ସାଇକେଲ୍‌ରେ ଘରକୁ ଫେରୁଥିବା ବେଳେ ଯୁବକଙ୍କୁ ଦଳିଦେଲା ହାତୀ, କ୍ଷତିପୂରଣ ଦାବିରେ ଟାୟାର ଜାଳି ଗ୍ରାମବାସୀଙ୍କ ରାସ୍ତାରୋକୋ

ଖୋର୍ଦ୍ଧା/ନିରାକାରପୁର,୧୭।୪(ପ୍ରଭାତ ପାଣିଗ୍ରାହୀ/ମାନସ ଚନ୍ଦ୍ର ପଟ୍ଟନାୟକ) : ଟାଙ୍ଗୀ ରେଞ୍ଜ ନିଧିପୁର ଗାଁରେ ଅଭାବନୀୟ ଘଟଣା । ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ନିଧିପୁର ଗ୍ରାମର ସୁଶାନ୍ତ ପ୍ରଧାନ(୪୦)। ଗୁରୁବାର ରାତିରେ ଶୌଚ ହେବାକୁ ଯାଇ ସାଇକେଲ୍‌ରେ ଘରକୁ ଫେରିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ହାତୀ ଦଳିଦେଇ ପ୍ରାଣ ନେଇଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ଅବରୋଧ କରି ଧାରଣାରେ ବସିଛନ୍ତି । ଜଙ୍କିଆ ଥାନା ପୋଲିସ ଓ ବନ ବିଭାଗ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି । ଏହି ରେଞ୍ଜରେ ଦୀର୍ଘ ଦିନ ହେବ ହାତୀ ମଣିଷ ଲଢେଇ ଜାରି ରହିଛି । ଖାଦ୍ଯ ଲାଳସାରେ ହାତୀ ଗାଁ ମୁହାଁ ହେଉଛନ୍ତି। କେତେବେଳେ ହାତୀ, ଆଉ କେତେବେଳେ ମଣିଷ ଜୀବନ ଯାଉଛି ।  ହାତୀ ଗତିବିଧି ନିରୀକ୍ଷଣ ଦିଗରେ ବନ ବିଭାଗର ଅପରାଗତାକୁ ସାଧାରଣରେ ଦାୟୀ କରାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ

ଭୁବନେଶ୍ୱର,୧୯।୭ (ସୌମ୍ୟରଞ୍ଜନ ରାଉତ): ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୪ ବର୍ଷ ପାଇଁ ଶନିବାର ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ‘ଲହରୀ’ ଶ୍ରେଷ୍ଠ…

ଆଡ଼ପମଣ୍ଡପରେ ଦାରୁଦିଅଁ: ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ପୁରୀ,୧୯।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ରତ୍ନସିଂହାସନ ଛାଡ଼ି ନବଦିନ ଯାତ୍ରାରେ ଆସି…

ଏଇ ଭାରତରେ

ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ…

ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର

ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ…

ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍‌ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି…

ଆନ୍ଦୋଳନର ତିନୋଟି କଥା

କକ୍‌ରୋଚ୍‌ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋ ମନକୁ କିଛି କଥା ବା ବିଚାର ଆସୁଛି। ପ୍ରଥମ କଥା ହେଉଛି, ସୋନମ ୱାଙ୍ଗଚୁକଙ୍କ ସମେତ ଏହାର…

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ବୀରଗୋବିନ୍ଦପୁର ନିକଟରେ ଅଜଣା କାର୍ ଧକ୍କା ଯୁବକଙ୍କ ମୃତ୍ୟୁ; ୩ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ

ବଞ୍ଚୋ, ୧୮।୭(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri