ସ୍କୁଲ ପରିଚାଳନାରେ ବିଭ୍ରାଟ: ଶିକ୍ଷକ ବଦଳି ଦାବିରେ ଫାଟକରେ ତାଲା

କବିସୂର୍ଯ୍ୟନଗର,୨୨ା୯-କବିସୂର୍ଯ୍ୟନଗର ବ୍ଲକ ବୋଲସର ଗ୍ରାମ ରଘୁନାଥ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନାରେ ବିଭ୍ରାଟ ଅଭିଯୋଗ ହୋଇଛି। ଏଥିରେ ସୁଧାର ଲାଗି ୩ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ପାଇଁ ଗ୍ରାମବାସୀ ଦାବି କରିଥିଲେ। କିନ୍ତୁ ଶିକ୍ଷା ବିଭାଗ ଦାବି ଗ୍ରହଣ ନ କରିବାରୁ ଶନିବାର ସକାଳେ ଗ୍ରାମବାସୀ ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ବିଇଓ, ଏବିଇଓ ପହଞ୍ଚତ୍ ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ପରେ ୨ ଘଣ୍ଟା ବିଳମ୍ବରେ ୧୦ମ ଶ୍ରେଣୀ ଛାତ୍ରୀଛାତ୍ର ପ୍ରିଟେଷ୍ଟ ପରୀକ୍ଷା ଦେଇଥିଲେ।
ପ୍ରକାଶ ଯେ, ୧୯୪୮ରେ ପ୍ରତିଷ୍ଠିତ ଉକ୍ତ ବିଦ୍ୟାଳୟରେ ୧ ରୁ ୧୦ମ ଶ୍ରେଣୀରେ ମୋଟ ୨୮୧ ଜଣ ଶିକ୍ଷାର୍ଥୀ ପାଠ ପଢ଼ନ୍ତି। ଶନିବାର ଦଶମ ଶ୍ରେଣୀର ପ୍ରି-ଟେଷ୍ଟ ପରୀକ୍ଷା ଥିଲା। କିନ୍ତୁ ସ୍କୁଲକୁ ବିଳମ୍ବରେ ଆସିବା, ଓବିସି ସାର୍ଟିଫିକେଟ ପାଇଁ ଅର୍ଥ ଆଦାୟ କରି ପିଲାଙ୍କୁ ସାର୍ଟିଫିକେଟ ନ ଦେବା, ଠିକ କାର୍ଯ୍ୟ ନିର୍ବାହ କରୁ ନ ଥିବା ପ୍ରଧାନ ଶିକ୍ଷକ ଓ ୨ ଜଣ ଶିକ୍ଷକଙ୍କୁ ବଦଳି ପାଇଁ ଗ୍ରାମବାସୀ ଓ ପରିଚାଳନା କମିଟି ଦାବି କରିଥିଲେ। ଏ ନେଇ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କୁ ଅଭିଯୋଗ କରିଥିଲେ। ବିଧାୟିକା ନିଜ ପ୍ୟାଡରେ ପ୍ରଧାନ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ପାତ୍ର, ବିଭୂତି ଭୂଷଣ ପାଣି ଓ ଗାୟତ୍ରୀ ବେହେରାଙ୍କୁ ଅନ୍ୟତ୍ର ବଦଳି ପାଇଁ ଗତ ଅଗଷ୍ଟ ୧୬ ତାରିଖରେ ଡିଇଓ ଏବଂ ବିଇଓଙ୍କ ନିକଟକୁ ଚିଠି ଲେଖିଥିଲେ। କିନ୍ତୁ ଏହା କାର୍ଯ୍ୟକାରୀ ନ ହେବାରୁ ସକାଳେ ସ୍କୁଲରେ ତାଲା ପକାଇ ଗ୍ରାମବାସୀ ଛାତ୍ରୀଛାତ୍ରଙ୍କ ସହ ଆନ୍ଦୋଳନ କରିଥିଲେ। ବିଇଓ ନିରଞ୍ଜନ ମିଶ୍ର ଓ ଏବିଇଓ କୈଳାସ ବେହେରା ପହଞ୍ଚତ୍ ଗ୍ରାମବାସୀ, ସଭାପତି ଲକ୍ଷ୍ମଣ ବେହେରାଙ୍କ ସହ ଆଲୋଚନା କରି ବଦଳି ପାଇଁ ପ୍ରତିଶ୍ରୁତି ଦେବା ପରେ ସ୍କୁଲ ଖୋଲିଥିଲା। ବିଇଓ ଆମ୍ବପୁଆ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ରାମ ଦଳାଇଙ୍କୁ ଏଠାରେ ଅବସ୍ଥାପିତ କରିବାକୁ ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି। ବଦଳି ପ୍ରକ୍ରିୟା ଶୀଘ୍ର କାର୍ଯ୍ୟକାରୀ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ କରାଯିବା ସହ ଆନ୍ଦୋଳନ ଜାରି ରହିବ ବୋଲି ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ସହ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିକା ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ ରଞ୍ଜିତା

ଛତ୍ରପୁର,୨ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ନାମାଙ୍କନପତ୍ର ଦାଖଲର ୫ମ ଦିନରେ ଆସିକା ଲୋକ ସଭା ଆସନ ନିମନ୍ତେ ବିଜୁ ଜନତା ଦଳର ଏମ୍‌ପି ପ୍ରାର୍ଥିନୀ ରଞ୍ଜିତା...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଯୁବକଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ-୧) ଡ. ଇନ୍ଦୁ ଶର୍ମା ବୁଧବାର ଏକ ହତ୍ୟା ମାମଲାର ୧୯ ବର୍ଷ ପରେ ଚୂଡ଼ାନ୍ତ...

ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍‌, ଚାଲିଗଲା ଜୀବନ

ବୁଗୁଡ଼ା,୧ା୫(କାଳିଚରଣ ଦାଶ): ଗାଡ଼ି ଚଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ହୋଇଗଲା ହାର୍ଟ ଆଟାକ୍‌। ଆଉ ଗାଡ଼ି ଭିତରେ ହିଁ ଚାଲିଗଲା ଜୀବନ ଏମିତି ଏକ...

ଡବଲ ଇଞ୍ଜିନ୍‌ ଭୋଟ୍‌ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ଡବଲ ଇଞ୍ଜିନ୍‌ ବୋଲି କିଛି ଲୋକ...

ଖଲ୍ଲିକୋଟ ଆସନ ଲାଗି ବିଜେଡିରୁ ହଟିଲା ସସ୍‌ପେନ୍ସ: ସୂର୍ଯ୍ୟମଣିଙ୍କୁ ମିଳିଲା ଟିକେଟ

ପୁରୁଷୋତ୍ତମପୁର,୧।୫(ସୀମାଞ୍ଚଳ ମିଶ୍ର): ମେ’ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୨ଦିନ...

ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ।...

ସୋସିଆଲ ମିଡିଆରେ ବଢୁଛି ନିର୍ବାଚନୀ ହାୱା

ବ୍ରହ୍ମପୁର,୧ା୫(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ ୧୩ ତାରିଖରେ ହେବ। ଏଥିପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ବାତାବରଣ ଉଷ୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri