ଯାଜପୁର ଅଫିସ,୨୪।୯: ଫେରାର କିମ୍ବା ଅନୁପସ୍ଥିତ ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏହି ମର୍ମରେ ବିଭାଗୀୟ ଉପସଚିବ ପ୍ରଶାନ୍ତ କୁମାର ସ୍ବାଇଁ ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ମାନଙ୍କୁ ଆବଶ୍ୟକ ତଦନ୍ତ କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ ପତ୍ର ଦେଇଛନ୍ତି। ଏହାକୁ ନେଇ ଫେରାର ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି। ଅନ୍ୟପକ୍ଷେ ଅନୁଗୋଳ, ବରଗଡ, ବୌଦ୍ଧ, ଦେବଗଡ, ଝାରସୁଗୁଡା, ନୂଆପଡା ଓ ପୁରୀ ଜିଲା ଶିକ୍ଷାଧିକାରୀଙ୍କ ରିପୋର୍ଟ ଉପରେ ସନ୍ଦେହ ପ୍ରକାଶ କରାଯାଇଛି।
ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ୧୮୯ ଜଣ ଶିକ୍ଷକ/କର୍ମଚାରୀ ଫେରାର କିମ୍ବା ଅନୁପସ୍ଥିତ ରହିଛନ୍ତି। ସେଥିରୁ ଯାଜପୁର ଜିଲାରେ ୧୧ଜଣ ଶିକ୍ଷକ ରହିଛନ୍ତି। ସେମାନେ ଯାଜପୁର ବ୍ଲକ ସୟିଦପୁର ମଦ୍ରାସା ସ୍କୁଲର ମହମ୍ମଦ ସାଦ୍ଦିକ ଖାନ, ନାଥସାହୁ ନୋଡାଲ ୟୁପି ସ୍କୁଲର ପବିତ୍ର ସାହୁ, କାକୁଡିକୁଦା ନୋଡାଲ ୟୁପି ସ୍କୁଲର ଅପର୍ଣ୍ଣା ସାହୁ, ଭାବତପୁର ପ୍ରାଥମିକ ସ୍କୁଲର ମନୋରମା ସାହୁ, ଜଗନ୍ନାଥ ଜିଉ ୟୁଜିଏମଇ ସ୍କୁଲର ସୁନୀଲ ପାଣି, ଶେଷଦେବ ବାସନ୍ତି ନୋଡାଲ ହାଇସ୍କୁଲର ମମତା ସେଠୀ ଓ ସର୍ବମଙ୍ଗଳା ନୋଡାଲ ହାଇସ୍କୁଲର ରସ୍ମିତା ରାଉତ, ସୁକିନ୍ଦା ବ୍ଲକ ଗୋବରଘାଟି ଆଶ୍ରମ ସ୍କୁଲର ଅକ୍ଷୟ କୁମାର ହାଇବ୍ରୁ, ଖୁରୁଣ୍ଟି ପ୍ରାଥମିକ ସ୍କୁଲର ବିଚିତ୍ର ସିଂ, ମଧୁବନ ପ୍ରାଥମିକ ସ୍କୁଲର ହେମଲତା ହେମ୍ବ୍ରମ ଓ ବନଦୁର୍ଗା ନୋଡାଲ ୟୁପି ସ୍କୁଲର ସୁବାସ ଲାଗୁରି ଦୀର୍ଘଦିନ ହେଲା ଫେରାର ଅଛନ୍ତି। ସେହିପରି ବାଲେଶ୍ୱର ଜିଲାରେ ୩ ଜଣ, ଭଦ୍ରକରେ ଜଣେ, ବଲାଙ୍ଗୀରରେ ୧୫, କଟକରେ ୬, ଢେଙ୍କନାଳରେ ୮, ଗଜପତିରେ ୮, ଗଞ୍ଜାମରେ ୧୦, ଜଗତ୍ସିଂହପୁରରେ ୬, କଳାହାଣ୍ଡିରେ ୧୦, କନ୍ଧମାଳରେ ୯, କେନ୍ଦୁଝରରେ ୪, ଖୋର୍ଦ୍ଧାରେ ୩, କେନ୍ଦ୍ରାପଡାରେ ୩, ପୁରୀରେ ୨, ଝାରସୁଗୁଡାରେ ଜଣେ, କୋରାପୁଟରେ ୧୨, ମାଲକାନଗିରିରେ ୬, ମୟୂରଭଞ୍ଜରେ ୮ ଓ ନବରଙ୍ଗପୁରରେ ୧୦ ଜଣ ଶିକ୍ଷକ ଓ କର୍ମଚାରୀ ଫେରାର କିମ୍ବା ଅନୁପସ୍ଥିତ ରହିଛନ୍ତି। ତେବେ ଅନୁଗୋଳ, ବରଗଡ ଓ ବୌଦ୍ଧ ଜିଲା ଶିକ୍ଷାଧିକାରୀ ସେମାନଙ୍କ ଜିଲାରେ ଦୀର୍ଘ ସମୟ ଧରି ଫେରାର କିମ୍ବା ଅନୁପସ୍ଥିତ ଶିକ୍ଷକ ଓ କର୍ମଚାରୀ ନାହାନ୍ତି ବୋଲି ରିପୋର୍ଟ ଦେଇଛନ୍ତି। ଏହାବାଦ ଦେବଗଡ, ଝାରସୁଗୁଡା ଓ ନୂଆପଡା ଜିଲା ଶିକ୍ଷାଧିକାରୀମାନେ ଜଣେ ଲେଖାଏଁ ଫେରାର/ଅନୁପସ୍ଥିତ ଥିବା ରିପୋର୍ଟରେ ଦର୍ଶାଇଛନ୍ତି। ପୁରୀ ଜିଲା ଶିକ୍ଷାଧିକାରୀ ଦେଇଥିବା ରିପୋର୍ଟରେ ୨ଜଣ ଫେରାର/ ଅନୁପସ୍ଥିତ ରହିଛନ୍ତି। ଯାହାକି ସନ୍ଦେହଜନକ ରିପୋର୍ଟ ବୋଲି ଦର୍ଶାଇ ଉପରୋକ୍ତ ୭ଜଣ ଜିଲା ଶିକ୍ଷାଧିକାରୀଙ୍କୁ ପୁନଃ ତଦନ୍ତ କରି ସତ୍ୟାପନ କରିବାକୁ ବିଭାଗୀୟ ସ୍ବତନ୍ତ୍ର ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜିଲାରେ ଉଭୟ କଣ୍ଟ୍ରାକ୍ଚୁଆଲ ଓ ରେଗୁଲାର ଶିକ୍ଷକ କେହି ଦୀର୍ଘ ସମୟ ଧରି ଫେରାର କିମ୍ବା ଅନୁପସ୍ଥିତ ନାହାନ୍ତି ବୋଲି ସମସ୍ତ ଜିଲା ଶିକ୍ଷାଧିକାରୀ ଏକ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଏହିଭଳି ପ୍ରମାଣପତ୍ର ଜିଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷାଧିକାରୀଙ୍କଠାରୁ ଜିଲା ଶିକ୍ଷାଧିକାରୀ ସଂଗ୍ରହ କରିବେ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯାଜପୁର ଜିଲା ଶିକ୍ଷାଧିକାରୀ ତାଙ୍କ ରିପୋର୍ଟରେ କେବେଠାରୁ ଶିକ୍ଷକ ଓ କର୍ମଚାରୀ ଅନୁପସ୍ଥିତ/ଫେରାର ଅଛନ୍ତି ତାହା ଦର୍ଶାଇ ନାହାନ୍ତି। ସେହିପରି ମୟୂରଭଞ୍ଜ ଜିଲା ଶିକ୍ଷାଧିକାରୀ ଫେରାର/ଅନୁପସ୍ଥିତ ଶିକ୍ଷକ ଓ କର୍ମଚାରୀଙ୍କ ପଦବୀ ଉଲ୍ଲେଖ କରିନାହାନ୍ତି। ତେଣୁ ଏହି ଦୁଇ ଜିଲା ଶିକ୍ଷାଧିକାରୀଙ୍କୁ ସେମାନଙ୍କ ରିପୋର୍ଟ ସୁଧାରି ପୁଣି ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଏ ସଂକ୍ରାନ୍ତରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ବିଶ୍ୱନାଥ ପ୍ରଧାନ ଆହୁରି ଦର୍ଶାଇଛନ୍ତି ଯେ, ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ, ଅମଲା କର୍ମଚାରୀ ଓ କଣ୍ଟ୍ରାକ୍ଟ ଶିକ୍ଷକଙ୍କ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ଶିକ୍ଷାଧିକାରୀ ଏବଂ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ପାଇଁ ବ୍ଲକ ଶିକ୍ଷାଧିକାରୀ ପ୍ରାଧିକାରୀ ରହିବେ। ତେଣୁ ନିର୍ଦ୍ଧାରିତ ସମୟରେ ଫେରାର/ଦୀର୍ଘ ସମୟ ଧରି ଅନୁପସ୍ଥିତ କର୍ମଚାରୀ ଓ ଶିକ୍ଷକଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବିଭିନ୍ନ ସ୍କୁଲରେ ନିୟମିତ ଶିକ୍ଷକ ଘରେ ବସି ଦରମା ନେଉଥିବାବେଳେ ସେମାନେ କେତେଜଣ ଯୁବତୀଯୁବକଙ୍କୁ ନିଜେ ନିୟୋଜିତ କରିଥିବା ମଧ୍ୟ ଖବର ହସ୍ତଗତ ହେଉଛି।
Posted inଆମ ଜିଲା ଖବର, ଯାଜପୁର View All
ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି
ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...
ଅତିଷ୍ଠ ହେଉଛିସାମାଜିକ ବାସନ୍ଦ: ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ବ୍ୟକ୍ତି
ଦିଗପହଣ୍ଡି,୨୨।୧୨: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ସାମାଜିକ ବାସନ୍ଦର ଶିକାର ହୋଇ ଶେଷରେ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଜଣେ ବ୍ୟକ୍ତି।...
ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...
ମହିଳା କର୍ମଚାରୀଙ୍କୁ ଅଶ୍ଳିଳ ବ୍ୟବହାର: କଲେଜ ସଂପାଦକ ଗିରଫ
ବଲାଙ୍ଗିର,୨୨।୧୨: ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ବ୍ୟବହାର ଓ ଧମକଚମକ ଦେବା ଅଭିଯୋଗରେ ଜଣେ ଘରୋଇ କଲେଜର ସମ୍ପାଦକଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ...
ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ
ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...
ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ
ଗୋପାଳପୁର,୨୨ା୧୨(ନବୀନ ରାଜ ଆଚାରୀ)-ଗତ କିଛି ଦିନ ହେଲା ଗୋପାଳପୁର ଥାନା ଅଞ୍ଚଳରେ ଚୋରି ଓ ଲୁଟପାଟ ବଢ଼ିବାରେ ଲାଗିଛି। ଆମ୍ୱପୁଆସ୍ଥିତ ପୋଲିସ କଲୋନୀ ଗଜାନନ ବିହାର...
ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍କୁ ଧକ୍କା ଦେଲା କାର୍,ପରେ…
ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...
ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍ ଲୁଟିନେଲେ ଯୁବକ, ଆଉ ତା’ପରେ…
ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍ ଲୁଟି ଫେରାର୍ ହୋଇଯାଇଛନ୍ତି।...
Archives


