଡାକ୍ତର, ପରିବହନ କର୍ମଚାରୀ, ପ୍ରଶାସନିକ କର୍ମଚାରୀ, ହେଲ୍ପ ଡେସ୍କ କର୍ମଚାରୀ ରହିଛନ୍ତି। ନୂଆ ବ୍ୟବସ୍ଥା ଭାବେ ଏଥିରେ ଇ-ପାସ୍‌କୁ ଯୋଡ଼ାଯାଇଛି। ବିବାହ, ବ୍ରତ, ଅନ୍ତ୍ୟେଷ୍ଟିକ୍ରିୟା ଓ ଜରୁରୀ କାର୍ଯ୍ୟ ପାଇଁ ଅନ୍ୟତ୍ର ଗ୍ରସ୍ତ କରିବାକୁ ଚାହଁୁଥିବା ବ୍ୟକ୍ତିମାନେ ଏହି ସିଏମ୍‌ଏସ୍‌ ଓ୍ବେବ୍‌ସାଇଟ୍‌ରୁ ଆବଶ୍ୟକ ଅନୁମତି ପାଇପାରୁଛନ୍ତି। ଇତିମଧ୍ୟରେ ୯୦ ଜଣ ଇ-ପାସ୍‌ ପାଇଁ ଆବେଦନ କରିଥିବାବେଳେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୫ ହଜାର ଲୋକ ୱେବ୍‌ସାଇଟ୍‌ ସର୍ଚ୍ଚ କରିସାରିଛନ୍ତି। ୧୦ ତାରିଖ ସୁଦ୍ଧା ୨୦ ହଜାର ଫୋନ୍‌ କଲ୍‌ ଏହି ସିଏମ୍‌ଏସ୍‌କୁ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ତ୍ୱରିତ ଚିକିତ୍ସା ଯୋଗାଇବା ମୁଖ୍ୟ ଉଦ୍ଦେଶ୍ୟ
ଜିଲାରେ କରୋନାର ଦ୍ରୁତ ସଂକ୍ରମଣକୁ ଦେଖି ସିଏମ୍‌ଏସ୍‌ ଖୋଲାଯିବା ନିଷ୍ପତ୍ତି ନିଆଯାଇଥିଲା। ସମସ୍ତ ସଂକ୍ରମିତ ଯେପରି ଠିକଣା ସମୟରେ ଚିକିତ୍ସା ସେବା ପାଇପାରିବେ ତାହା ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିରେ ଆମ୍ବୁଲାନ୍ସ, ମେଡିକାଲ ବେଡ୍‌ ସହ ସମସ୍ତ ତଥ୍ୟ ରହୁଥିବାରୁ ରୋଗୀଙ୍କୁ ସମସ୍ୟା ହେଉନାହିଁ। ଟିମ୍‌ ଅନୁଗୋଳ ସୁଚାରୁ ରୂପେ କାର୍ଯ୍ୟ ତୁଲାଉଛି।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
ଅଭିଜ୍ଞତା ଆଗକୁ କାମରେ ଆସିବ
ପାଠପଢ଼ା ସମୟରେ ଆମକୁ କରୋନା ମୁକାବିଲାରେ ନିୟୋଜିତ କରାଯାଇଛି। କଣ୍ଟ୍ରୋଲ ରୁମ୍‌ରେ ରହି ସଂକ୍ରମିତମାନଙ୍କୁ କାଉନସେଲିଂ କରୁଛୁ। ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ମେଡିସିନ୍‌ ସମ୍ପର୍କରେ ପରାମର୍ଶ ଦେଉଛୁ। ଗୁରୁତର କି ଅଧିକ ଅସୁସ୍ଥ ଥିଲେ, ତୁରନ୍ତ କୋଭିଡ୍‌ ମେଡିକାଲରେ ଭର୍ତ୍ତି କରିବା ଦିଗରେ ପଦକ୍ଷେପ ନେଉଛୁ।
-ଡାକ୍ତର ସୋନି ଅଗ୍ରୱାଲ, ଇଣ୍ଟର୍ନ ଏମ୍‌ବିବିଏସ୍‌
ଏକମନରେ କାର୍ଯ୍ୟ ହେଉଛି
ଏହି କଣ୍ଟ୍ରୋଲ ରୁମ୍‌ରେ ୪୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଯୋଡ଼ି ହୋଇଛନ୍ତି। ପ୍ରତି ସିଫ୍ଟରେ ୧୦ ଜଣ ଲେଖାଏ ଏକ ମନ ନେଇ କାର୍ଯ୍ୟ କରୁଛନ୍ତି। ରୋଗୀଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚାଇବାଠାରୁ ଆରମ୍ଭ କରି ସେମାନଙ୍କୁ କରୋନା ମୁକ୍ତ କରିବା ଯାଏ, ପ୍ରତିଟି ଅବସ୍ଥା ଉପରେ ନଜର ରଖାଯାଉଛି। ରୋଗୀ କିମ୍ବା ସମ୍ପର୍କୀୟମାନଙ୍କଠାରୁ ଆସୁଥିବା ଅଭିଯୋଗର ତୁରନ୍ତ ସମାଧାନ କରାଯାଉଛି।
-ରାଜେନ୍ଦ୍ର ମହାପାତ୍ର, ସିଏମ୍‌ଏସ୍‌ ଟିମ୍‌ ଲିଡ୍‌ର
ବିପତ୍ତି ସମୟରେ ସେବା ଖୁସି ଦେଉଛି
କଲ୍‌ ସେଣ୍ଟର ଭଳି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରଥମରୁ ପରିଚାଳନା ନେଇ ଭୟ ରହିଥିଲା। ସଂକ୍ରମିତମାନେ ବିଭିନ୍ନ ସମୟରେ ଭୟଭୀତ ହୋଇ ଫୋନ୍‌ କରୁଛନ୍ତି। ସେମାନଙ୍କୁ ଠିକ୍‌ ପରାମର୍ଶ ଦେବା ବା ବୁଝାଇବା କଷ୍ଟକର। ଆବଶ୍ୟକସ୍ଥଳେ ଡାକ୍ତରଙ୍କ ଜରିଆରେ ସେମାନଙ୍କ ଭୟ ଦୂର କରୁଛୁ। ବିପତ୍ତି ସମୟରେ ଲୋକଙ୍କୁ ବୁଝାଇ ପାରୁଥିବାରୁ ଖୁସି ଲାଗୁଛି।
-ସୁମିତ୍ରା ବିଶ୍ୱାଳ, ହେଲ୍ପ ଡେସ୍କ କର୍ମଚାରୀ


Enter your email to get our daily news in your inbox.

All Right Reserved By Dharitri.Com

ତାତି ଛୁଇଁଲା ୪୦

ଭୁବନେଶ୍ୱର,୨୯।୩: ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି। ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ...

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri