୩୫ ହଜାର ବିକ୍ରି ହୋଇଥିଲେ ଶିଶୁ କନ୍ୟା: ଉଦ୍ଧାର ପରେ ଘଟିଲା…

ଭଦ୍ରକ,୧୪।୧(ସନାତନ ରାଉତ):ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ବୟବନାପୁର ଗ୍ରାମରେ ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ମଙ୍ଗଳବାର ରାତିରେ ଉଦ୍ଧାର କରାଯାଇଛି l ଏନେଇ ଶିଶୁ କନ୍ୟାର ଜେଜେମା ଥାନାରେ ମଙ୍ଗଳବାର ଅଭିଯୋଗ କରିଥିଲେ। ଶିଶୁ କନ୍ୟାର ବାପା ମା’ ଋଣ ଶୁଝିବା ପାଇଁ ୩୫ ହଜାର ଟଙ୍କାରେ ଝିଅକୁ ବିକି ଦେଇଥିଲେ ବୋଲି ସ୍ବୀକାର ମଧ୍ୟ କରିଥିଲେ l ଅଭିଯୋଗ ପାଇବା ପରେ ପୋଲିସ ଶିଶୁ କନ୍ୟାକୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଥିଲା l କଟକ ରାଜା ବଗିଚା କଲୋନୀରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କ ଘରୁ ଶିଶୁକୁ ଉଦ୍ଧାର କରାଯାଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭର୍ତ୍ତି କରାଯାଇଛି l ପରେ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି l

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି କି ସୁନା-ରୁପା ଅଳଙ୍କାରକୁ କାହିଁକି ଗୋଲାପୀ ରଙ୍ଗର କାଗଜରେ ଗୁଡ଼ାଯାଏ

ଆମେ ଆମର ଦୈନନ୍ଦିନ ଜୀବନରେ ଏପରି ଅନେକ କାମ କରୁ ଯାହାର ଅର୍ଥ ଆମେ ବୁଝିପାରି ନ ଥାଉ। ପ୍ରାୟତଃ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକୁ ବି ଅଣଦେଖା...

୨୩ ମିନିଟ ମଧ୍ୟରେ ପଲଟିଲା ମ୍ୟାଚ୍‌: ୪୮ ଘଣ୍ଟା ମଧ୍ୟରେ ଜିରୋରୁ ହିରୋ ହୋଇଗଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୪।୧: ନ୍ୟୁଜିଲାଣ୍ଡର ଘରୋଇ ଟି-୨୦ ଟୁର୍ନାମେଣ୍ଟ ସୁପର ସ୍ମାଶରେ, କ୍ରିକେଟ ପ୍ରେମୀମାନେ ପୁଣି ଥରେ ଏକ ଚମତ୍କାର ମ୍ୟାଚ୍‌ ଦେଖିଛନ୍ତି। ଏହି ମ୍ୟାଚ୍‌ରେ ଜଣେ ଖେଳାଳି...

୧୦୦ବର୍ଷ ପୂର୍ୱରୁ ୧୦ଗ୍ରାମକୁ ୧୮ଟଙ୍କା ଥିଲା ସୁନା ଦାମ୍‌, ୧୦୦ଟଙ୍କା ହେବାକୁ ଲାଗିଯାଇଥିଲା ଏତେବର୍ଷ…

ଆଜିକାଲି ଦରଦାମ୍‌ରେ ବୃଦ୍ଧି ଘଟୁଛି। ବିଶ୍ୱ ଉତ୍ତେଜନା ବୃଦ୍ଧି ପାଉଥିବାରୁ, ସୁନା ଏବଂ ରୂପାର ମୂଲ୍ୟ ଆକାଶଛୁଆଁ ହେଉଛି। ସୁନା ଏବଂ ରୂପାର ମୂଲ୍ୟ ପ୍ରତିଦିନ...

ଖାଲି ପଡ଼ିଥିବା ପଦବୀର ତଥ୍ୟ ମାଗିଲା ଗୃହ ବିଭାଗ

ଭୁବନେଶ୍ୱର,୧୪ା୧: ଗୃହ ବିଭାଗରେ କେତେ ପଦବୀ ଖାଲି ପଡ଼ିଛି ଅଧିକାରୀ ତାହାର ତଥ୍ୟ ଦେଉ ନାହାନ୍ତି । ବାରମ୍ବାର ନିର୍ଦ୍ଦେଶ ପରେ ବି ଖାଲି ପଦବୀର...

ତତ୍ପର ଖୋର୍ଦ୍ଧା ପୋଲିସ: ବ୍ରାଉନ ସୁଗର, ଦେଶୀ ବନ୍ଧୁକ ଜବତ

ଖୋର୍ଦ୍ଧା,୧୪।୧: ଖୋର୍ଦ୍ଧା ପୋଲିସ ପକ୍ଷରୁ ନିଶାମୁକ୍ତି ଅଭିଯାନ ଜାରି ରହିଛି।  ନିଶା କାରବାର ମାମଲାରେ ଜଣେ ଯୁବକଙ୍କୁ  ଗିରଫ କରାଯାଇଛି। ମଙ୍ଗଳବାର ବୋଲଗଡ଼ ଥାନା ଅନ୍ତର୍ଗତ...

ପୁଣି ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ ହେଲେ କୋହଲି: ରୋହିତଙ୍କ ଭୟଙ୍କର କ୍ଷତି

ନୂଆଦିଲ୍ଲୀ,୧୪।୧: ୨୦୨୬ ପାଇଁ ପ୍ରଥମ ICC ର଼୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ବର୍ଷ ଆରମ୍ଭରେ ନମ୍ବର ୱାନ ବ୍ୟାଟ୍ସମ୍ୟାନ ହୋଇଛନ୍ତି।...

ପେଟ ପୋଷିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ : ଫେରିଲା…

ଖଡ଼ିଆଳ,୧୪।୧(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ଥାନା ଅନ୍ତର୍ଗତ କିରିକିଟା ଗ୍ରାମର ଦାଦନ ଶ୍ରମିକ ହଳେନ୍ଦ୍ର ହଂସ (୩୦)ଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ...

ନୂଆ ରେକର୍ଡ ସୃଷ୍ଟି କଲା ଭୁବନେଶ୍ୱର ବିମାନବନ୍ଦର, ୨୦୨୫ରେ ଏତିକି ସଂଖ୍ୟକ ଯାତ୍ରୀ କରିଛନ୍ତି ଯାତ୍ରା

ଭୁବନେଶ୍ୱର,୧୪ା୧: ନୂଆ ରେକର୍ଡ ସୃଷ୍ଟି କରିଛି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ୨୦୨୫ରେ ସର୍ବକାଳୀନ ରେକର୍ଡ କରିଛି। ଏହି ବିମାନବନ୍ଦରରୁ ୫.୧୫ ମିଲିୟନ ଯାତ୍ରୀ ଯାତାୟାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri